ବିଧାୟକ  ନୁହଁ ଭାଇଟିଏ ହୋଇ ସୁଖ, ଦୁଃଖରେ ରହିବି: ଦଶପଲ୍ଲା ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଥିବା କ୍ଳବ୍ ଦ୍ଵାରା ଜ୍ଞାନଦାତା, ଶକ୍ତିଦାତା, ସୁଖ ଶାନ୍ତି ପ୍ରଦାୟକ, ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ରପୂଜ୍ୟଙ୍କ ପୂଜା ଉତ୍ସବ ଉପଲକ୍ଷେ ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମପଞ୍ଚାୟତ ଖାଲମଡା ଗ୍ରାମ ସତ୍ୟନାରାୟଣ ଯୁବକ ସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଗ୍ରପୂଜ୍ୟଙ୍କ ଆଶ୍ରୀବାଦ ନେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପୂଜା ଉତ୍ସବ ପାଳନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ଦ୍ବାରା କିପରି ଭାଇଚାରା ସୃଷ୍ଟି ହୁଏ ଏବଂ   ବିକାଶ ଧାରାକୁ ଆଗେଇ ନେବାପାଇଁ ମୋତେ ଦ୍ଵିତୀୟ ଥର ଆଶୀର୍ବାଦ କରିଥିବାରୁ ମୁଁ ଆପଣଙ୍କ ପାଖେ ଚୀରୠଣୀ ବୋଲି  ଦଶପଲ୍ଲା ବିଧାୟକ କହିଥିଲେ। ତତସହିତ ମୁଁ ବିଧାୟକ ନୁହେଁ ଆପଣଙ୍କ ଭାଇ ଟିଏ ହୋଇ ଆପଣଙ୍କ ସହିତ ସଦା ସର୍ବଦା ସୁଖ ଦୁଃଖରେ ଅଛି ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡ଼ା, ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ପାରାଢିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ସମାଜସେବୀ ପ୍ରକାଶ ନାୟକ, ଦାଶରଥି ପ୍ରଧାନ, ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବିଭୂତି ଭୂଷଣ ନାୟକ ପରିଚାଳନା କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ ଲକ୍ଷ୍ମୀଧର ନାୟକ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କାଳିଆ ସାଜିବ ନବ କଳେବର ନାଟକ ମଞ୍ଚସ୍ଥ ହୋଇଥିଲା। ସେହିପରି ଗଣେଶ ପୂଜା ଉପଲକ୍ଷେ ପାରାଢିପି ପଞ୍ଚାୟତ ଥୁଆବାରୀ ସଂଗ୍ରାମୀ ଯୁବ ପରିଷଦ, ଆଦିବାସୀ ଅଧ୍ୟୁଷିତ କାପ୍ତା ପଲ୍ଲୀ ପଞ୍ଚାୟତ ବେତନଟୀ ମା ବେତ ଖୋଲି ଯୁବକ ସଂଘ, ବେରୁଆଁ ବାରୀ ପଞ୍ଚାୟତ ମହାବୀର ଯୁବକ ସଂଘ, ତୋଟାସାହି ଗଣେଶ ପୂଜା କମିଟି, କୋରଡ଼ା ପଞ୍ଚାୟତ ମିନା ଗାଡିଆ ଯୁବକ ସଂଘ, କୋରଡ଼ା ଗଡ ବାବା ବାଲୁଙ୍କେଶ୍ୱର ଯୁବକ ସଂଘ,ନୂଆଗାଁ ବଡ଼ସାହି, ନୂଆସାହି ବାପୁଜୀ ଯୁବକ ସଂଘ, ଉଦୟପୁର ଗ୍ରାମ ପଞ୍ଚାୟତ ସିଖରଗୋଛା ରାଧାକୃଷ୍ଣ କ୍ଳବ୍ ତରଫରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀଯୁକ୍ତ ବେହେରା ଯୋଗଦେଇଥିଲେ।

Related posts