ନୟାଗଡ଼, (ନୟାଗଡ଼ ଦର୍ପଣ): କବି ତଥା ଲେଖକ ଧିରେନ୍ଦ୍ର ପଟ୍ଟନାୟକଙ୍କ ନୂତନ ଗଳ୍ପ ସଂକଳନ “ଭିନ୍ନ ରଙ୍ଗ” ଆଜି ରୋଟାରୀ କ୍ଲବ, ନୟାଗଡ଼ରେ ଉନ୍ମୋଚିତ ହେଇଯାଇଛି। ଆଜିର ଏହି ପୁସ୍ତକ ଲୋକାର୍ପଣ ଉତ୍ସବକୁ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସାହିତ୍ୟିକା ବସିରନ୍ ବିବି, କଥାକାର ଅନିଲ ପଣ୍ଡା, କବି ରବିନ୍ଦ୍ର ମହାପାତ୍ର, କବି ମଣିମାଳା ପାଣିଗ୍ରାହୀ, ସମାଜସେବୀ ଶ୍ରୀଧର ସାହୁ, ରୋଟାରିଆନ ଅବିନାଶ ସାହୁ, ରୋଟାରିଆନ ସନ୍ତୋଷ ନାୟକ, ସାମ୍ବାଦିକ ବିଶ୍ବଜିତ ନାୟକ, ସୁଶାନ୍ତ ପାଇକରାୟ, ପ୍ରଦୀପ ବରାଡ଼, କାଜଲ ଡାକୁଆ, ସୌମ୍ୟରଞ୍ଜନ ରଥ, ସୁଜିତ୍ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଭିନ୍ନ ରଙ୍ଗରେ ମାନବୀୟ ଭାବନା, ଦୈନିକ ଜୀବନ ଓ ସରଳ ଶୈଳୀରେ ଲେଖାଯାଇଥିବା ଗଳ୍ପଗୁଡ଼ିକୁ ସ୍ୱାଗତ…
Read MoreDay: November 16, 2025
ନୟାଗଡ଼ ଶିକ୍ଷକ ଭବନରେ ସିଆଇଟିୟୁର ଜିଲ୍ଲା ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଶ୍ରମିକଙ୍କ ନ୍ୟାୟସଙ୍ଗତ ଦାବି ନେଇ ବ୍ୟାପକ ଓ ଶକ୍ତିଶାଳୀ ଟ୍ରେଡ୍ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆଜି ନୟାଗଡ଼ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ସିଟୁ ଜିଲ୍ଲା ସମ୍ମିଳନୀରେ ଶ୍ରମିକ ମୁଖିଆମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଶ୍ରମିକ ଶ୍ରେଣୀର ସ୍ଵାର୍ଥ ଲାଗି ପାଚିକା ସହାୟିକା, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ପ୍ରଭୃତି ସ୍କିମ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରି ନିଯୁକ୍ତିକୁ ସ୍ଥାୟୀ କରିବା, ସର୍ବନିମ୍ନ ମାସିକ ବେତନ ୨୬ହଜାର ଟଙ୍କା ଓ ଅବସର ଭତ୍ତା ୧୦ହଜାର ଟଙ୍କା କରିବା, ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରି ପୂର୍ବପରି ଶ୍ରମ ଆଇନକୁ କାର୍ଯ୍ୟକାରୀ କରିବା ଉପରେ ଦୃଢ଼ ଆନ୍ଦୋଳନ ଗଢ଼ି ତୋଳିବାକୁ ସମ୍ମିଳନୀ ନିଷ୍ପତ୍ତି ଗ୍ରହଣ କରିଛି। ସମ୍ମିଳନୀର ପ୍ରାରମ୍ଭରେ ବରିଷ୍ଠ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ର ଲାଲ୍ ପତାକା…
Read Moreଭଏସ୍ ଅଫ୍ ନୟାଗଡ଼ ସିଜିନ-୬ ର ପ୍ରଥମ ପର୍ଯ୍ଯାୟ ଅଡିସନ୍
ସେମିଫାଇନାଲକୁ ଉନ୍ନୀତ ହେଲେ ୨୧ ଯୁବ କଣ୍ଠଶିଳ୍ପୀ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ -୬ର ପ୍ରଥମ ପର୍ଯ୍ଯାୟ ଅଡିସନ୍ ନୟାଗଡ଼ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ପାଞ୍ଚବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର ପ୍ରଥମ ପର୍ଯ୍ଯାୟ ଅଡିସନ୍ କାର୍ଯ୍ୟକ୍ରମକୁ ନୟାଗଡ଼ କ୍ଳବ ସଭାପତି ଅଶୋକ କୁମାର ନାୟକ ଓ ଭଏସ୍ ଅଫ୍ ନୟାଗଡ଼ କାର୍ଯ୍ୟକ୍ରମର ଚେୟାରମ୍ୟାନ ତଥା ସମାଜସେବୀ ମିହିର ରଂଜନ ନାୟକ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିବାବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ନୟାଗଡ଼ କ୍ଳବ ସଂପାଦକ ଶ୍ରୀଧର ସାହୁ। ଭଏସ୍ ଅଫ୍ ନୟାଗଡ଼ କମିଟିର ନିର୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ,…
Read Moreନୀଳମାଧବ ମହାବିଦ୍ୟାଳୟରେ ଏବିଭିପି ତରଫରୁ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ
କଣ୍ଟିଲୋ, (ନୟାଗଡ଼ ଦର୍ପଣ): କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ତରଫରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ସହିତ ଜନଜାତି ଗୌରବ ଦିବସ ଉତ୍ସାହପୂର୍ଣ୍ଣ ପରିବେଶରେ ପାଳନ କରାଯାଇଛି। ଜନଜାତି ଗୌରବ ଦିବସ ଟିକୁ ଅଧିକ ସାର୍ଥକ କରିବା ପାଇଁ ମହାବିଦ୍ୟାଳୟ ପରିସରରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମାରେ ମାଲ୍ୟାର୍ପଣ କରି ସମ୍ମାନ ଜଣାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ଜନଜାତି ନାୟକ ବିର୍ସା ମୁଣ୍ଡାଙ୍କ ଜୀବନ, ତ୍ୟାଗ ଓ ସଂଗ୍ରାମ ସମ୍ବନ୍ଧରେ ଅବଗତ କରାଯାଇଥିଲା। ବକୃତା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ବିର୍ସା ମୁଣ୍ଡାଙ୍କ ଜନଜାତି ଅଧିକାର ପାଇଁ ହୋଇଥିବା ଆନ୍ଦୋଳନ, ତାଙ୍କର ଦେଶଭକ୍ତି ଓ ସମାଜ ସୁଧାର ଧାରଣା ବିଷୟରେ ଉତ୍ସାହିତ ଭାବରେ ମତ ପ୍ରକାଶ କରିଥିଲେ। ସାଧାରଣ ଜ୍ଞାନ…
Read More