ନୟାଗଡ଼ରେ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସୃଜନ୍ ସଭାଗୃହରେ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନୟନ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ସମସ୍ତଙ୍କୁ ସ୍ୱାଗତ ଜଣାଇ ଏହି ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ସମସ୍ତ ବିଭାଗ ସେମାନଙ୍କ ବିଭାଗର କାର୍ଯ୍ୟ ତାଲିକା ପ୍ରଦାନ କରିଛନ୍ତି । ତଥାପି ନିଜ ନିଜ ବିଭାଗର ଚାଲୁ ରହିଥିବା ପ୍ରକଳ୍ପ, ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିବା ପ୍ରକଳ୍ପ ତଥା ବିଭାଗମାନଙ୍କର ବିଭିନ୍ନ ସମସ୍ୟା ଓ ଆବଶ୍ୟକ ସଂକ୍ଷେପରେ ପ୍ରଦାନ କରିବା ପାଇଁ କହିଥିଲେ । ଏହାପରେ ସେ ମାନ୍ୟବର ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ଆଜିର ବୈଠକ ଉପରେ ସମ୍ୟକ୍ ବାର୍ତ୍ତା ଉପସ୍ଥିତ…

Read More

ବାହୁଡ଼ା ଦଶମୀରେ ପରମ୍ପରା ପକ୍ଷରୁ ଭଜନ ସମାରୋହ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ପରିଷଦ “ପରମ୍ପରା” ର କଣ୍ଠଶିଳ୍ପୀ ମାନେ ବାହୁଡ଼ା ଦଶମୀ ରେ ମାଉସୀ ମା ଙ୍କ ନିକଟ ମଞ୍ଚରେ ଭଜନ ପରିବେଷଣ କରିଥିଲେ ।ଏହି ଭଜନ ସମାରୋହକୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ ଓ ସଙ୍ଗୀତ ଗୁରୁ ପ୍ରଭାତ କୁମାର ଦାସ ଉପସ୍ଥିତ ରହି ନୟାଗଡ ଐତିହ, ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ। ପରମ୍ପରା ପରିଷଦ ର କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ବିଜୟାନନ୍ଦ ମହାପାତ୍ର, ଭୂମିକା ମହାପାତ୍ର, ବୈଦୁର୍ଯ୍ୟନାଥ କର, ରାମ ପ୍ରସାଦ ମଲ୍ଲିକ, ପୁରୁଷୋତ୍ତମ ମହାପାତ୍ର, ନୈନିକା ପଟ୍ଟନାୟକ ଓ ଶିଶୁ କଣ୍ଠଶିଳ୍ପୀ ଆରୟାନ୍ ରାଜ ସେଠୀ, ସୃଜନିକା ଦାଶ ଭଜନ ପରିବେଷଣ କରିଥିଲେ। ଏହାକୁ ସଂଯୋଜନା…

Read More

ନିଶା ସେବନ ବିରୋଧରେ ସଚେତନତା ସୃଷ୍ଟି ଅଭିଯାନ

ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରଙ୍କ ପାଇଁ “ନଶା ମୁକ୍ତ ଭାରତ” ଏକ ଚ୍ୟାଲେଞ୍ଜ ଥିବାବେଳେ, ବିଭିନ୍ନ ରାଜ୍ୟରେ ଅନୈତିକ ଡ୍ରଗ୍ସ୍ କାରବାର ଦେଶର ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। ଏଇ ଅନୈତିକ ନିଶା କବଳରେ ଓଡ଼ିଶାର ଛାତ୍ର ଓ ଯୁବପିଢୀ ଦିନକୁ ଦିନ ଛନ୍ଦି ହୋଇ ଯାଉଛନ୍ତି। ଏହି ନିଶା ପାଇଁ କେହି କେହି କ୍ୟାନ୍ସର, କିଡନୀ ଜନିତ ରୋଗ ଏବଂ ମାନସିକ ବିକାରଗ୍ରସ୍ତ ପ୍ରଭୃତିର ଶିକାର ହେଉଥିବା ବେଳେ କେହି କେହି ଯୁବକ ଅପରାଧ ଦୁନିଆକୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ସରକାର ଏଥିପ୍ରତି କଠୋର ଆଇନ୍ ବ୍ୟବସ୍ଥା କରିଥିଲେ ମଧ୍ୟ, ସଚେତନତା ଅଭାବ ଯୋଗୁଁ ଏହାର ପ୍ରଭାବ ନିମ୍ନଗାମୀ। ଏଭଳି ସ୍ଥିତିରେ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ “ମାଆ ଫାଉଣ୍ଡେସନ” ଓ “ବାଣୀଧାରା” ନୟାଗଡ଼ ଠାରେ ଅନୈତିକ ନିଶା ସେବନ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ…

