ନୟାଗଡ଼ ଜିଲ୍ଲା ବିକାଶ ପରିଷଦ ତରଫରୁ ଛାତ୍ରଛାତ୍ରୀଙ୍କୁ ଫଳରସ ପ୍ରଦାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନୟାଗଡ଼ ଜିଲ୍ଲା ବିକାଶ ପରିଷଦର କର୍ମକର୍ତ୍ତା ଆଜି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫଳରସ ବଣ୍ଟନ କରିଥିଲେ। ପରିଷଦର ବରିଷ୍ଠ କର୍ମକର୍ତ୍ତା ତଥା ଶିକ୍ଷାବିତ୍ ଅନାଦି ଚରଣ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ଯଜ୍ଞଦତ୍ତ ମହାପାତ୍ର ଓ ମୈତ୍ରୀ ଯୁବ ସଂସଦର ସଂପାଦକ ପ୍ରଦୀପ ସାହୁ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ଶ୍ରେଣୀୱାରୀ ଛାତ୍ରଛାତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ କରକମଳରେ ଫଳରସ ପିଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଜିଲ୍ଲା ବିକାଶ ପରିଷଦର ଉତ୍ସାହପ୍ରଦ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଜିଲ୍ଲା ବିକାଶ ପରିଷଦର କର୍ମକର୍ତ୍ତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

Read More

ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ଠାରେ ବିଭାଗ ସମ୍ଭାଗ ଜ୍ଞାନବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲା ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀ ନିମାଇଁ ଚରଣ ପ୍ରଧାନ ମହୋଦୟ ମା ଶାରଦା ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମହୋଦୟ ସାର ଆଇଯାକ ନିଉଟନ ଙ୍କ ଜୀବନୀ ଉଦାହରଣ ମାଧ୍ୟମରେ ଅଦମ୍ୟ ଚେଷ୍ଟା ଆବଶ୍ୟକ ବୋଲି କହିଥିଲେ। ରାମାୟଣ କାଳିନ ରାବଣର ପୁଷ୍ପକ ବୀମାନ ନିର୍ମାଣ ଶୈଳୀ ବିଷୟରେ ଆଜିର ବୈଜ୍ଞାନିକ ମାନେ କରି ପାରିନାହାନ୍ତି। ଆବଶ୍ୟକତା ହିଁ ନୂଆବାଟ କଢାଏ। ଆଜିର ଶିଶୁ ଭବିଷ୍ୟତର ସୁନାଗରିକ। ବୈଜ୍ଞାନିକ ସମ୍ବନ୍ଧିୟ ଅସାଧ୍ୟ ସାଧନ୍ୟ ର ସମ୍ଭାବନା ରହିଛି। ଜିଲ୍ଲା ପ୍ରମୁଖ…

Read More

ବିଭିନ୍ନ ସମସ୍ୟା ସମାଧାନ ପାଇଁ ରେଳ ବିଭାଗ ଏବଂ ନାଗରିକ ମଞ୍ଚର ମିଳିତ ଆଲୋଚନା, ଯାତ୍ରୀଙ୍କ କଲ୍ୟାଣ ପାଇଁ ରେଳ ବିଭାଗର ଦୃଢ଼ ପ୍ରତିଶୃତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧାରୋଡ଼ ରେଳ ଡିଭିଜନର ମୁଖ୍ୟ ପରିଚାଳକ ଏଚ.ଏସ. ବାଜ୍‌ୱାଙ୍କ ଆମନ୍ତ୍ରଣ କ୍ରମେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କ ଜଟଣୀସ୍ଥିତ କାର୍ଯ୍ୟାଳୟ ଠାରେ ଭେଟି ନୟାଗଡ଼ ଜିଲ୍ଲା ରେଳ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥିରେ ନୟାଗଡ଼ ନାଗରିକ ମଞ୍ଚର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଚାରିଜଣିଆ ପ୍ରତିନିଧି ମଣ୍ଡଳି ଏବଂ ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଆଲୋଚନା ସକରାତ୍ମକ ହୋଇଥିବା ବେଳେ ରେଳ ବିଭାଗ ଆଗାମୀ ଦିନରେ ନୟାଗଡ଼ ଜିଲ୍ଲାରେ ରେଳ ସେବାରେ ବ୍ୟାପକ ସୁଧାର ଆଣିବ ବୋଲି ସୂଚନା ମିଳିଛି । ଖୁବ୍ କମଦିନ ମଧ୍ୟରେ ଖୋର୍ଦ୍ଧା ରେଳ ଡିଭିଜନ ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ବାଜ୍‌ୱା ନିଜେ ନୟାଗଡ଼ ଜିଲ୍ଲା ଗସ୍ତରେ…

