ଅସମ୍ପୁର୍ଣ୍ଣ ରାସ୍ତାକୁ ସମ୍ପୁର୍ଣ୍ଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି କଲେ ଗୁଡୁପାଙ୍ଗିବାସୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ବହୁଚର୍ଚ୍ଚିତ ବଳଭଦ୍ରପୁର – ଢ଼ିପାମାଳ ରାସ୍ତା ପ୍ରସଙ୍ଗରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ ଗୁଡୁପାଙ୍ଗି – ଢ଼ିପାମାଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ସଂଲଗ୍ନ ତିନିବାଙ୍କ ପଡିଆଠାରେ ଗୁଡୁପାଙ୍ଗି ମୌଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ନିନ୍ଦା କରିବାସହ ଅସମ୍ପୁର୍ଣ୍ଣ ରାସ୍ତାକୁ ସମ୍ପୁର୍ଣ୍ଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଥିଲେ। ସରକାରୀ ଅଧିକାରୀଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତବ୍ୟ ଗ୍ରାମ-ଗ୍ରାମ ମଧ୍ୟରେ ବିବାଦର କାରଣ ବୋଲି ଗ୍ରାମବାସୀମାନେ ମତବ୍ୟକ୍ତ କରିଥିଲେ। ଗୁଡୁପାଙ୍ଗି ସହିତ ୧୭ଖଣ୍ଡ ମୌଜା ରାସ୍ତା ବିବାଦର କୌଣସି ସମାଧାନର ସୂତ୍ର ଏ ପର୍ଯ୍ଯନ୍ତ ବାହାରିନଥିବା ବେଳେ ସରକାରଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସାଧାରଣରେ ଆଲୋଚନା ହେଉଛି। ପ୍ରକାଶ ଥାଉକି ୨୦୨୩ ମସିହାରେ ତତ୍କାଳୀନ…

Read More

ଓଡ଼ିଶା ଡ୍ରାଇଭର ମହାସଂଘର ସାତ ଦଫା ସମ୍ବଳିତ ଦାବିକୁ ନୟାଗଡ ଜିଲ୍ଲା କଂଗ୍ରେସ୍ କମିଟିର ସମର୍ଥନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୟାଗଡ ଠାରେ ଆନ୍ଦୋଳନକାରୀ ଡ୍ରାଇଭରମାନଙ୍କୁ ଅଖିଳ ଭାରତ କଂଗ୍ରେସ୍ କମିଟି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ନୟାଗଡ ଗସ୍ତ ସମୟରେ ଧାରଣ ସ୍ଥଳକୁ ଯାଇ ଆନ୍ଦୋଳନରତ ଗାଡ଼ିବଚାଳକ ମାନଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ୭ ଦଫା ସମ୍ବଳିତ ଦାବିପତ୍ରକୁ ସମର୍ଥନ କରିଥିଲେ। ସେମାନଙ୍କଠୁ ଦାବିପତ୍ର ଗ୍ରହଣ କରି ପ୍ରତିଶ୍ରୁତି ଦେଇଥିଲେ ଯେ ଆଗାମୀ ବିଧାନସଭା ସମୟରେ କଂଗ୍ରେସ ବିଧାୟକ ଦଳ ପକ୍ଷରୁ ବିଧାନସଭାରେ ଉପସ୍ଥାପନା କରିଯିବା। ଏହି ଆନ୍ଦୋଳନ ସ୍ଥଳରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ସାଧାରଣ ସମ୍ପାଦକ ୟାସିର ନୱାଜ୍, ନୟାଗଡ଼ ଜିଲ୍ଲା କଂଗ୍ରେସ୍ କମିଟି ସଭାପତି ସତ୍ୟବ୍ରତ ନାୟକ, ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ସଭପତି ରଞ୍ଜିତ ଦାସ,…

