କବି ଶାନ୍ତନୁ ବିଶୋଇଙ୍କ କବିତା ସଂକଳନ ‘ଅଫେରା ସମୟ ସୁଅ’ ଉନ୍ମୋଚିତ

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଦଣ୍ଡୋର ଗ୍ରାମର ବିଶିଷ୍ଟ ତଥା ଜଣାଶୁଣା କବି ସାନ୍ତନୁ ବିଶୋଇଙ୍କ ଲିଖିତ କବିତା ସଂକଳନ ‘ଅଫେରା ସମୟ ସୁଅ’ ଉନ୍ମୋଚନ ହୋଇଯାଇଛି।ଓଡ଼ଗାଁ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଠାରେ ଏହି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଅଧିବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ଉର୍ଦ୍ଧ୍ଵ କବି ଓ ସାମ୍ବାଦିକ ମାନେ ଯୋଗଦେଇଥ‌ିଲେ।

କବିଙ୍କ ମଧ୍ୟରେ ଅଶୋକ କୁମାର ମହାପାତ୍ର, ଦିବାକର ନାୟକ, ପ୍ରଫୁଲ୍ଲ ମାଝି, ଲୋକନାଥ ମିଶ୍ର (ଭରଦ୍ୱାଜ) ରାଜକିଶୋର ନାୟକ, ବରିଷ୍ଠ ସାମ୍ବାଦିକ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଆଦର୍ଶ ପଟ୍ଟନାୟକ, ବିଶିଷ୍ଟ ଉଦ୍’ଘୋଷକ, ଗବେଷକ, କବି ଚନ୍ଦ୍ରବିଜୟୀ ମିଶ୍ର, ଯଶୋବନ୍ତ ପଟ୍ଟନାୟକ, ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାସ, ସହିତ୍ୟାଚାର୍ଯ୍ୟ ସୁଶାନ୍ତ କୁମାର ବିଶୋଇ, ସାମ୍ବାଦିକ ସାରସ କୁମାର ମିଶ୍ର, ଗଣେଶ୍ୱର ସାହୁ, ଫକୀର ମୋହନ ମହାରଣା, ପ୍ରଭାତ କୁମାର ମହାପାତ୍ର, ଶ୍ରୀଧର ପ୍ରଧାନ, ସାଇ ଉମା ଫାଉଣ୍ଡେସନର କାର୍ଯ୍ୟକାର୍ତ୍ତା ସନ୍ତୋଷ କୁମାର ପ୍ରଧାନ। ସମାଜସେବୀ ଦାମୋଦର ସାହୁ। ହେମନ୍ତ କୁମାର ନାୟକ, ସାମାଜିକ କର୍ମୀ କାହ୍ନା ସ୍ଵାଇଁ, ରଞ୍ଜନ କୁମାର ରାଉତ, ନବ କିଶୋର ବିଶୋଇ, ପ୍ରସନ୍ନ କୁମାର ରାଉତ, ପ୍ରଦୋଷ କୁମାର ରାଉତ, ପ୍ରତ୍ୟୁଷ କୁମାର ରାଉତ, ଭିକନ ବେହେରା, ପ୍ରଦୀପ୍ତ କୁମାର ମହାପାତ୍ର, ଶିକ୍ଷୟିତ୍ରୀ ଦୁନିଆଁ ପ୍ରୟାଦର୍ଶିନୀ ମହାପାତ୍ର। ପ୍ରକୃତି ବନ୍ଧୁ ପଞ୍ଚାନନ ପଣ୍ଡା, ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ, ପ୍ରଧାନ ଶିକ୍ଷୟିତ୍ରୀ ରେଣୁବାଳା ସୁବୁଦ୍ଧି। ଗୀତିକଳ୍ପ ହରିଶ୍ ପ୍ରଧାନଙ୍କ ପାଇଁ ପ୍ରତିନିଧିତ୍ଵ କରିଥିଲେ ଯଯାତି କେଶରୀ ମହାପାତ୍ର।

Related posts