ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅକ୍ଟୋବର ୧୧ ଏବଂ ୧୨ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଳବ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ ବର୍ଗ ଏବଂ ୧୭ ବର୍ଷରୁ ଉର୍ଦ୍ଧ୍ୱ ବର୍ଗ ଏହିପରି ଦୁଇଟି ବିଭାଗରେ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ନେଇ କେସି କ୍ଳବ ଠାରେ ଜିଲ୍ଲା ଚେସ ଆସୋସିଏସନ ସଭାପତି ଭାଗିରଥି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତ୍ୟେକ ବର୍ଗରେ ଶ୍ରେଷ୍ଠ ୫ଜଣଙ୍କୁ ଅର୍ଥରାଶି ସହିତ ପୁରସ୍କୃତ କରାଯିବ। ଏହି ବୈଠକରେ ଜିଲ୍ଲା ଚେସ ଆସୋସିଏସନ ଉପ ସଭାପତି ବାଲାରସେନ ପାତ୍ର,…
Read MoreYear: 2025
ଅଭିଜିତଙ୍କ ଆଶୁ ଆରୋଗ୍ୟ କାମନା କରି ‘ସଙ୍ଗୀତଧାରା’ ପକ୍ଷରୁ ସମୂହ ଦୀପଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କରି ‘ସଙ୍ଗୀତଧାରା’ ପକ୍ଷରୁ ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ କରାଯାଇଛି। ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ବେତାର କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ, ଲକ୍ଷ୍ମୀଧର ସାହୁ, ଅଶୋକ କୁମାର ମଲ୍ଲ, ସୁଦର୍ଶନ ସାହୁ, ଦୀନବନ୍ଧୁ ସାହୁ ପ୍ରମୁଖ ଯୋଗଦାନ କରି ଶ୍ରୀଜଗନ୍ନାଥଙ୍କ ନିକଟରେ ଅଭିଜିତ ମଜୁମଦାରଙ୍କ ଦ୍ରୁତ ଆରୋଗ୍ୟ କାମନା କରି ସମୂହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସୂଚନା ଯୋଗ୍ୟ, ଓଡ଼ିଶାର ଲୋକପ୍ରିୟ ସଙ୍ଗୀତକାର ଶ୍ରୀ ମଜୁମଦାର ବର୍ତ୍ତମାନ ଉଚ୍ଚ ରକ୍ତଚାପ, ଥାଇରଏଡ୍, ଯକୃତ ରୋଗ,ଗମ୍ଭୀର ସ୍ନାୟୁଗତ ରୋଗ, ନିମୋନିଆ ଏବଂ ରକ୍ତପ୍ରବାହ ସଂକ୍ରମଣରେ ପୀଡ଼ିତ ହୋଇ ଭୁବନେଶ୍ୱର ଏମ୍ସରେ…
Read Moreଆନ୍ତର୍ଜାତୀୟ ସ୍ତରରେ ଟାଏକୋଣ୍ଡୋ ସ୍କୁଲ ଅଫ୍ ନୟାଗଡ଼ ଏକାଡେମୀର ସୁନାମ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ୧୨.୦୯.୨୦୨୫ ରୁ ୧୪.୦୯.୨୦୨୫ ପର୍ଯ୍ୟନ୍ତ ତିନିଧରି, ହାଇଦ୍ରାବାଦର ଗୋଛିୱାଲି ନିକଟସ୍ଥ G. M. C ବାଲା ଯୋଗି ଷ୍ଟାଡିୟମରେ 1st Asian Open International Taekwondo ଚାମ୍ପିୟନସିପ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଭାରତ ସମେତ ୬ଟି ଦେଶର ପ୍ରାୟ ଆଠ ଶହରୁ ଉର୍ଦ୍ଧ କ୍ରୀଡାବିତମାନେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଚାରୋଟି ଇଭେଣ୍ଟ ରଖାଯାଇଥିଲା। ଯାହା କି – କିରୋଗୀ, ପୁମ୍-ସେ, Speed Kicking ଓ Speed Punching. ଏହି ଚାରୋଟି ଇଭେଣ୍ଟ ଭିତରୁ ଟାଏକୋଣ୍ଡୋ ସ୍କୁଲ ଅଫ ନୟାଗଡ ଏକାଡେମୀ ପକ୍ଷରୁ ଶ୍ୟାମସୁନ୍ଦର୍ ସିଂ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଶ୍ୟାମସୁନ୍ଦର୍ ସିଂ ସିନିଅର କି – କିରୋଗୀ ବିଭାଗରେ ସ୍ବର୍ଣ୍ଣପଦକ ହାସଲ କରି ନୟାଗଡ ଜିଲ୍ଲା, ଆମ ରାଜ୍ୟ ତଥା ଆମ ଦେଶ ପାଇଁ ଏକ…
Read More‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଯସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ନୟାଗଡ ଜିଲ୍ଲାର ସମସ୍ତ ପଞ୍ଚାୟତସ୍ତରରେ ଆୟୋଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧିନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଜିଲ୍ଲାବ୍ୟାପୀ ୨ ଲକ୍ଷରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ପଣ୍ଡୁସର ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସଭାପତି ଜିଲ୍ଲାପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜ଼ିନା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଜୟାନନ୍ଦ ନାୟକ, ବନଖଣ୍ଡ ଅଧିକାରୀ (ଟେରିଟୋରିଆଲ) ଦେବାର୍ଚ୍ଚନ ବେହେରା, ବନଖଣ୍ଡ ଅଧିକାରୀ (ମହାନଦୀ…