Read More

ନୟାଗଡ଼ରେ ଉଦଘାଟିତ ହେଲା ୮ମ ଜିଲ୍ଲାବ୍ୟାପି ସେବା ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ଉଦଘାଟିତ ହେଲା ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ୨୦୨୪ । ନୟାଗଡ଼ ସହର ସ୍ଥିତ ରୋଟାରି ଭବନ ଠାରେ ଅଷ୍ଟମ ବର୍ଷ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ ନୟାଗଡ଼ର ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। ସେହି ଭଳି ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ସମାଜସେବୀ ସନ୍ତୋଷ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ତାପସ ମାର୍ଥା, ବିଶିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାଶ, ଯୁବ ବ୍ୟବସାୟୀ ଚନ୍ଦନ ସାହୁ, ପରିବେଶପ୍ରେମୀ ସୁକାନ୍ତ ଚୌଧୁରୀ, ସମାଜସେବୀ…

Read More

ଖୁଣ୍ଟୁବନ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱ ଯୁବ ଦକ୍ଷତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରକୃତିବନ୍ଧୁ ତଥା ପରିବେଶବିତ ସୁକାନ୍ତ ଚନ୍ଦ୍ର ଚୌଧୁରୀ ଯୋଗଦେଇଥିଲେ। ଏ ବର୍ଷ ବିଶ୍ୱ ଯୁବ ଦକ୍ଷତା ଦିବସ ଦିବସର ବାର୍ତ୍ତା ‘ଶାନ୍ତି ଏବଂ ନିରନ୍ତର ବିକାଶ ପାଇଁ ଯୁବ କୌଶଳ’ ସହିତ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ୍ ଏବଂ ନିରନ୍ତର ବିକାଶ ଉପରେ ଆଲୋକପାତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଜୱାନ ଦାସ, ଜିତେନ୍ଦ୍ର କୁମାର ବରାଳ, ସଂଯୋଜନା ଅଧ୍ୟାପକଙ୍କ ସମେତ ଅନୁଷ୍ଠାନର ସମସ୍ତ ସହକର୍ମୀ ଓ ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ଶିଳ୍ପ ତାଲିମ କେନ୍ଦ୍ର ପରିସର ମଧ୍ୟରେ ବୃକ୍ଷରୋପଣ, ଏକକ ବ୍ୟବହୃତ ପ୍ଲାଷ୍ଟିକ ସଂଗ୍ରହ, ରକ୍ତ…

Read More

ବାହୁଡା ଯାତ୍ରା ଅବସରରେ ରୋଟାରୀ କ୍ଳବ୍ ତରଫରୁ ଅନ୍ନପୂର୍ଣ୍ଣା ଦିବସ ଓ ଜଳଛତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଳବ୍ ତରଫରୁ ଆଜି ଅପରାହ୍ନ ୧୨ଟା ୩୦ ମିନିଟ୍ ସମୟରେ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବ ରେ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ରେ ଅନ୍ତେବାସୀ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇ ଥିଲା। ଏହା ସହିତ ଅପରାହ୍ନ ୦୪ଟା ସମୟରେ ନୟାଗଡ଼ ବଡଦାଣ୍ଡରେ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ୨୦୦୦ ବଟଲ୍ ଜଳବଣ୍ଟନ କରାଯାଇ ଥିଲା। କ୍ଳବ୍ ସଂପାଦକ ରୋଟାରିଆନ୍ ଅବିନାଶ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରିଆନ୍ ଆରିଫ୍ ଖାନ୍, ଶ୍ରୀଧର ସାହୁ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମିହିର ରଂଜନ ନାୟକ, ଜି ରଶ୍ମିରାଜ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରବୀର କୁମାର ପୃଷ୍ଟି ଆଦି ବହୁ ସଦସ୍ଯ ଯୋଗଦେଇ ଥିଲେ।

