ସେବା ଉତ୍ସବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଦଶପଲ୍ଲା ରାମଲୀଳା ଯାତ୍ରା ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗିତାରେ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କଳାକେନ୍ଦ୍ରର କଳାକାରମାନଙ୍କ ସମେତ ସ୍ଥାନୀୟ କଳାକାର ମାନେ ଓଡିଶୀ ଓ ଶାସ୍ତ୍ରୀୟ ନୃତ୍ୟ ଗୀତ ପରିବେଶଣ କରିଥିଲେ। ଶେଷରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଙ୍କ ଅଧକ୍ଷତାରେ ସାହିତ୍ୟିକ ହାଡିବନ୍ଧୁ ମହାଖୁଡ଼, ପ୍ରିୟରଞ୍ଜନ ଦାସପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେବା ଉତ୍ସବ ସମିତି ସମସ୍ତ କର୍ମକର୍ତା ଏହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Read More

ନୟାଗଡ଼ର ସର୍ବ ପୁରାତନ କୃଷ୍ଣଚନ୍ଦ୍ର କ୍ଳବର ୯୯ତମ ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠିତ ନୟାଗଡ଼ର ଐତିହ୍ୟ ସମ୍ପର୍ଣ୍ଣ ମର୍ଯ୍ୟାଦା ବହନ କରୁଥିବା କୃଷ୍ଣଚନ୍ଦ୍ର କ୍ଳବ୍ ତାର ୯୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରିଛି। ଏହି ଅବସରରେ କ୍ଳବର ମୁଖ୍ୟ ସଭାଗୃହରେ ଆୟୋଜିତ ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ଼ ଏସଡିପିଓ ଡ ଜ୍ୟୋତିରଂଜନ ସାମନ୍ତରାୟ ଯୋଗଦେଇଥିଲେ। କ୍ଳବର ସଭାପତି ଭାଗିରଥି ଦାସ ସଭାପତିତ୍ବ କରିଥିବାବେଳେ ମଞ୍ଚ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ ସମ୍ପାଦକ ତଥା କ୍ରୀଡାବିତ ସଂଗ୍ରାମ କେଶରୀ ଗୁମାନସିଂ ବିବରଣୀ ପାଠ କରିଥିଲେ। ମଞ୍ଚରେ ଉପସ୍ଥିତ ଥିଲେ ଉପସଭାପତି ଭବାନୀଶଙ୍କର ଦାସ, ସହ ସମ୍ପାଦକ ଚନ୍ଦନ ମହାପାତ୍ର ଓ କୋଷାଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର। ପ୍ରତିବର୍ଷ ଭଳି ଏବର୍ଷ ବିଭିନ୍ନ…

Read More

କୁଳୁରୁକୁମ୍ପାରେ ସେବା ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁଳୁରୁକୁମ୍ପା ଠାରେ ନବମ ବାର୍ଷିକ ସେବା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଓ ଵାଣିଗୋଚ୍ଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଉଦ୍ୟମରେ  କୁଲୁରିକୁମ୍ପା ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚଷମା ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହେବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ପ୍ରାୟ ଦେଢ଼ ଶହ ଜଣ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ଓ ପ୍ରାୟ ୨୦ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା।  ଅନ୍ୟପକ୍ଷେ ସେବା ସମିତି ସଦସ୍ୟଙ୍କ ଦ୍ୱାରା ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ବିବାଦ ପ୍ରତିବିଧାନ ସମ୍ପର୍କରେ ସଚେତନ ସଭା କରାଯିବା ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ସେବା ଉତ୍ସବ ସମିତି ଅଧ୍ୟକ୍ଷ…