Read Moreଭାଜପା ପକ୍ଷରୁ ଚମ୍ପାଗଡ ପଞ୍ଚାୟତର ସଂରକ୍ଷିତ ଜଙ୍ଗଲରେ ବୃକ୍ଷରୋପଣ
ରଣପୁର,(ନୟାଗଡ଼ ଦର୍ପଣ): ଆଜି ଯସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ନୟାଗଡ ଜିଲ୍ଲାର ସମସ୍ତ ପଞ୍ଚାୟତସ୍ତରରେ ଆୟୋଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧିନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଜିଲ୍ଲାବ୍ୟାପୀ ୨ଲକ୍ଷରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି। ଭାଜପା ପକ୍ଷରୁ ଚମ୍ପାଗଡ ଗ୍ରାମ ପଞ୍ଚାୟତର ଶ୍ରୀକୃଷ୍ଣପୁର ମଠ ପ୍ରାଙ୍ଗଣରେ ଏବଂ ଚମ୍ପାଗଡ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରଣପୁର ରେଞ୍ଜର ସିଦ୍ଧୁ ଚରଣ ସିଂ, ଚାନ୍ଦପୁର ମଣ୍ଡଳ ସଭାପତି ଅକ୍ଷୟ କୁମାର ସାହୁ, ଚମ୍ପାଗଡର ଗଣେଶ୍ୱର ମାନ୍ଧାତା, ନିରଞ୍ଜନ ମାନସିଂହ, ପ୍ରସନ୍ନ କୁମାର ବେହେରା, ସୁଶାନ୍ତ ପ୍ରଧାନ , ତାପସ ପ୍ରଧାନ,…
Read More“ସୁସ୍ଥ ନାରୀ, ସଶକ୍ତ ପରିବାର” ଅଭିଯାନ
ନୟାଗଡ଼, (ନୟାଗଡ଼ ଦର୍ପଣ): “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” ହେଉଛି ଏକ ଜାତୀୟ ସ୍ତରୀୟ ଅଭିଯାନ ଯାହା ଓଡ଼ିଶା ସମେତ ସମଗ୍ର ରାଜ୍ୟରେ ଏକ ସୁସ୍ଥ ଭବିଷ୍ୟତ ପିଢ଼ି ଗଠନ ପାଇଁ ଶିବିର ପଦ୍ଧତି ମାଧ୍ୟମରେ ପ୍ରାଥମିକତାରେ ସମସ୍ତ ବୟସର ମହିଳା ଏବଂ ଝିଅମାନଙ୍କୁ ବ୍ୟାପକ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସେବା ପ୍ରଦାନ କରିବା ପାଇଁ ଯୋଜନା କରାଯାଇଛି। ଏହି ଅଭିଯାନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୭ ସେପ୍ଟେମ୍ବର ୨୦୨୫ରେ ଇନ୍ଦୋରଠାରେ ଉଦ୍ଘାଟିତ ହୋଇଛି ଏବଂ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେବ। ଯେଉଁଥିରେ ଜନସ୍ୱାସ୍ଥ୍ୟ ପ୍ରଶାସନ, ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ମଞ୍ଚ / ଏଜେନ୍ସି / ହସ୍ପିଟାଲ ସମେତ ଏନଜିଓମାନେ ସାମିଲ ହେବେ। ଅଭିଯାନ ସମୟରେ ଶିବିର ପଦ୍ଧତି ମାଧ୍ୟମରେ ସମସ୍ତ ବୟସର ମହିଳା ଏବଂ ଝିଅମାନଙ୍କୁ ବ୍ୟାପକ…
Read Moreସାମାଜିକ ସୁରକ୍ଷା ଯୋଜନା ସାଚୁରେସନ୍ ଅଭିଯାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ନୟାଗଡ଼ ଶାଖା ତରଫରୁ ବ୍ରହ୍ମପୁର ସର୍କିଟ୍ ଅଫିସ୍ ଅଧୀନରେ ନବଘନପୁର ଗ୍ରାମ ପଞ୍ଚାୟତ, ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସମାଜିକ ସୁରକ୍ଷା ଯୋଜନା ସାଚୁରେସନ୍ ଅଭିଯାନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ବ୍ରହ୍ମପୁର ସର୍କଲ୍ ଅଫିସ୍ ସର୍କଲ୍ ହେଡ୍ ପ୍ରତାପ କୁମାର ବୈରୀଗଂଜନ ଅଧ୍ୟକ୍ଷତା କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ଼ଃ ସାରଦା ପ୍ରସନ୍ନ ମହାନ୍ତି, ଆଞ୍ଚଳିକ ନିର୍ଦ୍ଦେଶକ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଉପସ୍ଥିତ ଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଥିଲେ ନବଘନ ରାଉତ, ଏଲ୍ବିଓ, ଆର୍ବିଆଇ ଭଗତ ବେହେରା, ଆଞ୍ଚଳିକ ପ୍ରବନ୍ଧକ, ଏସ୍ବିଆଇ, ଲୋହିତ ନନ୍ଦ, ଏଲ୍ଡିଏମ୍, ନୟାଗଡ଼ ଏବଂ ସୁବ୍ରତ କୁମାର ଦେବତା, ଚିଫ୍ ମ୍ୟାନେଜର, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ। ଏହି କାର୍ଯ୍ୟକ୍ରମରେ ନବଘନପୁର ଗ୍ରାମ ପଞ୍ଚାୟତରୁ ପ୍ରାୟ…
