ନୟାଗଡ଼ ସରସ୍ଵତୀ ବିଦ୍ୟାମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ):  ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାଆ ମାନଙ୍କର ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଗାୟତ୍ରୀ ପଟ୍ଟନାୟକ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଭାସିନୀ ବରାଡ ଯୋଗ ଦେଇଥିବାବେଳେ ନମିତା କୁମାରୀ ନାୟକ ଓ ସସ୍ମିତା ନାୟକ ମହୋଦୟା ସମ୍ମାନିତା ଅତିଥି ଭାବେ ଯୋଗଦେଇଥିଲେ। ଏଠାରେ ଅତିଥିମାନେ ପର୍ଯ୍ୟାବରଣ ଓ କୁଟୁମ୍ବ ପ୍ରବୋଧନରେ ମହିଳାଙ୍କ ଭୂମିକା, ପ୍ରେରଣାଦାୟୀ ମହିଳାଙ୍କ ବାର୍ତ୍ତା, ଭାରତ ବିକାଶରେ ମହିଳାଙ୍କ ଭୂମିକା ଆଦି ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ।ମୁଖ୍ୟଵକ୍ତା ଶ୍ରୀମତୀ ପଟ୍ଟନାୟକ ଭଗବାନଙ୍କର ଦଶ ଅବତାର ବିଷୟରେ ତଥ୍ୟ ଉପସ୍ଥାପନା କରିବା ସହିତ ପର୍ଯ୍ୟାବରଣ ସୁରକ୍ଷାରେ ପଞ୍ଚ ‘ଜ’ ଯେପରିକି ଜନ, ଜଳ, ଜମି, ଜୀବ, ଜଙ୍ଗଲ ଆଦି ବିଷୟରେ ନିଜର ମତ ଉପସ୍ଥାପନା କରିଥିଲେ। ତାଙ୍କ ପରେ…

Read More

ଗାୟତ୍ରୀ ପରିବାର ତରଫରୁ ନୟାଗଡ଼ ଜିଲ୍ଲା ପରିକ୍ରମା କରୁଥିବା ଜ୍ଯୋତି କଳସ ରଥଯାତ୍ରାର ସମାପନ ଉତ୍ସବ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ବିଶ୍ବ ଗାୟତ୍ରୀ ପରିବାର, ୧ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ନୟାଗଡ଼ ଜିଲ୍ଲାକୁ ଆସିଥିବା ଜ୍ଯୋତି କଳସ ରଥଯାତ୍ରାର ସମାପନ ଉତ୍ସବ ଓଡଗାଁ ରଙ୍ଗଣିପାଟଣା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଗତ ଅକ୍ଟୋବର ୧୬ ତାରିଖରେ ଏହି ଜ୍ଯୋତି କଳସ ରଥକୁ ନୟାଗଡ଼ ଜିଲ୍ଲା ତରଫରୁ ଚମ୍ପତିପୁର ଗ୍ରାମ ଠାରେ ସ୍ବାଗତ କରାଯିବା ପରେ ଶହେରୁ ଉର୍ଦ୍ଧ୍ବ ଗାୟତ୍ରୀ ପରିଜନ ମାନଙ୍କୁ ନେଇ ଏକ ବିଶାଳ ନିଶା ନିବାରଣ ଶୋଭାଯାତ୍ରା ସହିତ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ୧୭ ତାରିଖରେ ନୟାଗଡ଼ ବ୍ଳକ୍ ର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା। ୧୮ ତାରିଖରେ ନୂଆଗାଁ ଓ…

