ନୟାଗଡ଼,(ନୟାଗଡ଼ ଦର୍ପଣ): ବିକାଶ କ୍ଷେତ୍ରରେ ଦେଶରେ ଦିନକୁ ଦିନ ସାଇନ୍ସ ଓ ଟେକ୍ନୋଲୋଜିର ଆବଶ୍ୟକତା ଯେତିକି ଗୁରୁତ୍ବ ବହନ କରୁନି ଅପରାଧିକ କାର୍ଯ୍ୟକଳାପରେ ଏହାକୁ ଅଧିକ ବ୍ୟବହାର କରାଯାଉଛି। ବିଶେଷକରି ନାନା ଉପାୟରେ ସାଇବର୍ କ୍ରାଇମ୍ ବୃଦ୍ଧି ପାଇ ଚାଲିଛି। ଡ଼ିଜିଟାଲ୍ ମାଧ୍ୟମ ଠାରୁ ଆରମ୍ଭ କରି ନିବେଶ ଓ ଟ୍ରେଡ଼ିଂ ଠକେଇ, ପାର୍ସଲ ଓ କଷ୍ଟମ୍ସ ଠକେଇ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ ବା ତତ୍କାଳ କ୍ରେଡ଼ିଟ୍ ଆପ୍, ନକଲି ପରିଚୟ ଏବଂ ଓଟିପି ଠକେଇ, ଚାକିରି ଓ ଘରୁ କାମ କରିବାର ଠକେଇ ସହ ଇ–କମର୍ସ ତଥା ଅଫର୍ ଠକେଇ ଭଳି ନାନା ଉପାୟ ଅବଲମ୍ବନ କରି ସାଇବର ଅପରାଧି ମାନେ ଠକେଇ କରୁଛନ୍ତି। ତେବେ ଏହି ସାଇବର ଅପରାଧିଙ୍କ ଠାରୁ ନିଜକୁ ଦୂରେଇ ରଖିବା ତଥା ତୃଣମୂଳ ସ୍ତରରେ ଏସମ୍ପର୍କରେ ସେଚତନତା କରିବା…
Read MoreMonth: October 2025
ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଯଥାକ୍ରମେ- ରଣପୁର ବ୍ଲକର ମଣିନାଗ ମନ୍ଦିର, ଭାପୁର ବ୍ଲକର ଫତେଗଡ଼ ସ୍ଥିତ ରାମ ମନ୍ଦିର, ଦଶପଲ୍ଲା ନିକଟସ୍ଥ କୁଆଁରିଆ ଡ୍ୟାମ, ଓଡ଼ଗାଁ ବ୍ଲକର ବରକନ୍ୟା ଝରଣା ଓ ଶିମିଳି ଝରଣା ଆଦି ଅଂଚଳକୁ ଆସନ୍ତା ୩୧.୧୦.୨୦୨୫ରିଖ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ନ ଯିବାକୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।
Read Moreଟାକରା ହାଇସ୍କୁଲର ଆଲୁମିନା କମିଟି ଗଠନ, ରେଜୁଲେସନ ଖାତାରେ କାଗଜ ଲେପମାରିଲେ ପ୍ରଧାନଶିକ୍ଷକ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟ (ଟାକରା )ର ନୂତନ ଆଲୁମିନା କମିଟି ଚୟନ ପକ୍ରିୟା ଆଜି ବିଦ୍ୟାଳୟ ପରିସରରେ ହୋଇସାରିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକେଶ ଦୁଗାଳ ୧୮. ୧୦. ୨୦୨୫ରେ ନୂତନ ଆଲୁମିନା କମିଟି ଗଠନ ପାଇଁ ଵିଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନଶିକ୍ଷକଙ୍କ ତତ୍ୱାବଧାନରେ ଟାକରା ହାଇସ୍କୁଲ ପରିସରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସର୍ବସମ୍ମତିକ୍ରମେ ନୂତନ କମିଟିର ଚେୟାରମ୍ୟାନ ଭାବେ ପ୍ରଦୀପ କୁମାର ସାହୁ, ଭାଇସ ଚେୟାରମ୍ୟାନ ରୂପେ ଜଗବନ୍ଧୁ ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିବାବେଳେ ସଭ୍ୟ ଭାବେ ସନ୍ତୋଷ କୁମାର ସାହୁ, ସୁଲୋଚନା ମଳିକ, ନୋଡାଲ ଶିକ୍ଷକ ନୀଳମଣି ନାୟକ ଏବଂ ୨ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ…
