ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଳକ ନରସିଂହପୁର ଗ୍ରାମର ୧୦୭ ବର୍ଷ ବୟସ୍କ ଜଳଧର ରାଉତରାୟଙ୍କର ଇହଲୀଳା ସମ୍ଵରଣର ଦ୍ବାଦଶାହରେ ଗତ ଗୁରୁବାର ଅପରାହ୍ନରେ ‘ଚାନ୍ଦପୁର ଆଞ୍ଚଳିକ ପୂଜ୍ଯପୂଜା ପରିଷଦ’ ସହଯୋଗରେ ଏକ ସ୍ମୁତି ଚାରଣ ସଭା ତାଙ୍କ ବାସଭବନ ଠାରେ ଆୟୋଜନ କରା ଯାଇଥିଲା। ଆଞ୍ଚଳିକ ପୂଜ୍ୟପୂଜା ପରିଷଦର ସଭାପତି ବରିଷ୍ଠ ଆଇନଜୀବି ନାରାୟଣ ମହାପାତ୍ର, ଉପ ସଭାପତି ବାଳକୃଷ୍ଣ ମହାପାତ୍ର, ସମ୍ପାଦକ ରବୀନ୍ଦ୍ର କୁମାର ନାୟକ,ଅବସରପ୍ରାପ୍ତ ଶିକ୍ଷକ ମନୋଜ ପ୍ରାତ୍ର, ପ୍ରଦ୍ୟୁମ୍ନ କୁମାର ସାଥୁଆ, ସୁରେନ୍ଦ୍ର ପରିଡା, ମାଧବ ଚନ୍ଦ୍ର ରାଉତ, କାଶୀନାଥ ପ୍ରଧାନ, ଚନ୍ଦମଣି ପ୍ରଧାନ ତଥା ଗ୍ରାମର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବର୍ଗତ ଜଳଧର ରାଉତରାୟଙ୍କର ସ୍ମୁତି ଚାରଣ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସ୍ୱର୍ଗତ ଜଳଧରଙ୍କ ଭଣଜା ଶିକ୍ଷାବିତ୍ ଭାସ୍କର ଚନ୍ଦ ପ୍ରଧାନ (ଅବସରପ୍ରାପ୍ତ ଶିକ୍ଷକ) ମାମୁଁଙ୍କର ଗୁଣଗାନକରି ସେ ଜଣେ ସମାଜସେବୀ, ବନ୍ଧୁବତ୍ସଳ, ପରୋପକାରୀ,ନିରୋଗୀ ସାଧାରଣ କୃଷକ ହେଇ ମଧ୍ୟ ନିଜର ତଥା ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଜୀବନ ଉତ୍ସର୍ଗ କରିଥିବା ଅଭିହିତ କରିଥିଲେ। ଜ୍ୟେଷ୍ଠ ପୁତ୍ର ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ହାଡିବନ୍ଧୁ ରାଉତରାୟ ବାପାଙ୍କର ସ୍ମୁତି ଚାରଣ କରି ବାର୍ଷିକୋତ୍ସବରେ ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେଏକ ସ୍ମରଣିକା ପ୍ରସ୍ତୁତ କରିବା ପାଇଁ ପ୍ରସ୍ଥାବ ରଖି ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କନିଷ୍ଠ ପୁତ୍ର ସଦାଶିବ ରାଉତରା, ପୁତୁରା ରତ୍ନାକର ରାଉତରା, ପୁତ୍ରବଧୂ ସଂଜୁ, କୁନି, ଚାରୁ, ବିନି, କନକ, କଲ୍ଯାଣୀ, ଝିଅ କାମିନୀ ତଥା ସମସ୍ତ ପରିବାର ବର୍ଗ ପୁଷ୍ପାଞ୍ଜଳି ଅର୍ପଣ କରି ଆତ୍ମାର ସଦଗତି କାମନା କରିଥିଲେ। ସୂଚନା ଥାଉକି’ ସ୍ୱର୍ଗତ ଜଳଧର ରାଉତରାୟ (୧୦୭) ବର୍ତ୍ତମାନ ପିଢ଼ିର ରଣପୁର ଅଞ୍ଚଳର ସର୍ବ ବୟୋଜ୍ୟେଷ୍ଠ ବ୍ୟକ୍ତି ଥିଲେ।
ଶତାୟୁ ପୁରୁଷଙ୍କ ସ୍ମୃତି ଚାରଣ ସଭା
