ପୋଷାକ ବିତରଣ ଉତ୍ସବ

ନୂଆଗାଁ, (ନୟାଗଡ଼ ଦର୍ପଣ):  ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଶିମିଳି  ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜୁନ ମଳିକ ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅନିରୁଦ୍ଧ ମଳିକଙ୍କ ସମେତ ସମସ୍ତ ସଭ୍ୟସଭ୍ୟା ଯୋଗଦେଇ ୪୩ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ପୋଷାକ ବଣ୍ଟନ ସମୟରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସୌଦାମିନୀ ଦେଇ, ଶିକ୍ଷକ ଅଚ୍ୟୁତା ନନ୍ଦ ଦାସ, ଅଖିଳ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Read More

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧି କରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଏ ବର୍ଷର ଶେଷ ତଥା ଚତୁର୍ଥ ରାଷ୍ଟ୍ରୀୟଲୋକ ଅଦାଲତ ଆସନ୍ତା ୧୪ ଡିସେମ୍ବରରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧିନ ମାମଲା ଯଥା ଦେୱାନୀ ଓ ଫୌଜଦାରୀ (ସାଲିସ ଯୋଗ୍ୟ) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍, ଜଳଯୋଗାଣ,ପାରିବାରିକ ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତି ଭିତରେ ସମାଧାନ କରାଯାଇ ପାରିବ ବୋଲି ୨ଦିନ ଧରି ନ୍ୟାୟ ସହଯୋଗୀ ମିତ୍ର ପ୍ରଫୁଲ୍ଲ କୁମାରବେହେରା, ରମେଶଚନ୍ଦ୍ର ବେହେରା, ଜିନୁ ସାହୁ, ମାନସରଞ୍ଜନ…

Read More

ଜିଲ୍ଲାରେ ସନ୍ତୋଷ ଜନକ ସ୍ଥିତିରେ ଚାଲିଛି ଆପାର ପଞ୍ଜିକରଣ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୂତନ ଶିକ୍ଷାନୀତି-୨୦୨୦ ଏବଂ ଗୋଟିଏ ଦେଶ-ଗୋଟିଏ ଷ୍ଟୁଡେଣ୍ଟ ଆଇଡି ଯୋଜନା ଅଧୀନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପିଲାଙ୍କ ସମସ୍ତ ତଥ୍ୟ ଗୋଟିଏ ନମ୍ବର ମାଧ୍ୟମରେ ପଞ୍ଜିକରଣ କରିବା ପାଇଁ ଆରମ୍ଭ କରିଛନ୍ତି ଆପାର କାର୍ଯ୍ୟକ୍ରମ। ଏଥିରେ ପ୍ରି-ପ୍ରାଇମେରୀରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ଆପାର ମାଧ୍ୟମରେ ପଞ୍ଜିକରଣ କରାଯାଉଛି। ଏହି କ୍ରମରେ ନୟାଗଡ଼ରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ  ଆପାର କାର୍ଯ୍ୟକ୍ରମ  ଆରମ୍ଭ ହୋଇଛି। ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ସ୍ୱତନ୍ତ୍ର ଆପାର ଶିବିର ଆୟୋଜନ କରାଯାଇ ପିଲାଙ୍କ ସମସ୍ତ ତଥ୍ୟ ପଞ୍ଜିକରଣ କରାଯାଉଛି।  ଜିଲ୍ଲା ପ୍ରୋଗ୍ରାମର ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ଶିକ୍ଷାଧିକାରୀ, ପ୍ରୋଗ୍ରାମର,ସିଆରସିସି ଏବଂ ଶିକ୍ଷକ ମାନେ ସହଯୋଗ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୮…

Read More

ବର୍ଷାଦିନେ ପାଣିକାଦୁଅ ଏବେ ଧୂଳିବାଲିରେ ହନ୍ତସନ୍ତ ସହରବାସୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମାରୁ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ୨୧ନଂ ରାଜ୍ୟ ରାଜପଥର କୋଏନା ଢାବାଠାରୁ ଲେଙ୍କୁଡ଼ିପଡ଼ା ଛକ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ୧୧ନଂ ୱାର୍ଡ ମଧ୍ୟ ଦେଇ ଯାଇଥିବା ଏହି ରାଜ୍ୟ ରାଜପଥର ଅବସ୍ଥା ଏମିତି ହୋଇଛି ଯେ ବର୍ଷା ଦିନେ ପାଣିକାଦୁଅରେ ସହରବାସୀ ହନ୍ତସନ୍ତ ହେଉଥିବା ବେଳେ ଏବେ ଧୂଳିବାଲିରେ ଅତିଷ୍ଠ ହେଉଛନ୍ତି। ବର୍ଷା ଦିନେ ରାସ୍ତାରେ ୨ଫୁଟ ଗାତ ହୋଇ ପାଣି ଜମିଥିବା ବେଳେ ସେଥିରେ ମେଣ୍ଟାଲ, ଷ୍ଟୋନଡଷ୍ଟ ପକାଇ ନାମକୁ ମାତ୍ର ମରାମତି କରିଥିଲା ପୂର୍ତ୍ତ ବିଭାଗ। ଏବେ ସେହି ଷ୍ଟୋନଡଷ୍ଟ ସ୍ଥାନୀୟ ଅଧିବାସୀଙ୍କ ପାଇଁ କାଳ ସାଜିଥିବା ବେଳେ ରାସ୍ତାରେ ପଡ଼ିଥିବା ମେଣ୍ଟାଲ ଯୋଗୁଁ ପଥଚାରୀ ଏବଂ ବାଇକ ଚାଳକମାନେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏପରିକି ଏହି ରାସ୍ତା…

