ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ବର୍ଷର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ “ମା ପାଇଁ ଗଛ ଟିଏ” ବୃକ୍ଷ ରୋପଣ ଆହ୍ଵାନରେ ଅନୁପ୍ରାଣିତ ହୋଇ ନୟାଗଡ଼ ସିଭିଲ ସୋସାଇଟ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ସବୁଜ ସୁନ୍ଦର ପରିବେଶ ଓ ବାତାବରଣ ସୁରକ୍ଷାର ଉଦ୍ଦେଶ୍ଯକୁ ସାଫଲ୍ଯ ମଣ୍ଡିତ କରିବା ପାଇଁ ନୟାଗଡ଼ ନିକଟସ୍ଥ ପାଣିପୋଇଲା ଜଳସେଚନ ପ୍ରକଳ୍ପ ଡ୍ୟାମର ଚତୁପାର୍ଶରେ ବିଜୁଳି ଘଡଘଡିରୁ ଜନସାଧାରଣଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ୨୦୦୦ରୁ ଉର୍ଦ୍ଧ୍ୱ ତାଳ ଗଛ ରୋପଣ କରିଛନ୍ତି। ଏହିଭଳି ଏକ ମହାନ କାର୍ଯ୍ଯକ୍ରମରେ ନୟାଗଡ଼ ସିଭିଲ ସୋସାଇଟର ବରିଷ୍ଠ ସଦସ୍ୟ ଗୋଦାବରୀଶ ସାହୁ, ଭଗବତୀଚରଣ ପଟ୍ଟନାୟକ, ଶରତ କୁମାର ସାହୁ, ମନୋରଞ୍ଜନ ସାମନ୍ତ, ନବକିଶୋର ସାହୁ, ଧନେଶ୍ଵର ପ୍ରଧାନ, ନିରଞ୍ଜନ ମିଶ୍ର, ବିପିନ ସାହୁ, ବସନ୍ତ ରାଉତ ଓ ଅନ୍ଯ ସଦସ୍ୟପ୍ରମୁଖ ଅଂଶ ଗ୍ରହଣ କରି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଛନ୍ତି।