Read More

ଇଟାମାଟି ଠାରେ ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ବୃକ୍ଷରୋପଣ

ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମ ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ସମ୍ପାଦକ ରାଜ କିଶୋର ନାୟକଙ୍କ ତତ୍ତ୍ଵାବଧାନରେ ବଂଶୀଧର ଡ଼ିଗ୍ରୀ ମହାବିଦ୍ୟାଳୟ ନିକଟସ୍ଥ କେନାଲ ହୁଡ଼ାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରାୟ କୋଡିଏ ଜଣ ଅବସର ପ୍ରାପ୍ତ ଶିକ୍ଷକ ଏକତ୍ରିତ ହୋଇ ଚାଳିଶରୁ ଉର୍ଦ୍ଧ ବଉଳ, ଅଶୋକ, ଆମ୍ବ ଓ ଗଙ୍ଗ ଶିଉଳି ଗଛ ଲଗାଇଥିଲେ। ତ୍ରିନାଥ ସାଥୁଆ, ପ୍ରସନ୍ନ କୁମାର ଦାଶ, ରବି ନାରାୟଣ ପାତ୍ର, ଲକ୍ଷ୍ମୀଧର ସାମନ୍ତରାୟ, ପ୍ରଦୀପ୍ତ ସାହୁ, ଦେବପ୍ରସାଦ ଜେନା, ଡ଼. ସୁକାନ୍ତି ମହାନ୍ତି, ପ୍ରକାଶ ପଟ୍ଟନାୟକ, ବୃନ୍ଦାବନ ପରିଡା, ନକୁଳ ଦାସ, ସୁରେନ୍ଦ୍ର ମଲ୍ଲ, ଶ୍ୟାମ ପାତ୍ର, ଅର୍ଜ୍ଜୁନ ସାଥୁଆ, କିଶୋର ମିଶ୍ର, ସତ୍ୟବାଦୀ ସିଂ, ରମେଶ ପୃଷ୍ଟି, ଦେବରାଜ ଷଢ଼ଙ୍ଗୀ, ଇତ୍ୟାଦି ଉପସ୍ଥିତ ରହି ସହଯୋଗ କରିଥିଲେ। ଗଛ ଆମର ଜୀବନ କହିଲେ…

Read More

‘ସେଇ ଝିଅ ଶିବାନୀ’ ଉପନ୍ୟାସର ପାଠକୀୟ ଚର୍ଚ୍ଚା

ନୟାଗଡ଼, (ନୟାଗଡ଼ ଦର୍ପଣ): ସାହିତ୍ୟ ହେଉଛି ସମାଜର ଦର୍ପଣ। ପ୍ରଗତିଶୀଳ ସମାଜଧର୍ମୀ ସାହିତ୍ୟ ହିଁ ସାମାଜିକ ସ୍ରୋତରେ ମୋଡ ପରିବର୍ତ୍ତନ କରିଦେଇ ପାରେ। କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ଗୁଡିକ ସାଧାରଣ ମଣିଷର ଭାବୋଚ୍ଛ୍ଵାସକୁ ନେଇ ପରିପୁଷ୍ଟ। ‘ସେଇ ଝିଅ ଶିବାନୀ ‘ ଉପନ୍ୟାସ ନାରୀ ସଶକ୍ତିକରଣ, ଶୋଷଣବାଦୀ ସମାଜ ବ୍ୟବସ୍ଥାର ବିଭତ୍ସ ‌ବିରୂପ, ସମ୍ବେଦନଶୀଳ ନାରୀ ମନର କଥା ଓ ଗାଥା ତତ୍ ସହିତ କାଳକ୍ରମେ ହଜି ଯାଉଥିବା ଶବ୍ଦ ମାନଙ୍କୁ ପ୍ରୟୋଗ କରି ପାଠକୀୟ ଉତ୍କଣ୍ଠାର ସୁପରିବାହି ମସଲାରେ ଭରପୂର ବୋଲି ସମୀକ୍ଷକ ଭାବରେ ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ଆୟୋଜିତ ସାରସ୍ବତ ସମାରୋହରେ ସମୀକ୍ଷକ ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ ବିଧାୟକ ତଥା ସାହିତ୍ୟିକ ଡ. ଅରୁଣ କୁମାର ସାହୁ। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ…

