ନୟାଗଡ଼, (ନୟାଗଡ଼ ଦର୍ପଣ): ବଣିକ ସଂଘର ବାର୍ଷିକ ଅଧିବେଶନ ସ୍ଥାନୀୟ ଦୋଳ ମଣ୍ଡପରେ ଅନୁଷ୍ଠିଟ ହୋଇଯାଇଛି। ପ୍ରଥମେ ବ୍ୟବସାୟୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଭା କାର୍ଯ୍ୟ ଆରମ୍ଭ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା। ସମସ୍ତ ବ୍ୟବସାୟୀଙ୍କ ସମ୍ମତିରେ ସଭାପତି କିଶୋର ଚନ୍ଦ୍ର ନାୟକ, ଉପସଭାପତି ବିଷ୍ଣୁ ଚରଣ ସାହୁ, ସମ୍ପାଦକ ଅଜୟ କୁମାର ସାହୁ, ସହ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ, କୋଷାଧକ୍ଷ ବୈଷ୍ଠଵ ଚରଣ ଦାସଙ୍କୁ ମନୋନୀତ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀ ଶ୍ରବଣ କୁମାର ରାମ, ପ୍ରଶାନ୍ତ ପ୍ରଧାନ, ଆଶିଷ ଅଗ୍ରୱାଲ, ପ୍ରଭାତ କୁମାର ପାତ୍ର, ରାଜକିଶୋର ପୃଷ୍ଟି, ସନ୍ତୋଷ ପାତ୍ର, ଦାମୋଦର ପାତ୍ର, ସୁରେନ୍ଦ୍ର କୁମାର ସାହୁ, ବସନ୍ତ କୁମାର ସାହୁ ରହିଥିବା ବେଳେ କମିଟି ସଭ୍ୟ ସମୀର ଲେଙ୍କା, ପ୍ରମୋଦ ସାହୁ, ଦିଲ୍ଲୀପ ପଟ୍ଟନାୟକ, ସନ୍ତୋଷ ପୃଷ୍ଟି, ସୁରେଶ କୁମାର ସାହୁ, କିଶୋର ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ପୃଷ୍ଟି , ବିପିନ ମହାରଣା, ପ୍ରଦୀପ୍ତ କୁମାର ସାହୁ, ସୁଜିତ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା। ସଭାରେ ସଂଘର ଆଗାମୀ ଦିନରେ ଉର୍ନ୍ନତି ମୂଳକ କାର୍ଯ୍ୟ ନେଇ ଆଲୋଚନା କରାଯାଇଥିଲା। ବଜ଼ାର ପରିଷ୍କାର, ଶୃଙ୍ଖଳା ରକ୍ଷା, ଏକତା ରକ୍ଷା ନେଇ କାର୍ଯ୍ୟ କରିବା ଲାଗି ସଂଘ ଦୃଢ ସଂକଳ୍ପ ନେଇଚି। ସଭା ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।
Related posts
-
ନୟାଗଡ଼ ଜିଲ୍ଲା ମହୋତ୍ସବ ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ ବୈଠକରେ ପ୍ରବଳ ହଟ୍ଟଗୋଳ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବ ପଲ୍ଲିଶ୍ରୀ, ପୁସ୍ତକ ଓ କୃଷି ମେଳା ଆସନ୍ତାକାଲି ତଥା ୨୪ ତାରିଖଠାରୁ ଅନୁଷ୍ଠିତ... -
ଖବର କାଗଜ ବିତରକ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ଅପରାହ୍ନରେ ଖବର କାଗଜ ବିତରକ ମାନଙ୍କୁ ପୁରୁଣା ସହର ସ୍ଥିତ... -
ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
December 21, 2024 Jajati Comments Off on ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି...