ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ଶିକ୍ଷାବର୍ଷର ଦ୍ୱିତୀୟ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ନୟାଗଡ଼ ଏନଏସି ହାଇସ୍କୁଲ ସଭା ଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଅଭିଭାବକମାନଙ୍କୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ “ଆସ ସ୍କୁଲ ଯିବା” ଅଭିଯାନ, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି, ବାଳିକା ମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଚେତନତା ଓ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ ସୁନିଶ୍ଚିତକରିବା,ମା’ଙ୍କ ପାଇଁ ଗଛ ଟିଏ, କୈଶୋର ଛାତ୍ରୀମାନଙ୍କ ପାଇଁ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନର ବ୍ୟବସ୍ଥା,ବିଦ୍ୟାଳୟରେ ପରିଷ୍କାର ଓ ପରିଚ୍ଛନ୍ନତା ସହିତ ସ୍ବଚ୍ଛତା ପକ୍ଷ ପାଳନ,ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା ଆଦି ଉପକରଣ ବିତରଣ, ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ଗଠନରେ ପିତାମାତାଙ୍କ ଭୂମିକା,…
Read MoreYear: 2025
ଜିଲ୍ଲାସ୍ତରୀୟ ଭିଜିଲାନ୍ସ ମନିଟରିଙ୍ଗି କମିଟି ବୈଠକ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଭିଜିଲାନ୍ସ ମନିଟରିଙ୍ଗି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ)1995 ନିୟମ ବିଷୟରେ ସମୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲାରେ ଯେପରି ନିର୍ଯାତନା ହ୍ରାସ କରାଯିବ ସେଥିପାଇଁ ଜନ ସଚେତନନତା ସହ ବ୍ଲକ ଓ ପଞ୍ଚାୟତରେ ତଥା ପ୍ରମୁଖ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯିବା ଲାଗି ପ୍ରସ୍ତାବ ରଖାଯାଇଛି। ନିର୍ଯାତନା ଲାଗି ଉସୁକାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯାନୁଷାନ ଗ୍ରହଣ ଲାଗି ଦାବି କରାଯାଇଥିବା ଜଣାପଡ଼ିଛି। ଏହି ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟନାୟକ, ଡେପୁଟି କଲେକ୍ଟର ତପସ୍ଵିନୀ ହାଁସଦା, ଜିଲ୍ଲା କୋଷାଧିକାରୀ ଲକ୍ଷ୍ମୀଧର ମୁର୍ମୁ, ତହସିଲଦାର…
Read More“ଆମ ବିଦ୍ୟାଳୟ ଆମ ଗୌରବ”ର ସଂକଳ୍ପ ନେଲେ ଅଭିଭାବକ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ରାଜ୍ୟସ୍ତରୀୟ ଦ୍ଵିତୀୟ ଅଭିଭାବକ ଓ ଶିକ୍ଷକ ସଂଘର ବୈଠକ ପୁରାତନ ସଭାପତି ତଥା ବର୍ତ୍ତମାନ କମିଟିର ବରିଷ୍ଠ ସଦସ୍ୟ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଶତାଧିକ ଅଭିଭାବକ ଉପସ୍ଥିତ ହୋଇ ସରକାରଙ୍କ ପ୍ରଦତ୍ତ ବିଷୟବସ୍ତୁ ଉପରେ ସନ୍ତୋଷଜନକ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କୁ ସ୍ବାଗତକରି ବୈଠକର ଆଭିମୁଖ୍ୟ ପ୍ରଦାନ୍ କରିଥିଲେ। ପରେ ପରେ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସରକାରଙ୍କ ସୂଚିତ ବିନ୍ଦୁ ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ତତ୍ ସହିତ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ସମେତ ମଧ୍ୟାହ୍ନ ଭୋଜନ ଉପରେ ଆଲୋଚନା ହୋଇଥିଲା। ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସନ୍ତୋଷ…
Read Moreପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ
ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧରେ ଆଜି “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ରେ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲର ତହସିଲଦାର ତଥା ଦଣ୍ଡାଧିକାରୀ ଡ.ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଭାବରେ,ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ, ରଘୁନାଥ ସମବାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁ,ପୂର୍ବତନ ସରପଞ୍ଚ ତଥା ଖେଳମଣିଷ ଦିବାକର ନାୟକ,ପ୍ରକୃତିବନ୍ଧୁ ପଞାନନ ପଣ୍ଡା,ବିଜ୍ଞାପିତ ଅଞ୍ଚଳ ପରିଷଦ ର କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ସାହୁ,ବନରକ୍ଷୀ ସୌମ୍ୟରଂଜନ ଦଳେଇ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ଯଶୋବନ୍ତ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର, ରାମକୃଷ୍ଣ ସାହୁ,ଗଣେଶ୍ୱର ସାହୁ,ଫକିର ମହାରଣା,ସମସ୍ତ ଛାତ୍ରାଭିଭାବକ,ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ବିଦ୍ୟାଳୟ ହତାମଧ୍ୟରେ ଆମ୍ବ,ନଡ଼ିଆ,ପିଜୁଳି,ଚମ୍ପା, ବଉଳ,ଅମୃତଭଣ୍ଡା,ସଜନା, ଜାମୁ, କରମଙ୍ଗା,ଅଶୋକ,କଦଳୀ ଇତ୍ୟାଦି ବିଭିନ୍ନ…
Read Moreସାମ୍ବାଦିକ ସୁରକ୍ଷା ଆଇନ, ଅବସରପ୍ରାପ୍ତ ସାମ୍ବାଦିକଙ୍କ ପାଇଁ ପେନସନ, ସ୍ୱାସ୍ଥ୍ୟ ବୀମାକୁ ୧୦ଲକ୍ଷ ଟଙ୍କାକୁ ବୁଦ୍ଧି ପାଇଁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ୱାନ କ୍ରମେ ଆଜି ନୟାଗଡ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ, ଅବସରପ୍ରାପ୍ତ ସାମ୍ବାଦିକଙ୍କ ପାଇଁ ପେନସନ ଲାଗୁ କରିବା, ସ୍ୱାସ୍ଥ୍ୟ ବୀମାକୁ ୧୦ଲକ୍ଷ ଟଙ୍କାକୁ ବୁଦ୍ଧି ସହ ଏଥିରେ ପିତାମାତା ଏବଂ ୨୫ବର୍ଷରୁ ଉର୍ଦ୍ଧ ନିର୍ଭରଶୀଳ ସନ୍ତାନସନ୍ତତିଙ୍କୁ ସାମିଲ କରିବା ନେଇ ଦାବି କରାଯାଇଛି । ଦେଶର ୧୮ଟି ରାଜ୍ଯରେ ସାମ୍ବାଦିକ ପେନସନ୍ ଯୋଜନାରେ ୧୫ହଜାରଟଙ୍କା ଦିଆଯାଉଥିବାବେଳେ ଓଡିଶାରେ ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରାଯାଇଛି । ଆୟୁଷ୍ମାନ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ଯ ବୀମା ଯୋଜନାରୁ ବାଦ୍ ଦିଆଯିବା ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରାଯାଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଜନଶୁଣାଣି…
Read Moreଯୁବ ସାମ୍ବାଦିକ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ସହାୟତାରେ ମିଳିଲା ତୃତୀୟ ମୃତକଙ୍କ ପରିଚୟ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଟାକରା ନିକଟସ୍ଥ ଅସନିବେରେଣା ରାସ୍ତାରେ ଶନିବାର ଦିନ ହୋଇଥିବା ସଡ଼କ ଦୃଘଟଣାରେ ୩ଜଣ ପ୍ରାଣ ହରାଇଥିବା ବେଳେ ୨ଜଣ ଗୁରୁତର ଆହତଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମୃତକ ୩ଜଣ ମଧ୍ୟରୁ ୨ମୃତକଙ୍କ ପରିଚୟ ମିଳିପାରିଥିବା ବେଳେ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ତୃତୀୟ ଲୋକର ପରିଚୟ ମିଳିପାରିନଥିଲା। କିନ୍ତୁ ଆଜି ସନ୍ଧ୍ୟାରେ ଦଶପଲ୍ଲା କଳିଙ୍ଗଟିଭି ପ୍ରତିନିଧି ପ୍ରିୟବ୍ରତ ଆଚାର୍ଯ୍ୟ ତୃତୀୟ ଲୋକର ପରିଚୟ ପାଇ ଦଶପଲ୍ଲା ଥାନାକୁ ଅବଗତ କରାଇବା ସହ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ମୃତକଙ୍କ ପରିବାରକୁ ଏ ସମ୍ପର୍କରେ ଜଣାଇଥିଲେ। ତୃତୀୟ ମୃତକ ଜଣକ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଚିସାହି ଅଂଚଳର ଅଜୟ ମେହେର ବୋଲି ଜଣାପଡ଼ିଛି।ସୂଚନାଥାଉକି ଶନିବାର ସନ୍ଧ୍ୟାରେ ଟାକରା ଠାରେ ୨ଟି ଟ୍ରକ ମୁଁହାମୁଁହି ଧକ୍କା ହେବା ଫଳରେ ୩ଜଣକ…
Read Moreବଞ୍ଚିବାର ରାହା- ଜଙ୍ଗଲ ହିଁ ସାହା, ପରିବେଶ ଓ ବନପ୍ରେମୀ ରାଜ କୁମାର
