ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ପ୍ରତ୍ୟକ ଦିନ ହସ୍ତାକ୍ଷର ଲେଖନ୍ତୁ : ଐତିହାସିକ ସତ୍ୟବାଦୀ ବଳିଆରସିଂହ ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ଦିନ ଉତ୍ସାହମୟ ଭାବରେ ପାଳନ କରାଯାଇଥିଲା।  ଏହି ଉପଲକ୍ଷେ ବିଦ୍ୟାଳୟ ପରିସରକୁ ସାଜସଜ୍ଜା ହୋଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ରଣପୁର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ଉପସ୍ଥିତ ଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ସରପଞ୍ଚ ବ୍ରଜମୋହନ ରାଉତରାୟ, ମୁଖ୍ୟ ବକ୍ତା ଭାବେ ଐତିହାସିକ ସତ୍ୟବାଦୀ ବଳିଆରସିଂହ, ସମ୍ମାନିତ ଅତିଥି ଭାବେ ଖଇରପଲ୍ଲୀ କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲିପି ବେହେରା ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିବାକର ପରିଡା ପ୍ରମୁଖ ଯୋଗ…

Read More

ପିଲାଙ୍କ ମନରେ ଉତ୍ସାହ ଭରିଥାଏ ବାର୍ଷିକ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକୋତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ପିଲାଙ୍କ ମନରେ ଭରିଥାଏ ଉତ୍ସାହ । ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ବାର୍ଷିକୋତ୍ସବ ସଭାରେ ମୁଖ୍ୟଅତିଥି ଭାବେ ଇଟାମାଟି ସରପଞ୍ଚ ସ୍ଵପ୍ନେଶ୍ଵର ସେଠୀ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ରଙ୍ଗନାଥ ବେହେରା, ରମେଶ ଚନ୍ଦ୍ର…

Read More

ଲୋକ ନୋଡ଼ାଲ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଶରଣକୁଳ,(ନୟାଗଡ଼ ଦର୍ପଣ)ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡ଼ା ମାନପୁରସ୍ଥ ଲୋକ ନୋଡ଼ାଲ ବିଦ୍ୟାପୀଠର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟର ପରିସରରେ ଗୁରୁବାରରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଅତିଥି ମାନଙ୍କର କରକମଳରେ କବି ସୁରେଶ ବରାଡ଼ଙ୍କ ‘ତୁଳସୀ ଦୁଇପତ୍ରରୁ ବାସେ’ ଶିଶୁ ସାହିତ୍ୟ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ଗବେଷକ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ. ଗୋବିନ୍ଦ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ “ଶିକ୍ଷା ଶିଶୁର ଚାରିତ୍ରିକ ଶୃଙ୍ଖଳା, ଶୈକ୍ଷିକ ତଥା ବୌଦ୍ଧିକ ବିକାଶର ଚାବିକାଠି, ଶିକ୍ଷା ବିନା ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ’, ବୋଲି ମତବ୍ୟକ୍ତ କରିଥିଲେ।…

Read More

ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ସହିତ ଶିଶୁ ବାଟିକା କକ୍ଷର ଶୁଭାରମ୍ଭ, ୮ଟି ବ୍ଲକରେ ଗଡ଼ିଲା ଶିକ୍ଷା ରଥ

ନୟାଗଡ଼,(ନୟାଗଡ଼ ଦର୍ପଣ): ପିଲାଙ୍କୁ ଗୁଣାତ୍ମକ ଓ ସର୍ବୋତ୍ତମ ଶିକ୍ଷାଦାନ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହାକୁ ବାସ୍ତବ ରୂପ ଦେବା ପାଇଁ ନୂଆ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ସହ ନୂଆ କରି ପାଠ ଆରମ୍ଭ କରୁଥିବା ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ସମଗ୍ର ରାଜ୍ୟରେ ଆଜି ଅନୁଷ୍ଠିତ ହୋଇଛି। ଏହା ସହିତ ନୂତନ ଶିକ୍ଷାନୀତି ଅନୁଯାଇ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଆଜିଠାରୁ ଶିଶୁ ବାଟିକା ଶ୍ରେଣୀର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହି କ୍ରମରେ ଆଜି ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ପ୍ରଵେଶ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ସଭାରେ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ…

