ନୂଆଗାଁ କପ୍-୨୦୨୬, ଦ୍ଵିତୀୟ ଲିଗ୍ ମ୍ୟାଚରେ ନୂଆଗାଁ ଦଳ ବିଜୟୀ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦରମହକୁମା ନୂଆଗାଁ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ନୂଆଗାଁ କପ୍ ୨୦୨୬ର ଦ୍ଵିତୀୟ ଲିଗ୍ ମ୍ୟାଚରେ ଆୟୋଜକ ଏଫ୍ ଇ ସି ସି ନୂଆଗାଁ ଦଳ ବିଜୟ ଲାଭ କରିଛି । ଅନୁଷ୍ଠିତ ମ୍ୟାଚରେ କୋରଡ଼ା ଦଳ ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୦ ଓଭରରେ କୋରଡ଼ା ଦଳ ୬ଗୋଟି ୱିକେଟ ହରାଇ ୭୫ରନ ସଂଗ୍ରହ କରିଥିଲା । ଏହାର ଜବାବରେ ନୂଆଗାଁ ଦଳ ମାତ୍ର ୬.୪ ଓଭରରେ ମାତ୍ର ତିନି ଗୋଟି ୱିକେଟ ହରାଇ ୭୭ରନ ସଂଗ୍ରହ କରି ବିଜୟ ଲାଭ କରିଛି । ମ୍ୟାଚରେ ଦମଦାର ବୋଲିଂ କରିଥିବା ନୂଆଗାଁ ଦଳର ଅଧିନାୟକ ସିପୁନ କୁମାର ସ୍ୱାଇଁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ମ୍ୟାଚକୁ ଦୁଇ ଅଭିଜ୍ଞ…

Read More

ପଞ୍ଚଭୂତରେ ଲୀନ ହେଲେ ବୃଦ୍ଧାଶ୍ରମର ସୁକାନ୍ତି ମାଉସୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଅବସ୍ଥିତ ସମର୍ପଣ ବୃଦ୍ଧାଶ୍ରମର‌ ଜଣେ ଅନ୍ତେବାସୀ ସୁକାନ୍ତି ମାଉସୀଙ୍କର ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ। ତାଙ୍କ ଭାଇ ଓ ପୁତୁରା ଅନ୍ତିମ ସଂସ୍କାର ପାଇଁ ମନା କରିବା ପରେ ସମର୍ପଣ ସଂପାଦକ ଶ୍ରୀଧର ସାହୁ ଦେବଦୂତ ଅନୁଷ୍ଠାନକୁ ଯୋଗାଯୋଗ କରିଥିଲେ ।  ଦେବଦୂତ ଅନୁଷ୍ଠାନର ବିଶିଷ୍ଟ ସମାଜସେବୀ ଉମା ମହାପାତ୍ର, ପ୍ରଭୁଦତ୍ତ ପ୍ରଧାନ ଏବଂ ଦେବଦୂତର  ସଦସ୍ୟ ସାଥିମାନଙ୍କ ସହାୟତାରେ  ନୟାଗଡ଼ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ସମର୍ପଣ ତରଫରୁ କାର୍ଯ୍ୟକାରି ସଭାପତି ଅରୁଣ ମହାନ୍ତି, ସଂପାଦକ ଶ୍ରୀଧର ସାହୁ, ପରିଚାଳନା କମିଟି ସଦସ୍ୟ ସନ୍ତୋଷ ନାୟକ ଓ ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅନ୍ତିମ ସଂସ୍କାର କାର୍ଯ୍ୟରେ ଉପସ୍ଥିତ ଥିଲେ। ବୃଦ୍ଧାଶ୍ରମ ମ୍ୟାନେଜର ସୀତାରାମ ଏବଂ କେୟାର ଟେକର ଜିତୁ ଅନ୍ତିମ…

Read More

​ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ଯଥାଶୀଘ୍ର ଶେଷ କରିବାକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଏହି ବିଶେଷ ଅନୁରୋଧ ପତ୍ର ପ୍ରେରଣ କରାଯାଇଛି।ସୂଚନାଯୋଗ୍ୟ ଯେ, ଦଶପଲ୍ଲା ବ୍ଲକ୍‌ ଟାକେରା ପଞ୍ଚାୟତର ମଞ୍ଜରୀ ଗ୍ରାମ ନିକଟରେ ବହୁ ପ୍ରତିଷ୍ଠିତ ବୃତ୍ତଙ୍ଗ ନଦୀ ଉପରେ ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ପ୍ରାୟ ୧୬୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ବୃହତ ପ୍ରକଳ୍ପଟି ବର୍ତ୍ତମାନ କ୍ୟାବିନେଟ୍‌ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ୨୩,୩୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୧୦ ମେଗାୱାଟ୍‌ ବିଦ୍ୟୁତ ଶକ୍ତି…

Read More

୨୦୩୬- ମୋ ସ୍ବପ୍ନର ନୟାଗଡ଼ ଜିଲ୍ଲା- ବୌଦ୍ଧିକ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କର୍ମଶାଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ ସଭାପତି ବସିରନ୍ ବିବିଙ୍କ ସଭାପତିତ୍ବରେ ଉପରୋକ୍ତ ବିଷୟକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଅନୁଷ୍ଠାନର ଉପ ସଭାପତି ଅରୁଣ କୁମାର ମହାନ୍ତି ସ୍ବାଗତ ଭାଷଣ ରଖିଥିଲେ। ଆଲୋଚକ ଭାବେ ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାର କେନ୍ଦ୍ରୀୟ ସଂପାଦକ ପ୍ରଶାନ୍ତ କୁମାର ସାହୁ – ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ସହିତ ଜିଲ୍ଲା ପର୍ଯ୍ୟଟନ, ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମାର ମଲିକ୍- ଶିକ୍ଷା, ପ୍ରଶାନ୍ତ କୁମାର ହଜାରୀ-…

Read More