ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦିନକୁ ଦିନ ପୃଥିବୀ ପୃଷ୍ଟର ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଗ୍ଲୋବାଲ ୱର୍ମୀଙ୍ଗ ତଥା ପ୍ରଦୂଷଣ ସୃଷ୍ଟିକାରୀ ମନ୍ୟୁଷ୍ୟ କେବଳ ଆଜିର ଦିନକୁ ଖୁସି ମିଜାଜରେ ବିତେଇ ଆସନ୍ତା କାଲି ନିଜର ବଂଶଧର ମାନଙ୍କ ପାଇଁ ଚିନ୍ତିତ ନହୋଇ ସମସ୍ତ ଜୀବଜନ୍ତୁ ଓ ଉଦ୍ଭିଦ ଜଗତର ଧ୍ୱଂସ କରି ଚାଲିଛି। ୪.୬ ବିଲିଅନ ବର୍ଷ ପୂର୍ବେ ସୃଷ୍ଟି ପୃଥିବୀକୁ ମାତ୍ର ୨ ହଜାର ବର୍ଷ ଭିତରେ ଯାହା କରି ସାରିଲାଣି ଏଥିରୁ ଜଣାପଡୁଛି ଯେ ୮ ଗ୍ରହ ମଧ୍ୟରୁ ନିଆରା ଏ ପୃଥିବୀ ଆଉ ୨ ଶହ ବର୍ଷ ଜୀବିତ ହୋଇ ରହିବ ନାହିଁ। ବରଫାର୍ଚ୍ଛନ ହୋଇ ରହିଥିବା ପୃଥିବୀ ଏକ ନିଆଁ ପିଣ୍ଡୁଳା ପାଲଟି ଯିବ। ପୃଥିବୀକୁ ସୁରକ୍ଷା ଦେବାପାଇଁ ଜୋରରେ ଅଣ୍ଟା ଭିଡିଛନ୍ତି ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରକାରୀ…
Read MoreDay: April 23, 2025
ପିଲାଙ୍କ ମନରେ ପ୍ରେରଣା ଏବଂ ଉତ୍ସାହ ଭରିଥାଏ ବାର୍ଷିକ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକ ଉତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ଛାତ୍ରଛାତ୍ରୀଙ୍କ ମନରେ ଭରିଥାଏ ଅଦମ୍ୟ ଉତ୍ସାହ ଏବଂ ପ୍ରେରଣା । ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ପୂର୍ବାହ୍ନରେ ଆୟୋଜିତ ବାର୍ଷିକୋତ୍ସବ ସଭାରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ସରୋଜ ନଳିନୀ ଦାସ, କୈଳାସ ଚନ୍ଦ୍ର ରଥ ଏବଂ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ କଠୋର ପରିଶ୍ରମ ସହିତ ପାଠପଢ଼ା…
Read Moreସମୂହ ଦୀପଦାନ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତକାଲି କାଶ୍ମୀରର ପହେଲେଗାଓ ଠାରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ଅତ୍ୟନ୍ତ ବର୍ବୋରଚିତ ତଥା ହୃଦୟ ବିଦାରକ ନରସଂହାର ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ। ନାମ ଏବଂ ଧର୍ମ ପଚାରି ଯେପରି ୨୭ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲା ତାହାଠାରୁ ଘୃଣ୍ୟ କାର୍ଯ୍ୟ ଆଉ କଣ ଥାଇପାରେ। ଏହି ଘୃଣ୍ୟ କାର୍ଯ୍ୟର ଦୃଢ଼ ନିନ୍ଦା ଏବଂ ପ୍ରତିବାଦ ତଥା ଦିବଂଗତ ଆତ୍ମା ମାନଙ୍କର ସଦଗତି ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାମନାରେ ଆଜି ସନ୍ଧ୍ୟା ୭ଟା ସମୟରେ ଦୀପଦାନ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ସାହୁ,ମଡେଲ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ. ମାନସ ରଞ୍ଜନ ଶତପଥୀ, ଅଧ୍ୟାପକ ଡ.…
Read Moreବିଶ୍ୱ ହାସ୍ୟ ଦିବସ ଏବଂ ହସି ହସାଅ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ହେବାକୁ ଥିବା ବିଶ୍ୱ ହାସ୍ୟ ଦିବସ-୨୦୨୫ ଏବଂ ହସି ହସାଅ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମହର୍ଷି ଖେଳ ପଡ଼ିଆରେ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମଇ ୪ ତାରିଖ ସନ୍ଧ୍ୟାରେ ନୟାଗଡ଼ ପୁରୁଣା ସହରସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟ ଯଦୁମଣି ମଣ୍ଡପରେ ବିଶ୍ୱ ହାସ୍ୟ ଦିବସ ଅନୁଷ୍ଠିତ ହେବ। ଏହି ଅବସରରେ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ବ୍ୟଙ୍ଗ କବିମାନଙ୍କୁ ନେଇ ହସି ହସାଅ ଆସରରେ ଜ୍ଞାନ ହୋତା, ସତ୍ୟାନାଶ, ଡ.କୁଳାଙ୍ଗାର, ବୋଲଗଡ଼ ଏକ୍ସପ୍ରେସ, ମନ ମାଷ୍ଟ୍ରେ, ଆର୍ତ୍ତତ୍ରାଣ ମିଶ୍ର, ରବିନ୍ଦ୍ର ରାଉତ, ସତ୍ୟବ୍ରତ ପାଣିଗ୍ରାହୀ, ବିଭୁ ମିଶ୍ର, ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ଡ. ରମାକାନ୍ତ…
Read More