Read Moreରଣପୁରରେ ଓଡ଼ିଶା କୃଷକ ସଭାର ରାଜ୍ୟ ସମ୍ମିଳନୀ ରଉଦଯାପିତ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ରେ ଓଡ଼ିଶା କୃଷକ ସଭା ର ରାଜ୍ୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଅଖିଳ ଭାରତ କୃଷକ ସଭା ର ସାଧାରଣ ସମ୍ପାଦକ ବିଜୁ କ୍ରିଷ୍ଣନ ଉଦଯାପନୀ ବକ୍ତବ୍ୟ ରଖିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ତିନି ବର୍ଷର ସାଂଗଠନିକ ରିପୋର୍ଟ ଉପସ୍ଥାପିତ କରିଥିଲେ। ରିପୋର୍ଟ ଉପରେ ୨୯ଜଣ ପ୍ରତିନିଧି ଆଲୋଚନା କରିଥିଲେ। ଆଗାମୀ ସମ୍ମିଳନୀ ପର୍ଯ୍ୟନ୍ତ ଏକ ୫୧ ଜଣିଆ ରାଜ୍ୟ କୃଷକ କମିଟି ଏବଂ ୧୭ଜଣିଆ ରାଜ୍ୟ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ। ଶୀତାଶୁ ସେନାପତି, ରାଜ୍ୟ ସଭାପତି ଭାବେ ଜମେଶ୍ଵର ସାମନ୍ତରାୟ, ରାଜ୍ୟ ସାଧାରଣ ସମ୍ପାଦକ ଭାବେ, ରାଜ୍ୟ ଅର୍ଥ ସମ୍ପାଦକ ଭାବେ ଅଭିରାମ ବେହେରା, ରାଜ୍ୟ ଉପସଭାପତି ଭାବେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ହରିଶ୍ଚନ୍ଦ୍ର ମିଶ୍ର, ପି ହରିକୃଷ୍ଣ ରେଡ୍ଡୀ, ମୀନା ପ୍ରଧାନ, ଚନ୍ଦ୍ର ଶେଖର…
Read Moreଦଶପଲ୍ଲା ପୁଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବିକାଶ କ୍ଷେତ୍ରରେ ଦେଶରେ ଦିନକୁ ଦିନ ସାଇନ୍ସ ଓ ଟେକ୍ନୋଲୋଜିର ଆବଶ୍ୟକତା ଯେତିକି ଗୁରୁତ୍ବ ବହନ କରୁନି ଅପରାଧିକ କାର୍ଯ୍ୟକଳାପରେ ଏହାକୁ ଅଧିକ ବ୍ୟବହାର କରାଯାଉଛି। ବିଶେଷକରି ନାନା ଉପାୟରେ ସାଇବର୍ କ୍ରାଇମ୍ ବୃଦ୍ଧି ପାଇ ଚାଲିଛି। ଡ଼ିଜିଟାଲ୍ ମାଧ୍ୟମ ଠାରୁ ଆରମ୍ଭ କରି ନିବେଶ ଓ ଟ୍ରେଡ଼ିଂ ଠକେଇ, ପାର୍ସଲ ଓ କଷ୍ଟମ୍ସ ଠକେଇ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ ବା ତତ୍କାଳ କ୍ରେଡ଼ିଟ୍ ଆପ୍, ନକଲି ପରିଚୟ ଏବଂ ଓଟିପି ଠକେଇ, ଚାକିରି ଓ ଘରୁ କାମ କରିବାର ଠକେଇ ସହ ଇ–କମର୍ସ ତଥା ଅଫର୍ ଠକେଇ ଭଳି ନାନା ଉପାୟ ଅବଲମ୍ବନ କରି ସାଇବର ଅପରାଧି ମାନେ ଠକେଇ କରୁଛନ୍ତି। ତେବେ ଏହି ସାଇବର ଅପରାଧିଙ୍କ ଠାରୁ ନିଜକୁ ଦୂରେଇ ରଖିବା ତଥା ତୃଣମୂଳ ସ୍ତରରେ ଏସମ୍ପର୍କରେ ସେଚତନତା…
Read Moreଦୁର୍ନୀତି ନିବାରଣ ସପ୍ତାହ-୨୦୨୫ ପାଳନ ଉପଲକ୍ଷେ ଶପଥ ପାଠ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ୨୦୨୫ (ତା.୨୭.୧୦.୨୦୨୫ ରିଖ ଠାରୁ ତା.୦୨.୧୧.୨୦୨୫ରିଖ) ପାଳନ ଅବସରରେ ଆଜି ଦିବା ୧୧ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର ତପତୀ ରାଜ, ଡେପୁଟୀ କଲେକ୍ଟର ତରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମ ଜିଲ୍ଲା ତଥା ସମସ୍ତ ବ୍ଲକ ଅନ୍ତର୍ଗତ ବିଭାଗୀୟ କାର୍ଯ୍ୟାଳୟରେ ମଧ୍ଯ ଅନୁଷ୍ଠିତ ହୋଇଛି ।
Read Moreଭାପୁରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ
ଭାପୁର,(ନୟାଗଡ଼ ଦର୍ପଣ) : ଭାପୁର ବ୍ଲକରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୟାଗଡ଼ ଜିଲ୍ଲପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଜିଲ୍ଲାମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ, ଭାପୁର ବିଡ଼ିଓ, ତହସିଲଦାରଙ୍କ ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଅଭିଯୋଗ ପ୍ରକୋଷ୍ଟ୍ରରେ ମୋଟ ୬୮ଟି ଆପତ୍ତି ଅଭିଯୋଗ ଆସିଥିଲା। ସେଥି ମଧ୍ୟରେ ୬୧ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୩ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଓ ୪ଗୋଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଥିଲା, ରେଡ଼କ୍ରସ ସହାୟତା ପାଇଁ…
Read Moreରଣପୁର ଠାରେ କୃଷକ ସଭାର ୨୫ତମ ରାଜ୍ୟ ସମ୍ମିଳନୀର ଖୋଲା ଅଧିବେଶନ
ରଣପୁର,(ନୟାଗଡ଼ ଦର୍ପଣ): ଅଖିଳ ଭାରତ କିଷାନ ସଂଘ (AIKS)ର ସହବନ୍ଧିତ ଓଡ଼ିଶା ଶାଖା “ଓଡ଼ିଶା କୃଷକ ସଭା”ର ୨୫ତମ ରାଜ୍ୟ ସମ୍ମିଳନୀର ଖୋଲା ଅଧିବେଶନ ସାଥୀ ଜମ୍ବେଶ୍ଵର ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଥିବା ୧୨ ଘଟିକା ସମୟରେ କୃଷକ ମାନଙ୍କର ଏକ ଶୋଭାଯାତ୍ରା ରଣପୁର ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ବଜାର ପରିକ୍ରମା କରି ପଞ୍ଚୁଦୋଳ ପଡ଼ିଆରେ ଥିଵା ସହିଦ୍ ରଘୁ ଦିବାକରଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ର ଓ ରାଜ୍ୟ ନେତା ପୁଷ୍ପମାଲ୍ୟ ଦେଇଥିଲେ । ପଞ୍ଚୁଦୋଳ ପଡ଼ିଆ ରେ ଅନୁଷ୍ଠିତ ଖୋଲା ଅଧିବେଶନ ରେ ସଞ୍ଜୁକ୍ତ କିଷାନ ମୋର୍ଚ୍ଚା ର ସର୍ବ ଭାରତୀୟ ସଭାପତି ତଥା ପୂର୍ବତନ ସାଂସଦ ହାନାନ୍ ମୋଲ୍ଲା କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ। ମୋଦୀ ସରକାରର ନିର୍ବାଚନ ବେଳର ପ୍ରତିଶ୍ରୁତି ଆଜି ପ୍ରତାରଣାରେ…
