ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ପିଏମଶ୍ରୀ ନାରାୟଣ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ-୨୦୨୫-୨୬ ବିଦ୍ୟାଳୟ ପରିସରରେ ସୋମବାର ମହା ସମାରୋହରେ ପାଳିତ ହୋଇଯାଇଅଛି । ପ୍ରଥମ ଅଧିବେଶନରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଚଳିତ ବର୍ଷ ଏହି ଉତ୍ସବ ଛାତ୍ର ଛାତ୍ରୀଙ୍କ ଶିକ୍ଷା, କ୍ରୀଡା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଦିଗରେ ପିଏମ ଶ୍ରୀ ବିଦ୍ୟାଳୟ ବେଶ ସହାୟକ ହେବ ବୋଲି ମୁଖ୍ୟ ଅତିଥି କହିଥିଲେ। ମୁଖ୍ୟବକ୍ତା ଭାବେ ଶରଣକୁଳ ଜୋନର ଜିଲ୍ଲାପରିଷଦ ସଭ୍ୟା ଚିନ୍ମୟୀ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ପଞ୍ଚସଖା ସେତୁ ସଂଗଠନ ସଭାପତି ବିକ୍ରମ କୁମାର ଦାଶ, ଜିଲ୍ଲା…
Read MoreMonth: April 2026
ନୟାଗଡ଼ରେ ପୋଷ୍ଟାଲ ଲିଙ୍କ ଫେଲ ପାଇଁ ୭ ଦିନବ୍ୟାପି ଜିଲ୍ଲାରେ ଡାକସେବା ପ୍ରଭାବିତ : କଂଗ୍ରେସ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜିକୁ ଦୀର୍ଘ ୭ ଦିନ ହେଲାଣି ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକଘର ଅଚଳ ହୋଇପଡିଛି। ଲିଙ୍କ ଫେଲ ବୋର୍ଡ ଲଗାଇ ପୋଷ୍ଟାଲ ଅଧିକ୍ଷକଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ବେହାଲ। କାମ ନଥିବାରୁ ମୋବାଇଲରେ ରିଲସ ଦେଖିବାରେ ବ୍ୟସ୍ତ ଅଛନ୍ତି। ଇଣ୍ଟରନେଟ ସ୍ୱାଭାବିକ କରିବା ପାଇଁ ବିଭାଗୀୟ କର୍ତୃପକ୍ଷଙ୍କ ତତ୍ପରତା ନଥିବା ତଥା ସେମାନେ ତାଙ୍କର ଦାୟିତ୍ୱବୋଧ ଭୁଲିଯାଇ ଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଅଭିଯୋଗ କରିଛନ୍ତି। ମୋଦି ସରକାର ଡିଜିଟାଲ ଇଣ୍ଡିଆ ସ୍ଲୋଗାନ ଦେଇ ଆସୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ ଇଣ୍ଟରନେଟ ଫେଲ ସୁଧାର ଆଣିବା ପାଇଁ ବୈଷୟିକ ଜ୍ଞାନକୌଶଳ ଅଭିଜ୍ଞ ଯନ୍ତ୍ରୀ ନିଯୁକ୍ତ ହୋଇ ପାରୁ ନାହାଁନ୍ତି। ଲିଙ୍କଫେଲ ଜନିତ ଜିଲ୍ଲାରେ ଡାକସେବା ବାଧାପ୍ରାପ୍ତ ପାଇଁ ଗତ ୭ ଦିନ ଧରି ନା ଚିଠି ସ୍ପିଡ଼ପୋଷ୍ଟ…
Read Moreନୟାଗଡ଼ କ୍ଲବ୍ ପକ୍ଷରୁ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ସଙ୍ଗୀତ ଜଗତର ଅପ୍ରତିଦ୍ୱନ୍ଦ୍ୱୀ ସମ୍ରାଜ୍ଞୀ, ପଦ୍ମ ବିଭୂଷଣ ଆଶା ଭୋସଲେଙ୍କ ବିୟୋଗରେ ସମଗ୍ର ସଂଗୀତ ଦୁନିଆରେ ଶୋକର ଛାୟା ଖେଳି ଯାଇଛି । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିବା ପରେ, ଆଜି ସ୍ଥାନୀୟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ନୟାଗଡ଼ କ୍ଲବ୍ ପକ୍ଷରୁ ଏକ ଗଭୀର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଭାପତି ଶ୍ରୀ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ଆଶାଜୀଙ୍କ ୮ ଦଶନ୍ଧିର ସଙ୍ଗୀତ ଯାତ୍ରା ଏବଂ ତାଙ୍କର ଯାଦୁକରୀ କଣ୍ଠର ସ୍ମୃତି ଚାରଣ କରିଥିଲେ। କ୍ଲବ୍ ସମ୍ପାଦକ ଶ୍ରୀଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ସଭାରେ ବରିଷ୍ଠ ସଦସ୍ୟ ପ୍ରକାଶ ଷଡ଼ଙ୍ଗୀ, ବାସୁଦେବ ସାହୁ, ପ୍ରବୀର ପୃଷ୍ଟି, ଲକ୍ଷ୍ମୀ ନାରାୟଣ ରଥ ଏବଂ ଧିରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖଙ୍କ ସହ…