Read More

ଶ୍ୟାମାକାଳୀ ପୂଜା ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ବ୍ଲକ ଅନ୍ତର୍ଗତ ସଠିଆପଲ୍ଲୀ ଗ୍ରାମରେ ଆନନ୍ଦ ଉଦ୍ଦୀପନା ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଶ୍ୟାମାକାଳୀ ପୂଜା ଗୁରବାର ଉଦଯାପିତ ହୋଇ ଯାଇଛି। ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ସାମ୍ବାଦିକ ରଜତ ପଟ୍ଟନାୟକ, ସମାଜସେବୀ ରୋଟାରୀଆନ ପୂର୍ଣ୍ଣଚନ୍ଦ୍ର ସାହୁ, ସହକାରୀ ଶିକ୍ଷୟତ୍ରୀ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ମାତୃପୂଜା ତଥା ପୂଜ୍ୟପୂଜା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ବକ୍ତବ୍ୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂଜାକମିଟିର ସଭାପତି କାହ୍ନା ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷ, ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଖୁବ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Read More

ଗୋ ହତ୍ୟାକାରୀ ବିଜେପି ସରକାର ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ଟ୍ରାଫିକ ଛକ ଠାରେ ଗୋ ହତ୍ୟାକାରୀ ବିଜେପି ସରକାର ବିରୁଦ୍ଧରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସଭା ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନୀ ସଭାର ବଳକା ରନ୍ଧା ଖାଦ୍ୟ ଖାଇ ୨୦ରୁ ଉର୍ଦ୍ଧ୍ୱ ଗୋମାତାଙ୍କ ଅକାଳ ମୃତ୍ୟୁ ପାଇଁ ରାଜ୍ୟରେ ବିଜେପି ସରକାରକୁ ଦାୟୀ କରାଯାଇ ଗୋ-ହତ୍ୟାକାରୀ ବିଜେପି ସରକାର ବିରୁଦ୍ଧରେ କଂଗ୍ରେସ କାର୍ଯ୍ୟକର୍ତାମାନେ ନୟାଗଡ଼ ଟ୍ରାଫିକ ଛକ ଠାରେ ଦୁଇଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସଭାରେ ଅଂଶଗ୍ରହଣ କରି ବିଜେପି, ଆରଏଏସ,ବଜରଙ୍ଗ ଦଳ, ଗୋରକ୍ଷକ,ବିଶ୍ୱ ହିନ୍ଦୁ ପରିଷଦ ଯେଉଁମାନେ ହିନ୍ଦୁ ସନାତନୀ ଧର୍ମର ଠିକାଦାର ବୋଲାଉଛନ୍ତି ସେମାନେ ନୂଆପଡା ଗୋହତ୍ୟା ପ୍ରସଙ୍ଗରେ କାହିଁକି ଚୁପ ବୋଲି କଂଗ୍ରେସ…

Read More

ଜିଲ୍ଲା ଉନ୍ନୟନ ସମନ୍ୱୟ ପର୍ଯ୍ୟାଲୋଚନା କମିଟି ବୈଠକ

‌ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷରେ ଥିବା ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ‌ଆଜିର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ହୋଇଥିଲା। ମାନ୍ୟବର ସାଂସଦ ପ୍ରାରମ୍ଭରେ ମେଗା ପାଇପ୍ ୱାଟର ସପ୍ଲାଏ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ‌ଉପରେ ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ବ୍ୟାଟେରୀ ଚାଳିତ ଗାଡି ଉପରେ କ୍ଲିଅରାନସ, ଅର୍ଥାତ୍ ଟେଣ୍ଡର ଡକାଯିବା, କ୍ରୟ କରାଯିବା ଉପରେ ଡିଟେଲ ହିସାବର ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍କିଲ ଟ୍ରେନିଂ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଯୋଜନା, ପ୍ରଧାନମନ୍ତ୍ରୀ କଉଶଳ ଶିକ୍ଷା ଯୋଜନା, ଜିଲ୍ଲା ଶିଳ୍ପ କେନ୍ଦ୍ର, ନୟାଗଡ,‌ ଵନ ବିଭାଗ…

