ନାରାୟଣ ଉଚ୍ଚ ବିଦ୍ୟାଳୟରେ କୌଶଳ ରଥ ପରିକ୍ରମା

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵ ଯୁବ ଦକ୍ଷତା ଦିବସ ଅବସରରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ସମ୍ବନ୍ଧିତ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କୁ ସଚେତନତା କରିବା ପାଇଁ ମୁଖ୍ୟମନ୍ତ୍ରୀ କୌଶଳ ରଥ ଶୁଭାରମ୍ଭ କରିଛନ୍ତି।କୌଶଳ ରଥ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀ ମାନଙ୍କର ବୈଷୟିକ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଓ ବିଭିନ୍ନ ଆଧୁନିକ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରିବାକୁ ପ୍ରେରଣା ଦେଇଛି।ଏଥିପାଇଁ ଉଦ୍ଧିଷ୍ଟ ପ୍ରଯୁକ୍ତି ବିଦ୍ୟାଳୟ,ବିଭିନ୍ନ ଯନ୍ତ୍ରପାତି ତଥା ଡ୍ରୋନ ଟେକ୍ନୋଲୋଜି, ଥ୍ରିଡି ପେଣ୍ଟିଂ ଆଦି ଉପରେ ସଚେତନତା କରାଯାଇଛି।ରଥ ଆଜି ଓଡ଼ଗାଁ ବ୍ଲକ ର ଶରଣକୁଳ ସ୍ଥିତ ନାରାୟଣ ହାଇ ସ୍କୁଲ ପରିକ୍ରମା କରିଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ଛାତ୍ରୀ ମାନେ ରଥ କୁ ସ୍ଵାଗତ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ବୈଷୟିକ ଶିକ୍ଷା ଉପରେ ପଚାରି ବୁଝିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ଦୁର୍ଗା ଚରଣ ଦାସ, ଜିଲ୍ଲା ଶ୍ରମ ଓ ନିଯୁକ୍ତି ବିଭାଗ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ମଲ୍ଲିକ, ଶ୍ରୀଯୁକ୍ତ ରବି କୁମାର(ମୁଖ୍ୟମନ୍ତ୍ରୀ ସ୍କିଲ୍  ଡେଭଲପମେଣ୍ଟ ସ୍କଲାର) ପି ଆସୁ (ଡାଇରେକ୍ଟର ସେକ୍ସନ ଅଫିସର) ୱାଲଡ ସ୍କିଲ ସେଣ୍ଟର୍ ଟେକ୍ନିସିଆନ ଟିମ୍, ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର, ଗୋଦାବରୀ ବସନ୍ତିଆ (ସିଆରସିସି )ବରିଷ୍ଠ ଶିକ୍ଷକ ଜନାର୍ଦ୍ଦନ ପରିଡ଼ା, ପ୍ରଜ୍ଞା ପାରମିତା ସାହୁ, ରୋଜାଲିନ ମିଶ୍ର, ରଶ୍ମିତା ବେହେରା, ସସ୍ମିତା ସାହୁ, ଗୌରାଙ୍ଗ ସାହୁ  ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ରଥ ପରିକ୍ରମା କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଛନ୍ତି।

Related posts