ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ବିଜେପି ନେତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ, ବିଜେପି ନେତା ଦନାର୍ଦ୍ଦନ ଦଳବେହେରା, ତ୍ରିନାଥ ବିଶ୍ବାଳ, ଭାଗବତ ସେଠି ଓ ସ୍ମିତା ସିଂ। ମୁଖ୍ୟମନ୍ତ୍ରୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ସମସ୍ତ ନେତୃବୃନ୍ଦ । ସାରା ବିଶ୍ବରେ ନବୀନ ପଟ୍ଟନାୟକଙ୍କର ଖ୍ୟାତି ରହିଛି ବୋଲି ପ୍ରକାଶ କରିଥିଲେ ସନ୍ୟାସୀ ପ୍ରଧାନ । ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Read More

ଶଙ୍ଖ ଭବନଠୁ ବଳିଗଲା ନୟାଗଡ଼ରେ ମିଶ୍ରଣ ପର୍ବ, ପ୍ରତ୍ୟେହ ଶହ ଶହ ବିରୋଧୀ ଦଳର ନେତା ଯୋଗ ଦେଉଛନ୍ତି ବିଜେଡିରେ

ବାଘେରା, ମର୍ଦ୍ଦରାଜପୁର, କୃଷ୍ଣପ୍ରସାଦ ଓ ଚମ୍ପତ୍ତିପୁରର ବିରୋଧୀ ନେତା ବିଜେଡିରେ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଅଧୀକ ଶକ୍ତିଶାଳୀ ହେଉଛି ବିଜେଡି । ଗତ କିଛି ଦିନ ଧରି ବିରୋଧୀ ଶିବିରର ଅନେକ ନେତା ଓ କର୍ମୀ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି । ବିରୋଧୀ ଶିବିର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଶିବିରରେ ସେତିକି ନିରାଶ ଦେଖିବାକୁ ମିଳୁଛି । ଦୁର୍ବଳ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଶିବିର । ପ୍ରତ୍ୟେକ ଦିନ ବିଜେପି ଛାଡ଼ି ବିଜେଡ଼ିରେ ବିଜେପି କର୍ମୀଙ୍କ ବିଜେଡ଼ିରେ ମିଶ୍ରଣ ଓ ବିଜେଡ଼ି ଏକତାରେ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଶିବିର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା…

Read More

ଧାଡ଼ିକିଆ ଖବର, ତାରିଖ-୨୦.୦୪.୨୪ (ଶନିବାର)

⭕ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ।ଅପରାହ୍ନ ୫ଟା ସୁଦ୍ଧା ହାରାହାରି ୬୨ ପ୍ରତିଶତ ହେଲା ମତଦାନ‌। ⭕ଜୁନ ୧ ଯାଏଁ ଏକଜିଟ ପୋଲ ନିଷିଦ୍ଧ ଘୋଷଣା କଲେ ନିର୍ବାଚନ ଆୟୋଗ। ⭕ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସହ ସାମ୍ନାସାମ୍ନି ଲଢ଼େଇ ହେବ: ଅମିତ୍ ଶାହା ⭕ରାଜ୍ୟରେ ଅସମ୍ଭାଳ ତାତି ୪୩.୦୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଭୁବନେଶ୍ୱର ୪୧.୪। ⭕ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା, ୨ ସପ୍ତାହରେ ବଢ଼ିଲାଣି ୧୫ ଟଙ୍କା ! ⭕ଲଖନପୁର ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା। ⭕ଆସୁଛି କାଳବୈଶାଖୀ, ତାତିରୁ ମିଳିବ ମୁକ୍ତି , କମିବ ତାପମାତ୍ରା, ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ…

Read More

ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦୈନିକ ଚାଲିଛି ବିଜେଡିର ମିଶ୍ରଣ ପର୍ବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ଶିବିର ଦିନକୁ ଦିନ ଦୁର୍ବଳ ହେଉଛି । ବିଜେଡି ମୁହାଁ ହେଉଛନ୍ତି ବିରୋଧୀ ନେତା । ବିଜେପି ନେତା ଓ କର୍ମୀଙ୍କ ସୁଅ ବିଜେଡି ମୁହାଁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ ଓ ଉନ୍ନତୀର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଗତ ଏକ ମାସ ମଧ୍ୟରେ ପନ୍ଦର ଶହରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଫଳରେ ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ହୋଇ ଚାଲିଥିବା ବେଳେ ବିରୋଧି ସଂଗଠନ ଦୁର୍ବଳ ହେଉଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ…

Read More

ବିଜେଡି କାର୍ଯ୍ୟାଳୟରେ ବିଶାଳ କର୍ମୀ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବିଶାଳ କର୍ମୀ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଜେଡି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ରହିଥିଲେ। ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ସାହୁଙ୍କ ଜୀବନ ଉପରେ ବୃତଚିତ୍ର ପ୍ରଦର୍ଶନ ହୋଇଥିଲା। ନିର୍ବାଚନକୁ ଯୁଦ୍ଧ ଭାବି ଆମେ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ଡ. ସାହୁ କହିଥିଲେ। ପ୍ରତିଟି ମୁହୂର୍ତ୍ତ ଆମ ପାଇଁ…

Read More