ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ଠାରେ ବିଭାଗ ସମ୍ଭାଗ ଜ୍ଞାନବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲା ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀ ନିମାଇଁ ଚରଣ ପ୍ରଧାନ ମହୋଦୟ ମା ଶାରଦା ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମହୋଦୟ ସାର ଆଇଯାକ ନିଉଟନ ଙ୍କ ଜୀବନୀ ଉଦାହରଣ ମାଧ୍ୟମରେ ଅଦମ୍ୟ ଚେଷ୍ଟା ଆବଶ୍ୟକ ବୋଲି କହିଥିଲେ। ରାମାୟଣ କାଳିନ ରାବଣର ପୁଷ୍ପକ ବୀମାନ ନିର୍ମାଣ ଶୈଳୀ ବିଷୟରେ ଆଜିର ବୈଜ୍ଞାନିକ ମାନେ କରି ପାରିନାହାନ୍ତି। ଆବଶ୍ୟକତା ହିଁ ନୂଆବାଟ କଢାଏ। ଆଜିର ଶିଶୁ ଭବିଷ୍ୟତର ସୁନାଗରିକ। ବୈଜ୍ଞାନିକ ସମ୍ବନ୍ଧିୟ ଅସାଧ୍ୟ ସାଧନ୍ୟ ର ସମ୍ଭାବନା ରହିଛି।

ଜିଲ୍ଲା ପ୍ରମୁଖ ଶ୍ରୀ ହରେକୃଷ୍ଣ ମୁଦୁଲି ଆଭିମୁଖ୍ୟ ବର୍ଣନା କରି କହିଥିଲେ, ଜୀବନର ପଥ ପ୍ରଶସ୍ଥ, କୌଶଳ କରି ଅତିକ୍ରମ କରିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଆବଶ୍ୟକ।ବିଜ୍ଞାନ ଓ ଗଣିତ ପ୍ରକଳ୍ପ, ପ୍ରୟୋଗ, ପତ୍ରବାଚନ, ପ୍ରଶ୍ନମଞ୍ଚ, ଓ ଆଚାର୍ଯ୍ୟ ପତ୍ରବlଚନ ଇତ୍ୟାଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ସରକାରୀ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାନେ ନିର୍ଣ୍ଣାୟକ ଭାବେ ଆମନ୍ତ୍ରିତ ହୋଇଥିଲେ। ବିଦ୍ୟାଳୟ ର ଉପସଭାପତି ଶ୍ରୀ ସାନ୍ତନୁ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପୁରୀ, ଖୋର୍ଦ୍ଧା, ଓ ଜଗତସିଂହପୁର ବିଭାଗ ର ୧୭ ଟି ସଂକୁଳ ରୁ ପ୍ରାୟ ୧୪୩ଜଣ ଛାତ୍ରଛାତ୍ରୀ ଓ ୪୧ଜଣ ଗୁରୁଜୀଗୁରୁମା ଯୋଗଦାନ କରିଥିଲେ। ବିଭାଗ ନିରୀକ୍ଷକ ଶ୍ରୀ ପ୍ରସନ୍ନ କୁମାର ମହାନ୍ତି, ପ୍ରଧାନାଚାର୍ଯ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଶ୍ରୀ ଭାସ୍କର ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଓ ସମସ୍ତ ଗୁରୁଜୀଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

Related posts