ଶରଣକୁଳ, (ନୟାଗଡ଼ ଦର୍ପଣ): ଶିକ୍ଷା ପରିଷଦ,ଓଡିଶା ପକ୍ଷରୁ ଚଳିତ ୨୦୨୫ ଶିକ୍ଷା ବର୍ଷର ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀ ରାଜ୍ୟ ସ୍ତରୀୟ ମେଧାବୃତ୍ତି ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କେ.ଏସ.ବି. ପବ୍ଲିକ ସ୍କୁଲ ଶରଣକୁଳର ଛାତ୍ରଛାତ୍ରୀ ମାନେ ବାଜିମାତ କରିଛନ୍ତି। ଏହି ସ୍କୁଲର ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀର ୧୨ ଜଣ ଛାତ୍ରଛାତ୍ରୀ ବୃତ୍ତି ହାସଲ କରିବା ସହିତ ତୃତୀୟ ଶ୍ରେଣୀ ଛାତ୍ର ମହାବୀର ମହିମା ମୁଦୁଲି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ତୃତୀୟ ଶ୍ରେଣୀରେ ମହାବୀର ମହିମା ମୁଦୁଲିଙ୍କ ସହିତ ସାଇ ସମ୍ବିତ, ଆୟୁଷ ସ୍ୱୟଂଜୀତ ସ୍ୱାଇଁ, ପ୍ରିନସେସ ସାହୁ, ପଞ୍ଚମ ଶ୍ରେଣୀରେ ଯଶସ୍ୱିନୀ ଦାଶ, ଅଜିତ ଦାଶ, ଆଲୋକ କୁମାର ଦୋରା, ସ୍ୱୟମ ଓଁକାର ପ୍ରସାଦ ପ୍ରଧାନ ଓ ସପ୍ତମ ଶ୍ରେଣୀରେ ଆଦ୍ୟାଶ୍ମିତା…
Read MoreYear: 2025
ମଦର ଆବାସିକ ବିଦ୍ୟାଳୟର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ କଳାପରିଷଦ ଶିଶୁଯତ୍ନ ପ୍ରତିଷ୍ଠାନ ଗୃହ ଭୂମି ଖନନ ଓ ମଦର ଆବାସିକ ବିଦ୍ୟାଳୟ ସଭାଗୃହ ଉଦଘାଟନ ଉତ୍ସବ ପାଳନ ଅବସରରେ ମୁଖ୍ୟ ଉଦଘାଟକ ବଂଶୀଧର ସାହୁ ଉପସ୍ଥିତ ଥିବାବେଳେ, ମୁଖ୍ୟ ଅତିଥିଭାବେ କସ୍ତୁରୀ ମହାପାତ୍ର, ସମାଜସେବୀ, ସମ୍ନାନୀତ ଅତିଥିଭାବେ ସିବିଲ ସୋସାଇଟିର ସଭାପତି ଗୋଦାବରୀ ସାହୁ, ତୈଳ ସମାଜ ସଭାପତି ଶିଶିର ସାହୁ, ଶିଶୁସୁରକ୍ଷା ୟୁନିଟର ପ୍ରୋଟେକ୍ସନ ଅଫିସର ସତ୍ୟରଞ୍ଜନ ଦାଶ, ବିଦ୍ୟାଳୟର ଉପ ସଭାପତି ବିଦ୍ୟାଧର ଆଚାର୍ଯ୍ୟ, ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଭାସିନୀ ନନ୍ଦ ଉପସ୍ଥିତ ଥିଲେ। ପିଲାଙ୍କର ଉର୍ନତି ଅନୁଷ୍ଠାନର କିଭଳି ଉନ୍ନତି ହେବ, ସରକାରଙ୍କ ଯଦି ସାହାଯ୍ୟ ରହିବ ତା’ହେଲେ ଅନୁଷ୍ଠାନ ଭବିଷ୍ୟତରେ ଆହୁରି ଆଗକୁ ଯିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ ଏବଂ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ…
Read Moreଭାରତ ସ୍କାଉଟ ଗାଇଡ଼ ପ୍ରତିଷ୍ଠାଦିବସରେ ରୋହିବାଙ୍କ ଓ ଓଡଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ଼ମାନେ ବାଣ୍ଟିଲେ ସେବାବ୍ରତ ସଚେତନତା