Read Moreନୟାଗଡ଼ରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତାଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସହର ସ୍ଥିତ ଷ୍ଟାଡିଅମ ଠାରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତା -୨୦୨୬, ନୟାଗଡ ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ଆଥଲେଟିକ ଆସୋସିଏସନ୍ ସୌଜନ୍ୟରୁ ଜିଲ୍ଲାପାଳ ମଧୁମିତା ରଥଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଅଶେଷ କୁମାର ଦାଶ, ଜିଲ୍ଲା କ୍ରୀଡା ସଂସଦର ଉପସଭାପତି ଭବାନୀ ଶଙ୍କର ଦାସ, ବିନାୟକ ପ୍ରସାଦ ରାଓ, ସଭ୍ୟ ସୁରେନ୍ଦ୍ର କୁମାର ସେଠୀ, ପ୍ରଶାନ୍ତ କୁମାର ଦାସ ଖେଳ ଶିକ୍ଷକ ସନ୍ନ୍ୟାସୀ ପ୍ରଧାନ, ବିରଞ୍ଚି ନାରାୟଣ ବେହେରା, ଉମାକାନ୍ତ ମିଶ୍ର,…
Read Moreଓଡ଼ିଆ ପକ୍ଷ ପାଳନ, କବିତା ପାଠ ଓ ଆଲୋଚନା
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ପକ୍ଷ ଅବସରରେ ଆଜି ଆଲୋଚନା ଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ଯୋଗ ଦେଇଥିଲେ। ଆଜି ଗୋବିନ୍ଦ ଚନ୍ଦ୍ର ଶୁରଦେଓ ଜୟନ୍ତୀ ଅବସରରେ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ଅଣଆଲୋଚିତ ବରପୁତ୍ରଙ୍କ ବିଷୟରେ ଆଲୋଚନା କରିବା ଆବଶ୍ୟକ ବୋଲି କହିଥିଲେ। ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନମାନେ ଏହି ମାଟିକୁ ସାରା ବିଶ୍ୱରେ ପରିଚିତ କରାଇଛନ୍ତି ବୋଲି କହିଥିଲେ। ଜିଲ୍ଲାପାଳ…
Read Moreଜୟନ୍ତୀ ଅବସରରେ ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର, ବହୁମୁଖୀ ପ୍ରତିଭା,ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୪୨ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ, ନୟାଗଡ଼ ଏବଂ ‘ମୈତ୍ରୀ ଯୁବ ସଂସଦ’ର ମିଳିତ ଆନୁକୁଲ୍ୟରେ ଆଜି ପ୍ରତ୍ୟୁଷରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯିବା ସହିତ ସ୍ବର୍ଗତ ନାଟ୍ୟରଥିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସ୍ୱର୍ଗତ ଗୋବିନ୍ଦ ଶୂରଦେଓ ନାଟକ ରଚନା ସହିତ ଚିତ୍ରସଜ୍ଜା, ମଞ୍ଚସଜ୍ଜା, ନାଟ୍ୟ ନିର୍ଦ୍ଦେଶନା, ଗୀତିକାର, ସଙ୍ଗୀତ ସଂଯୋଜନା, କଣ୍ଠଦାନ, ଅଭିନୟ ତଥା ଅଭିନେତା ମାନଙ୍କର ବେଶସଜ୍ଜା ଆଦି ନାଟକର ବିଭିନ୍ନ ବିଭାଗରେ ବିଚକ୍ଷଣ ଭାବେ ସଫଳ ହୋଇ ସୃଷ୍ଟି କରିଥିଲେ କିମ୍ବଦନ୍ତୀ ।…
Read Moreନୟାଗଡ଼ରେ ମା ବାଟମଙ୍ଗଳାଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ବାରମାସୀ ଦଣ୍ଡା ନିକଟରେ, ମୁନିସିପାଲିଟିର ୧୧ ନମ୍ବର ୱାର୍ଡରେ ନିର୍ମିତ ନୂତନ ମଙ୍ଗଳା ମନ୍ଦିର ରେ ସକାଳ ୯ ଘଟିକା ସମୟରେ ପଣ୍ଡିତମାନଙ୍କ ଦ୍ୱାରା ପୂଜା ପାଠ ଓ ହୋମଯଜ୍ଞ ଆରମ୍ଭ ହୋଇଥିଲା। ଏହା ସହିତ ନାମ କୀର୍ତ୍ତନ ର ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଯାଇଥିଲା। ହୋମ ଯଜ୍ଞରେ କର୍ତ୍ତା ଭାବେ ଗୋପୀନାଥ ମହାନ୍ତି ଓ ନରସିଂହ ପୃଷ୍ଟି ବସିଥିଲେ। ଏହି ଉତ୍ସବଟି ୱାର୍ଡ କାଉନସିଲର ଅକ୍ଷୟ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବହୁ ଆଡମ୍ବରରେ ପାଳନ କରାଯାଇଥିଲା। ବାରମାସୀ ଦଣ୍ଡା ଅଞ୍ଚଳରେ ପୂର୍ବରୁ କୌଣସି ମନ୍ଦିର ନଥିବାରୁ ଏହି ମନ୍ଦିର ନିର୍ମାଣ ନେଇ ଅଞ୍ଚଳବାସୀମାନେ ବହୁତ ଖୁସି ବ୍ୟକ୍ତ କରିଛନ୍ତି।ଉତ୍ସବରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ,…