Read More

ନରସିଂହପୁର କ୍ଲଷ୍ଟରରେ ଅନୁଷ୍ଠିତ ହେଲା ପ୍ରଥମ ମାସିକ କ୍ଲଷ୍ଟର ବୈଠକ

ରଣପୁର,(ନୟାଗଡ଼ ଦର୍ପଣ) : ଗଣଶିକ୍ଷା ବିଭାଗ ଓଡ଼ିଶାର ନିର୍ଦ୍ଦେଶ ଅନୁଯାୟୀ ଆଜି ସାରା ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରଥମ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ ରଣାପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ବୈଠକର ଶୁଭାରମ୍ଭ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ-ଦୀପ ଦେଇ ହୋଇଥିଲା, ଯାହାର ଉଦ୍‌ଘାଟନ କରିଥିଲେ ଜିଲ୍ଲା ଶିକ୍ଷା ଓ  ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡ, ରାଜସୁନାଖଳା ର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ଓ ରଣପୁର ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରସାନନ୍ଦ ପ୍ରଧାନ। ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଭ୍ରମରବର…

Read More

ମୃତ୍ୟୁ ପରେ ମେଡିକାଲ କଲେଜକୁ କରାଯାଇଛି ଶରୀର ଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟ କଟରାଝରୀ ଗ୍ରାମରେ ମୃତ ଗ୍ରାମ ମୁଖିଆ ହଜାରି ବରାଡଙ୍କ ଏକାଦଶାହ ଅବସରରେ ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ହଜାରି ବରାଡ ଜୀବଦ୍ଦଶାରେ ନିଜ ମୃତ୍ୟୁ ପରେ ତାଙ୍କ ଶରୀର କଟକ ବଡ଼ ଡ଼ାକ୍ତରଖାନାକୁ ହସ୍ତାନ୍ତର କରି ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ଗବେଷଣାରେ ଲାଗିବା ପାଇଁ ଇଛାପତ୍ର ସଂପାଦିତ କରିଥିଲେ ଓ ତାଙ୍କର ଏକମାତ୍ର ପୁତ୍ର ପବିତ୍ର ଇନ୍ଦ୍ରଜିତ ପିତାଙ୍କ ଶେଷ ଇଛା ପୂରଣ କରିଥିଲେ। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ନୟାଗଡ଼ ତଥା ସ୍ଥାନୀୟ ଅଞ୍ଚଳର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ପିତା ଓ ପୁତ୍ରଙ୍କର ସାଧୁ ଲକ୍ଷ୍ୟର ଭୂୟସୀ ପ୍ରଶଂସା କରିଥିଲେ ଏବଂ ପଚାଶରୁ ଉର୍ଦ୍ଧ୍ବ ବ୍ୟକ୍ତି ସ୍ଵର୍ଗତ ବରାଡଙ୍କ ପଦାଙ୍କ ଅନୁସରଣ କରିବାକୁ ଶପଥବଦ୍ଧ ହୋଇଥିଲେ। ବୈଜ୍ଞାନିକ ବିଚାରଧାରାର…

Read More

ନୟାଗଡ଼ରେ ବିଜେପିର ବିଶାଳ ବାଇକ୍ ଶୋଭାଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେପି ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ନୟାଗଡ଼ ବିଜିପୁର ଗେଟ ଠାରୁ ନୟାଗଡ଼ ପୁରୁଣା ରାଜବାଟି ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ଦଳୀୟ କାର୍ଯ୍ୟକର୍ତ୍ତା। ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ନୟାଗଡ଼ର ବିଜେପି କର୍ମୀଙ୍କ ମହଲରେ ଉତ୍ସାହ ସୃଷ୍ଟି ହୋଇଛି। ଏହି ଶୋଭାଯାତ୍ରାରେ ରାସ୍ତାର ପ୍ରତ୍ୟେକ ଗାଁ ମୁଣ୍ଡରେ ପ୍ରତ୍ୟୁଷାଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମବାସୀ ସମ୍ବର୍ଦ୍ଧିତ କରୁଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଖରା ସତ୍ତ୍ୱେ ମୋ ପ୍ରତି ନୟାଗଡ଼ବାସୀଙ୍କ ଏହି ଅଦ୍ଭୂତପୂର୍ବ ସମ୍ମାନ ପାଇଁ ସେମାନଙ୍କ ନିକଟରର ଚିରଋଣୀ ହୋଇ ରହିବା ସହ ନୟାଗଡ଼ିଆ ତଥା ଭାରତୀୟ ଜନତା ପାର୍ଟି…

