ସ୍ଵାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଦାସ ଆଉ ନାହାନ୍ତି

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡଗାଁର ଜଣାଶୁଣା ସ୍ଵାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କର ୧୦୧ବର୍ଷ ବୟସରେ ତାଙ୍କର ବାସଭବନରେ ତା୧୪, ଶୁକ୍ରବାର ରାତିରେ ଦେହାନ୍ତ ହୋଇଯାଇଛି। ୧୯୪୨ମସିହା ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇ ସ୍ଵର୍ଗତ ଦାସ ପ୍ରଜାମଣ୍ଡଳ ଆନ୍ଦୋଳନରେ ବାନରସେନା ଦଳରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସ୍ଵାଧୀନୋତ୍ତର କାଳରେ ସେ ଜଣେ ସ୍ଵାଧିନଚେତା ନାଗରିକ ଭାବରେ ଅନ୍ୟାୟ ଦୁର୍ନୀତି ବିରୋଧରେ ନିର୍ଭୀକ ମତପୋଷଣ କରିବାରେ ବେଶ୍ ଜନାଦୃତ ଥିଲେ। ଓଡ଼ଗାଁ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ତାଙ୍କର ସକ୍ରିୟ ଯୋଗଦାନ ରହିଥିଲା । ତାଙ୍କର ମୃତ୍ୟୁ ସମୟରେ ତାଙ୍କର ପୁତ୍ର ଡଃ ବେଣୁଧର ଦାସଙ୍କ ସହିତ ଅନ୍ୟାନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ। ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Read More

ନୟାଗଡ଼ରେ ଭାରତବନ୍ଦ

ନୟାଗଡ଼, (ନୟାଗଡ଼ ଦର୍ପଣ ): ଶ୍ରମକୋଡ ଉଚ୍ଛେଦ କରି ପୂର୍ବ ଶ୍ରମ ଆଇନକୁ ଲାଗୁକରିବା, ସର୍ବନିମ୍ନ ମଜୁରୀ ମାସିକ ୨୬ହଜାର ଟଙ୍କା ଧାର୍ଯ୍ୟ କରିବା, ସ୍କିମ ଶ୍ରମିକଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ଜନବିରୋଧୀ ବିଦ୍ୟୁତ ବିଲ୍ ଓ ବିହନ ବିଲ୍ ରଦ୍ଦ କରିବା, ଚାଷୀଫସଲର ଲାଭଜନକ ଦର, ରାଷ୍ଟ୍ରାୟତ ଉଦ୍ୟୋଗର ସୁରକ୍ଷା ଇତ୍ୟାଦି ଦାବି ଉପରେ କେନ୍ଦ୍ରୀୟ ଟ୍ରେଡୟୁନିଅନ ସମୁହ, ସ୍ବାଧୀନ ଫେଡେରେସନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଙ୍କ ଦ୍ଵାରା ଆହୂତ ସର୍ବଭାରତୀୟ ସାଧାରଣ ଧର୍ମଘଟ ନୟାଗଡ଼ରେ ସଫଳତାର ସହ ପାଳିତ ହୋଇଯାଇଛି। ସିଆଇଟିୟୁ, ଏଆଇଟିୟୁସି, ଆଇଏନଟିୟୁସି, ସିସିଟିୟୁ, ଶ୍ରମିକ ୟୁନିଅନର ମିଳିତ ମଞ୍ଚ, କୃଷକ ସଭାର ଶହଶହ ସତ୍ୟାଗ୍ରହୀ ନୟାଗଡ଼ ମୁଖ୍ୟ ଛକରେ ଧାରଣା ଦେବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବିଭିନ୍ନ ଅଫିସ୍, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି…

