ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରକାଶ ପାଇଛି ମାଟ୍ରିକ ଫଳ। ଚଳିତ ବର୍ଷ ଫଳାଫଳରେ ନୟାଗଡ଼ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ସୌମ୍ଯା ସୁରଭି ମିଶ୍ର ୫୬୧ ନମ୍ବର ରଖି ଏ -୧ ଗ୍ରେଡ ହାସଲ କରିବା ସହ ଜିଲ୍ଲାରେ ଦ୍ବିତୀୟ ଏବଂ ନୟାଗଡ଼ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଡିଆଁପଡା ଗ୍ରାମର ବିଜୟ କୁମାର ମିଶ୍ର ଓ ବେବିନା ମିଶ୍ରଙ୍କ ସୁପୁତ୍ରୀ ଅଟନ୍ତି। ନିଜ ସଫଳତାର ଶ୍ରେୟ ସେ ନିଜ ବାପା, ମା ଏବଂ ବିଦ୍ଯାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଛନ୍ତି। ନିଜ ପରିଶ୍ରମ ମୁତାବକ ଫଳ ପାଇ ଖୁସି ହେବା ସହିତ ଭବିଷ୍ଯତରେ ଡାକ୍ତରୀ ପଢିବାକୁ ଇଛା ରଖିଛନ୍ତି ସୌମ୍ଯା।
Read MoreDay: May 27, 2024
ଯୁକ୍ତ ଦୁଇ କଳାରେ ୫୪୫ମାର୍କ ରଖି ଜିଲ୍ଲା ଟପ୍ପର ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ରୀ ଅନନ୍ୟା ମୈତ୍ରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି ଏଥିରେ ନୟାଗଡ ବ୍ଲକ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରର ଛାତ୍ରୀ ଅନନ୍ୟା ମୈତ୍ରୀ ୫୪୫ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ଅନନ୍ୟା ଇଟାମାଟିର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ମହାବୀର କୋଚିଂ ସେଣ୍ଟରରେ ପଢୁଥିଲେ। ସେହିପରି ଏହି ଅନୁଷ୍ଠାନର କୋଚିଂ ନେଉଥିବା ଲିପିନା ସାହୁ ୫୦୩ ମାର୍କ ରଖି ଦ୍ୱିତୀୟ ସ୍ଥାନ ଏବଂ ଇତିସ୍ମିତା ସାହୁ ୪୮୮ମାର୍କ ରଖି ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ତଥା ଅନୁଷ୍ଠାନର ଗର୍ବ ଓ ଗୌରବ ବଢ଼ାଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ମହାବୀର କୋଚିଂ ସେଣ୍ଟରର ଚେୟାରମ୍ୟାନ ମଞ୍ଜୁବାଳା ସିଂ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିଭାବକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Read More+୨ ବିଜ୍ଞାନରେ ବିକ୍ରମ ହେଲେ ଜିଲ୍ଲା ଟପ୍ପର
ନୟାଗଡ଼, (ନୟାଗଡ଼ ଦର୍ପଣ): ଯୁକ୍ତ ଦୁଇ କଳା ବାଣିଜ୍ୟ ବିଜ୍ଞାନ ପରୀକ୍ଷା ଫଳକୁ ନେଇ ଉତ୍ସାହିତ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ବିକ୍ରମ କେଶରୀ ମିଶ୍ର, ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୫୫୪ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି। A1ଗ୍ରେଡ ପାଇ ସଫଳତା ହାସଲ କରିଛନ୍ତି। ବିକ୍ରମଙ୍କ ବାପା ମାଆ ଶିକ୍ଷକ, ଶିକ୍ଷୟତ୍ରୀ ହୋଇଥିବା ବେଳେ ପାଠ ପଢ଼ାରେ ସେମାନଙ୍କ ପ୍ରେରଣା ପାଇ ପରୀକ୍ଷାରେ ସଫଳତା ମିଳିଥିବା ବିକ୍ରମ କହିଛନ୍ତି। ନୟାଗଡ଼ ଜିଲ୍ଲା ସ୍ବୟଂଶାସିତ ମହାବିଦ୍ୟାଳୟରେ ବିକ୍ରମ ପାଠ ପଢ଼ୁଥିବା ବେଳେ ଘରୋଇ କୋଚିଙ୍ଗ ସେଣ୍ଟର ଅକ୍ସଫୋର୍ଡ଼ରେ କୋଚିଂ ନେଉଥିଲେ। ବିକ୍ରମ ଗତ ମାଟ୍ରିକରେ ୫୭୨ନମ୍ୱର ରଖି A1 ଗ୍ରେଡରେ ପାସ କରିଥିଲେ। ନୟାଗଡ଼ ବ୍ଲକ ହରିହରପୁର ଗ୍ରାମରେ ବିକ୍ରମଙ୍କ ବାପା ମାଆ ରହୁଥିବା ବେଳେ ନିଜ ଗାଁ ମାନ୍ଧାତାପୁର ବୋଲି ଜଣାପଡ଼ିଛି।…
Read Moreପ୍ରବାସୀ ଓଡ଼ିଆ ପାଳିଲେ ଉତ୍କଳ ଦିବସ ଓ ୧୫ ତମ ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ସାଉଦି ଆରବରେ ଜୁବେଲ ସହରସ୍ଥିତ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ “ଉତ୍କଳିକା” ତରଫରୁ, ୮୯ତମ ଉତ୍କଳ ଦିବସ ଏବଂ ନିଜର ୧୫ ତମ ବାର୍ଷିକ ଉତ୍ସବ ଧୁମ୍ ଧାମ ରେ ପାଳନ କରିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଭାବେ ଓଲିଉଡ ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ସ୍ଵୟଂ ପ୍ରଭାସ ପାଢ଼ୀ ଓ ଅନ୍ତର୍ଜାତୀୟ କଣ୍ଠ ଶିଳ୍ପୀ ଅନିନ୍ଦିତା ଦାସ ଯୋଗ ଦେଇଥିଲେ। ଏଥି ସହିତ ଓଡ଼ିଶାର ଦୁଇ ଜଣ କିମ୍ବଦନ୍ତୀ ଓଡ଼ିଆଙ୍କୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କୁ ଉତ୍କଳିକା ତରଫରୁ ସାଉଦି ଆରବରେ “ଉତ୍କଳ ରତ୍ନ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ଯାହାକି ସାଉଦି ଆରବରେ ଥିବା ପ୍ରତେକ ଓଡିଆଙ୍କ ପାଇଁ ଗର୍ବର ବିଷୟ। ଏଥିସହିତ ଉତ୍ସବରେ କାଯ୍ୟକ୍ରମ ରେ…
Read Moreଶତପ୍ରତିଶତ ରେଜଲ୍ଟ କରି ନୟାଗଡ଼ ପାଢ଼ି ଟ୍ୟୁଟରିଆଲର ସଫଳତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଗୋଟିଏ ଦିନରେ ଏକା ଥରକେ ପ୍ରକାଶ ପାଇଲା ମ୍ୟାଟ୍ରିକ, +୨ ବିଜ୍ଞାନ, କଳା, ବାଣିଜ୍ୟ ପରୀକ୍ଷା ଫଳ । ଏଥିରେ ନୟାଗଡ଼ର ସର୍ବ ପୁରାତନ ଅନୁଷ୍ଠାନପାଢ଼ି ଟ୍ୟୁଟରିଆଲର ଛାତ୍ରଛାତ୍ରୀମାନେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛନ୍ତି। ଶତପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୬ ଜଣ ଏ-୧ (୯୦% ରୁ ଅଧିକ) ମାର୍କ ରଖୁଛନ୍ତି । ୫୦୦ ବା ତାଠାରୁ ଅଧିକ ବର୍ଗରେ ୩୭ ଜଣ ଏବଂ ୮୦% ରୁ ଅଧିକ ବର୍ଗରେ ୬୧ ଜଣ ରହିଛନ୍ତି । ଏହି ସଫଳତା ପାଇଁ ନୟାଗଡ଼ ପାଢ଼ୀ ଟ୍ୟୁଟୋରିଆଲରେ ଖୁସିର ଲହରୀ ଖେଳି ଯାଇଛି । ବିଜିତେନ୍ଦ୍ରିୟ ଦାସ ଏବଂ ସାଇ ପ୍ରସାଦ ନନ୍ଦ ଉଭୟ ୫୫୦ ମାର୍କ ରଖି…
Read More