ନୟାଗଡ଼,(ନୟାଗଡ଼ ଦର୍ପଣ): ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତ୍ୱରିତ ସମାଧାନ ଲକ୍ଷ୍ୟରେ ଆଜି ନୟାଗଡ଼ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ମଧୁମିତା ରଥ ଏବଂ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଏଥିସହିତ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗଦେଇଥିଲେ।ଶିବିରରେ ମୋଟ ୧୨୮ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୪୪ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ସୂଚନା ମିଳିଛି। ଅଭିଯୋଗର ବିବରଣୀ: – ବ୍ୟକ୍ତିଗତ ଅଭିଯୋଗ – ୧୦୨ଟି– ଗ୍ରାମ ସମସ୍ୟା – ୦୮ଟି–…
Read MoreYear: 2026
ନଭେମ୍ବର ୧୫ ରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ ପ୍ରତିଯୋଗିତା
ନୟାଗଡ, (ନୟାଗଡ଼ ଦର୍ପଣ): ସୃଜନିକା, ନୟାଗଡ଼ ତରଫରୁ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଆସନ୍ତା ନଭେମ୍ବର ୧୫ ତାରିଖ ରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି। ଏହି ଅବସର ରେ ପରିଷଦ ତରଫରୁ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା । ସୃଜନିକା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଉପସଭାପତି ନିଳୀମା ନନ୍ଦ, ଟ୍ରଷ୍ଟି ପ୍ରତାପ କୁମାର ସାହୁ, ଦେବେନ୍ଦ୍ର କୁମାର ପରମଗୁରୁ ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚନାର ନିଷ୍ପତ୍ତି କ୍ରମେ ୮ ବର୍ଷ ରୁ ୧୮ ବର୍ଷ ପର୍ଯ୍ୟନ୍ତ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିପାରିବେ । ନୃତ୍ୟଶିଳ୍ପୀମାନେ ସମସ୍ତ ପ୍ରକାର ନୃତ୍ୟ ପରିବେଷଣ କରିପାରିବେ । ଏବଂ ଏହାର ସମୟସୀମା ୩ ମିନିଟ ରଖାଯାଇଛି । ଏହି…
Read Moreନୟାଗଡ଼ ବ୍ଲକସ୍ତରୀୟ ‘ସୁରଭି’ ଉତ୍ସବ ଅନୁଷ୍ଠିତ: ପ୍ରତିଭା ପ୍ରଦର୍ଶନ କଲେ ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ସ୍ତରରୁ ପିଲାମାନଙ୍କ ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ‘ଶିଶୁ ପ୍ରତିଭା ଉତ୍ସବ-ସୁରଭି’ କାର୍ଯ୍ୟକ୍ରମ ସୋମବାର ଦିନ ନୟାଗଡ଼ ବ୍ଳକ ଅନ୍ତର୍ଗତ ସିନ୍ଦୁରିଆ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଆନନ୍ଦୋଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ବ୍ଲକ ଶିକ୍ଷାଧିକାରିଣୀ ମୁନରାଣୀ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ,ପଞ୍ଚସଖା ଶିକ୍ଷାସେତୁ ସଭାପତି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ମଞ୍ଚାସୀନ…
Read Moreଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନ କର୍ମକର୍ତ୍ତା ଚୟନ ଓ ବନ୍ଧୁମିଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ପୂର୍ତ୍ତ ଡାକ ବଙ୍ଗଳା ପରିସରରେ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଏବଂ ଖଣ୍ଡପଡ଼ା ଓ ଭାପୁର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ପ୍ରାକ୍ତନ ସଭାପତି ତଥା ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ସଭାପତି ଚିତ୍ତରଞ୍ଜନ ମିଶ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର କୁମାର ଦାସ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଭାପୁର ପେସାଦାର ସାମ୍ବାଦିକ ସଂଘ ସଭାପତି ଶୁଭେନ୍ଦ୍ର କୁମାର ପଟ୍ଟନାୟକ, ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନ ଉପଦେଷ୍ଟା ଆଇନଜୀବୀ ବିକ୍ରମ କେଶରୀ ଦେଓ ପ୍ରମୁଖ ଅତିଥି…