Read More

ନୟାଗଡ଼ ଟାଉନ ରେଳ ଷ୍ଟେସନ, ସୋକପିଟ ଭାଙ୍ଗି ମଇଳା ପାଣି ରାସ୍ତାରେ, ପରିବେଶ ଦୁର୍ଗନ୍ଧମୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ନୟାଗଡ଼ ଟାଉନ ରେଳ ଷ୍ଟେସନ। କେତେବେଳେ ଷ୍ଟ୍ରିଟ ଆଲୁଅ ଜଳୁନି ତ କେତେବେଳେ ଅଳିଆ ଆବର୍ଜନା ପଡ଼ି ପରିବେଶ ପ୍ରଦୂଷିତ ହେଉଛି। ବର୍ତ୍ତମାନ ରେଳ ଷ୍ଟେସନରେ ଥିବା ବିଭିନ୍ନ ପାଇଖାନା ଟାଙ୍କି ଗୁଡ଼ିକର ସୋକପିଟ ଗୁଡ଼ିକ ଫାଟି ସେଥିରୁ ବାହାରୁ ଥିବା ମଇଳା ପାଣି ଚାରିଆଡେ ମାଡ଼ୁଥିବା ଯୋଗୁଁ ଏହାର ଦୁର୍ଗନ୍ଧରେ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେଉଛି। ବିଶେଷ କରି ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ତଥା ବାଇକ ଷ୍ଟାଣ୍ଡ ନିକଟରେ ଏହି ମଇଳା ପାଣି ଜମା ହୋଇ ରହିବା ଫଳରେ ଏହି ପାର୍ଶ୍ଵ ଦେଇ ଯାତାୟାତ କରୁଥିବା ଯାତ୍ରୀମାନେ ଅଶ୍ୱସ୍ତିକର ପରିବେଶର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ମଇଳା ପାଣିର ଦୁର୍ଗନ୍ଧ ଯୋଗୁଁ ସମଗ୍ର ଷ୍ଟେସନ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହିତ ବାୟୁ ମଣ୍ଡଳ…

Read More

ଆତ୍ମସୁରକ୍ଷା ଶିବିର ଉଦଯାପନୀ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପ୍ରାୟୋଜିତ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ନିମନ୍ତେ ଛଅ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ଶିବିର ଉଦଯାପନୀ ଉତ୍ସବ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡକ୍ଟର ଜ୍ୟୋତି ରଞ୍ଜନ ସାମନ୍ତରାୟ ଯୋଗ ଦେଇ ଛାତ୍ରୀମାନଙ୍କୁ ଦୃଢ଼ମନା ହେବା ସଙ୍ଗେ ସଙ୍ଗେ ଆପଦକାଳୀନ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ବିଭିନ୍ନ କୌଶଳ ବିଷୟରେ ଜ୍ଞାନ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ରୀନାବାଳା ଘଡ଼େଇ ବିବରଣୀ ପାଠ କରିଥିଲେ। ପ୍ରଶିକ୍ଷଣରେ ଭାଗନେଇଥିବା ଛାତ୍ରୀଙ୍କ ମଧ୍ୟରୁ ଦୁଇଜଣ ତୁଳସୀ ବିଶ୍ବାଳ ଓ ଶୁଭଶ୍ରୀ ମହାନ୍ତି ନିଜର ପ୍ରଶିକ୍ଷଣ ସମୟର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପୂର୍ବବର୍ଷରେ ପ୍ରଶିକ୍ଷଣ ନେଇଥିବା…

Read More

ରାଜ୍ୟରେ ଅସୁରକ୍ଷିତ ନାରୀ, ଚାଷୀକୂଳକୁ ବରବାଦ କରିଦେଲାଣି ବେଜେପି ସରକାର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ନେତା ବେଣୁଧର ପ୍ରଧାନ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ପ୍ରମୂଖ ସାମିଲ ହୋଇଥିଲେ । ନୟାଗଡ଼ ଖେଳପଡ଼ିଆଠାରେ ଏକ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ…

