ଆନ୍ତର୍ଜାତୀୟ ସ୍ତରରେ ଟାଏକୋଣ୍ଡୋ ସ୍କୁଲ ଅଫ୍ ନୟାଗଡ଼ ଏକାଡେମୀର ସୁନାମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ୧୨.୦୯.୨୦୨୫ ରୁ ୧୪.୦୯.୨୦୨୫ ପର୍ଯ୍ୟନ୍ତ ତିନିଧରି, ହାଇଦ୍ରାବାଦର ଗୋଛିୱାଲି ନିକଟସ୍ଥ G. M. C ବାଲା ଯୋଗି ଷ୍ଟାଡିୟମରେ 1st Asian Open International Taekwondo ଚାମ୍ପିୟନସିପ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଭାରତ ସମେତ ୬ଟି ଦେଶର ପ୍ରାୟ ଆଠ ଶହରୁ ଉର୍ଦ୍ଧ କ୍ରୀଡାବିତମାନେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଚାରୋଟି ଇଭେଣ୍ଟ ରଖାଯାଇଥିଲା। ଯାହା କି – କିରୋଗୀ, ପୁମ୍-ସେ, Speed Kicking ଓ Speed Punching. ଏହି ଚାରୋଟି ଇଭେଣ୍ଟ ଭିତରୁ ଟାଏକୋଣ୍ଡୋ ସ୍କୁଲ ଅଫ ନୟାଗଡ ଏକାଡେମୀ ପକ୍ଷରୁ ଶ୍ୟାମସୁନ୍ଦର୍ ସିଂ ଅଂଶ ଗ୍ରହଣ କରିଥିଲେ।

ପ୍ରତିଯୋଗିତାରେ ଶ୍ୟାମସୁନ୍ଦର୍ ସିଂ ସିନିଅର କି – କିରୋଗୀ  ବିଭାଗରେ ସ୍ବର୍ଣ୍ଣପଦକ ହାସଲ କରି ନୟାଗଡ ଜିଲ୍ଲା, ଆମ ରାଜ୍ୟ ତଥା ଆମ ଦେଶ ପାଇଁ ଏକ ଗୌରବ ଅର୍ଜନ କରିଛନ୍ତି। ଏହି ସଫଳତା ପଛରେ କ୍ରୀଡାବିତ୍ ମାନଙ୍କର ଅକ୍ଲାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ତଥା ଅଭିଭାବକ ମାନଙ୍କର ସହଯୋଗ ଓ ଆଶୀର୍ବାଦ ଅଛି ବୋଲି ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ଏମ. ରୀତିକ୍ ରଂଜନ ମହାପାତ୍ର ମତ ବ୍ୟକ୍ତ କରିଥିଲେ। ଭବିଷ୍ୟତରେ ଟାଏକୋଣ୍ଡୋ ସ୍କୁଲ ଅଫ ନୟାଗଡ ଏକାଡେମୀର ସମସ୍ତ କ୍ରୀଡାବିତମାନେ କିପରି ଆହୁରି ଉଚ୍ଚ ସ୍ତରକୁ ଯାଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବେ ସେନେଇ ଧ୍ୟାନ ରଖାଯାଇଛି।

Related posts