ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ଅବନତି ଘଟୁଥିବା ନେଇ ସିପିଆଇ(ଏମ୍) ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି। ଜିଲ୍ଲାରେ ଧାରାବାହିକ ଭାବେ ହତ୍ୟାକାଣ୍ଡ, ନାରୀ ନିର୍ଯାତନା, ଚୋରି ଓ ରାହାଜାନୀ ବଢ଼ି ଚାଲିଥିବା ବେଳେ ଏହାର ନିରାକରଣ ପାଇଁ ପୋଲିସ ପକ୍ଷରୁ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର। ପ୍ରେସ୍ ବିବୃତ୍ତିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତ ଜୁଲାଇ ୧୨ ତାରିଖ ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ରଣପୁର ବ୍ଲକର ଜଣେ ବରିଷ୍ଠ କଲେଜ ଅଧ୍ୟକ୍ଷ ନବକିଶୋର ସାମନ୍ତରାୟ ଓ ତାଙ୍କ ପତ୍ନୀ ନୟାଗଡ଼ ଆସୁଥିବା ବେଳେ ସାନଗଡ଼ ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଦମ୍ପତି ଆହତ ହେବା…
Read MoreDay: July 19, 2026
ରଥ ଉପରେ ପୂଜା ପାଇଲା ଐତିହାସିକ ନାଟକ ‘ଆହେ ନୀଳଶୈଳ’
ଅକ୍ଟୋବରରେ ନୟାଗଡ଼ରେ ହେବ ଭବ୍ୟ ମଞ୍ଚସ୍ଥ, ଜିଲ୍ଲାର ପ୍ରତିଭାବାନ କଳାକାରଙ୍କୁ ମିଳିବ ସୁଯୋଗ ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ଘୋଷଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ଐତିହାସିକ ନାଟକ ‘ଆହେ ନୀଳଶୈଳ’ର ପାଣ୍ଡୁଲିପିକୁ ବିଧିବଦ୍ଧ ଭାବେ ପୂଜା କରାଯାଇଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ କୃପାଲାଭ କାମନାରେ ସମ୍ପନ୍ନ ଏହି ପୂଜା ପରେ ଆସନ୍ତା ଅକ୍ଟୋବର ମାସରେ ନୟାଗଡ଼ରେ ନାଟକଟି ଭବ୍ୟ ଭାବେ ମଞ୍ଚସ୍ଥ କରାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।ପ୍ରଖ୍ୟାତ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ଉପନ୍ୟାସ ‘ନୀଳଶୈଳ’କୁ ଆଧାର କରି ଏହି ନାଟକର କାହାଣୀ ରଚନା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଦମ୍ପତି ପ୍ରତିମା ହୋତା ଓ ଶଙ୍କର ତ୍ରିପାଠୀ ଏହାକୁ ନାଟ୍ୟରୂପ ଦେଇଛନ୍ତି। ନାଟକରେ ଗଜପତି ରାମଚନ୍ଦ୍ର ଦେବଙ୍କ ଶାସନକାଳର ଏକ ଐତିହାସିକ ଅଧ୍ୟାୟକୁ ଜୀବନ୍ତ ରୂପ ଦିଆଯାଇଛି। କଟକର ନବାବ ତକୀ ଖାଁଙ୍କ…
Read Moreନୟାଗଡ଼ରେ ସମ୍ଭାଗ ସ୍ତରୀୟ ଶିଶୁ ବାଟିକା ପ୍ରମୁଖ କାର୍ଯ୍ୟଶାଳା ଉଦ୍ଯାପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ ପ୍ରାଙ୍ଗଣରେ ବିଗତ ଦୁଇ ଦିନ ଧରି ଚାଲିଥିବା ସମ୍ଭାଗ ସ୍ତରୀୟ ଆଧାର ସ୍ତର ଶିଶୁ ବାଟିକା ପ୍ରମୁଖ କାର୍ଯ୍ୟଶାଳା ରବିବାର ସମାରୋପ ହୋଇଯାଇଛି। ଏହି କାର୍ଯ୍ୟଶାଳାରେ ସମ୍ଭାଗ ଅଧୀନ ୧୩୬ଟି ବିଦ୍ୟାଳୟର ୮୬ ଜଣ ଗୁରୁଜୀ ଓ ଗୁରୁମା ଅଂଶଗ୍ରହଣ କରି ଶିଶୁମାନଙ୍କର ସର୍ବାଙ୍ଗୀଣ ବିକାଶ, ଗୁଣାତ୍ମକ ଶିକ୍ଷା ଓ ଶିକ୍ଷାଦାନର ନୂତନ ପଦ୍ଧତି ସମ୍ପର୍କରେ ବିସ୍ତୃତ ଜ୍ଞାନ ଆହରଣ କରିଥିଲେ। ସମାରୋପ ଉତ୍ସବରେ ପ୍ରାନ୍ତ ମାଧ୍ୟମିକ ଶୈକ୍ଷିକ ସଂଯୋଜକ ଆଶିଷ କୁମାର ରଥ, ନୟାଗଡ଼ ଜିଲ୍ଲା ସହ ପ୍ରମୁଖ କେଶବ ଚନ୍ଦ୍ର ରାଉତରାୟ, ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ପବିତ୍ର କୁମାର ପଣ୍ଡା, ବିଭାଗ ନିରୀକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ପ୍ରାନ୍ତ ଶିଶୁ ବାଟିକା ସହ ପ୍ରମୁଖ ରୀନା ରାଉତରାୟ, ସମ୍ଭାଗ ଶିଶୁ…
Read Moreଜନ୍ମଦିନରେ ବୃକ୍ଷରୋପଣ କରି ସମାଜକୁ ସବୁଜ ବାର୍ତ୍ତା ଦେଲେ ନିବେଦିତା ଲେଙ୍କା
ଭୁବନେଶ୍ୱର, (ନୟାଗଡ଼ ଦର୍ପଣ): ଜନ୍ମଦିନକୁ କେବଳ ଆଡମ୍ବରପୂର୍ଣ୍ଣ ଭାବେ ପାଳନ ନକରି ସମାଜ ପାଇଁ ଏକ ପ୍ରେରଣାଦାୟକ ବାର୍ତ୍ତା ଦେବାର ନିଆରା ପ୍ରୟାସ କରିଛନ୍ତି ‘ଯଶୋଦା ମା ଫାଉଣ୍ଡେସନ’ର ପ୍ରତିଷ୍ଠାତା ତଥା ସମାଜସେବୀ ଶ୍ରୀମତୀ ନିବେଦିତା ଲେଙ୍କା। ନିଜ ଜନ୍ମଦିନ ଅବସରରେ ସେ ସାଇ ଜରାଶ୍ରମ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ଶ୍ରୀମତୀ ଲେଙ୍କା କହିଥିଲେ ଯେ, ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଯଦି ନିଜର ଜନ୍ମଦିନ, ବିବାହ ବାର୍ଷିକୀ କିମ୍ବା ଅନ୍ୟ କୌଣସି ଖୁସିର ମୁହୂର୍ତ୍ତକୁ ଆଡମ୍ବରରେ ପାଳନ କରିବା ପରିବର୍ତ୍ତେ ଅତି କମରେ ଦୁଇଟି ବୃକ୍ଷ ରୋପଣ କରି ସେଗୁଡ଼ିକର ଯତ୍ନ ନିଅନ୍ତି, ତେବେ ସବୁଜ ପରିବେଶ ସୃଷ୍ଟି ହେବା ସହ ପୃଥିବୀରେ ବଢ଼ୁଥିବା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ।…
Read More