Read More

ଚର୍ଚ୍ଚାରେ ନୟାଗଡ଼ ସଦର ଥାନାର ଲେଡି ପୋଲିସ ଅଫିସର ପ୍ରିୟତମା ପ୍ରଧାନ

କ୍ଲବକୁ ଗୋଦାମ କରିଥିଲା କମଳ ସାହୁ, ୩ ଶହ ବସ୍ତା ଗୁଟଖା ଜବତ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଚାଲିଥିବା ଗୁଟଖା ଚଢ଼ାଉରେ ସଦରଥାନା ପୁଲିସକୁ ଆଜି ପୁଣି ଏକ ବଡ଼ ସଫଳତା ମିଳିଛି । ଜେଲରେ ରହିଥିବା ଅଭିଯୁକ୍ତ କମଳ ସାହୁର ଏକ ଗୋଦାମ ଉପରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଜବତ କରିଛି । ଖୁଣ୍ଟୁବନ୍ଧ ମଙ୍ଗଳା ମନ୍ଦିର ପାଖରେ ରହିଥିବା ସ୍ୱପ୍ନେଶ୍ୱର କ୍ଲବ ଘର ଭିତରେ ଏହି ଗୁଟଖା ମହଜୁଦ ରହିଥିବା ନେଇ ପୁଲିସ ଖବର ପାଇଥିଲା । ସଦରଥାନା ଅଧିକାରୀ ପ୍ରିୟତମା ବେହେରା ସଦଳବଳେ ଚଢ଼ାଉ କରିଥିଲେ । ଉକ୍ତ କ୍ଲବ ଘରେ ଦୁଇଟି ତାଲା ପଡ଼ିଥିଲା । ଝରକା ଫାଙ୍କାରେ ଗୁଟଖା ରହିଥିବା ସ୍ପଷ୍ଟ ହେବା ପରେ ପୁଲିସ ମାଜିଷ୍ଟେଡ୍‌ଙ୍କୁ…

Read More

ମଞ୍ଚସ୍ଥ ହେଲା ସଂସ୍କାରଧର୍ମୀ ନାଟକ “ନିଜ ନିଜର ଆକାଶ”

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ତୃତୀୟ ନାଟକ ଉତ୍ସବରେ ମଞ୍ଚସ୍ଥ ହୋଇ ଯାଇଛି କୈଳାସ ଓଝାଙ୍କ ସଂସ୍କାରଧର୍ମୀ ନାଟକ ‘ନିଜ ନିଜର ଆକାଶ’। ନାଟକର କାହାଣୀରେ ନିଜର ଏକମାତ୍ର ପୁଅ ସୋମେଶର ଭବିଷ୍ୟତ ଗଢ଼ିବା ପାଇଁ ଧାର କରଜ କରି ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିବା ବାସୁଦେବ ଅବସର ଗ୍ରହଣ ପରେ ଆର୍ଥିକ ଅନାଟନର ସମ୍ମୁଖୀନ ହେଉଥିଲା ବେଳେ ବିଦେଶରେ ରହୁଥିବା ସୋମେଶ କିଭଳି ଭାବରେ ବାପା ମାଆଙ୍କୁ ଭୁଲି ଯାଇଥିଲା ତାହାକୁ ନାଟକରେ ପ୍ରଦର୍ଶିତ କରାଯାଇଥିଲା। ଏଭଳି ଏକ ବଳିଷ୍ଠ କାହାଣୀ  ଏବଂ କଳାକାର ମାନଙ୍କ ନିଖୁଣ ଅଭିନୟ ଉପସ୍ଥିତ ଦର୍ଶକ ମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାବାବେଗରେ ବାନ୍ଧି ରଖିଥିଲା। ନାଟ୍ୟକାର କୈଳାସ ଚନ୍ଦ୍ର ଓଝାଙ୍କ ରଚିତ,  ପ୍ରଶାନ୍ତ କୁମାର…

