ନୟାଗଡ଼ ମହାବିଦ୍ୟାଳୟରେ ଭାରତୀୟ ସମ୍ବିଧାନ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧକ୍ଷ ଡ. ବିପିନ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା ପୂର୍ବକ ଅତିଥି ପରିଚୟ ପ୍ରଦାନକରିଥିଲେ। ଅଧ୍ୟାପକ ଗୌରହରି ସାହୁଙ୍କ ଦ୍ଵାରା ସମ୍ବିଧାନ ପ୍ରସ୍ତାବନା ପାଠ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡେପୁଟି କମାଣ୍ଡାଣ୍ଟ ଶ୍ରୀ ଭବେଶ କୁମାର ନାୟକ, ଅଧ୍ୟକ୍ଷ, ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ, ନୟାଗଡ଼  ଉକ୍ତ ଦିବସର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ନୌସେନା ବାହିନୀର ଅଧିକାରୀ ଲେ. ଗୋଲୋକ ବିହାରୀ ନାୟକ, ସ୍ଥଳ ବାହିନୀ ଅଧିକାରୀ ଲେ. ଡ. ବିନ୍ଦୁଲତା ଷଣ୍ଢ (ବାଳିକା) ଏବଂ ଲେ. ଡ. କମଳ କୁମାର ବର୍ମା (ବାଳକ) ସହଯୋଗ କରିଥିଲେ। ମଞ୍ଚ ମଣ୍ଡନ କରିଥିଲେ, ପ୍ରାଧ୍ୟାପକ ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ଅଧ୍ୟାପିକାମାନେ ଦୁଇ…

Read More

ନଭେମ୍ବର ୩୦ରୁ କେ.ସି. କ୍ଳବରେ ଓପନ ଚେସ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାସ ୩୦ ତାରିଖରୁ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଓଡ଼ିଶା ଚେସ ଆସୋସିଏସନର ଅନୁମୋଦନ କ୍ରମେ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଳବ, ନୟାଗଡ଼ ମିଳିତ ଆନୁକୂଲ୍ୟରେ ନଭେମ୍ବର ୩୦ ଏବଂ ଡିସେମ୍ବର ୧, ଦୁଇଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ କେସି କ୍ଳବ ପରିସରରେ ଅନୁଷ୍ଠିତ ହେବ। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉଭୟ ଜୁନିଅର ଏବଂ ସିନିଅର ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଜୁନିଅର ବିଭାଗ ଏବଂ ଦଶମ ଶ୍ରେଣୀରୁ ଉର୍ଦ୍ଧ୍ୱ ପିଲାମାନେ ସିନିଅର ବିଭାଗରେ ଅଂଶ ଗ୍ରହଣ କରି ପାରିବେ। ଉଭୟ ବିଭାଗରୁ ବିଜୟୀ ପ୍ରଥମ ୫ ଜଣଙ୍କୁ ପୁରସ୍କୃତ କରାଯିବା…

Read More

ରାଜସୁନାଖଳା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

ଡିସେମ୍ବର ୮ରୁ ୧୨ରାଜସୁନାଖଳା ମହୋତ୍ସବ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ 2024 ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜସୁନାଖଳା ମହୋତ୍ସବ କମିଟି ସଭାପତି ତଥା ରାଜସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ l ରାଜ୍ୟର ଏକ ପ୍ରମୁଖ ମହୋତ୍ସବ ଭାବେ ରାଜସୁନାଖଳା ମହୋତ୍ସବ ଦୀର୍ଘ ୫ ବର୍ଷ ଧରି ସଫଳତାର ସହ ଅନୁଷ୍ଠିତ ହେଇଆସୁଛି l ଚଳିତ ବର୍ଷ ଷଷ୍ଠ ବର୍ଷରେ ପଦାର୍ପଣ ପୁର୍ବରୁ ରାଜସୁନାଖଳା ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି l ଚଳିତ ବର୍ଷର ମହୋତ୍ସବ କିଭଳି ଅଧିକ ଆକର୍ଷଣୀୟ ହୋଇପାରିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ବିଶେଷ…