Read More

ସୌମ୍ୟାଶ୍ରୀଙ୍କ ପାଇଁ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏଫ୍ ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଶୋଭାଯାତ୍ରା। ଦିବଂଗତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ସ୍ମୃତିରେ ତାଙ୍କୁ ଉଚିତ୍ ନାୟ, ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଇସ୍ତଫା ତଥା ଏହି ଘଟଣାର ନାୟିକ ଯାଞ୍ଚ ଜଣେ ଅବସର ପ୍ରାପ୍ତ ହାଇକୋର୍ଟ ବିଚାରପତି ଓ ସିବିଆଇ ଦ୍ଵାରା ତଦନ୍ତ ଦାବି ରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ନୟାଗଡ ଡାକ ବଙ୍ଗଳା ଠାରୁ ବାହାରି ନୟାଗଡ ବସ ଷ୍ଟାଣ୍ଡ ପଯ୍ୟନ୍ତ ଯାଇ ସେଠାରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡଲ ଜାଳି ନୀରବ ପ୍ରାର୍ଥନା କରାଯାଇଥିଲା।  ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ରଞ୍ଜିତ ଦାସ, ବରିଷ୍ଟ…

Read More

ନୟାଗଡ଼ରେ ୩ୟ ଦିନର ସେବା ଉତ୍ସବ କେଉଁ କେଉଁ ଗ୍ରାମରେ ?

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ସେବା ଉତ୍ସବ ପକ୍ଷରୁ  ବିଭିର୍ଣ୍ଣ ସ୍ଥାନରେ  ନବମ ବାର୍ଷିକ ସେବା ଉତ୍ସବ -2025 ଅନୁଷ୍ଠିତ ହୋଇଯାଇଛି। ଏହୀ ଅବସରରେ ନୟାଗଡ଼ ସେବା ସମିତି ଆନୁକୁଲ୍ୟରେ ଆଜି କଣ୍ଟାବଣିଆ, ଜୟ ମଙ୍ଗଳ, ଖେଡ଼ପଡା ଓ ବାଲୁଗାଁ ଆଦି ସ୍ଥାନରେ ଗରିବ ଓ ଅସହାୟ ମାନଙ୍କୁ ବସ୍ତ୍ର, ଚପଲ ବଣ୍ଟନ କରିଥିଲେ। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର ଏବଂ ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲୁଗାଁର ଯୁବ ସମାଜସେବୀ ଅଜୟ କୁମାର ନାୟକ, ସେବା ସଦସ୍ୟ ଗୁଲସନ୍ କୁମାର, ସୌମ୍ୟା ସ୍ଵୟଂ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ, କରନ ବଡଟିଆ, ଯୁଧିଷ୍ଠିର ବେହେରା, ଆଶୁତୋଷ ସାହୁ, ଅଂଶୁମାନ ସେଠୀ, ଗାୟତ୍ରୀ ପ୍ରିୟଦର୍ଶିନୀ, ଅନୁସୂୟା, ଅଭିଲିପସା, ଶୁଭସ୍ମିତା ମିଶ୍ର ପ୍ରମୁଖ ସାମିଲ୍ ହୋଇଥିଲେ। ପ୍ରାୟ ଦୁଇଶହ…

Read More