Read More

କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ, ସଂଯୁକ୍ତ କିସାନ ମୋର୍ଚ୍ଚା ଓ ସ୍ଵାଧୀନ ଫେଡରେଶନ ମାନଙ୍କର ମିଳିତ ଆହ୍ବାନ କ୍ରମେ ଦଶପଲ୍ଲାରେ ଧର୍ମଘଟ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ, ସଂଯୁକ୍ତ କିସାନ ମୋର୍ଚ୍ଚା ଓ ସ୍ଵାଧୀନ ଫେଡରେଶନ ମାନଙ୍କର ମିଳିତ ଆହ୍ବାନ କ୍ରମେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ପରିପ୍ରେଖିରେ ଆଜି ଦଶପଲ୍ଲାରେ ଶହ ଶହ କର୍ମୀ ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ବିଭିନ୍ନ ସ୍ଲୋଗାନ ମାନ ଦେବା ସହ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଶ୍ରମିକ ନେତା ବରିଷ୍ଠ ଆଇନଜୀବି ଶରତ ଚନ୍ଦ୍ର ବେହେରା, ଆଦିବାସୀ ନେତା ଶ୍ରୀନିବାସ ଜାନୀ, ମଧ୍ୟାହ୍ନ ଭୋଜନ ପାଚିକା ସଂଘ୍ ନୟାଗଡ଼ ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାଶ୍, ଯୁବନେତା ବିପିନ୍ କୁମାର ବାଜୁ, ସୁଶାନ୍ତ ନାୟକ, ଆଶାକର୍ମୀ ସଂଘର ଦଶପଲ୍ଲା ସମ୍ପାଦିକା ସସ୍ମିତା ପଟ୍ଟନାୟକ, କୃଷକ ନେତା ବ୍ରଜବନ୍ଧୁ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ ଓ କ୍ଷେତ ମଜଦୂର୍ ନେତା ବିରଞ୍ଚି ନାୟକ ପ୍ରମୁଖ ବକ୍ତବ୍ୟ…

Read More

ପିତୃ ମାତୃହୀନ ଶିଶୁଙ୍କ ସର୍ବେକ୍ଷଣ ପାଇଁ ତାଲିମ କର୍ମଶାଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିର୍ଦେଶ କ୍ରମେ ଜ଼ିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସଦଭାବନା ସଭାଗୃହରେ ଅତିରିକ୍ତ ଜ଼ିଲ୍ଲାପାଳ ରୋଜିନା ଦାସଙ୍କ ଅଧକ୍ଷତାରେ ଓ ଜ଼ିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଶିବିୟନ ପ୍ରଧାନଙ୍କ ତତ୍ୱାବଧାନରେ ପିତୃ ମାତୃ ହୀନ ଶିଶୁଙ୍କ ସର୍ବେକ୍ଷଣ ପାଇଁ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଚଳିତ ମାସରେ ଜ଼ିଲ୍ଲାର ପ୍ରତ୍ୟେକ ଗ୍ରାମରେ ପିତୃ ମାତୃ ହୀନ ତଥା ଏକକ ଅଭିଭାବକ ଥିବା ଶିଶୁଙ୍କ ଚି଼ହ୍ନଟକରଣ ପାଇଁ ସର୍ବେକ୍ଷଣ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ମାର୍ଗ ଦର୍ଶିକା ଅନୁଯାୟୀ ଜୁଲାଇ ୧୧ରୁ ୨୪ତାରିଖ ମଧ୍ୟରେ ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ଯାଇ ଏହି ସର୍ବେକ୍ଷଣ କାର୍ଯ୍ୟ କରିବେ। ଏହି ସର୍ବେକ୍ଷଣ ମାଧ୍ୟମରେ ଜ଼ିଲ୍ଲାର ପ୍ରତେକ ପିତୃ ମାତୃ ହୀନ ଓ ଏକକ ଅଭିଭାବକ…