Read More

ଷ୍ଟାର ଅଫ୍ ନୟାଗଡ଼, ସେମିଫାଇନାଲ ରୁ  ଫାଇନାଲକୁ ପ୍ରବେଶ କଲେ ୧୧ କଣ୍ଠଶିଳ୍ପୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଷ୍ଟାର ଅଫ୍ ନୟାଗଡ଼ର ସେମିଫାଇନାଲ ସ୍ଥାନୀୟ ସତ୍ୟମ କମ୍ପ୍ୟୁଟର ପରିସରରେ ଅନୁଷ୍ଠିତ ହୋଇଯାଇଛି।  ନୟାଗଡ଼ର ବିଭିନ୍ନ ବ୍ଲକରୁ ଚୟନ ହୋଇ ଆସିଥିବା ୨୦ଜଣ ପ୍ରତିଯୋଗୀଙ୍କୁ ନେଇ ସେମିଫାଇନାଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସେମିଫାଇନାଲରୁ ୧୧ଜଣ ପ୍ରତିଯୋଗୀ ଫାଇନାଲକୁ ପ୍ରବେଶ କରିଛନ୍ତି । ୧୧ଜଣ ଫାଇନାଲିଷ୍ଟ ହେଲେ ଇପ୍ସିତା ପ୍ରିୟଦର୍ଶିନୀ, ଶେଖ୍ ତୌଫିକ ଅଲ୍ଲୀ, ଲକ୍ଷ୍ମୀପ୍ରିୟା ନାୟକ, ଅମ୍ରିତା ରଥ, ଆଶୁତୋଷ ବେହେରା, ଜଗନ ବେହେରା, ମିଲନ କୁମାର ସ୍ବାଇଁ, ଶୁଭସ୍ମିତା ବେହେରା, ଲିପ୍ସା ରାଣୀ ପଣ୍ଡା, ଦିବ୍ୟାଶା ପ୍ରିୟଦର୍ଶିନୀ ଓ ବିଶ୍ବଜିତ ନାୟକ । ସେମିଫାଇନାଲରେ ବିଚାରକଭାବେ ବିଶିଷ୍ଟ ଭାଓଲିନ୍ ବାଦକ ପୁର୍ଣ୍ଣଚନ୍ଦ୍ର ଶତପଥୀ ଓ କଣ୍ଠଶିଳ୍ପୀ ଅନିତା ରାମ୍ ଯୋଗଦେଇଥିଲେ । ସୁଶାନ୍ତ ପାଇକରାୟ, ପ୍ରଦିପ ବରାଡ ଏବଂ  କାଜଲ ଡାକୁଆ ପ୍ରମୂଖ…

Read More

ପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ସମ୍ମାନ ପାଇବା ପାଇଁ ଯଶସ୍ୱୀ ସାରସ୍ୱତ ସାଧକ ତଥା ସ୍ୱନାମଧନ୍ୟ ନାଟ୍ୟକାର ଏବଂ ନାଟ୍ୟ ନିର୍ଦ୍ଦେଶକ ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ନୟାଗଡ଼ର ପ୍ରାକ୍ତନ ଡି.ଏଫ୍‌.ଓ ଏଚ୍‌.ଡି. ଧନରାଜଙ୍କୁ ‘ନୟାଗଡ଼ ବନ୍ଧୁ’ ସମ୍ମାନ, କବି ତିଳକ ଡ. ସୁରେଶ ଚନ୍ଦ୍ର ବରାଡଙ୍କୁ ‘ଦାସିଆ ଅଜା ସାହିତ୍ୟ ସମ୍ମାନ’, ବିଜ୍ଞାନସ୍ରଷ୍ଟା ଡ. ଗିରିଜା ଶଙ୍କର ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’, ସୁ-ସାହିତ୍ୟିକା ତଥା କବି ଡ. ସୁକାନ୍ତି ମହାନ୍ତିଙ୍କୁ ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’, ସ୍ୱନାମଧନ୍ୟ ଲବ୍ଧପ୍ରତିଷ୍ଠିତ ଆଇନ୍‌ଜୀବୀ ବୃନ୍ଦାବନ ପଣ୍ଡାଙ୍କୁ ‘ପଠାଣି ସାମନ୍ତ ଆଇନ୍‌ସେବା ରତ୍ନ ସମ୍ମାନ’, ସଙ୍ଗୀତ ଗୁରୁ ରଜନୀକାନ୍ତ ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ସଂଗୀତ ପ୍ରତିଭା ସମ୍ମାନ, ସମାଜସେବୀ ସୁଶ୍ରୀ ଉଷା ପଟ୍ଟନାୟକଙ୍କୁ ‘ପଠାଣି ସାମନ୍ତ ସେବା ସମ୍ମାନ’,…

Read More

ମାଙ୍କଡ଼ା ପଥର ଖଣି ଉପରେ ଚଢ଼ାଉ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଥିବା ବହୁ ଚର୍ଚ୍ଚିତ ମୟୁରଝାଲିଆ ମାଙ୍କଡ଼ା ପଥର ଖଣି NGTଙ୍କ ନିର୍ଦ୍ଦେଶ ପରେ ବନ୍ଦ ରହିଥିଲା ଏବଂ ଏହି ମାମଲାରେ ୩ଜଣ ତହସିଲଦାର ଓ ୬ଜଣ ରାଜସ୍ବ କର୍ମଚାରୀ ନିଲମ୍ବିତ ହୋଇଥିଲେ। ଉକ୍ତ ଖଣିରୁ ଖଣି ମାଫିଆମାନେ ଆଜି ଅପରାହ୍ନରେ ଖଣି ଖନନ କରୁଥିବା ସମୟରେ ଚାନ୍ଦପୁର ଥାନାର ଆଇଆଇସି ଦିଲ୍ଲୀପ କୁମାର ସ୍ବାଇଁଙ୍କ ତତ୍ଵାବଧାନରେ ଏକ ଟିମ୍ ଖଣି ଉପରେ ଚଢ଼ାଉ କରି ଦୁଇଟି ପାୱାର ଟ୍ରିଲର ଜବତ କରିଛନ୍ତି । ଏହି ଚଢ଼ାଉ ପରେ ଖଣି ମାଫିଆମାନେ ଭୟଭୀତ ହୋଇ ପଡିଥିବା ଜଣାପଡ଼ିଛି ।