Read More

ନୟାଗଡ଼ ଜିଲ୍ଲାର ବରିଷ୍ଠ ଅଭିନେତା ସଚ୍ଚି ପଣ୍ଡାଙ୍କ ବିୟୋଗରେ ଶୋକସଭା

ଗଣିଆ,(ନୟାଗଡ଼ ଦର୍ପଣ): ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଧାରାବାହିକ, ଭଜନରେ ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲେ ବରିଷ୍ଠ ଅଭିନେତା ସଚ୍ଚି ପଣ୍ଡା। ଚରିତ୍ର ଅଭିନୟରେ ନିଜର ପାରଦର୍ଶିତା ଦେଖାଇଥ‌ିବା ବ୍ୟକ୍ତି ଜଣକ ପ୍ରକୃତରେ ଜଣେ ଶାନ୍ତ, ସରଳ ହୃଦୟବାନ ମଣିଷ ରୂପେ ପରିଗଣିତ ଥିଲେ। ତାଙ୍କ ମୃତ୍ୟୁର ଗଣିଆରେ ଶୋକର ଛାୟା ଖେଳିଯାଇଛି। ଢୋଲମରା ବାସିନ୍ଦା ହୋଇଥିଲେ ମଧ୍ୟ ପାଠ ପଢା ଠାରୁ ଆରମ୍ଭ କରି କଳାକାର ଜୀବନ ସେ ଗଣିଆରେ ଅତିବାହିତ କରିଥିଲେ। ଗଣିଆର ପ୍ରତ୍ୟକ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡିତଥିଲେ। ତାଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ଅଭିନେତା ଗିରିଶ କୁମାର ମିଶ୍ର, ଗଣିଆ କଳାକାର ସଂଘର ଉପସଭାପତି ବିଜୟ କୁମାର ବେହେରା,…

Read More

ଅଣପଞ୍ଜିକୃତ ୱେବ ପୋର୍ଟାଲ ନାଁରେ ନୟାଗଡ଼ କଂଗ୍ରେସ ପକ୍ଷରୁ ଥାନାରେ ଏତଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ପ୍ରଦେଶ କଂଗ୍ରେସ ନିଷ୍ପତି ଅନୁସାରେ ଫୋକସ ପ୍ଲସ ୱେବ ପୋର୍ଟାଲ ଅଣପଞ୍ଜିକୃତ ନିୟୁଜ ସଂସ୍ଥା ର ମାଲିକ ଶୁଭ୍ରାଂଶୁ ଶେଖର ରାଉତ ଏବଂ ତାଙ୍କର ଅନ୍ୟ ଚାରିଜଣ ସହଯୋଗୀ ପ୍ରାୟୋଜିତ ଭାବେ ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ସାଗର ଦାସ ଏବଂ କଂଗ୍ରେସ ଦଳ ବିରୁଦ୍ଧରେ ମନ୍ଦ ଉଦ୍ଦେଶ୍ୟ ରଖି ନୂଆପଡା ଉପନିର୍ବାଚନ ପ୍ରଚାର ସମୟରେ ସାଧାରଣରେ କଂଗ୍ରେସ ଦଳ ଭାବମୂର୍ତ୍ତି ପ୍ରଭାବିତ କରିବା ପାଇଁ ବ୍ୟକ୍ତିଗତ କୁତ୍ସାରଟନା କରୁଥିବାରୁ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସାଇବର ଥାନାରେ ଏତଲା ଦିଆଯିବା ପରିପ୍ରେକ୍ଷୀରେ ନୟାଗଡ଼ ଡିସିସି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସନ୍ଧ୍ୟାରେ ଟାଉନ ଥାନା ଆଇଆଇସି ଶ୍ରୀ…