Read Moreୟୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷାମେଳା – ୨୦୨୬
୨୧୪ ଜଣ ଛାତ୍ରଛାତ୍ରୀଙ୍କ ଜ୍ଞାନ, ପ୍ରତିଭା ଓ ସୃଜନଶୀଳତାର ନିଆରା ପ୍ରଦର୍ଶନ ନୟାଗଡ଼, (ନୟାଗଡ଼ ଦର୍ପଣ): ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନୁହେଁ, ବରଂ ଜ୍ଞାନକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ହିଁ ପ୍ରକୃତ ଶିକ୍ଷା। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁନିଟେକ ପବ୍ଲିକ ସ୍କୁଲ ପରିସରରେ ଏକ ଶିକ୍ଷା ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଡାଇରେକ୍ଟର ଶ୍ରୀଯୁକ୍ତ ପ୍ରବୀର କୁମାର ପୃଷ୍ଟି ଓ ଅଧ୍ୟକ୍ଷା ଶ୍ରୀମତୀ ରୋଜାଲିନ ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଏହି ଶିକ୍ଷା ମେଳାକୁ ଶୁଭ ଉଦ୍ଘାଟନ କରିଥିଲେ। ଏହି ଅଭିନବ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର କନିଷ୍ଠ ଓ ବରିଷ୍ଠ ବର୍ଗର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଜ୍ଞାନ, ଗଣିତ, ଇଂରାଜୀ, ସଂସ୍କୃତ, ହିନ୍ଦୀ, ଓଡ଼ିଆ ଓ ସାମାଜିକ…
Read Moreବାତ୍ୟା ଗଲା ପରେ —-
ଡ . ଅରୁଣ କୁମାର ସାହୁ ପତ୍ର ମାନେ ଧୀରେ ଧୀରେ ହଲିବାକୁ ଲାଗିଲେ, ପତ୍ର ଆଉ ଡାଳ ମାନେ ଯେତେବେଳେ ଧୀରେ ଧୀରେ ଦୋହଲନ୍ତି ପବନର ତାଳେ ତାଳେ-ଆନନ୍ଦିତ ହୁଏ ପରିବେଶ । ଗଛମାନେ ଖୁସି ହୁଅନ୍ତି …..। ମନ୍ଥର ଗତି- ଚଇତାଳି ପବନର ଧାରଣା ସୃଷ୍ଟି କରେ … । ସ୍ଵାଭାବିକ ଆନନ୍ଦ ମିଳେ..।ପବନର ଗତି ବଢ଼ିଲା- ଡାଳ ମାନେ ନଇଁ ପଡ଼ି ଉପରକୁ ଉଠି ଦୋଳି ଖେଳିବା ଭଳି ଲାଗିଲେ – । କିଛି କ୍ଷଣ ପୂର୍ବରୁ ପବନର ଲହରି ବାତ୍ୟାର ଆଶଙ୍କାରେ ରୂପାନ୍ତରିତ ହେଲା । ଦୋଳି ଉପରକୁ ଉଡ଼ିଲେ ଯେମିତି ଛାତିରେ ଛାନିଆ ପଶେ…. ଠିକ୍ ସେମିତି ବେଳକୁ ବେଳ ଗତି ବଢ଼ିଲା … ଦୁର୍ବଳ ପତ୍ରମାନେ କର ଛଡ଼ା ଦେଇ ଆକାଶରେ ଉଡ଼ିବାରେ ଲାଗିଲେ । ଦଲକାଏ ଜୋର…
Read Moreପୁଣି କଠୋର ହେଲା ନୟାଗଡ଼ ପୌର ପରିଷଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ସହରରେ ବୁଲା ଗାଈଗୋରୁଙ୍କ ଉତ୍ପାତ ଓ ଟ୍ରାଫିକ୍ ସମସ୍ୟାକୁ ନେଇ ଶେଷରେ କଠୋର ହୋଇଛି ନୟାଗଡ଼ ପୌର ପରିଷଦ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର ରାତିରେ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ସହରର ବିଭିନ୍ନ ସ୍ଥାନରୁ ୨୦ଟି ବୁଲା ଗାଈଗୋରୁଙ୍କୁ ଧରି ମିନି ଟ୍ରକ୍ ଯୋଗେ ଖଣ୍ଡପଡ଼ାସ୍ଥିତ ଗୋଶାଳାକୁ ପଠାଯାଇଛି।ଶନିବାର ରାତି ୧୨ଟାରୁ ଏନଫୋର୍ସମେଣ୍ଟ ଟିମ୍ର ସହଯୋଗରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ପୌର ପରିଷଦ ପକ୍ଷରୁ କୁହାଯାଇଛି ଯେ, କିଛି ଗୋପାଳକ ଜାଣିଶୁଣି ନିଜ ଗାଈଗୋରୁଙ୍କୁ ରାସ୍ତାକୁ ଛାଡ଼ି ଦେଉଥିବାରୁ ସହରରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏପରିକି ବୁଲା ଗାଈଗୋରୁଙ୍କ ଯୋଗୁଁ ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ହାନି ହେବାର…
