ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । କେବଳ ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ଭାଟସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଶତପଥୀଙ୍କ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ଭାଟସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଭକ୍ତ…
Read MoreMonth: April 2025
ଅବସରଦିନ ପୂର୍ଣ୍ଣାଙ୍ଗ ପେନସନ୍ ପାଇଲେ ଶିକ୍ଷା ବିଭାଗର କର୍ମଚାରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା ଏକ ଯଥାର୍ଥ ପଦକ୍ଷେପ। ଶିକ୍ଷା ବିଭାଗର କର୍ମଚାରୀମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଆଜି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସଭାକକ୍ଷରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ନୟାଗଡ଼ ବ୍ଲକର ଚତୁର୍ଥଶ୍ରେଣୀ କର୍ମଚାରୀ ବଳଭଦ୍ର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ସହ ପୂର୍ଣ୍ଣାଙ୍ଗ ପେନସନ୍, କମ୍ୟୁଟେସନ, ଗ୍ରାଚ୍ୟୁୟିଟି ପ୍ରଦାନ କରିଛନ୍ତି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସଭାକକ୍ଷରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ଅତିରିକ୍ତ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ଓ ବନଲତା ବେହେରା ଙ୍କ ସହ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଅବସର ଗ୍ରହଣ କରିଥିବା ବଳଭଦ୍ର ପ୍ରଧାନ…
Read Moreନୟାଗଡ଼ର ପୂର୍ବତନ ନଗରପାଳ ଭବାନୀ ଶଙ୍କର ଦାଶଙ୍କ ପରଲୋକ
ନୟାଗଡ଼, (ନୟାଗଡ଼ ଦର୍ପଣ): ତତ୍କାଳୀନ ନୟାଗଡ଼ ଏନଏସି (ମ୍ୟୁନିସିପାଲିଟି)ର ପୂର୍ବତନ ଅଧ୍ୟକ୍ଷ ଭବାନୀ ଶଙ୍କର ଦାଶ ଆଜି ପୂର୍ବାହ୍ନରେ ହୃଦଘାତ ଯୋଗୁଁ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ଦାଶ ତତ୍କାଳୀନ ଜନତା ଦଳର ଜଣେ ବେଶ ପ୍ରଭାବଶାଳୀ ତଥା ଟାଣୁଆ ରାଜନେତା ଥିବା ବେଳେ ନୟାଗଡ଼ ଏନଏସିର ଅଧ୍ୟକ୍ଷ ଭାବରେ ତା ୧୭.୦୩. ୧୯୯୨ ରୁ ୦୨.୦୮.୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ନୟାଗଡ଼ର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ଟାଣୁଆ ନେତା ସ୍ବର୍ଗତ ଭାଗବତ ବେହେରାଙ୍କ ଅତ୍ୟନ୍ତ ନିକଟତର ଥିଲେ। ଜଣେ ଟାଣୁଆ ତଥା ଉତ୍ସର୍ଗୀକୃତ ରାଜନୈତିକ ନେତା ଭାବେ ସମଗ୍ର ଜିଲ୍ଲାରେ ସେ ବେଶ ଜଣାଶୁଣା ଥିଲେ। ଅନ୍ୟପକ୍ଷରେ ସେ ଜଣେ ଉତ୍ସାହୀ ସାମ୍ବାଦିକ ଭାବେ…
Read Moreମଧୁବାବୁଙ୍କ ୧୭୭ତମ ଜନ୍ମତିଥିରେ ନୟାଗଡ ଜିଲ୍ଲା ଓକିଲ ସଙ୍ଘ ଆଇନଜୀବୀ ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ଅସ୍ମିତାର ପ୍ରତୀକ ତଥା ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ପୂଣ୍ୟ ଜନ୍ମତିଥିରେ ଆଇନଜୀବୀ ଦିବସ ପାଳନ କରିଛି ନୟାଗଡ ଜିଲ୍ଲା ଓକିଲ ସଙ୍ଘ। ଜିଲ୍ଲା କୋର୍ଟ ସମ୍ମିଳନୀ କକ୍ଷରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଜଜ ଆନନ୍ଦ ନାରାୟଣ ମହାରଣା, ସ୍ୱତନ୍ତ୍ର ବକ୍ତା ଭାବେ ଓଡ଼ିଆ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ବାଣ୍ଠ, ଅର୍ଥନୀତି ପ୍ରାଧ୍ୟାପକ ଅଶୋକ କୁମାର ନାୟକ ଏବଂ ଯୁବ ଅଧ୍ୟାପକ ଆଶୁତୋଷ ମିଶ୍ର, ସଂଘର ସମ୍ପାଦକ ସ୍ବଦେଶ ମିଶ୍ର ପ୍ରମୁଖ ମଧୁବାବୁଙ୍କୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଅଭିହିତ କରିଥିଲେ। ଦେଶ ସ୍ୱାଧୀନତା ପୂର୍ବରୁ…