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଦୃତ ଅବକ୍ଷୟ ଓ କଳ କାରଖାନା ବୃଦ୍ଧି ଯୋଗୁଁ ସମାଜ, ସଭ୍ୟତା ଓ ପରିବେଶ ପ୍ରଦୂଷଣ ହେବା ସହିତ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏହା ପ୍ରାଣୀ ଜଗତ ପାଇଁ ସାଙ୍ଘାତିକ ସମସ୍ୟା ଭାବେ ଠିଆ ହେଇଛି । ପ୍ରତିଦିନ ବହୁ ମାତ୍ରାରେ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଜୈବ ବିବିଧତା ଧ୍ବଂସ ହେବା ସହିତ କେତେକ ବିରଳ ପ୍ରଜାତିର ବନ୍ୟ ଜନ୍ତୁ , ପଶୁପକ୍ଷୀ ଲୋପ ପାଇ ଗଲେଣି । ମାନବ ସଭ୍ୟତା ବର୍ତ୍ତମାନ ଦୁର୍ଦ୍ଦିନ ଓ ଘଡି ସନ୍ଧି ମୁହୂର୍ତ୍ତରେ ପହଞ୍ଚିଛି । ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଚଢ଼ିବା ସହିତ ଜଙ୍ଗଲ ବାସୀଙ୍କ ଜୀବନ ଜୀବିକାର ମୂଳଉତ୍ସ ,ଗ୍ରାମ୍ୟ ଜଙ୍ଗଲ ଶ୍ରୀହୀନ ହେଇ ଗଲାଣି । ଜଙ୍ଗଲ ଉପରେ ନିର୍ଭର କରୁଥିବା…
Read Moreସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ପ୍ରତାପ କୁମାର ପରିଡ଼ା
ନୟାଗଡ଼, (ନୟାଗଡ଼ ଦର୍ପଣ): ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ ସମାରୋହ ଉତ୍ସବ ପୁରୀ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ, ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା କରାଯାଇଥିଲା ତତ୍ ସହ ଆଦର୍ଶ ଶିକ୍ଷକ ଓ ଯୁବ ଲେଖକ କବି ଭାବରେ ବେଶ୍ ଜଣଶୁଣା ବୋଲି ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଉପସ୍ଥାପନା କରିଥଲେ। ମୁଖ୍ୟ ଅତିଥି ହରିହର କାନୁନଗୋ ତିରୁପତି ବିଶ୍ବ ବିଦ୍ୟାଳୟ କୁଳପତି ଓ ଶଶଧର ପଣ୍ଡା…
Read Moreବାଇକ୍କୁ ରକ୍ଷା କରିବାକୁ ଯାଇ ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ଜଣଙ୍କ ମୃତ୍ୟୁ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଏକ ବାଇକ୍କୁ ରକ୍ଷା କରିବା ପାଇଁ ଦୁଇ ଜଣ ଟ୍ରକ୍ ଚାଳକ ମୁହାଁମୁହିଁ ହୋଇଛନ୍ତି। ଟ୍ରକ୍ ଦୁଇଟି ଧକ୍କା ହେବାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଟାକରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ୍ ବୋଝେଇ ଟ୍ରକ୍ ମଧ୍ୟରେ ଭୟଙ୍କର ଭାବେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି। ସମସ୍ତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି…
Read Moreବାଲିଘାଟ ବନ୍ଦ ନିର୍ଦ୍ଦେଶନାମା ନାମକୁ ମାତ୍ର ହୋଇଥିବା ଅଭିଯୋଗ କଲେ ନୟାଗଡର ବରିଷ୍ଠ କଂଗ୍ରେସ ନେତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷାରୁତୁ ପାଇଁ ଖଣି ବିଭାଗ ନିୟମ ଅନୁସାରେ ନୟାଗଡ ଜିଲ୍ଲାର ସମସ୍ତ ସୈରାତ ବାଲିଘାଟ ବନ୍ଦ ରଖିବା, ବାଲିଘାଟ ନିଲାମଧାରୀ ମାନେ ମେସିନରୀ ଏବଂ କର୍ମଚାରୀ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲା ଖଣି ଅଧିକାରୀ ପତ୍ରସଂଖ୍ୟା ୧୯୮୩/୦୮. ୦୭. ୨୦୨୫ଦ୍ୱାରା ସମସ୍ତ ବାଲିଘାଟ ନୀଲାମଧାରୀଙ୍କ ଲଘୁଖଣିଜ ବାଲି ଉତ୍ତୋଳଳ ପ୍ରକ୍ରିୟା ନିଲମ୍ବନ ଆଦେଶ କେବଳ ନାମକୁ ମାତ୍ର ଜାରିଜରାଯାଇଛି କିନ୍ତୁ ବାସ୍ତବରେ ଖଣି ଅଧିକାରୀ, ଖଣ୍ଡପଡା ଏସ୍ଡ଼ିପିଓ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ମିଳିତ ଚକ୍ରାନ୍ତରେ ରାତିରେ ଶହଶହ ଟ୍ରିପ ବାଲି ଚୋରାଚାଲାଣ ଚାଲିଛି। ନୟାଗଡ ସହରକୁ ଆସୁଥିବା ବାଲି ଟ୍ରିପ ପ୍ରତି ୨୦ହଜାର ଟଙ୍କା ନିଆଯାଉଛି। ପ୍ରତ୍ୟେକ ବାଲି ଟ୍ରିପ ପିଛା ଦୁଇରୁ ତିନି ହଜାର ଟଙ୍କା ବେଆଇନ ଆଦାୟ କରାଯାଇ ଚୋରା ବାଲି ଚାଲାଣକୁ ପୋଲିସ ଖଣିବିଭାଗ ପ୍ରଶାସନ ଆଖି…
Read More