Read Moreଡିସେମ୍ବର ୧୨ରୁ ଆରମ୍ଭ ହେବ ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ
ଚାରିଦିନିଆ ମହାଯଜ୍ଞର ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ନୟାଗଡ଼,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକର ପ୍ରସିଦ୍ଧ ମଣିଭଦ୍ରା ପାହାଡ଼ ପାଦଦେଶରେ ଆସନ୍ତା ଡିସେମ୍ବର ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାରିଦିନ ବ୍ୟାପୀ ଆୟୋଜିତ ହେବାକୁ ଯାଉଛି ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ-୨୦୨୬। ଏହି ମହାଯଜ୍ଞକୁ ଶୃଙ୍ଖଳିତ, ଭବ୍ୟ ଓ ସଫଳତାର ସହ ଆୟୋଜନ କରିବା ନିମନ୍ତେ ଶନିବାର ଅପରାହ୍ନ ୪ଟାରେ ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁ ଉପସ୍ଥିତ ଅଧିକାରୀ ଓ ଟ୍ରଷ୍ଟି ସଦସ୍ୟମାନଙ୍କୁ ସ୍ୱାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ପୂର୍ବବର୍ଷର ବୈଠକ ବିବରଣୀ ପାଠ କରିଥିଲେ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ମହାଯଜ୍ଞକୁ କିପରି ଅଧିକ…
Read Moreନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଜାତୀୟ ଏକତା ଦିବସ ପାଳିତ
ଏକତା ଦୌଡ଼, ଶପଥ ପାଠ ଓ ଆକର୍ଷଣୀୟ ପ୍ୟାରେଡ୍ ମାଧ୍ୟମରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ଲୌହମାନବ ତଥା ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ ତାରିଖକୁ ଜାତୀୟ ଏକତା ଦିବସ ଭାବେ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି ଅବସରରେ ଦିନତମାମ ଏକତା ଦୌଡ଼, ଶପଥ ପାଠ, ପୋଲିସ ପ୍ୟାରେଡ୍ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଜାତୀୟ ସଂହତି ଓ ଦେଶପ୍ରେମର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ସକାଳ ୭ଟାରେ ପୋଲିସ ଟ୍ରେନିଂ ସ୍କୁଲ (ପିଟିଏସ୍)ଠାରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (ଡିପିଓ) ପର୍ଯ୍ୟନ୍ତ ‘ରନ୍ ଫର୍ ୟୁନିଟି’ ବା ଏକତା ଦୌଡ଼ ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ଜିଲ୍ଲାପାଲଳ ମଧୁମିତା ରଥ, ଏସ୍ପି…
Read Moreନୟାଗଡ଼ ପୌର ପରିଷଦରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ, ସାମୂହିକ ଶପଥ ପାଠ କଲେ ପୌର ପରିଷଦ କର୍ମଚାରୀ
ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ପୌର ପରିଷଦ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ପୌର ପରିଷଦର ପୁରୁଣା ସମ୍ମିଳନୀ ଗୃହରେ ସାମୂହିକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ପ୍ରଥମ ଗୃହମନ୍ତ୍ରୀ, ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଇଥାଏ। ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ଅକ୍ଷୁଣ୍ଣ ରଖିବା ସହ ରାଷ୍ଟ୍ର ପ୍ରତି ନିଜକୁ ସମର୍ପିତ କରିବା ନିମନ୍ତେ ପୌର ପରିଷଦର କର୍ମଚାରୀମାନେ ସାମୂହିକ ଶପଥ ଗ୍ରହଣ କରିଥିଲେ। ପୌର ପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଏକତା ଦିବସର ଶପଥ ପାଠ କରାଇଥିଲେ। ଦେଶର ବିଭିନ୍ନ ଦେଶୀୟ ରାଜ୍ୟକୁ ଭାରତ ସହ ମିଶ୍ରଣ କରି ଏକ ଅଖଣ୍ଡ ଭାରତ ଗଠନ କରିବାରେ…
Read More