Read Moreନୟାଗଡ଼ ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ, ଜିଲ୍ଲାପାଳ କରାଇଲେ ଶପଥ ପାଠ
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଆ ପାଇଁ ଗଛଟିଏ, ପରିବେଶର ସ୍ୱଚ୍ଛତା ଓ ସୁରକ୍ଷା, ଗଛ ଲଗାଇବା ପାଇଁ ଅନ୍ୟକୁ ସଚେତନ ତଥା ଉତ୍ସାହିତ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି ନୟାଗଡ଼ ପୌରପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ ଏନଏସି ଉଚ୍ଚ ବିଦ୍ୟାଳୟ ଓ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ,ନୟାଗଡ଼ର ଛାତ୍ରଛାତ୍ରୀ, ସମସ୍ତ କାଉନସିଲର, ଶିକ୍ଷକ ଶିକ୍ଷୟିତ୍ରୀ, ପୌରପରିଷଦ କର୍ମଚାରୀ ତଥା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗଦାନ କରିଥିଲେ। ଜିଲ୍ଲା ପାଠାଗାର ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ରାଲିକୁ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ପୌରାଧ୍ୟକ୍ଷା ନିରୁପମା ଖଟେଇ ଏବଂ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦାନ ପୂର୍ବକ ପତାକା ଦେଖାଇ ଉଦଘାଟନ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ…
Read Moreଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମରେ ଗଛଲଗାଇଲେ ଛାତ୍ରଛାତ୍ରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆଜି ସାରା ଦେଶରେ “ଏକ୍ ପେଡ୍ ମା କେ ନାମ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟ ପାଠପଢ଼ା ସକାଳୁଆ ହୋଇଛି। ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ସେହି ପରି ସିନ୍ଦୁରିଆ ପଞ୍ଚାୟତ ତରଫରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣକରିଥିଲେ। ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍, ସହକାରୀ ଶିକ୍ଷୟିତ୍ରୀ ମଗ୍ନମ୍ ଜାହାଁ ଓ କ୍ରୀଡ଼ାଶିକ୍ଷକ ଜିତେନ୍ଦ୍ର ଗୁରୁ ପଞ୍ଚାୟତ ଅଧିନରେ ହେଉଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ…
Read Moreରୋହିବାଙ୍କ ବିଦ୍ୟାଳୟ ରେ ବିଶ୍ୱ ଓଜନ ଦିବସ ପାଳିତ
ଓଡଗାଁ, (ନୟାଗଡ଼ ଦର୍ପଣ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିବେଶ ଶିକ୍ଷା ଓ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କ ନିର୍ଦେଶ କ୍ରମେ ପ୍ରତିବର୍ଷ ପରି ସେପ୍ଟେମ୍ବର ୧୬ତାରିଖ ଦିନ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ବିଶ୍ୱ ଓଜନ ଦିବସ ପାଳିତ ହୋଇସାରିଛି। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଓ ବିଜ୍ଞାନ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା ୧୫ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଓଜନ ସ୍ତର ସମ୍ବନ୍ଧିତ ଏକ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଶାରୀରିକ କ୍ରୀଡା ଶିକ୍ଷକ ଆଲୋକ ନାୟକଙ୍କ ସହଯୋଗରେ ଅନୁଷ୍ଠିତ କରାଯାଇଥିଲା। ଏହାପରେ ପ୍ରକୃତି ବନ୍ଧୁ ଶ୍ରୀ ସାହୁ ଓଜନ ସ୍ତର ଆମକୁ ଛତା ପରି ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣୀ ରଶ୍ମୀ ରୁ କିପରି ଆମକୁ ରକ୍ଷା…
Read More