Read Moreଜିଲ୍ଲା ଚେସ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ: ଭାଗିରଥି ସଭାପତି, ଲକ୍ଷ୍ମୀଧର ସମ୍ପାଦକ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଚେସ ଆସୋସିଏସନର ଅନୁମୋଦନ କ୍ରମେ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ନୟାଗଡ଼ କେସି କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସର୍ବସମ୍ମତି କ୍ରମେ ସଭାପତି ରୂପେ ଭାଗିରଥି ଦାସ ଏବଂ ସାଧାରଣ ସମ୍ପାଦକ ଭାବେ ଲକ୍ଷ୍ମୀଧର ସାହୁ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ଵାଲାରସେନ ପାତ୍ର,ସହ ସମ୍ପାଦକ ଉମାକାନ୍ତ ମିଶ୍ର ଏବଂ କୋଷାଧ୍ୟକ୍ଷ ଭାବେ ତାରୁନ ଖାଁ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟିକୁ ଅଜିତ କୁମାର ମିଶ୍ର, ସଂଗ୍ରାମ କେଶରୀ ଗୁମାନସିଂ, ପ୍ରକାଶ ମହାପାତ୍ର,ସଞ୍ଜୟ କୁମାର ସ୍ୱାଇଁ,ଭିକାରୀ ଚରଣ ଦାସ, ଧିରେନ କୁମାର ପ୍ରଧାନ ଏବଂ ଶିଶିର କୁମାର ନାୟକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଅନ୍ୟ ପକ୍ଷରେ ଉପଦେଷ୍ଟା ଭାବେ ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ତ୍ରିପାଠୀ ଏବଂ ରିତେଶ କୁମାର ରଥ ସର୍ବ ସମ୍ମତି କ୍ରମେ ମନୋନୀତ…
Read Moreନୟାଗଡ଼ ସାମ୍ବାଦିକ ଭବନର ନୂତନ ସଭାଗୃହ ଶୁଭ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ସାମ୍ବାଦିକ ଭବନ ସଭା ଗୃହ ଶୁଭ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଙ୍କ ଦ୍ଵାରା ସଭା ଗୃହ ଉଦଘାଟନ କରାଯାଇଥିଲା। ଏହି ଅବସରରେ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ସଭାପତି ସ୍ବାଗତ ଅଭିଭାଷଣ ରଖିବା ସହ ନୟାଗଡ଼ ବିଧାୟକଙ୍କ ସହଯୋଗ ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ। ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଖଟେଇ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ସୁସ୍ଥ ପରିବେଶ ଭଲ ଖବର…
Read Moreମଣ୍ଡଳସ୍ତରୀୟ ‘ନିଷ୍ଠା’ ପ୍ରଶିକ୍ଷଣ ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର “ନିଷ୍ଠା – ସମତା ଓ ଅନ୍ତର୍ନିବେଶୀ ଶିକ୍ଷା” ‘ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ଦିନ ଧରି ଚାଲୁଥିବା ଏହି ପ୍ରଶିକ୍ଷଣ ଶିବିର ରେ ବିଭିନ୍ନ ବିଦ୍ୟାଳୟରୁ ୬୧ ଜଣ ଶିକ୍ଷକ-ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ। ନୟାଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀଙ୍କ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଳ ପ୍ରଶିକ୍ଷକ ଭାବେ ପ୍ରଣତୀ ମହାପାତ୍ର,ପବିତ୍ର