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଭାରତ ବର୍ଷରେ ସ୍କାଉଟ ଗାଇଡ଼ ଭଳି ଅନ୍ତର୍ଜାତୀୟ ଅନୁଷ୍ଠାନ ନଭେମ୍ବର ୭ଦିନ ପ୍ରତିଷ୍ଠା ହୋଇଥିବାରୁ ଆଜିର ଦିନକୁ ପ୍ରତିଷ୍ଠାଦିବସ ଭାବେ ପାଳନକଲେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀମାନଙ୍କ ସହ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ସାହୁ ଓ ଗାଇଡ଼ କ୍ୟାପଟେନ ଅବନ୍ତୀ ବେହେରା ଆଜିର ଦିବସର ତାତ୍ପର୍ଯ୍ୟକୁ ବୁଝାଇଥିବାବେଳେ ନୂତନ ପିଲାଙ୍କୁ ସେବା ମୂଳକ କାର୍ଯ୍ୟପାଇଁ ପ୍ରବର୍ତ୍ତାଇବା ସହିତ ଏଭଳି କାର୍ଯ୍ୟରେ ଯୋଗଦେବାକୁ କହିଥିଲେ। ସେହିଭଳି ପି ଏମ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ଼ କ୍ୟାପଟେନ ଜ୍ୟୋତିର୍ମୟୀ ଦାସ ଙ୍କ ତତ୍ୱାବଧାନରେ ୧୫ରୁ ଅଧିକ ଗାଇଡ଼ମାନେ ନିଜ ବିଦ୍ୟାଳୟରେ ଭାରତ ସ୍କାଉଟ ଗାଇଡ଼ ପ୍ରତିଷ୍ଠାଦିବସ ପାଳନ କରିବା ସହିତ ଉଭୟ ବିଦ୍ୟାଳୟର ଗାଇଡ଼ମାନେ ୭୫ବର୍ଷ ପ୍ରତିଷ୍ଠା ଦିବସର ଟୋକନ ଫ୍ଲାଗ…
Read Moreରାଷ୍ଟ୍ରଗୀତ “ବନ୍ଦେ ମାତରଂ”ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜିର ଏହି ଐତିହାସିକ ଦିନଟି, ସମସ୍ତଙ୍କ ପାଇଁ ଏକ ମହାସଙ୍କଳ୍ପର କ୍ଷଣ। ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା’ର ୧୫୦ ବର୍ଷ ପୂର୍ତ୍ତି। ଏହା କେବଳ ମାତ୍ର ଏକ ଐତିହାସିକ ଦିନଟିଏ ନୁହେଁ; ଏହା ହେଉଛି ଆମ ପୂର୍ବପୁରୁଷମାନଙ୍କର ବଳିଦାନ ଏବଂ ତ୍ୟାଗରୁ ଜନ୍ମ ନେଇଥିବା ଏକ ଜାତୀୟ ସଙ୍କଳ୍ପକୁ ମନେପକାଇବାର ଦିନ। ଋଷି ବଙ୍କିମ ଚନ୍ଦ୍ରଙ୍କ ଲେଖନୀରୁ ସୃଷ୍ଟି ହୋଇ, ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ କଣ୍ଠରେ ଶକ୍ତି ପାଇଥିବା ଏହି ଗୀତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ମୃତ୍ୟୁଞ୍ଜୟ ମନ୍ତ୍ର ଥିଲା। ରାଷ୍ଟ୍ରପ୍ରେମର ଏହି ମହାମନ୍ତ୍ର ସ୍ୱାଧୀନତା ସଂଗ୍ରାମର ଶହ ଶହ କ୍ରାନ୍ତିକାରୀଙ୍କୁ ଫାଶୀ ଖୁଣ୍ଟରେ ବିଜୟର ସ୍ମିତହାସ୍ୟ ଦେଇଥିଲା। ଯେତେବେଳେ ଇଂରେଜ ସରକାର ଏହାକୁ…
Read Moreଭାରତରେ ହକି ଖେଳର ୧୦୦ବର୍ଷ ପୂର୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ ଉତ୍ସବ ଆୟୋଜନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତରେ ହକି ଖେଳର ଶତବାର୍ଷିକ ପୂର୍ତିକୁ ଉଦ୍ଦେଶ୍ୟ କରି ନୟାଗଡ଼ ଜିଲ୍ଲାରେ ଏକ ବିଶେଷ ଉତ୍ସବ ଆୟୋଜନ କରାଯାଇଛି। ଏହି ଶୁଭ ଅବସରରେ ରଣପୁର ହକି ଗ୍ରାସ ରୁଟ ସେଣ୍ଟରରେ ପ୍ରାତ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଆକର୍ଷଣ ସମୂହ ରାଲି ସହ ପୁରୁଷ ଓ ମହିଳା ବିଭାଗର ପ୍ରଦର୍ଶନୀ ହକି ମ୍ୟାଚ, ଯାହା ମାଧ୍ୟମରେ ଜିଲ୍ଲାର ଉଦୀୟମାନ ଓ ଅନୁଭବୀ ଖେଳାଳିମାନେ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ, ନୟାଗଡ଼ ଓ ବି.ସି. ହାଇ ସ୍କୁଲ୍, ରଣପୁରର ପ୍ରଧାନ ଶିକ୍ଷକ ଅତିଥି ଭାବେ ଉପସ୍ଥିତ ଥିଲେ। ସେମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ହକି ଖେଳର ଉନ୍ନତି ସମ୍ପର୍କରେ ନିଜର ମତାମତ ରଖିଥିଲେ। ଶେଷରେ, ଜିଲ୍ଲା…
