ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ “ସେବା ପକ୍ଷ- ୨୦୨୫” ଅଧୀନରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏଵଂ ଯୁବ କଲ୍ୟାଣ ବିଭାଗ ନିର୍ଦ୍ଦେଶ ଅନୁସାରେ ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ମାରାଥନର ଆୟୋଜନ କରାଯାଇଥିଲା। ଏ ଅବସରରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଳାପାଳ ରୋଜିନା ଦାସ, ଏସଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଲ୍ଲା କ୍ରୀଡା ଅଧିକାରିଣୀ ସୁଜାତା ସାହୁ ଓ ଅନ୍ୟ ସମସ୍ତ ଅଧିକାରୀଙ୍କ ସହ ୫୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଜନ ସାଧାରଣ ଯୋଗ ଦେଇଥିଲେ। ମାରାଥନ୍ ସକାଳ ୭.୦୦ଘଟିକା ରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ନୟାଗଡ଼ ଷ୍ଟାଡିୟମ୍ ଠାରେ ସମାପ୍ତ ହେଇଥିଲା।
Read MoreYear: 2025
ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସଂଯୁକ୍ତ ରାଷ୍ଟ୍ରସଙ୍ଘ ଦେଶ ସମୁହ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୧ତାରିଖକୁ ଆନ୍ତଜାତୀୟ ଶାନ୍ତି ଦିବସ ରୂପେ ପାଳନ ୧୯୮୧ମସିହାରୁ ପାଳନ କରି ଆସୁଛନ୍ତି। ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ ଭାବେ ସ୍କାଉଟ ଗାଇଡ଼ ଏହାର ପାଳନ କରିବା ସହିତ କପୋତ ପକ୍ଷୀକୁ ଶାନ୍ତିର ପ୍ରତୀକ ଭାବେ ନେଇ ଦୁଇହାତର ଓଲଟା ପାପୁଲିକୁ ସାଂକେତିକ ଚି଼ହ୍ନ ଭାବେ ଅନ୍ୟକୁ ପ୍ରଦର୍ଶିତ କରାନ୍ତି। ନୟାଗଡ ଜିଲ୍ଲା ତରଫରୁ ଭାରତ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ଓ ସ୍କାଉଟ ମାଷ୍ଟର ଏବଂ ଗାଇଡ଼ କ୍ୟାପଟେନ ମାନଙ୍କୁ ନେଇ ଓଡଗାଁ ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ ହୋଇସାରିଛି। ଜିଲ୍ଲା ତରଫରୁ ନୟାଗଡ଼ ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ସମ୍ପାଦକ ତଥା ଆଇ ପି ଅନିଲ କୁମାର…
Read Moreଦଶପଲ୍ଲା ବ୍ଲକ ୧୮ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଆଦି କର୍ମଯୋଗୀ ଅଭିଯାନ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ତରଫରୁ ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନରେ ଦଶପଲ୍ଲା ବ୍ଲକ ୧୮ଗୋଟି ଗ୍ରାମ ପଞ୍ଚାୟତକୁ ଆଦି କର୍ମଯୋଗୀ ଅଭିଯାନରେ ସାମିଲ କରାଯାଇଛି। ଯାହା ଦଶପଲ୍ଲା ବ୍ଲକର ବାଣିଗୋଛା, କୁଜାମେଣ୍ଢି, ଡୁଡା, କୁଲୁରୁକୁମ୍ପା, ଚଢୟାପଲ୍ଲି, କଳସଖମଣ, ନୂଆଗାଁ, ଖମାରସାହି, ତେଣ୍ଡାବାଡି, ଭୋଗବାଡି, ପୋଖରୀଗୋଛା, ତୁମ୍ମାଣ୍ଡି, ସାରିଗଣ୍ଡା, ଟାକରା, ଘୋଳାହାଣ୍ଡି