Read More

ରୋଟାରୀ କ୍ଲବ ନୟାଗଡ଼ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ଚଷମା ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ମାଗଣା ଚଷମା ବଣ୍ଟନ କାର୍ଯ୍ୟକ୍ରମ ଓଡ଼ଗାଁ ବ୍ଲକ ଆରଡା ପଞ୍ଚାୟତର କେନ୍ଦୁପଲ୍ଲୀ ଗାଁ’ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟି ରୋଟାରୀ କ୍ଲବର ପୂର୍ବତନ ସଭାପତି ରୋଟାରିଆନ ଶ୍ରୀକାନ୍ତ ଖଟେଇଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁନିତା ସାହୁ ଓ କେନ୍ଦୁପଲ୍ଲୀ ଗାଁ’ର ସଭାପତି ରାଜକିଶୋର ନାୟକ ଓ ସଂପାଦକ ପ୍ରମୋଦ ପ୍ରଧାନ ଯୋଗଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରୋଗୀମାନଙ୍କୁ ଚଷମା ବଣ୍ଟନ କରିବା ସହ ସେମାନଙ୍କ ସହ ତାଙ୍କର ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏହି…

Read More

ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ବାର୍ଷିକ ସାଧାରଣ ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ବାର୍ଷିକ ସାଧାରଣ ସଭା ଆରସିଏମ୍‌ଏସ୍ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ପୁରେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସମବାୟ ସମିତି ମହାମଞ୍ଚ ସଭାପତି ଗୋଲଖ ପ୍ରସାଦ ମହାପାତ୍ର, ଅନ୍ୟତମ ଅତିଥି ଭାବେ ସଂଘର ଉପଦେଷ୍ଟା ପବିତ୍ର ମୋହନ ଦାସ, ଉପଦେଷ୍ଟା ସୈାଭାଗ୍ୟ ପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ୨୦୨୫ ମେ ୩୧ ତାରିଖ ସୁଦ୍ଧା ସମିତିରେ କାର୍ଯ୍ୟ କରୁଥିବା ସମସ୍ତ ବର୍ଗର କର୍ମଚାରୀ ତଥା ସମ୍ପାଦକ, ସହ ସମ୍ପାଦକ, କିରାଣୀ, ଡିଇଓ, ପିଅନଙ୍କୁ ସରକାରୀ କ୍ୟାଡର ଭୁକ୍ତ କରି ରାଜ୍ୟ ସରକାରଙ୍କ କର୍ମଚାରୀମାନେ ପାଉଥିବା ସମସ୍ତ ସୁବିଧା ସୁଯୋଗ ସହିତ ୭ମ ବେତନ କମିଶନ ପ୍ରଦାନ ବ୍ୟବସ୍ଥା କରିବା ପାଇଁ…

Read More

ଜିଲ୍ଲା କୋର୍ଟ କମ୍ପ୍ଲେକ୍ସରେ ୭୬ତମ ବନ ମହୋତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଓକିଲ ସଙ୍ଘ ପାର୍କିଙ୍ଗ ସ୍ଥାନରେ ଆଜି ଜିଲ୍ଲା ଓକିଲ ସଙ୍ଘ, ରୋଟାରୀ କ୍ଲବ ନୟାଗଡ ଏକ୍ସଏଲେନ୍ସୀ ଏବଂ ନୟାଗଡ କେସି କ୍ଲବର ମିଳିତ ଆନୁକୂଲ୍ୟରେ ୭୬ତମ ବନମହୋତ୍ସବକୁ ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ମହାରଣା ଆମ୍ରପଲ୍ଲୀ ଆମ୍ବ ଚାରା ରୋପଣ କରି ଉଦଘାଟନ କରିଥିଲେ। ଓକିଲ ସଙ୍ଘ ଉଦ୍ଧିଷ୍ଟ ପାର୍କିଂ ସ୍ଥାନରେ ଆୟୋଜିତ ଏହି ଚାରରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିବାର ଅଦାଲତ ଜଜ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଜଜ ରୀଜା ରାୟ, ସ୍ୱତନ୍ତ୍ର ପୋକ୍ସ ଜଜ ମାନସ ପଣ୍ଡା, ରେଜିଷ୍ଟ୍ରାର ସୋନାଲି ସରିତା, ଡିଏଲଏସଏ ସଚିବ ଅଞ୍ଜଳି ମଛଖଣ୍ଡ, ଡ଼ିଏଫଓ କ୍ଷମା ଷଡ଼ଙ୍ଗୀ, ଏସିଏଫ ସତ୍ୟଜିତ କର, ସିଡିଏମଓ ଡ଼. ସୁଶାନ୍ତ କୁମାର ଦାଶଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଜଜ, ଜିଲ୍ଲା ଓକିଲ ସଙ୍ଘ…