Read More

ଜ୍ଞାନ ପ୍ରକାଶ ଦ୍ୱାରା ପ୍ରଦତ୍ତ “ଶିକ୍ଷା ସମ୍ମାନ”ରେ ସମ୍ମାନିତ ହେଲେ ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ମାଧ୍ୟମିକ ସ୍କୁଲ ସ୍ତରରେ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଗୁଣାତ୍ମକ କରିବା ଉପରେ ପ୍ରବୀଣ ଶିକ୍ଷକ ବାଲାରସେନ୍ ପାତ୍ରଙ୍କୁ ମିଳିଛି ‘ଶିକ୍ଷା ସମ୍ମାନ’। ‘ଜ୍ଞାନ ପ୍ରକାଶ’ର ୮ମ ଇଣ୍ଟରଡିସପ୍ଲେନାରୀ ଜାତୀୟ ସମ୍ମିଳନୀ ତଥା ବାର୍ଷିକ ଉତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭଵନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ NCERT ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଏଲିମେଂଟାରୀ, NIFAର ଅଧ୍ୟକ୍ଷ, ‘ଜ୍ଞାନ ପ୍ରକାଶ’ର ପ୍ରତିଷ୍ଠାତା, ସମ୍ପାଦକ ଏବଂ ଓଡିଶା ମୁଖ୍ୟ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିବା ଶ୍ରୀଯୁକ୍ତ ବାଲାରସେନ୍ ପାତ୍ରଙ୍କୁ ‘ଜ୍ଞାନ ପ୍ରକାଶ’ର ୮ମ ଇଣ୍ଟରଡିସପ୍ଲେନାରୀ ଜାତୀୟ ସମ୍ମିଳନୀ ତଥା ବାର୍ଷିକ ଉତ୍ସବରେ ‘ଶିକ୍ଷା ସମ୍ମାନ’ରେ ସମ୍ମାନିତ କରାଯାଇଛି । ଶ୍ରୀଯୁକ୍ତ ପାତ୍ର ବର୍ତ୍ତମାନ ୪ର୍ଥ ଶ୍ରେଣୀରେ…

Read More

ସନ୍ଧ୍ୟା ଦର୍ଶନ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ସାମନାରେ ଭଜନ ସନ୍ଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସନ୍ଧ୍ୟା ଦର୍ଶନ ଅବସରରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀହରି ନାଟ୍ୟାୟନ, ନୟାଗଡ଼ ଏବଂ ଦେବୋତ୍ତର ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଗୁରୁ ପ୍ରଭାତ ଦାଶ, ଡ ଆଶୁତୋଷ ମିଶ୍ର, କାଳିଦାସ ମହାପାତ୍ର, ରାଜୀବ ମହାପାତ୍ର, କୃଷ୍ଣପ୍ରିୟା ମିଶ୍ର, ଧନେଶ୍ୱର ପ୍ରଧାନ, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ବିଷ୍ଣୁପ୍ରିୟା ବେହେରା,ବିଭୁପ୍ରସାଦ ଶତପଥୀ, ଚିନ୍ମୟ ପ୍ରସାଦ ବେହେରା, ରାଜନ ସିଂ ପ୍ରମୁଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରି ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଆପ୍ୟାୟିତ କରିଥିଲେ। ଶ୍ରୀହରି ନାଟ୍ୟାୟନର ସଭାପତି କୈଳାସ ଚନ୍ଦ୍ର ଓଝା ଏବଂ କାଳିଦାସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Read More

କେ.ସି କ୍ଲବର ୯୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଳାର ସର୍ବ ପୁରାତନ କେସି କ୍ଲବ ର ୯୮ ତମ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଶନିବାର ପୁର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି।କେ.ସି କ୍ଲବ ପରିସରରେ ଅନୁଷ୍ଠିତ ଏହି ପ୍ରତି ଯୋଗିତା ବିଭିନ୍ନ ୬ଷ୍ଠ ଶ୍ରେଣୀ ଠାରୁ ୧୦ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି। ଓଡ଼ିଆ, ଇଂରାଜୀ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ,ପେଣ୍ଟିଙ୍ଗ ପ୍ରତି ଯୋଗିତା ହୋଇ ଥିବା ବେଳେ ବିଚାରକ ଭାବେ ଅବସରପ୍ରାପ୍ତ ଅଧକ୍ଷ ଅଶୋକ ନାୟକ, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼ ବାନାମ୍ବର ପୃଷ୍ଟି, ଇଂରାଜୀ ଅଧ୍ୟାପକ ଡ଼ ଶିଶିର କୁମାର ବାରିକ, ବେତାର ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ସଙ୍ଗୀତଜ୍ଞ ଅଜିତ ପଟ୍ଟନାୟକ, ଗୁରୁ ପ୍ରଭାତ ଦାଶ, ବଳଭଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ…

Read More

ଦାସିଆ ଅଜାଙ୍କ ୧୧୭ତମ ଜନ୍ମ ସ୍ମାରକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୭ତମ ଜନ୍ମ ଜୟନ୍ତୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ଏବଂ ଦାସିଆ ପ୍ରେମୀ ସଂଗଠନ ସମୂହଙ୍କ ମିଳିତ ଆନୁକୂଲ୍ୟରେ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଦାସିଆ ଅଜା ଅମର ରହେ, ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା,…

Read More