Read More

ଭଏସ୍ ଅଫ୍ ନୟାଗଡ଼ର ଜିଲ୍ଲାସ୍ତରୀୟ ସଂଗୀତ ପ୍ରତିଯୋଗିତା ଉଦଘାଟିତ

ସେମି ଫାଇନାଲକୁ ଉନ୍ନୀତ ହେଲେ ୨୪ ଯୁବ କଣ୍ଠଶିଳ୍ପୀ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଅବିନାଶ ସାହୁ। ନୟାଗଡ଼ କ୍ଲବର ସଭାପତି ଅଶୋକ କୁମାର ନାୟକ ସଦସ୍ୟ ଅରୁଣ କୁମାର ମହାନ୍ତି, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ଲକ୍ଷ୍ମୀ ନାରାୟଣ ରଥ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ୧୨ରୁ…

Read More

ଶ୍ରୀ ସୃଜନ ସଙ୍ଗୀତ ପ୍ରତିଯୋଗିତା, ଓମ୍ ପ୍ରସାଦ ପାଇଲେ ‘ସ୍ୱର ଶ୍ରୀ’ ସମ୍ମାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀ ସୃଜନ, ନୟାଗଡ଼ ପକ୍ଷରୁ ସଙ୍ଗୀତ ପ୍ରତିଯୋଗିତା ଏବଂ ଶିଶିର ଉତ୍ସବ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ବର୍ଣ୍ଣ ଜୟନ୍ତୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ସୁରଗନ୍ଧର୍ବ ନବକିଶୋର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ। ପ୍ରତିଯୋଗିତାରେ ୧୩ ରୁ ୧୭ବର୍ଷ ବୟସର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରି କେବଳ ଶ୍ରୀ ସୃଜନ ୟୁଟ୍ୟୁବ୍ ଚାନେଲରେ ଉପଲବ୍ଧ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ଶ୍ରେଷ୍ଠ ୧୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଚୂଡାନ୍ତ ପର୍ଯ୍ୟାୟରେ ଓମ୍ ପ୍ରସାଦ ପାତ୍ର ଶ୍ରେଷ୍ଠ ବିବେଚିତ ହୋଇ ସ୍ୱର ଶ୍ରୀ ସମ୍ମାନରେ ସମ୍ମାନିତ ହୋଇ ୫ହଜାର ଟଙ୍କା, ମାନପତ୍ର ଏବଂ ଟ୍ରଫି ହାସଲ କରିଥିଲେ। ସେହିପରି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଯଥାକ୍ରମେ…

Read More

ଦୁର୍ଗମ ଅଞ୍ଚଳ ବୁଲି ଆଦିବାସୀଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧିନରେ ଥିବା ଦୁର୍ଗମ ଆଦିବାସୀ ଅଞ୍ଚଳ ବଡ଼ଜିରୀ, ତୁକୁଡ଼ା, ଲୁଣି ପରିଦର୍ଶନ କରି ଲୋକ ମାନଙ୍କ ସମସ୍ୟା ବୁଝିବା ସହ ତୁକୁଡା ଗ୍ରାମରେ ଏକ କୋଠଘର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ବିଧାୟକଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସରପଞ୍ଚ ସୁମିତ୍ରା ଜାନୀ, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ଯୁବ ସଂଗଠକ ଦିଲ୍ଲୀପ କୁମାର ଜାନୀ, ପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଲୋକମାନଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ବିଧାୟକ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଅଞ୍ଚଳ ବାସୀ ବିପୁଳ ସ୍ଵାଗତ…

Read More

ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ ମହୋତ୍ସବର ପ୍ରଥମ କୋର କମିଟି ବୈଠକ

ଡିସେମ୍ବର ୨୪ରୁ ୨୮ତାରିଖ ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ ମହୋତ୍ସବର ପ୍ରଥମ କୋର କମିଟି ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅପରାହ୍ନ ୩ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିରକ୍ତ ଜିଲ୍ଲାପାଳ ରୋଜିନା ଦାସ ମଂଚାସୀନ ପୁରୀ ସାଂସଦ ଡା. ସମ୍ବିତ୍ ପାତ୍ର, ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର…

Read More