Read More

ମଣ୍ଡଳ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗୀତା

ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ଗାଁ ବ୍ଳକର ୧୫ଟି କ୍ଳଷ୍ଟରର ପ୍ରତିଯୋଗୀମାନେ ଯୋଗଦେଇଥିଲେ। ପ୍ରତିଯୋଗୀତା ରଘୁନାଥ ବିଦ୍ୟାପୀଠ, ଓଡ଼ଗାଁର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକଙ୍କ କରକମଳରେ ଉଡ୍ଘାଟିତ ହୋଇଥିବା ବେଳେ ବିଚାରକ ଭାବେ ରମେଶ ଚନ୍ଦ୍ର ସାହୁ, ପବିତ୍ର ମୋହନ ସାହୁ, ପଞ୍ଚାନନ ପଣ୍ଡା ଓ ନରେନ୍ଦ୍ର କୁମାର ତ୍ରିପାଠୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ଡ୍ରାମା ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ସେମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ ସମର ସିଆରସିସି ନରେନ୍ଦ୍ର ପାଣିଗ୍ରାହୀ ଓ ଶିକ୍ଷକ ସୁଶେନ୍ଦୁ ଷଢ଼ଙ୍ଗୀ। ପ୍ରତିଯୋଗୀତାରେ ଚିତାକର୍ଷକ ଅଭିନୟ ପାଇଁ ଶରଣକୁଳ କ୍ଳଷ୍ଟର ଅନ୍ତର୍ଗତ ଲୋକ ନୋଡ଼ାଲ ବିଦ୍ୟାପୀଠ, ପଞ୍ଚିରିଡ଼ାମାନପୁରର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅଭିନୀତ ବିଜ୍ଞାନ ଡ୍ରାମା…

Read More

ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳିତ

ରଣପୁର,(ନୟାଗଡ଼ ଦର୍ପଣ): ଆଜି ସାରା ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ।ଗତବର୍ଷ ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO)। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା ଭାରତର ମୁନ୍‌ ମିଶନ ଚନ୍ଦ୍ରଯାନ-୩ । ପ୍ରତିଟି ଭାରତୀୟଙ୍କ ଛାତି ଖୁସିରେ ଫୁଲି ଉଠିଥିଲା । ଯାହା କୌଣସି ଦେଶ କରିବାରେ ସକ୍ଷମ ହୋଇନଥିଲା ତାହା କରି ଦେଖାଇଥିଲା ଭାରତ । ଦେଶରେ ବିଶ୍ବର ଏକ ନମ୍ବର ଦେଶ ଭାବେ ବିଶ୍ବବିଦିତ ହୋଇଥିଲା ଭାରତ । ଏହି ଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜି ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର ୪ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଥିଲା।…

Read More

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ନୟାଗଡ଼ ଜବାହାର ନବୋଦୟ ବିଦ୍ୟାଳୟ ପରିଦର୍ଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଜବାହାର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ନିଜସ୍ବ ବ୍ୟାଣ୍ଡ ସହିତ ସଚିବ ଏବଂ ସବଜଜ ଶ୍ରୀ ସତ୍ୟବ୍ରତ ରଣାଙ୍କୁ ସ୍ବାଗତ କରିବା ସହିତ ଉଭୟ ଚାରାରୋପଣ କରି ସବୁଜତାର ବାର୍ତ୍ତା ପ୍ରଦାନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ସହିତ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ କୁମାର ଦାସ ସ୍ବାଗତ ପ୍ରଦାନ କରିଥିଲେ। ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ବିଦ୍ୟାଳୟ ସ୍ତରରେ ମୌଳିକ ଆଇନ ଜ୍ଞାନର ଆବଶ୍ୟକତା, ପରିଚ୍ଛନତା, ଶୃଙ୍ଖଳା, ସହଯୋଗ ଏବଂ ଆତ୍ମସମ୍ମାନ ସହକାରେ ଜ୍ଞାନ ଆହରଣ ଉପକାରିତା ବୁଝାଇଥିଲେ । ସବଜଜ ଶ୍ରୀ ସତ୍ୟବ୍ରତ ରଣା…

Read More

ଉଚ୍ଚଶିକ୍ଷା ପରବର୍ତ୍ତୀ କର୍ମକ୍ଷେତ୍ରରେ ଆତ୍ମନିଯୁକ୍ତି ତଥା ଦକ୍ଷତା ପ୍ରତିପାଦନ ଉପରେ କର୍ମଶାଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ଉଚ୍ଚଶିକ୍ଷା ପରବର୍ତ୍ତୀ କର୍ମକ୍ଷେତ୍ରରେ ଆତ୍ମନିଯୁକ୍ତି ତଥା ଦକ୍ଷତା ପ୍ରତିପାଦନ ଉପରେ ଗୁରୁତ୍ବାରୋପ କରାଯିବା ଉଦ୍ଦେଶ୍ୟ ନେଇ ନୟାଗଡ଼ ମଡେଲ ଡିଗ୍ରୀ କଲେଜଠାରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ନୟାଗଡ଼ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ କର୍ତ୍ତବ୍ୟନିଷ୍ଠ ପୁଲିସ ଅଧିକାରୀ ଶ୍ରୀଯୁକ୍ତ ରାହୁଲ୍ ଜୈନ୍ ମହାଶୟ ଯୋଗଦାନ କରି କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଉପାୟ ସହ ଛାତ୍ରଛାତ୍ରୀମାନେ କିପରି ଜୀବନର ସଂଘର୍ଷ କ୍ଷେତ୍ରରେ ଆଗେଇ ନିଜକୁ ପ୍ରତିଷ୍ଠିତ କରିପାରିବେ ସେ ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସହ ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ସେମାନଙ୍କ ମନରେ ଉଠୁଥିବା ବିଭିନ୍ନ ପ୍ରଶ୍ନର ସମାଧାନ ଅତି ସରଳ ଭାବେ କରିଥିଲେ। ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ଜୟେନ୍ଦ୍ର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ…