Read Moreଚେସ ପ୍ରିମିୟର ଲିଗରେ ନୟାଗଡ଼ର କୁନି ପ୍ରତିଭା ଚିତ୍ତରଞ୍ଜନ
ନୟାଗଡ଼,(ନୟାଗଡ଼ ଦର୍ପଣ): କ୍ରିକେଟ ଖେଳା ଯାଉଥିବା ଆଇପିଏଲ ଢାଞ୍ଚାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ଚେସ ପ୍ରିମିୟର ଲିଗ୍ ଭୁବନେଶ୍ୱର ଠାରେ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା ଭୁବନେଶ୍ୱର ସ୍ଥିତ ହୋଟେଲ ଲେମନ ଟ୍ରି ଠାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରର ମନ୍ୟତା ପ୍ରାପ୍ତ ଖେଳାଳି ମାନେ ସାମିଲ ହୋଇଥିବା ବେଳେ ୧୨ଟି ପ୍ରଞ୍ଚାଇଜ ଦଳ ନିଲାମୀ ଡାକିଥିଲେ। ଏହି ନିଲାମୀ ପ୍ରକ୍ରିୟାରେ ନୟାଗଡ଼ ଉପକଣ୍ଠ ବରପଲ୍ଲୀ ଗାଁର ସ୍ବର୍ଗତ ପ୍ରତାପ କୁମାର ଦାଶଙ୍କ କନିଷ୍ଠ ପୁତ୍ର ଚିତ୍ତରଞ୍ଜନ ଦାଶଙ୍କୁ ସର୍ବନିମ୍ନ ୫୦୦୦ ଟଙ୍କାରେ ସାଞ୍ଚି ଷ୍ଟାର୍ଟାଜିସ୍ ଗ୍ରୁପ କିଣି ନେଇଛି। ସୂଚନା ଯୋଗ୍ୟ ଯେ ଚିତ୍ତରଞ୍ଜନ ବର୍ତ୍ତମାନ ନୟାଗଡ଼ର ଏକ ଘରୋଇ ବିଦ୍ୟାଳୟରେ ୫ମ ଶ୍ରେଣୀରେ ଅଧ୍ୟୟନ…
Read Moreରୋହିବାଙ୍କରେ ଓଡଗାଁ ମଣ୍ଡଳ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କରେ ଓଡଗାଁ ମଣ୍ଡଳ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡଗାଁ ବ୍ଲକର ୪ ଟି ଜୋନ ଯଥା ଓଡଗାଁ, ଶରଣକୁଳ, ଗୋଡିପଡା ଓ ରୋହିବାଙ୍କରୁ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରି ଆସିଥିବା ୧୬୮ଜଣ ପ୍ରତିଯୋଗୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ରୋହିବାଙ୍କ ପଞ୍ଚାୟତ ସରପଞ୍ଚ ମହନ୍ତ ବେହେରା, ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଆଚାର୍ଯ୍ୟ, ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ, କୋମଣ୍ଡ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳ ପ୍ରାୟ ବିଭିନ୍ନ ବିଦ୍ୟାଳୟରୁ ୧୮ଜଣ ଶାରୀରିକ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ…
Read Moreଅବସରପ୍ରାପ୍ତ ଶିକ୍ଷକ ସଂଘର ବାର୍ଷିକୋତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ):ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ପଞ୍ଚାୟତ ଅଧିନସ୍ଥ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଙ୍ଘର ଷଷ୍ଠ ବାର୍ଷିକୋତ୍ସବ ପ୍ରଫୁଲ୍ଲ ସାହୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଳା ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଦିପେଶ ପ୍ରସାଦ,ସରପଞ୍ଚ ସ୍ଵପ୍ନେଶ୍ୱରୀ ସେଠୀ, ସମିତି ସଭ୍ୟା ଗୋଲାପରାଣୀ ସେଠୀ, ଆଇନଜୀବୀ ପ୍ରମୋଦ କୁମାର ବିଶ୍ୱାଳ, ସମାଜ ସେବୀ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ନିଜର ବକ୍ତବ୍ୟ ମାଧ୍ୟମରେ ବଶିଷ୍ଠ ନାଗରିକ ମାନେ କିପରି ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ନିଜର ଜୀବନ ବିତାଇବେ ତାହା ଉପରେ ବିଶେଷ ଗୁରୁତ୍ୱାରୋପ କରିବା ସହିତ…
Read Moreମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ -୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସନ୍ଧ୍ୟା ୬ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ ସ୍ଥିତ ମଣିଭଦ୍ରା ପାହାଡ଼ର ପାଦଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହାଯଜ୍ଞ ଆସନ୍ତା ନଭେମ୍ବର ୨୩ତାରିଖ ଠାରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ୪ଦିନ ବ୍ୟାପି ଅନୁଷ୍ଠିତ ହେବ । ବିଗତ ବର୍ଷ ଭଳି ଚଳିତ ବର୍ଷ ଏହି ମହାଯଜ୍ଞକୁ କିପରି ସରସ ସୁନ୍ଦର ଓ ସୂଚାରୁରୂପେ ପାଳନ କରାଯିବ ସେଥି ନିମନ୍ତେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ,ଲାଇନ ବିଭାଗର ଅଧିକାରୀ ଓ ଓଁ ମା ସତ୍ୟ ଶାନ୍ତି ସେବାଶ୍ରମର ସଦସ୍ୟମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଆଗାମୀ ତା.୧୦.୧୧.୨୦୨୫ରିଖ ଦିବା ୧୧ଘଟିକା ସମୟରେ ପରବର୍ତ୍ତୀ ବୈଠକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗଣିଆ,…
Read Moreରାଷ୍ଟ୍ରୀୟ ଏକତା ପଦଯାତ୍ରା ଉପଲକ୍ଷେ ଜିଲ୍ଲାସ୍ତରୀୟ କମିଟିର ପ୍ରସ୍ତୁତି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ ପଦଯାତ୍ରା ଆୟୋଜନ ସଂପର୍କରେ ଏକ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀ ସାଂସଦ ଡା.ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ (୩୧ ଅକ୍ଟୋବର ରୁ ୨୫ନଭେମ୍ବର ପର୍ଯ୍ୟନ୍ତ) ସମଗ୍ର ଦେଶରେ “ଏକତା ମାର୍ଚ୍ଚ” ଅନୁଷ୍ଠିତ ହେବ । ଏହି ଜିଲ୍ଲାସ୍ତରୀୟ ପଦଯାତ୍ରା ଆସନ୍ତା ତା.୧୮.୧୧.୨୦୨୫ରିଖ ଦିନ ରଣପୁର ପଞ୍ଚୁଦୋଳ ପଡ଼ିଆସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ ହେବ । ପ୍ରାରମ୍ଭରେ ସ୍ୱାଗତ ଭାଷଣ,ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପଦଯାତ୍ରା ଶୁଭାରମ୍ଭ କରାଯିବ ଏବଂ ପଦଯାତ୍ରାର ସ୍ଲୋଗାନ ରହିବ “ଏକ ଭାରତ, ଆତ୍ମ ନିର୍ଭର…
Read More