ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଭିଜିଲାନ୍ସ ମନିଟରିଙ୍ଗି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ)1995 ନିୟମ ବିଷୟରେ ସମୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲାରେ ଯେପରି ନିର୍ଯାତନା ହ୍ରାସ କରାଯିବ ସେଥିପାଇଁ ଜନ ସଚେତନନତା ସହ ବ୍ଲକ ଓ ପଞ୍ଚାୟତରେ ତଥା ପ୍ରମୁଖ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯିବା ଲାଗି ପ୍ରସ୍ତାବ ରଖାଯାଇଛି। ନିର୍ଯାତନା ଲାଗି ଉସୁକାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯାନୁଷାନ ଗ୍ରହଣ ଲାଗି ଦାବି କରାଯାଇଥିବା ଜଣାପଡ଼ିଛି। ଏହି ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟନାୟକ, ଡେପୁଟି କଲେକ୍ଟର ତପସ୍ଵିନୀ ହାଁସଦା, ଜିଲ୍ଲା କୋଷାଧିକାରୀ ଲକ୍ଷ୍ମୀଧର ମୁର୍ମୁ, ତହସିଲଦାର ଓଡ଼ଗାଁ ମାନସ କୁମାର ଭୋଇ, ଡି ଏସ୍ ପି ପୋଲିସ ନୟାଗଡ ସହ କମିଟି ସଭ୍ୟ ଭିମସେନ ସେଠୀ, ବିଜୟ କୁମାର ସେଠୀ, ଗଙ୍ଗାଧର ବେହେରା, ପ୍ରଭାସିନି ନନ୍ଦ ଏବଂ ଅରୁଣ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମୀକ୍ଷା ବୈଠକକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତରଞ୍ଜନ ବେହେରା ପରିଚାଳନା କରି ଉପସ୍ଥିତ ସମସ୍ତ ଲୋକପ୍ରତିନିଧି, ସଭ୍ୟ ସଭ୍ୟା ଓ ଅଧିକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ଜିଲ୍ଲାସ୍ତରୀୟ ଭିଜିଲାନ୍ସ ମନିଟରିଙ୍ଗି କମିଟି ବୈଠକ ଅନୁଷ୍ଠିତ
