ନୟାଗଡ଼, (ନୟାଗଡ଼ ଦର୍ପଣ): ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ନୟାଗଡ଼ ଶାଖା ତରଫରୁ ବ୍ରହ୍ମପୁର ସର୍କିଟ୍ ଅଫିସ୍ ଅଧୀନରେ ନବଘନପୁର ଗ୍ରାମ ପଞ୍ଚାୟତ, ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସମାଜିକ ସୁରକ୍ଷା ଯୋଜନା ସାଚୁରେସନ୍ ଅଭିଯାନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ବ୍ରହ୍ମପୁର ସର୍କଲ୍ ଅଫିସ୍ ସର୍କଲ୍ ହେଡ୍ ପ୍ରତାପ କୁମାର ବୈରୀଗଂଜନ ଅଧ୍ୟକ୍ଷତା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ଼ଃ ସାରଦା ପ୍ରସନ୍ନ ମହାନ୍ତି, ଆଞ୍ଚଳିକ ନିର୍ଦ୍ଦେଶକ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଉପସ୍ଥିତ ଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଥିଲେ ନବଘନ ରାଉତ, ଏଲ୍ବିଓ, ଆର୍ବିଆଇ ଭଗତ ବେହେରା, ଆଞ୍ଚଳିକ ପ୍ରବନ୍ଧକ, ଏସ୍ବିଆଇ, ଲୋହିତ ନନ୍ଦ, ଏଲ୍ଡିଏମ୍, ନୟାଗଡ଼ ଏବଂ ସୁବ୍ରତ କୁମାର ଦେବତା, ଚିଫ୍ ମ୍ୟାନେଜର, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ।

ଏହି କାର୍ଯ୍ୟକ୍ରମରେ ନବଘନପୁର ଗ୍ରାମ ପଞ୍ଚାୟତରୁ ପ୍ରାୟ ୨୫୦ ଜଣ ଲୋକ ଉପସ୍ଥିତ ଥିଲେ। ଡ଼ଃ ମହାନ୍ତି ସମାଜିକ ସୁରକ୍ଷା ଯୋଜନାମାନଙ୍କର ଗୁରୁତ୍ୱ ବିଷୟରେ ଆଲୋକପାତ କରି ଉପସ୍ଥିତ ଲୋକମାନେ ଏହି ଯୋଜନାରେ ନିଜକୁ ସଂପୃକ୍ତି କରିବାକୁ ଆହ୍ୱାନ କରିଥିଲେ। ସେ କହିଲେ ଯେ, ଲୋକମାନେ ଡିଜିଟାଲ ଠକେଇ ସହିତ ସାବଧାନ ରହିବେ ଓ ଏଥିରେ ଠକେଇରୁ ବଞ୍ଚିପାରିବେ। ସର୍କଲ୍ ହେଡ୍ ଶ୍ରୀଯୁକ୍ତ ବୈରୀଗଂଜନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY), ଓ ଅଟଲ ପେନସନ ଯୋଜନା (APY) ଭଳି ସାମାଜିକ ସୁରକ୍ଷା ଯୋଜନାଗୁଡିକ ଏକାନ୍ତ ଆବଶ୍ୟକ।
ଏହି ଶିବିରରେ ବହୁତ ସଂଖ୍ୟାରେ ଲୋକମାନେ ସମାଜିକ ସୁରକ୍ଷା ଯୋଜନାରେ ନିଜନାମ ପଞ୍ଜୀକୃତ କରିଥିଲେ। ପରିଶେଷରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଚିଫ୍ ମ୍ୟାନେଜର ସୁବ୍ରତ କୁମାର ଦେବତା ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ କରାଯାଇଥିଲା।