Read More

ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଵେଶ ଉତ୍ସବ ତଥା ଖଡ଼ିଛୁଆଁ ପର୍ବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ପର୍ବ ଅନୁଷ୍ଠିତ ହୋଇଯାଇଛି l ନୂତନ ଶିକ୍ଷାନୀତି ଲାଗୁ ହେବା ପରେ ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁବାଟିକା ଖୋଲିଅଛି l ପ୍ରକାଶ ଥାଉ କି ଏପ୍ରିଲ୍ ଦୁଇ ତାରିଖକୁ ରାଜ୍ୟବ୍ୟାପୀ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ପର୍ବ ଭାବରେ ପାଳନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ ଅଧୀନ ଗ୍ରାମ ଓ ପଡ଼ାରେ ବାସକରୁଥିବା ପାଞ୍ଚବର୍ଷ ଓ ଛଅବର୍ଷ ତଦୁର୍ଦ୍ଧ ପିଲାଙ୍କୁ ଚିହ୍ନଟ କରାଯାଇ ନାମ ଲେଖାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ବଣ୍ଟନ ବଣ୍ଟନ କରାଯାଇଥିଲା l ଆଜି ପ୍ରବେଶ ଉତ୍ସବର ପ୍ରଥମ ଦିବସରେ ଶିଶୁବାଟିକା…

Read More

ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଅକ୍ସଫୋର୍ଡ  ଟ୍ୟୁଟୋରିଆଲ୍ ସଭାଗୃହରେ ଉତ୍କଳ ଦିବସ ୨୦୨୫ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ଯୁବ କଣ୍ଠଶିଳ୍ପୀ ଅମ୍ରିତା ରଥ, ସ୍ନେହା ପ୍ରିୟଦର୍ଶିନୀ, ଇପ୍ସିତା ପ୍ରିୟଦର୍ଶିନୀ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ। ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ଅଧ୍ଯକ୍ଷା ବସିରନ୍ ବିବିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ର ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡ଼ିଶାର ଇତିହାସ ଏବଂ ସାଂପ୍ରତିକ ସ୍ଥିତି ବିଷୟରେ ବିଶ୍ଳେଷଣାତ୍ମକ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ଭୈାଗୋଳିକ ସ୍ଥିତି, ଇଂରେଜ ଶାସନ ସମୟର ଶିକ୍ଷା ବ୍ୟବସ୍ଥା, ଭାଷା ସଂକଟ ଏବଂ ବର୍ତ୍ତମାନ ଓଡିଶାର ବିକାଶରେ ଛାତ୍ରଛାତ୍ରୀଙ୍କ ଭୂମିକା କଣ ହେବା ଆବଶ୍ୟକ, ଏ ପ୍ରସଙ୍ଗରେ…

Read More

ନୟାଗଡ ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ, ସଭାପତି ହେଲେ ରଞ୍ଜିତ ଦାସ ଓ ସମ୍ପାଦକ ଭାବେ ସ୍ବଦେଶ ମିଶ୍ର ନିର୍ବାଚିତ

ନୟାଗଡ଼, ((ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ରେ ଶ୍ରୀ ରଣଜିତ ଦାଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବଂଶୀଧର ରାଉତରାୟଙ୍କ ଠାରୁ ୬୨ଖଣ୍ଡ ଅଧିକ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସ୍ବଦେଶ ମିଶ୍ର ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ବିଶ୍ୱଜିତ ଆଚାର୍ଯ୍ୟ ଙ୍କ ସୂତ୍ରରୁ ଜଣାପଡିଛି। ସଂଘର ଉପସଭାପତି ଭାବେ ସନ୍ତୋଷ କୁମାର ରାଉତରାୟ, ସାହସମ୍ପାଦକ ଭାବେ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ୍ୟ ଭାବେ ବିଶ୍ୱେଶ ରଞ୍ଜନ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ଓକିଲ ସଂଘର କାର୍ଯ୍ୟକାରୀ କମିଟିକୁ ୬ଜଣ ସଦସ୍ୟ ଯଥା ଚିତ୍ତରଞ୍ଜନ ପ୍ରଧାନ, ଶୈଳେନ୍ଦ୍ର ପଟ୍ଟନାୟକ,  ନିରାକାର ମହଲ, ବିଭୁପ୍ରସାଦ ସାହୁ, ହରେକୃଷ୍ଣ ପ୍ରଧାନ ଏବଂ ଶ୍ରୀ ସୁନୀଲ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଆଚାର୍ଯ୍ୟଙ୍କୁ ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ କିଶୋର…