Read Moreନୟାଗଡ଼ ଛେନାପୋଡ଼କୁ GI Tag ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୁରୀ ସାଂସଦ ସମ୍ବିତ ପାତ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ): ଛେନାପୋଡ଼ ଦିବସ ଅବସରରେ ନୟାଗଡ଼ର ଗର୍ବ ଓ ଗୌରବ ‘ଛେନାପୋଡ଼’ ପାଇଁ ଏକ ଶୁଭ ସୂଚନା ମିଳିଛି। ବିଶ୍ୱ ପ୍ରସିଦ୍ଧ ଏହି ମିଠାକୁ GI (Geographical Indication) ଟ୍ୟାଗ୍ ମାନ୍ୟତା ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, ମାନ୍ୟବର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସାଂସଦଙ୍କ ଦାବିକୁ ଗମ୍ଭୀରତାର ସହ ଗ୍ରହଣ କରି ମାନ୍ୟବର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନୟାଗଡ଼ ଛେନାପୋଡ଼ାକୁ GI ଟ୍ୟାଗ୍ ମାନ୍ୟତା ପ୍ରଦାନ ଦିଗରେ ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ନିଆଯିବ। ଏନେଇ ଆସନ୍ତା ମେ ମାସ ୨୮ ଓ ୨୯ତାରିଖରେ ଏକ ବୈଠକ ବସିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମସ୍ତ ଓଡ଼ିଶାବାସୀଙ୍କୁ ‘ଛେନାପୋଡ଼ ଦିବସ’ର ଆନ୍ତରିକ ଶୁଭେଚ୍ଛା…
Read Moreଦଳିତ ବିରୋଧି ମନ୍ତବ୍ୟ ପ୍ରତିବାଦରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ନୟାଗଡ଼ ଡିସିସି ପକ୍ଷରୁ କଂଗ୍ରେସ ସଭାପତି ତଥା ଦେଶର ପ୍ରମୁଖ ଦଳିତ ନେତା ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ପ୍ରତି ଅଶାଳୀନ, ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ଆସାମ ବିଜେପି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମାଙ୍କ କୁଶପୁତ୍ତଳିକା ନୟାଗଡ଼ କୋର୍ଟ ଛକରେ ଦାହ କରାଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଡିସିସି ଉପସଭାପତି ଫକୀର ଚରଣ ମଲ୍ଲ,ସାଧାରଣ ସମ୍ପାଦକ ପୀତବାସ ଖୁଣ୍ଟିଆ,ନୟାଗଡ଼ ମୁନିସିପାଲିଟି କଂଗ୍ରେସ ସଭାପତି ରାଜକିଶୋର ଜେନା, ଡିସିସି ଦଳିତ କଂଗ୍ରେସ ସଭାପତି ଜିତେନ୍ଦ୍ର ଦଳେଇ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, କଂଗ୍ରେସ ନେତା ଦେବାଶିଷ ମହାପାତ୍ର, ଅନ୍ତର୍ଯ୍ୟାମୀ ସାହୁ,ସରlଫତ ଖାଁ,ଙ୍କ ସମେତ ବହୁ ଯୁବ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗ ଦେଇ…
Read Moreଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଓକିଲ ସଙ୍ଘ ସମ୍ମିଳନୀ କକ୍ଷ ଠାରେ ଧୂମଧାମରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇଛି l ନୟାଗଡ଼ ଜିଲ୍ଲା ଜଜ ଅଜନ୍ତା ଷଡ଼ଙ୍ଗୀ ନୟାଗଡ଼ ପ୍ରସିଦ୍ଧ ଛେନାପୋଡ଼ କାଟି ଛେନାପୋଡ଼ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ଅତିରିକ୍ତ ଜିଲ୍ଲାଜଜ ରୀଜା ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ମୃତିସ୍ନିଗ୍ଧା ଦାଶ, ସବଜଜ ଏଲଆର ରବି ନାରାୟଣ ବେହେରା, ରେଜିଷ୍ଟ୍ରାର ସୋନାଲି ସରିତା, ଏସଡ଼ିଜେଏମ ସମାପିକା ସମଦର୍ଶିନୀ, ସିଡିଓ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ଏସ୍ଡ଼ିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଛେନାପୋଡ଼ କାଟି ଖୁସି ମୁହୂର୍ତ୍ତରେ ସାମିଲ ହୋଇଥିଲେ। ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ ନୟାଗଡ଼…
Read More