ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଦଶମ ବାର୍ଷିକ ଜିଲ୍ଲାବ୍ୟାପି ସେବା ମହୋତ୍ସବ-୨୦୨୬ ଉଦଘାଟିତ ହୋଇଯାଇଛି। ସବୁ ବର୍ଷ ପରି ଅତିଥି ମଞ୍ଚ ନ ହୋଇ ନିଆରା ଢଙ୍ଗରେ ଉଦଘାଟିତ ହୋଇଛି ସେବା ମହୋତ୍ସବ। ଗୋସେବା କାର୍ଯ୍ୟକ୍ରମରୁ ଚଳିତ ବର୍ଷର ଦଶମ ବାର୍ଷିକ ଜିଲ୍ଲବ୍ୟାପୀ ସେବା ମହୋତ୍ସବ-୨୦୨୬ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମା ହରଚଣ୍ଡୀ ଗୋଶାଳାରେ ଗୋମାତା ମାନଙ୍କର ସେବା କରାଯିବା ସହ ଖାଦ୍ୟ ବଣ୍ଟନ କରାଯାଇଥିଲା। ପରେ ପରେ ନୟାଗଡ଼ ସହରର ବିଭିର୍ଣ୍ଣ ସ୍ଥାନରେ ବୁଲା ଗାଈଗୋରୁ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯିବା ସହ ସଫେଇ କରାଯାଇଥିଲା। ପ୍ରାୟ ୨୦୦ଗୋମାତା ଓ ନନ୍ଦୀ ମହାରାଜଙ୍କୁ ଏହି ଅବସରରେ ସେବା ଯୋଗାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ…
Read MoreDay: July 7, 2026
ଯୁବ ସମାଜସେବୀ ପ୍ରଦିପ ପ୍ରକାଶ ଆଚାର୍ଯ୍ୟଙ୍କ ଜନ୍ମଦିବସରେ ରକ୍ତଦାନ ଶିବିର, ୬୩ ୟୁନିଟ୍ ରକ୍ତ ସଂଗ୍ରହ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଯୁବ ସମାଜସେବୀ ପ୍ରଦିପ ପ୍ରକାଶ ଆଚାର୍ଯ୍ୟଙ୍କ ଜନ୍ମଦିବସ ଅବସରରେ ଆଚାର୍ଯ୍ୟ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ କେସି କ୍ଲବ୍ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ସମାଜସେବା ଓ ମାନବିକତାର ବାର୍ତ୍ତା ଦେଇ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟକ ଯୁବକ ଓ ସ୍ୱେଚ୍ଛାସେବୀ ଉତ୍ସାହର ସହ ରକ୍ତଦାନ କରିଥିଲେ। ଏହି ଶିବିରକୁ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନେ ସ୍ୱେଚ୍ଛାକୃତ ରକ୍ତଦାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଏଭଳି ମହାନ ପ୍ରୟାସ ପାଇଁ ଆଚାର୍ଯ୍ୟ ଫାଉଣ୍ଡେସନକୁ ପ୍ରଶଂସା କରିଥିଲେ। ଏହି ରକ୍ତଦାନ ଶିବିରରୁ ମୋଟ ୬୩ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା, ଯାହା ଜରୁରୀ ସମୟରେ ରୋଗୀମାନଙ୍କ ଜୀବନ ରକ୍ଷାରେ…
Read Moreରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଅବିଭାବକ ଓ ପୁରାତନ ଛାତ୍ର ଛାତ୍ରୀଙ୍କ ବୃକ୍ଷ ରୋପଣ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ୭୭ ତମ ବନ ମହୋତ୍ସବକୁ ବହୁମାତ୍ରାରେ ଜନାଭିମୁଖୀ କରାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୂଚନାକୁ ବିଦ୍ୟାଳୟର ଛାତ୍ର ଛାତ୍ରୀ, ସେମାନଙ୍କ ପିତାମାତା ସହିତ ପୁରାତନ ଛାତ୍ର ଛାତ୍ରୀଙ୍କ ଦ୍ୱାରା ମା ‘ ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି ନୟାଗଡ଼ ଜିଲ୍ଲା ଓଡଗାଁ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ। ପ୍ରାୟ ୧୯୫ଜଣ ଅବିଭାବକ, ପୁରାତନ ଛାତ୍ର ଛାତ୍ରୀଙ୍କୁ ଏଥିରେ ସାମିଲି କରାଇ ପ୍ରଶଂସିତ ହୋଇପାରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ, ପ୍ରକୃତି ବନ୍ଧୁ ଶିକ୍ଷକ ସନ୍ତୋଷ କୁମାର ସାହୁ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ। ଅତିଥିଭାବେ କୋମଣ୍ଡ ସାଧନକେନ୍ଦ୍ର ସଂଯୋଜକ ଲଳିତମୋହନ ମିଶ୍ର, ରୋହିବାଙ୍କ ଗ୍ରାମ ପଞ୍ଚାୟତ ସରପଞ୍ଚ ମହନ୍ତ ବେହେରା, ପୁରାତନ ଜିଲ୍ଲା ପରିଷଦ ସଭ୍ୟ ଉମାଚରଣ ନାୟକ, ପୁରାତନ ଛାତ୍ର ଅଜିତ ପ୍ରଧାନ,…
Read Moreସାହିତ୍ୟ ଏକାଡେମୀର ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ, ରାଜ୍ୟସ୍ତରକୁ ଯିବେ କୃତୀ ପ୍ରତିଯୋଗୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ–୨୦୨୬ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା ସୋମବାର ପିଏମ୍ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ଆୟୋଜନ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଆ ସାଧାରଣ ଜ୍ଞାନ, ତର୍କ, ସଙ୍ଗୀତ, ପ୍ରବନ୍ଧ ରଚନା ଆଦି ବିଭାଗରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଡ଼. ସୁକାନ୍ତି ମହାନ୍ତି, ରବୀନ୍ଦ୍ର ଦାସ, ଗୋପୀନାଥ ସେଠୀ, ଅଧ୍ୟାପିକା ନିଳୀମା ନନ୍ଦ, ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାପାତ୍ର ଓ ଦେବେନ୍ଦ୍ର ପରମଗୁରୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନର ମୂଲ୍ୟାଙ୍କନ କରିଥିଲେ। ପରେ ଜିଲ୍ଲାସ୍ତରରେ…
Read Moreଚକ୍ଷୁଦାନ କଲେ ଅଙ୍ଗନବାଡ଼ି ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସାମୟୀ
ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ତ୍ୟ, ଝିଅ ଦେଲା ମୁଖାଗ୍ନି ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ଜ୍ୟୋତ୍ସାମୟୀ ପଣ୍ଡାଙ୍କ ଗତକାଲି ସଂନ୍ଧ୍ୟାରେ ପରଲୋକ ଘଟିଥିଲା । ଜ୍ୟୋତ୍ସାମୟୀଙ୍କ ମୃତ୍ୟୁ ପରେ ପରିବାର ସମ୍ମତିକ୍ରମେ ତାଙ୍କ ଚକ୍ଷୁଦାନ କରାଯାଇଛି । ଆଜି ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବା ପରେ ନୟାଗଡ଼ ବ୍ଲକ ପରିସରକୁ ଅଣାଯାଇଥିଲା । ସିଡିପିଓ କାର୍ଯ୍ୟାଳୟଠାରେ ବହୁ ଅଙ୍ଗନବାଡ଼ି କର୍ମୀ ଶେଷ ଦର୍ଶନ କରିଥିଲେ । ଏହା ପରେ ତାଙ୍କ କ୍ରିଦାଶପୁର ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ବିଧି ଅନୁସାରେ ସମସ୍ତ କାର୍ଯ୍ୟ କରାଯିବା ସହ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ । ବହୁ ଲୋକଙ୍କ ସହ ଶବ ଶୋଭାଯାତ୍ରା କରାଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କର ଏକ ମାତ୍ର…
Read More