Read More

ଦଶପଲ୍ଲା ବାର ତରଫରୁ ଉତ୍କଳ ଦିବସ ପାଳିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଏପ୍ରିଲ ପହିଲା ଦିନ ଉତ୍କଳ ଦିବସ ପାଳନ ଅବସରରେ ଦଶପଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସୁଶାନ୍ତ କୁମାର ପାତ୍ର ଏଥିରେ ସଭାପତିତ୍ବ କରିଥିଲାବେଳେ ଏହି ଆଲୋଚନାଚକ୍ରକୁ ସଂଘର ସମ୍ପାଦକ ଶରତ ଚନ୍ଦ୍ର ବେହେରା ସଂଯୋଜନା କରିବା ସହିତ ପ୍ରାରମ୍ଭିକ ସୂଚନା ଦେଇ ଉତ୍କଳ ଦିବସ ପାଳନ ତଥା ବୁଦ୍ଧିଜୀବୀମାନଙ୍କ ଭିତରେ ଏହାର ଗୌରବମୟ ଐତିହ୍ୟକୁ ମନେପକାଇ କଷ୍ଟଲବ୍ଧ ସ୍ଵତନ୍ତ୍ର ଉତ୍କଳର ଅଖଣ୍ଡତାର ସୁରକ୍ଷା ପାଇଁ ସମସ୍ତେ ଅନ୍ତାଭିଡ଼ି ବାହାରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ଭିତରେ ବରିଷ୍ଠ ଆଇନଜୀବି ଗୌର ଚନ୍ଦ୍ର ମିଶ୍ର ବିଭେଦକାରୀ ଶକ୍ତିମାନଙ୍କ ପ୍ରତି ସତର୍କ ରହିବା ସହିତ ଓଡ଼ିଶାର ଅଖଣ୍ଡତା ତଥା ଓଡ଼ିଆଭାଷାର ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ଆଇନଜୀବୀ କୃଷ୍ଣ ଚନ୍ଦ୍ର ଦାସ ଉତ୍କଳ ଦିବସର ଇତିହାସ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ଦିବସ ଓ ଉତ୍କଳ ଜନନୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ଦିବସ ସହିତ ଉତ୍କଳ ଜନନୀ ପୂଜନ କାର୍ଯ୍ୟକ୍ରମ ବିଦ୍ଯାଳୟ ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ  ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ୍ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ସର୍ବପ୍ରଥମେ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ଓଡ଼ିଶା ଦିବସର ତାପ୍ତର୍ଜ୍ୟ ସହିତ ଓଡିଶାର ବରପୁତ୍ର ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହାପରେ ଉତ୍କଳ ଜନନୀଙ୍କ ପୂଜନ ସହିତ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଦୀପ୍ତ କୁମାର ହୋତା ଓ ଅର୍ଚ୍ଚନା ରଥ ଯଜ୍ଞ ରେ ପୁରୋଧା ଭାବରେ ଆସନ ଗ୍ରହଣ କରି ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି…

Read More

ଜିଲ୍ଲା ସ୍ତରୀୟ ଇଦୁଲ୍ ଫିତର ହର୍ଷଉଲ୍ଲାସରେ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ରମଜାନ ମାସର ଶେଷଦିନରେ ଚାନ୍ଦ ଦର୍ଶନ ପରେ ଇସଲାମ ଧର୍ମର ବଡ଼ ପର୍ବ ଇଦୁଲ୍ ଫିତର୍ ନମାଜ୍ ସିନ୍ଦୁରିଆ ଇଦଗାହ୍ ଠାରେ ମୌଲାନା ଜଲାଲୁଦ୍ଦିନ୍ ଖାଁ ମିଫତାହିଙ୍କ ଦ୍ଵାରା ପାଠ କରାଯାଇଅଛି। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ରମଜାନ ମାସ ଇସଲାମ ଧର୍ମର ପବିତ୍ର ମାସ ହୋଇଥିବା ବେଳେ ମାସର ପ୍ରଥମ ଚାନ୍ଦ ଦର୍ଶନ ପରେ ଏହି ପବିତ୍ର ମାସ ଆରମ୍ଭ ହୋଇଥାଏ। ଇସଲାମ ଧର୍ମାବଲମ୍ବୀ ମାନେ ପ୍ରତିଦିନ ଅର୍ଦ୍ଧରାତ୍ରରୁ ଶହରୀ ଆକାରରେ କିଛି ଖାଦ୍ୟ ଗ୍ରହଣକରି ଦିନ ତମାମ ନିର୍ଜଳ କାଷ୍ଠା ଉପବାସ ରଖି ସୂର୍ଯ୍ୟଅସ୍ତ ପରେ ପଣା, ଫଳ, ବୁଟ, ତରଭୁଜ ଓ ଖଜରା ସେବନ କରି ଉପବାସ ଭଙ୍ଗ କରନ୍ତି। ଦିନ ସାରା ପାଞ୍ଚ ଥର ନମାଜ ପାଠ ଓ ରାତ୍ରୀକାଳୀନ ତରାୱିହ୍…

Read More