Read More

ଇଟାମାଟି ବଜ଼ାର ବଣିକ ସଂଘ କମିଟି ଗଠନ

ନୟାଗଡ଼, (ନୟାଗଡ଼ ଦର୍ପଣ): ବଣିକ ସଂଘର ବାର୍ଷିକ ଅଧିବେଶନ ସ୍ଥାନୀୟ ଦୋଳ ମଣ୍ଡପରେ ଅନୁଷ୍ଠିଟ ହୋଇଯାଇଛି। ପ୍ରଥମେ ବ୍ୟବସାୟୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଭା କାର୍ଯ୍ୟ ଆରମ୍ଭ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା। ସମସ୍ତ ବ୍ୟବସାୟୀଙ୍କ ସମ୍ମତିରେ ସଭାପତି କିଶୋର ଚନ୍ଦ୍ର ନାୟକ, ଉପସଭାପତି ବିଷ୍ଣୁ ଚରଣ ସାହୁ, ସମ୍ପାଦକ ଅଜୟ କୁମାର ସାହୁ, ସହ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ, କୋଷାଧକ୍ଷ ବୈଷ୍ଠଵ ଚରଣ ଦାସଙ୍କୁ ମନୋନୀତ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀ ଶ୍ରବଣ କୁମାର ରାମ, ପ୍ରଶାନ୍ତ ପ୍ରଧାନ, ଆଶିଷ ଅଗ୍ରୱାଲ, ପ୍ରଭାତ କୁମାର ପାତ୍ର, ରାଜକିଶୋର ପୃଷ୍ଟି, ସନ୍ତୋଷ ପାତ୍ର, ଦାମୋଦର ପାତ୍ର, ସୁରେନ୍ଦ୍ର କୁମାର ସାହୁ, ବସନ୍ତ କୁମାର ସାହୁ ରହିଥିବା ବେଳେ କମିଟି ସଭ୍ୟ ସମୀର ଲେଙ୍କା, ପ୍ରମୋଦ ସାହୁ, ଦିଲ୍ଲୀପ…

Read More

ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଥାନାରେ ଲିଖିତ ଅଭିଯୋଗ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ମାଇଛେଳି ଜଙ୍ଗଲ ନିକଟରେ ବାଇକ୍ ଦୁର୍ଘଟଣାରେ ନବ କିଶୋର ସେନାପତିଙ୍କ ମୃତ୍ୟୁ ହୋଇଥିବା ନେଇ ନବକିଶୋରଙ୍କ ବଡ଼ଭାଇ ସୁଦର୍ଶନ ସେନାପତି ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଥାଉକି ନୟାଗଡ ଜିଲ୍ଲା ରଣପୁର ଥାନା ଗମ୍ଭାରୀଖୋଲ ଗ୍ରାମର ପରିକ୍ଷିତ ସେନାପତିଙ୍କ ପୁଅ ନବକିଶୋର ସେନାପତି ଭଣଜା ବିବାହରେ ଯୋଗଦେବା ପାଇଁ ମସ୍କାବାରୀ ଗ୍ରାମକୁ ଆସିଥିଲେ। ଗତକାଲି ରାତ୍ର  ୧୦ଟା ସମୟରେ ମସ୍କାବାରୀ ଗ୍ରାମରୁ ଭଣଜା ବିବାହ ବରଯାତ୍ରୀରେ  ଏକ ମୋଟର ସାଇକେଲ OD 25 3017ନମ୍ବର ଗାଡ଼ିରେ ମହିପୁର କଲ୍ୟାଣ ମଣ୍ଡପ ଅଭିମୁଖେ ଯାଉଥିବା ବେଳେ ସମ୍ପଡା-ମାଇଛେଳି  ରାସ୍ତା ମଧ୍ୟରେ ପଛରୁ ଆସୁଥିବା ଆଉ ଏକ ମୋଟର ସାଇକେଲ OD 02 BR 2191 ଧକ୍କା ଦେବାରୁ ନବକିଶୋର ଆଗରେ ଯାଉଥିବା  ବାଇକରୁ…

Read More