Read Moreପରମ୍ପରାର ୩୦ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସାହିତ୍ୟ ଓ ସଂସ୍କୃତି ପରିଷଦର ୩୦ତମ ସ୍ଵନକ୍ଷତ୍ର ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ନୀଳମାଧବ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହାର ପ୍ରଥମ ଅଧିବେଶନରେ ବରିଷ୍ଠ ଶିଶୁ ସାହିତ୍ୟିକା ବସିରନ୍ ବିବି, ଡ଼. ଗୀତାଞ୍ଜଳି ମହାପାତ୍ର, ଗୀତିକାର ଗୋଦାବରୀଶ ମିଶ୍ର ଯୋଗଦେଇ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକ ସତ୍ କବି ସାଧନାରେ ନିର୍ଲିପ୍ତ ଥାନ୍ତି। ଏହି ଅଧିବେଶନରେ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ହରପ୍ରିୟା ଦ୍ଵିବେଦୀ ଓ ନୀଳମାଧବ ମିଶ୍ର । ଦ୍ଵିତୀୟ ଅଧିବେଶନରେ ଅତିଥି ଭାବେ ଉତ୍ତରାଞ୍ଚଳ ପୂର୍ବତନ ରାଜସ୍ବ କମିଶନର ନିରଞ୍ଜନ ସାହୁ ଓ ବରିଷ୍ଠ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଯୋଗଦେଇ କହିଥିଲେ ଯେ ବେଦ, ଉପନିଷଦ ରାମାୟଣ ଓ ମହାଭାରତ ଚାରିସ୍ତମ୍ଭ ଉପରେ ଆମ ସାହିତ୍ୟ ଗଠିତ ଓ ଗତିଶୀଳ। ଏହି ଅଧିବେଶନରେ କୈଳାସ…
Read Moreଇଟାମାଟି ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ,, ଇଟାମାଟି, ନୟାଗଡ଼, ଏବଂ ଓଡ଼ିଶାର ନମ୍ବର ୱାନ ପେନକ୍ଲିନିକ ହେଲଥ ଭିଲେଜ ହସ୍ପିଟାଲ, ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ସମାଜସେବୀ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଆଶୀର୍ବାଦ କଲ୍ୟାଣ ମଣ୍ଡପ ଇଟାମାଟି ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଅଛି । ଏଥିରେ ହେଲଥ ଭିଲେଜ ହସ୍ପିଟାଲ ଭୁବନେଶ୍ୱରର ସିନିୟର ପ୍ରଫେସର ଡାକ୍ତର ଶୋଭନ କୁମାର ରଥଙ୍କ ନେତୃତ୍ୱରେ ଅଭିଜ୍ଞ ଡାକ୍ତର ପ୍ରତାପ କୁମାର ସିଂ (ଭେଷଜ ବିଶେଷଜ୍ଞ), ଡାକ୍ତର ରାଘବ ଲୋଚନ( ଯନ୍ତ୍ରଣା ନିବାରଣ ବିଶେଷଜ୍ଞ) ଏବଂ ଡାକ୍ତର ରାମକୃଷ୍ଣ ପାତ୍ର (ଯନ୍ତ୍ରଣା ଓ ଭୌତିକ ନିବାରଣ ବିଶେଷଜ୍ଞ)ଙ୍କ ଦ୍ୱାରା ସକାଳ ୯ଘଟିକା ଠାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ଇଟାମାଟି ପଞ୍ଚାୟତ ସମେତ ପାଖାପାଖି ସାତ ଗୋଟି ପଞ୍ଚାୟତରୁ ଆଣ୍ଠୁ ଗଣ୍ଠି…
Read More