Read More

ନୟାଗଡ଼ରେ ଟ୍ରେଡୟୁନିଅନ ଧର୍ମଘଟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ଦାବିନେଇ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚର ଆହ୍ଵାନ କ୍ରମେ ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରି ନୟାଗଡ଼ ଜିଲ୍ଲା ସଦର ମହକୁମାରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ହରତାଳ ପାଳନ କରାଯାଇଛି। ଜୁଲାଇ ୦୯ର ଏହି ଆନ୍ଦୋଳନ ମୋଦି ସରକାରର ମନମାନି ତଥା ଶ୍ରମିକ -କୃଷକ ବିରୋଧୀ ପଦକ୍ଷେପ ବିରୋଧରେ ସାଧାରଣ ଜନତାର ଦୁର୍ବାର ରଣହୁଙ୍କାର ବୋଲି ବିକ୍ଷୋଭକାରୀ ଶ୍ରମିକ ନେତାମାନେ ମତବ୍ୟକ୍ତ କରିଥିଲେ। ନୟାଗଡ଼ର ପ୍ରମୁଖ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟରେ ସତ୍ୟାଗ୍ରହୀମାନେ ପିକେଟିଙ୍ଗ୍ କରି ବନ୍ଦ କରିଥିଲେ। ଶହଶହ ମଧ୍ୟାହ୍ନ ଭୋଜନ ପାଚିକା, ଆଶାକର୍ମୀ, ବିଦ୍ୟୁତ କର୍ମଚାରୀ, ନିର୍ମାଣ ଶ୍ରମିକ, କୃଷକ ନୟାଗଡ଼ ପୂର୍ତ୍ତ ଡ଼ାକବଙ୍ଗଳା ଠାରୁ ପଟୁଆରରେ ବାହାରି…

Read More

ନୟାଗଡ଼ରେ ନବ ନିର୍ମିତ ବାଇପାସ ରାସ୍ତାର ଉଭୟ ପାର୍ଶ୍ଵରେ ଲାଗିବ ଫଳ ଗଛ

ନୟାଗଡ଼, (ନୟାଗଡ଼ ଦର୍ପଣ): ବନମହୋତ୍ସବ ପରିପ୍ରେକ୍ଷୀରେ ନୟାଗଡ଼ ସହରରେ ନବନିର୍ମିତ ୧୭କିମି ବାଇପାସ ରାସ୍ତାର ଉଭୟ ପାର୍ଶ୍ଵରେ ଫଳ ଚାରାରୋପଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟନାୟକଙ୍କୁ ନୟାଗଡ଼ ସିଭିଲ ସୋସାଇଟି ଏକ ପ୍ରସ୍ତାବ ପତ୍ର ଦେଇଥିଲେ। ନୟାଗଡ଼ ସହରକୁ ସବୁଜ ବନାନୀରେ ପରିଣତ କରି ପ୍ରଦୂଷଣ ମୁକ୍ତ ସହରର ପ୍ରୟାସ ସ୍ୱରୂପ ଆବେଦନ ପତ୍ରର କିଛି ଘଣ୍ଟା ମଧ୍ୟରେ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବନଖଣ୍ଡ ଅଧିକାରିଣୀ ସମ୍ମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସାରା ଓଡ଼ିଶାରେ ଏକ ଉଦାହରଣ ସୃଷ୍ଟି କରିବାର ସମ୍ଭାବନା ଅଛି। ଏହି ସ୍ୱୀକୃତି ଓ ସହଯୋଗ ପାଇଁ ନୟାଗଡ଼ ସିଭିଲ ସୋସାଇଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ବନଖଣ୍ଡ ଅଧିକାରୀଙ୍କ…

Read More