Read More

କମଳର କଳା ସାମ୍ରାଜ୍ୟ, ଜିଲ୍ଲା ଓ ଜିଲ୍ଲା ବାହାରେ ଚାଲିଥିଲା ବେନାମୀ କାରବାର ପୋଲିସ ଦେଲା ସୂଚନା

ପୋଲିସ ହାତରେ ଲାଗିଛି କମଳର କଳା ଚିଠା। ଗୁଟଖା, ଖଇନି, ଜର୍ଦ୍ଦା ବେପାରର କିଙ୍ଗଫିନ୍ ହେଉଛି କମଳ ସାହୁ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଗୁଟଖା ମାଫିଆ କମଳ ସାହୁ ଉପରେ ପୁଲିସ ପ୍ରଭାବ ବେଶ ଭାରି ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଚାଲିଥିବା ଗୁଟଖା ଚଢ଼ାଉରେ ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଜେଲରେ ରହିଥିବା ଅଭିଯୁକ୍ତ କମଳ ସାହୁର ୩ଟି ଗୁଟଖା ବୋଝେଇ ଗାଡ଼ିକୁ ପୁଲିସ ଜବତ କରିଛି । ନୟାଗଡ଼ ସଦରଥାନା ପୁଲିସ ଖବର ପାଇ ଖୁଣ୍ଟୁବନ୍ଧ ଗ୍ରାମ ନାରାୟଣୀ ମନ୍ଦିର ନିକଟରୁ ଦୁଇଟି ପିକ୍ ଅପ୍ ଭ୍ୟାନ ଜବତ କରିଥିବା ବେଳେ ଏକ ଫାର୍ମ ହାଉସରୁ ଆଇଚର ଗାଡ଼ିକୁ ଜବତ କରିଛି । ଏହାକୁ ନେଇ ସଦରଥାନାରେ ପୁଣି ଏକ ମାମଲା ରୁଜୁ…

Read More

ମାର୍ଚ୍ଚ ୧୫ରୁ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ୧୫ରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବାକୁ ଯାଉଛି । ଏଥିରେ ଭୁବନେଶ୍ବର, ସମ୍ବଲପୁର,ବାରିପଦା, ବାଲେଶ୍ୱର ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନେ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ନାଟ୍ୟଧାରା ପକ୍ଷରୁ ସ୍ଥାନୀୟ ବୁଦ୍ଧ ମଣ୍ଡପ ଠାରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି। ପ୍ରତ୍ୟହ ସନ୍ଧ୍ୟା ୭ ଘ.୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ।…

Read More

ନୟାଗଡ଼ ପୋଲିସ ଦ୍ୱାରା ଆୟୋଜିତ “କଳିକା-୨” କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୋଲିସ ଦ୍ୱାରା ଆୟୋଜିତ ଛାତ୍ରଛାତ୍ରୀମାନଙ୍କ ସୃଜନାତ୍ମକ କାର୍ଯ୍ୟକ୍ରମ କଳିକା -୨ ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଷଷ୍ଠ ରୁ +୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଭାର ଉନ୍ମେଷ ଓ ବିକାଶ ଆଧାରିତ ଏହି କାର୍ଯ୍ୟକ୍ରମରେ ରଙ୍ଗୋଲି, କୁଇଜ, ସାଧାରଣ ଜ୍ଞାନ, ମୂକାଭିନୟ, ଲୋକ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସାମାଜିକ ସଚେତନତା ପାଇଁ ଫାୟାର ଫାଇଟିଂ , ସ୍ନେକ ହେଲ୍ପଲାଇନ୍, ଫାଷ୍ଟ ଏଡ୍ ଏବଂ ସେଲ୍ଫ ଡିଫେନ୍ସ ସହ ମ୍ୟାଜିକ ସୋ ଆଦି ପ୍ରଦର୍ଶିତ ହୋଇଥିଲା। ନୟାଗଡ଼ର ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବା ବେଳେ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ…

Read More