ଅକ୍ଟୋବର ୫ତାରିଖରେ ହେବାକୁ ଥିବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଇଁ ପ୍ରସ୍ତୁତି ବୈଠକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, କବିତା ଦାସ, ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୀମାଞ୍ଚଳ ସେନାପତି, ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ଉପ ସଭାପତି ପୁରୋଷୋତ୍ତମ ଜାନୀ, ଓଷ୍ଟା ରାଜ୍ୟ ଇସି ସଦସ୍ୟ ବିନାୟକ ପରିଡ଼ା, ଅଲ ଓଷ୍ଟା ସଭାପତି କବିରାଜ ବିଶ୍ଵାଳ, ଏନପିଏସ ଶିକ୍ଷକ ସଂଘ ସଭାପତି ସୁଧିର କୁମାର ପ୍ରଧାନ, ପ୍ରାଥମିକ ଶିକ୍ଷକ ସଂଘ ଏକ୍ସ କ୍ୟାଡ଼ର ସଭାପତି ପ୍ରକାଶ ବେହେରା, ସମ୍ପାଦକ ସୁଧିରଞ୍ଜନ ପରିଡ଼ା, ସିଆରସିସି ବିଭୂତି ଭୂଷଣ ମିଶ୍ର, କୈଳାଶ ନାୟକ, ବୀର କିଶୋର ବଳବନ୍ତ ସିଂ, ପ୍ରସନ୍ନ ବେହେରା, ନୀମେଇ ଚରଣ ସାହୁ, ଅକ୍ରୁର ମୁଦୁଲି ପ୍ରମୁଖ ଯୋଗଦେଇ ଆସନ୍ତା ୫ ତାରିଖ ଶନିବାର ଦିନ କିପରି ଶାନ୍ତି ଶୃଙ୍ଖଳା ସହ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ସପାପନ ପାଇଁ ବିଭିନ୍ନ ଶିକ୍ଷକ ସଂଘର କର୍ମକର୍ତ୍ତା, ସିଆରସିସି ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ପ୍ରଦାନ କରାଯାଇଛି। ସମସ୍ତଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ବ୍ଲକ୍ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସମାପନ କରିବା ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଗୁରୁତ୍ୱାରୋପ କରିଥିଲେ।

Related posts