ଘୁଗୁଡିପଡା ଓ ନଛିପୁର ଆଦି ଗ୍ରାମ ପଞ୍ଚାୟତର ସମୁଦାୟ ୧୧୦ ଟି ଅନୂସୁଚିତ ଜନଜାତି ବହୁଳ ଗ୍ରାମକୁ ଆଦିବାସୀ ମନ୍ତ୍ରଣାଳୟ ଦ୍ବାରା ଅନ୍ତର୍ଭୁକ୍ତ କରାଯାଇଛି। ଉକ୍ତ ଗ୍ରାମ ଗୁଡିକର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତ ବିଭାଗର ସହମତିରେ ପ୍ରତେକ ଗ୍ରାମ ପାଇଁ ଏକ ଭିଲେଜ ଭିଜନ ପ୍ଲାନ ପ୍ରସ୍ତୁତ ସହ ଆଗାମୀ ଅକ୍ଟୋବର ୨ତାରିଖରେ ଡିଏ ଯୁଗା ଗ୍ରାମର ସମସ୍ତ ଭିଲେଜ ପ୍ଲାନ ଉକ୍ତ ପଞ୍ଚାୟତର ଗ୍ରାମ…
Read Moreଗୋପାଳପୁର ମଣ୍ଡଳରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ମଣ୍ଡଳରେ ଏକ ମଣ୍ଡଳ ସ୍ତରୀୟ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ଆଜି ମୋଟ ୬୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି। ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଭାରତର ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ “ସେବା ପକ୍ଷ” କାର୍ଯ୍ୟକ୍ରମରେ ଗୋପାଳପୁର ମଣ୍ଡଳରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ଶହଶହ ଲୋକଙ୍କ ସମାଗମ ହୋଇଥିଲା। ରକ୍ତଦାନ ଶିବିରରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଲଷ୍ମୀପ୍ରିୟା ତରେଇ, ଅଭିଷେକ ସାମନ୍ତରାୟ, ନିର୍ମଳ କୁମାର ମତ୍ତଗଜସିଂହ, ପରେଶ ମିଶ୍ର, ଜୟନ୍ତ କୁମାର ନାୟକ, ଭରତ ରଣସିଂହ, ଗଣେଶ୍ୱର ମାନ୍ଧାତା, ଭାସ୍କର ନାୟକ…
Read More୩୨ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ଶରଣକୁଳ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଶରଣକୁଳ ନିକଟବର୍ତ୍ତୀ ଅସୁରିଢିପା ଗ୍ରାମରେ ଏକ୍ସାଇଜ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। କୌଣସି ସୂତ୍ରରୁ ଖବର ପାଇ ଅସୁରିଢିପା ଗ୍ରାମର ଅପର୍ତ୍ତି ପ୍ରଧାନଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ପ୍ରଧାନ(୫୦)ଙ୍କ ଘରେ ଚଢ଼ାଉ କରିବା ସମୟରେ ତାଙ୍କଠାରୁ ୩୨ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିବା ଜଣାପଡିଛି। ସେ ଦୀର୍ଘ ଦିନ ଧରି ଏହି ବ୍ୟବସାୟ କରିଆସୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଫଳରେ ଯୁବ ଗୋଷ୍ଠୀ ଏହା ସେବନ କରି ବହୁ ବିପଥଗାମୀ ହେଉଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି। କେବଳ ଅସୁରିଢିପା ନୁହଁ ତା’ର ଆଖପାଖ ଅଞ୍ଚଳରେ ମଧ୍ୟ ବେପାର ଚାଲିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି। ବଡପୁଟ ଛକରେ ଏକ ନିର୍ଦ୍ଦିଷ୍ଟ ପରିବା ଦୋକାନରେ ସମସ୍ତ ପ୍ରକାରର ନିଶା ଦ୍ରବ୍ୟ ବିକ୍ରି ହେଉଥିବାର ବାରମ୍ବାର…