Read More

ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜୁନିଅରରେ ସ୍ୱୟଂପ୍ରକାଶ ଏବଂ ସିନିଅରରେ ଜିତେନ୍ଦ୍ର ଚମ୍ପିୟାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟ ତଥା କେସି କ୍ଳବର ପ୍ରତ୍ୟକ୍ଷ ସହଯୋଗରେ ଚାଲିଥିବା ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ-୨୦୨୫ ଉଦଯାପିତ ହୋଇଯାଇଛି। ଏଥିରେ ଜୁନିଅର ବିଭାଗରେ ସ୍ୱୟଂ ପ୍ରକାଶ ସାହୁ ସର୍ବାଧିକ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବା ବେଳେ ସିନିଅର ବିଭାଗରେ  ଜିତେନ୍ଦ୍ର କୁମାର ଦାସ ଚମ୍ପିୟାନ ହୋଇଛନ୍ତି। ଦୁଇଦିନିଆ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜୁନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୩୮ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ଏବଂ ସିନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୨ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ସର୍ବାଧିକ ପଏଣ୍ଟ ହାସଲ କରି ପୁରସ୍କୃତ ହୋଇଛନ୍ତି। ଜୁନିଅର ବିଭାଗରୁ କ୍ରମନ୍ୱୟରେ ସ୍ୱୟଂପ୍ରକାଶ ସାହୁ, ରାଜା ପ୍ରଧାନ, ଆୟୁଷ୍ମାନ ବେହେରା, ଐଶ୍ୱର୍ଯ୍ୟ ସ୍ୱାଇଁ…

Read More

ମଦ୍ୟପ ପୋଲିସ କର୍ମଚାରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲା କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଏସପିଙ୍କ ଢିଲା ପ୍ରଶାସନିକ ବ୍ୟବସ୍ଥା ପାଇଁ ଜିଲ୍ଲାରେ ପୋଲିସ କର୍ମଚାରୀ ମଦନିଶାରେ ମତୁଆଲା ହୋଇ ମୋଟର ସାଇକେଲ ଉପରେ ପଡିବା ତ ଆଉ କେହି ରାସ୍ତା ଉପରେ ପଡିରହୁ ଥିବାର ଦୃଶ୍ୟ ବାରମ୍ବାର ଘଟୁଥିବାରୁ ସାଧାରଣରେ ନିନ୍ଦିତ ହେବା ସହିତ ପୋଲିସ ଉପରୁ ସାଧାରଣ ଜନତାଙ୍କ ବିଶ୍ୱାସ ଏବଂ ଭରସାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଗଣମାଧ୍ୟମକୁ କହିଛନ୍ତି। ମଦ ନିଶାରେ ମତୁଆଲା ପୋଲିସ ଶୀର୍ଷକ ଖବର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲା କଂଗ୍ରେସ ଏହାକୁ ଗମ୍ଭୀରତା ସହ ନେଇଛି ଏବଂ ଏହି ଘଟଣାକ୍ରମ ପାଇଁ ନୟାଗଡ଼ ଏସପିଙ୍କୁ ଦାୟୀ କରି ତୁରନ୍ତ ରାଜ୍ୟ ଗୃହ ବିଭାଗୀୟ ଶାସନ ସଚିବ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ…

Read More

ଜିଲ୍ଲାସ୍ତରୀୟ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ଏନଏସି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ  ପ୍ରାଥମିକ ଶ୍ରେଣୀରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠାନ ସଭାପତି ସୁରେନ୍ଦ୍ର ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ମିଶନ ଭୁବନେଶ୍ୱରର ସ୍ୱାମୀ ସଦାନନ୍ଦ ସରସ୍ବତୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି କୃତିତ୍ୱ ହାସଲ କରିଥିବା କୌସ୍ତୁଭ ନାରାୟଣ ଦାଶ, ପ୍ରିତମ ପ୍ରିୟଦର୍ଶି ତ୍ରିପାଠୀ,ଶ୍ରୀମୟୀ ପ୍ରିୟଦର୍ଶିନୀ,ସାଇ ପ୍ରସାଦ ଦାଶ,ବିଶ୍ୱ ପ୍ରକାଶ ସାହୁ,ଦିବ୍ୟରଞ୍ଜନ ଦାଶ,ନୀଳମାଧଵ ପାଢ଼ୀ,ସତ୍ୟଜିତ ସାମନ୍ତରାୟ,ନାରାୟଣ ଦାଶ,ସ୍ୱାଗତ…

Read More