ରଣପୁର,(ନୟାଗଡ଼ ଦର୍ପଣ): ଆଜି ଯସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ନୟାଗଡ ଜିଲ୍ଲାର ସମସ୍ତ ପଞ୍ଚାୟତସ୍ତରରେ ଆୟୋଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧିନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଜିଲ୍ଲାବ୍ୟାପୀ ୨ଲକ୍ଷରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି। ଭାଜପା ପକ୍ଷରୁ ଚମ୍ପାଗଡ ଗ୍ରାମ ପଞ୍ଚାୟତର ଶ୍ରୀକୃଷ୍ଣପୁର ମଠ ପ୍ରାଙ୍ଗଣରେ ଏବଂ ଚମ୍ପାଗଡ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ରଣପୁର ରେଞ୍ଜର ସିଦ୍ଧୁ ଚରଣ ସିଂ, ଚାନ୍ଦପୁର ମଣ୍ଡଳ ସଭାପତି ଅକ୍ଷୟ କୁମାର ସାହୁ, ଚମ୍ପାଗଡର ଗଣେଶ୍ୱର ମାନ୍ଧାତା, ନିରଞ୍ଜନ ମାନସିଂହ, ପ୍ରସନ୍ନ କୁମାର ବେହେରା, ସୁଶାନ୍ତ ପ୍ରଧାନ , ତାପସ ପ୍ରଧାନ, ବିଜୁ ବରାଡ ଉପସ୍ଥିତ ରହି ପ୍ରମୁଖ ସହଯୋଗ କରିଥିଲେ।