Read Moreମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହେଲେ ଚିତ୍ତରଞ୍ଜନ ମିଶ୍ର
ରଣପୁର,(ନୟାଗଡ଼ ଦର୍ପଣ) : ନୟାଗଡ ଜିଲ୍ଳା ରଣପୁର ବ୍ଲକର ଭେରୁପଡା ଗ୍ରାମବାସୀ ବସନ୍ତ କୁମାର ମିଶ୍ର ଓ ସୁବାସିନୀ ମିଶ୍ରଙ୍କ ପୁତ୍ର ଏବଂ ଖୋର୍ଦ୍ଧା ଜିଲ୍ଳା ବେଗୁନିଆ ବ୍ଲକ ଅଧିନସ୍ଥ ସିକୋ ଚନ୍ଦ୍ରଶେଖରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୃତି ଶିକ୍ଷକ ଚିତ୍ତରଞ୍ଜନ ମିଶ୍ରଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସଭାପତିତ୍ୱ କରିଥିଲେ । ଏହି ସମାରୋହରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଖୋର୍ଦ୍ଧା ପୌରାଧ୍ୟକ୍ଷା ଲକ୍ଷ୍ମୀ ମହାନ୍ତି, ସହ-ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ ବେହେରା, ବେଗୁନିଆର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର…
Read Moreପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ନୟାଗଡ଼ ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ହେଉଥିବା “ସେବା ପକ୍ଷ” କାର୍ଯ୍ୟକ୍ରମ ଭାରତୀୟ ଜନତା ଯୁବମୋର୍ଚ୍ଚା ନୟାଗଡ଼ ଜିଲ୍ଲା ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଜିଲ୍ଲା ସଭାପତି ମିତ୍ରଭାନୁ ଜେନା ଏବଂ ସମସ୍ତ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରଜେଶ୍ୱରି ସିଂହ, ନୟାଗଡ଼ ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ, ନୟାଗଡ଼ ପୌର ପରିଷଦ ପ୍ରତିନିଧି ରଞ୍ଜନ ରଶ୍ମୀ ଜେନା, ମିନତି ପ୍ରଧାନ, ସମାଜସେବୀ ଦାମ ସାର୍, ଶ୍ରୀଧର ପ୍ରଧାନ, ପ୍ରଶାନ୍ତ ଦାସ, ଆଲୋକ ମହାପାତ୍ର, ଲକ୍ଷ୍ମୀଧର ସାହୁ, ଗୋବିନ୍ଦ ବିଶ୍ଵାଳ,…
Read Moreମା ପାଇଁ ଗଛ ଟିଏ, ସିଭିଲ ସୋସାଇଟ ପକ୍ଷରୁ ମେଗା ବୃକ୍ଷ ରୋପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ବର୍ଷର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ “ମା ପାଇଁ ଗଛ ଟିଏ” ବୃକ୍ଷ ରୋପଣ ଆହ୍ଵାନରେ ଅନୁପ୍ରାଣିତ ହୋଇ ନୟାଗଡ଼ ସିଭିଲ ସୋସାଇଟ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ସବୁଜ ସୁନ୍ଦର ପରିବେଶ ଓ ବାତାବରଣ ସୁରକ୍ଷାର ଉଦ୍ଦେଶ୍ଯକୁ ସାଫଲ୍ଯ ମଣ୍ଡିତ କରିବା ପାଇଁ ନୟାଗଡ଼ ନିକଟସ୍ଥ ପାଣିପୋଇଲା ଜଳସେଚନ ପ୍ରକଳ୍ପ ଡ୍ୟାମର ଚତୁପାର୍ଶରେ ବିଜୁଳି