Read More

ନୟାଗଡ଼ ପୌର ପରିଷଦ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ନୟାଗଡ଼ ପୌର ପରିଷଦ ପକ୍ଷରୁ ଏନ୍‌ଏସି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ସଙ୍ଗୀତ, ଓଡ଼ିଆ ବତ୍କୃତା, ଚିତ୍ରାଙ୍କନ ଓ ସାଧାରଣଜ୍ଞାନ ପ୍ରମୁଖ ପ୍ରତିଯୋଗିତା ହୋଇଥିଲା। ସଙ୍ଗୀତ ପ୍ରତିଯୋଗିିତାରେ ବିଚାରକ ଭାବେ ସଙ୍ଗୀତଜ୍ଞ ନବ କିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ, ଯୁବ ସାମ୍ବାଦିକ ଉଦିତ ନାରାୟଣ ଦାଶ ଏବଂ କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ ଯୋଗଦେଇଥିଲେ। ସେହିଭଳି ବତ୍କୃତା ପ୍ରତିଯୋଗିତା‌େ‌ର ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ଏବଂ ଅଶୋକ ମଲ୍ଲ ଯୋଗଦେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ଭାବେ ନିର୍ମଳଚନ୍ଦ୍ର ଶୂରଦେଓ, ସନ୍ତୋଷ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ସାଧାରଣଜ୍ଞାନ ପ୍ରତିଯୋଗିତାରେ କାଉନସିଲର କିଷାନ କୁମାର ଦାଶ, ଜାନକୀ ବଲ୍ଲଭ…

Read More

ପୋଖରୀରେ ବୁଡ଼ି ଜଣକ ମୃତ୍ୟୁ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ କାମିଟିପଙ୍ଗା ଗ୍ରାମରେ ଆଜି ଅପରାହ୍ନରେ ଜଣେ ବ୍ୟକ୍ତି ପୋଖରୀକୁ ନିତ୍ୟକର୍ମ କରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଦଶପଲ୍ଲା ଅଗ୍ନିଶମ ବାହିନୀ କାମିଟିପଙ୍ଗା ଗ୍ରାମରେ ପହଂଚି ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତକ ବ୍ୟକ୍ତିଙ୍କ ନାମ ଚମ୍ପେଶ୍ୱର ଭୋଇ ୫୮ ବର୍ଷ ବୋଲି ଜଣାପଡିଛି।

Read More

ଭୁସୁଡିଲା ଘର, ଅଳ୍ପକେ ବର୍ତ୍ତିଲେ ଗୋଟେ ପରିବାର

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଶ୍ରୀକାନ୍ତ ଷଡ଼ଙ୍ଗୀଙ୍କ ସମସ୍ତ ପରିବାର ଲୋକ ଘର ମଧ୍ୟରେ ସୋଇଥିବା ବେଳେ ତାଙ୍କର ଝାଟିମାଟି ଘରଟି ଗତକାଲି ମଧ୍ୟରାତ୍ର ସମୟରେ ଅଚାନକ ଭୁଶୁଡ଼ି ପଡ଼ିଥିଲା । ଏହି ଭଙ୍ଗାଘର ମଧ୍ୟରେ ଫସି ଯାଇଥିବା ଶ୍ରୀକାନ୍ତଙ୍କ ରୋଗିଣା ମାଆ, ଆସନ୍ନପ୍ରସବା ସ୍ତ୍ରୀ ଫସି ରହିଥିଲେ । ଗ୍ରାମବାସୀଙ୍କ ଦୀର୍ଘ ୨ଘଣ୍ଟାର ଉଦ୍ୟମ ପରେ ଭଙ୍ଗା ଘର ଭିତରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଏଠି ପ୍ରକାଶ ଥାଉକି ଶ୍ରୀକାନ୍ତ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀୟ ଲୋକ ହୋଇଥିବାବେଳେ ସେ ଏକ ଚା – ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥାଆନ୍ତି । ତାଙ୍କର ବାସଗୃହଟି ଭାଙ୍ଗିଯିବା ଯୋଗୁଁ ସେ ସଂପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି । ତେଣୁ ତାଙ୍କୁ ଖୁବଶୀଘ୍ର ସରକାରୀ…

Read More