ସ୍ୱାଇଁ, ବୀରେନ୍ଦ୍ର କୁମାର ସ୍ବାଇଁ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଓ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ସାର୍ବଜନୀନ ଶିକ୍ଷଣ ଢାଞ୍ଚା ର ବ୍ୟବହାର କରି ଏକ ଅନ୍ତର୍ନିବେଶୀ ଶ୍ରେଣୀକକ୍ଷରେ ସମତାପୂର୍ଣ୍ଣ ଶିକ୍ଷଣ କାର୍ଯ୍ୟ ସମ୍ପାଦନା କରିବା…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ତରଫରୁ “ଆର୍ଟ ଅଫ୍ ପ୍ଯାରେଣ୍ଟିଂ ” ଉତ୍ତମ ଅଭିଭାବକ ହେବାର କଳା ଶୀର୍ଷକ ଆଲୋଚନା ଚକ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସ୍ରୁଜନ ସଭାଗୃହରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ତରଫରୁ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଶିଷ୍ଟ ଶିକ୍ଷାବିତ୍ ମାନଙ୍କୁ ନେଇ “ଆର୍ଟ ଅଫ୍ ପ୍ଯାରେଣ୍ଟିଂ ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷାକେନ୍ଦ୍ରର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସେମିନାରରେ ରିସୋର୍ସ ପର୍ସନ ତଥା ମୁଖ୍ଯ ଅତିଥି ଭାବେ ମାନ୍ଯବର ବିଧାୟକ, ନୟାଗଡ଼ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ସାମୂହିକ ଗାନ କରାଯାଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା। ସଂପାଦକ ଶ୍ରୀଯୁକ୍ତ ସାହୁଙ୍କ ସ୍ବାଗତ ଅଭିଭାଷଣ ପରେ ବିଦ୍ଯାଳୟର ଛାତ୍ରୀ ସୁଶ୍ରୀ ବିଶ୍ବବିଜିତା…
Read Moreବିଶ୍ଵ ଧରିତ୍ରୀ ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦିନକୁ ଦିନ ପୃଥିବୀ ପୃଷ୍ଟର ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଗ୍ଲୋବାଲ ୱର୍ମୀଙ୍ଗ ତଥା ପ୍ରଦୂଷଣ ସୃଷ୍ଟିକାରୀ ମନ୍ୟୁଷ୍ୟ କେବଳ ଆଜିର ଦିନକୁ ଖୁସି ମିଜାଜରେ ବିତେଇ ଆସନ୍ତା କାଲି ନିଜର ବଂଶଧର ମାନଙ୍କ ପାଇଁ ଚିନ୍ତିତ ନହୋଇ ସମସ୍ତ ଜୀବଜନ୍ତୁ ଓ ଉଦ୍ଭିଦ ଜଗତର ଧ୍ୱଂସ କରି ଚାଲିଛି। ୪.୬ ବିଲିଅନ ବର୍ଷ ପୂର୍ବେ ସୃଷ୍ଟି ପୃଥିବୀକୁ ମାତ୍ର ୨ ହଜାର ବର୍ଷ ଭିତରେ ଯାହା କରି ସାରିଲାଣି ଏଥିରୁ ଜଣାପଡୁଛି ଯେ ୮ ଗ୍ରହ ମଧ୍ୟରୁ ନିଆରା ଏ ପୃଥିବୀ ଆଉ ୨ ଶହ ବର୍ଷ ଜୀବିତ ହୋଇ ରହିବ ନାହିଁ। ବରଫାର୍ଚ୍ଛନ ହୋଇ ରହିଥିବା ପୃଥିବୀ ଏକ ନିଆଁ ପିଣ୍ଡୁଳା ପାଲଟି ଯିବ। ପୃଥିବୀକୁ ସୁରକ୍ଷା ଦେବାପାଇଁ ଜୋରରେ ଅଣ୍ଟା ଭିଡିଛନ୍ତି ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରକାରୀ…
Read Moreପିଲାଙ୍କ ମନରେ ପ୍ରେରଣା ଏବଂ ଉତ୍ସାହ ଭରିଥାଏ ବାର୍ଷିକ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକ ଉତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ଛାତ୍ରଛାତ୍ରୀଙ୍କ ମନରେ ଭରିଥାଏ ଅଦମ୍ୟ ଉତ୍ସାହ ଏବଂ ପ୍ରେରଣା । ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ପୂର୍ବାହ୍ନରେ ଆୟୋଜିତ ବାର୍ଷିକୋତ୍ସବ ସଭାରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ସରୋଜ ନଳିନୀ ଦାସ, କୈଳାସ ଚନ୍ଦ୍ର ରଥ ଏବଂ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ କଠୋର ପରିଶ୍ରମ ସହିତ ପାଠପଢ଼ା…
Read More