ଘଡଘଡିରୁ ଜନସାଧାରଣଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ୨୦୦୦ରୁ ଉର୍ଦ୍ଧ୍ୱ ତାଳ ଗଛ ରୋପଣ କରିଛନ୍ତି। ଏହିଭଳି ଏକ ମହାନ କାର୍ଯ୍ଯକ୍ରମରେ ନୟାଗଡ଼ ସିଭିଲ ସୋସାଇଟର ବରିଷ୍ଠ ସଦସ୍ୟ ଗୋଦାବରୀଶ ସାହୁ, ଭଗବତୀଚରଣ ପଟ୍ଟନାୟକ, ଶରତ କୁମାର ସାହୁ, ମନୋରଞ୍ଜନ ସାମନ୍ତ, ନବକିଶୋର ସାହୁ, ଧନେଶ୍ଵର ପ୍ରଧାନ, ନିରଞ୍ଜନ ମିଶ୍ର, ବିପିନ ସାହୁ, ବସନ୍ତ ରାଉତ ଓ ଅନ୍ଯ ସଦସ୍ୟପ୍ରମୁଖ…
Read Moreଶତାୟୁ ପୁରୁଷଙ୍କ ସ୍ମୃତି ଚାରଣ ସଭା
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଳକ ନରସିଂହପୁର ଗ୍ରାମର ୧୦୭ ବର୍ଷ ବୟସ୍କ ଜଳଧର ରାଉତରାୟଙ୍କର ଇହଲୀଳା ସମ୍ଵରଣର ଦ୍ବାଦଶାହରେ ଗତ ଗୁରୁବାର ଅପରାହ୍ନରେ ‘ଚାନ୍ଦପୁର ଆଞ୍ଚଳିକ ପୂଜ୍ଯପୂଜା ପରିଷଦ’ ସହଯୋଗରେ ଏକ ସ୍ମୁତି ଚାରଣ ସଭା ତାଙ୍କ ବାସଭବନ ଠାରେ ଆୟୋଜନ କରା ଯାଇଥିଲା। ଆଞ୍ଚଳିକ ପୂଜ୍ୟପୂଜା ପରିଷଦର ସଭାପତି ବରିଷ୍ଠ ଆଇନଜୀବି ନାରାୟଣ ମହାପାତ୍ର, ଉପ ସଭାପତି ବାଳକୃଷ୍ଣ ମହାପାତ୍ର, ସମ୍ପାଦକ ରବୀନ୍ଦ୍ର କୁମାର ନାୟକ,ଅବସରପ୍ରାପ୍ତ ଶିକ୍ଷକ ମନୋଜ ପ୍ରାତ୍ର, ପ୍ରଦ୍ୟୁମ୍ନ କୁମାର ସାଥୁଆ, ସୁରେନ୍ଦ୍ର ପରିଡା, ମାଧବ ଚନ୍ଦ୍ର ରାଉତ, କାଶୀନାଥ ପ୍ରଧାନ, ଚନ୍ଦମଣି ପ୍ରଧାନ ତଥା ଗ୍ରାମର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବର୍ଗତ ଜଳଧର ରାଉତରାୟଙ୍କର ସ୍ମୁତି ଚାରଣ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସ୍ୱର୍ଗତ ଜଳଧରଙ୍କ ଭଣଜା ଶିକ୍ଷାବିତ୍ ଭାସ୍କର ଚନ୍ଦ…
Read Moreବାଲୁଗାଁ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ବ୍ଲକ୍ ଅନ୍ତର୍ଗତ ବାଲୁଗାଁ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପିଲାମାନେ ହିନ୍ଦୀ ଶିକ୍ଷକ ଶୁଭାଶିଷ ସାହୁଙ୍କ ନିର୍ଦ୍ଦେଶନାରେ ଭାରତର ପ୍ରଥମ ମହିଳା ଡାକ୍ଟର ଆନନ୍ଦୀବେନ ଯୋଶୀଙ୍କ ଜୀବନୀ ଅଧାରିତ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। ସେହିପରି ହିନ୍ଦୀ ଭାଷା ସମ୍ପର୍କିତ ବିଭିନ୍ନ ବିଭାଗରେ ପ୍ରତିଯୋଗିତା କରାଯାଇ ଛାତ୍ର-ଛାତ୍ରୀ ମାନକୁ ପୁରଷ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାଷ୍କର ସାହୁ (CRCC) ହିନ୍ଦୀ ଭାଷା ଭାରତର ଏକତାର ମୁଳ ମନ୍ତ୍ର ରୁପେ ଅଭିହିତ କରିଥିଲେ ଏବଂ ହିନ୍ଦୀ ଶିକ୍ଷକ ଶୁଭାଶିଷ ସାହୁ ହିନ୍ଦୀ ଭାଷାର ଗୌରବମୟ ଇତିହାସକୁ ମନେପକେଇବା ସହିତ ହିନ୍ଦୀ ଭାଷାର ବିକାଶ ଏବଂ ହିନ୍ଦୀ ଭାଷାକୁ ଜନମାନସର ଭାଷା ରୁପେ ବର୍ଣ୍ଣନା କରିଥିଲେ। ପରିଶେଷରେ ବିଦ୍ୟାଳୟର ପ୍ରଧାନ…
Read More