ଓଡ଼ିଆ ପକ୍ଷ ଅବରସରରେ ସ୍ବେଛାକୃତ ରକ୍ତଦାନ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଓଡ଼ିଆ ପକ୍ଷ(ଏପ୍ରିଲ ୧ ରୁ ୧୪ )ପର୍ବ ପାଳନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଅଭିଯାନ ନୟାଗଡ଼ ରକ୍ତ ଭଣ୍ଡାର ତରଫରୁ ଦୁଇଟି ସ୍ଥାନରେ ସ୍ବେଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ ଭଲ୍ୟୁଣ୍ଟିୟର  ଫୋରମ, ନୟାଗଡ଼ ଏବଂ ଜିଲ୍ଲା ‌ସ୍ୱାସ୍ଥ୍ୟ ବିଭାଗ ମିଳିତ ସହଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏବଂ ଗଣିଆର ଏସ.ଏସ.ଆର.ଏନ. ଜୀଉ ମହାବିଦ୍ୟାଳୟ, ଆଡ଼କଟା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନୀଳିମା ଲାକ୍ରା, ଏ.ଡି.ଏମ.ଓ ଡ଼ଃ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,ଡେପୁଟି କଲେକ୍ଟର ତପତି…

Read More

ଅନୁଗୁଳ-ନୟାଗଡ଼ ଟାଉନ ରେଳପଥ ନିର୍ମାଣ  ଆରମ୍ଭ ରେଳମନ୍ତ୍ରୀଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁଗୁଳ-ନୟାଗଡ଼ ଟାଉନ ଭାୟା ନରସିଂହପୁର, କଣ୍ଟିଲୋ, ଖଣ୍ଡପଡା ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ ପାଇଁ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଆଜି ପ୍ରଦାନ କରାଯାଇଛି। ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆବାହକ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ ତାଳଚେର-ଗୋପାଳପୁର ରେଳପଥର ଏକ ଅଂଶ ସ୍ୱରୂପ ଅନୁଗୁଳ ଠାରୁ ଏକ ରେଳପଥ ଭାୟା ନରସିଂହପୁର, କଣ୍ଟିଲୋ ଏବଂ ଖଣ୍ଡପଡା ଦେଇ ନୟାଗଡ଼ ଟାଉନକୁ ସଂଯୋଗ ହେବ। ଏହାପରେ ଖୋର୍ଦ୍ଧା ଟାଉନ-କାଇପଦର ମଧ୍ୟରେ ଏକ ସଂଯୋଗକାରୀ ସିଧା ରେଳପଥ (କର୍ଡ଼ ଲାଇନ) ଦ୍ୱାରା ସଂଯୋଗ ହେଲେ ସିଧାସଳଖ ତାଳଚେରରୁ ଗୋପାଳପୁର ମଧ୍ୟରେ ରେଳ ସଂଯୋଗ…

Read More

ମଞ୍ଚାୟନ ନାଟକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଞ୍ଚାୟନ ତରଫରୁ ଆସନ୍ତା ମଇ ୯ ଓ ୧୦ ତାରିଖରେ ନାଟକ ଉତ୍ସବ ଅନୁଷ୍ଠିତ ହେବ। ମଇ ୯ ତାରିଖରେ ପବିତ୍ର କୁମାର ମହାନ୍ତି ଙ୍କ ନିର୍ଦ୍ଦେଶିତ ଭୁବନେଶ୍ୱରର ବାଗଦେବୀ ଲିଟରେଚର ଟ୍ରଷ୍ଟ ର ନାଟକ ” ଓଡ଼ଶ” ଏବଂ ୧୦ ତାରିଖରେ ଶରତ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ନିର୍ଦ୍ଦେଶିତ ରାଗେଶ୍ରୀ ନିଳୟମ୍ ର ନାଟକ ” ଜଉଘର” ପରିବେଷଣ କରାଯିବ । ଏହି ନାଟକ ଉତ୍ସବ ରେ ନୟାଗଡ଼ ଜିଲ୍ଲା ର ପ୍ରତିଭାବାନ୍ ନାଟ୍ୟ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଙ୍କୁ ସମ୍ମାନିତ କରାଯିବା ପାଇଁ ଅନୁଷ୍ଠାନ ତରଫରୁ ନିଷ୍ପତ୍ତି ନିଆଯାଇଛି। ପ୍ରତେକ ଦିନ ନାଟକ ଶେଷରେ ଉପସ୍ଥିତ ଦର୍ଶକ ନାଟକ ଆଧାରିତ ପ୍ରଶ୍ନ ନାଟକର ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ପଚାରିପାରିବେ। ଶ୍ରେଷ୍ଠ ଦର୍ଶକୀୟ ମତାମତ…

Read More