ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ ଛକ ଠାରୁ ପୁରୁଣା ସହର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ଭିଆଇପି ରୋଡ଼ର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଛି। ତେବେ ପ୍ରଶସ୍ତିକରଣ ଆଳରେ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ନୂଆ ପୁରୁଣା ସମସ୍ତ ଗଛ ଗୁଡ଼ିକୁ ମନ ଇଚ୍ଛା କଟା ଚାଲିଛି। ଏପରି କି ଦେଢ଼ଶହ ଦୁଇଶହ ବର୍ଷର ପୁରୁଣା ଆମ୍ବ, ଚାକୁଣ୍ଡା, ଲିମ୍ବ, ବରଗଛ ଆଦିକୁ ନିର୍ବିଘ୍ନରେ କଟା ଚାଲିଛି। ସୂଚନାଯୋଗ୍ୟ ଯେ ଗତ ଦୁଇ ମାସ ତଳେ ଏହି ଗଛକଟାକୁ ବିରୋଧ କରି ପରିବେଶବିତ ମାନେ ଜିଲାପାଳ, ଡିଏଫଓ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ଜିଲା ପରିଷଦ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ, ପରିବେଶ ମନ୍ତ୍ରୀ ଓ ଗ୍ରୀନ ଟ୍ରିବ୍ୟୁନାଲ ପୂର୍ବାଞ୍ଚଳ ଶାଖାଙ୍କୁ ଫେରାଦ୍ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଗଛ କଟା ବନ୍ଦ ରହିଥିଲା। ଏବେ…
Read MoreYear: 2024
ଅଚ୍ୟୁତ ସାମନ୍ତ ଓ ରମେଶ ବେହେରାଙ୍କ ମାରାଥନ ପ୍ରଚାର
ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ନିର୍ବାଚନୀ ମଣ୍ଡଳି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଓ କନ୍ଧମାଳ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଏକ ବିଶାଳ ବାଇକ୍ ରାଲିରେ ଶକ୍ତି ପ୍ରଦର୍ଶନ ସହ ମାରାଥନ ପ୍ରଚାର କରିଛନ୍ତି । ନୂଆଗାଁ ବ୍ଳକର ମାଳିସାହି, ଖଣ୍ଡୁଗାଁ, ମହିପୁର୍ ବାହାଡଝୋଲା, କପ୍ତାପଲ୍ଲଇ, ଗୁମି, ଜକଡା, ନୂଆଗାଁ, କୋରଡ଼ା, ସୋରଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘର ଘର ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି ଯୋଜନା, ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଲୋକମାନଙ୍କୁ କହିବା ସହ ଆଗାମୀ ୨୦ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ନିବେଦନ କରିଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧିକରୁ ଅଧିକ ବିକଶିତ କରିବା ପାଇଁ ପ୍ରଚେଷ୍ଟା ଜାରି ଥିଲା ଆଗକୁ ମଧ୍ୟ ଜାରି ରହିବ…
Read Moreପୁଣି ବିଜେଡିର ମିଶ୍ରଣ ପର୍ବ, ବାଉଁଶଗାଡିଆ ଓ ଭାଡିକିଳାର ବିରୋଧୀ ନେତା ବିଜେଡିରେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୧୦୦ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଏବଂ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗଦେଉଛନ୍ତି । ବିଧାୟକ ଡ. ଅରୁଣ କୁମାର ସାହୁ ଓ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି। ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଉଁଶଗାଡିଆ ଗ୍ରାମର ଦିଲ୍ଲୀପ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର କର, ନିରଞ୍ଜନ ତ୍ରିପାଠୀ, ପ୍ରଦୀପ କର, ବିଶ୍ୱବନ୍ଦିତ କର ଓ ଭାଡିକିଳା ଗ୍ରାମର ରବିନ୍ଦ୍ର ପ୍ରଧାନ ବିରୋଧୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଆଜିର ଏହି…
Read Moreଗୋଟିଏ ଦିନରେ ୨୨ଟି ଗାଁରେ ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍
ଯୋଡ଼ିଶଙ୍ଖରେ ମତଦାନ ପାଇଁ ଭୋଟରଙ୍କୁ ଦେଲେ ଆହ୍ୱାନ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ଚାଲିଛି ପ୍ରଚାର। ବିଜେଡି ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ କ୍ୟାମ୍ପେନକୁ ଦେଉଛନ୍ତି ଗୁରୁତ୍ୱ । ଆଜି ଗୋଟିଏ ଦିନରେ ଡ. ସାହୁ ୨୨ଟି ଗାଁକୁ ଯାଇ କରିଛନ୍ତି ପ୍ରଚାର । ପ୍ରତ୍ୟେକ ଭୋଟରଙ୍କ ପାଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଡ଼ି ଶଙ୍ଖରେ ମତଦାନ ଆହ୍ୱାନକୁ ପହଞ୍ଚାଇବାକୁ ଲକ୍ଷ ରଖିଛନ୍ତି । ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଓ ଉନ୍ନତିକୁ ମୁଦା କରି ବିପୁଳ ଭୋଟରେ ବିଜୟ ଲାଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଡ଼ ଅରୁଣ । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଡ. ସାହୁ ନୟାଗଡ଼ ବ୍ଲକର ୨୨ ଟି ଗାଁରେ ପ୍ରଚାର…
Read Moreପୁଣି ୧୦ରୁ ଉର୍ଦ୍ଧ୍ୱ ବିରୋଧୀ ନେତା ବିଜେଡିରେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୧୦୦ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଯୋରଦାର କରିଥିବା ବେଳେ ଏହି ସମୟରେ ପ୍ରତ୍ୟେକ ଦିନ ଅନେକ ବିରୋଧୀ ଦଳର ନେତା ବିଜେଡିରେ ଯୋଗ ଦେଉଛନ୍ତି । ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । କାଳିକାପ୍ରସାଦ…
Read Moreନୟାଗଡ଼ ଟାଉନ ପୋଲିସ ଦ୍ୱାରା ଦୁଇ ଗଞ୍ଜେଇ ବେପାରୀ ଗିରଫ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗଞ୍ଜେଇ ବେପାର କରୁଥିବା ଦୁଇ ଭାଇଙ୍କୁ ଗିରଫ କଲା ନୟାଗଡ଼ ଟାଉନ ଥାନା ପୁଲିସ। ନୟାଗଡ଼ ଟାଉନ ଥାନାଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଏକ ବିଶେଷ ସୁତ୍ରରୁ ଖବର ପାଇ ଚଢ଼ଉ କରିଥିଲେ। ନୟାଗଡ଼ ଟାଉନ ଥାନା ସବ୍ ଇନିସ୍ପେକ୍ଟର ସିମାଞ୍ଚଳ ନାୟକଙ୍କ ସମେତ ଟାଉନଥାନାର କର୍ମଚାରୀମାନେ ଦୁର୍ଗାପ୍ରସାଦ ଛକଠାରେ ଛକି କରି ରହିଥିଲେ। ଦୁର୍ଗାପ୍ରସାଦ ଗ୍ରାମର ଶିବରାମ ପ୍ରଧାନଙ୍କ ପୁଅ ବିଜୟ କୁମାର ପ୍ରଧାନ ଓ ଜିତୁ ପ୍ରଧାନ ଏକ ଆପାଚି ଗାଡିରେ ଗଞ୍ଜେଇ ଧରି ଆସୁଥିବା ଦେଖି ଟାଉନ ଥାନା ପୁଲିସ ଉଭୟଙ୍କୁ ମାଡ଼ି ବସିଥିଲେ । ତାଙ୍କ ଠାରୁ ୧୦କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୫ହଜାର ଟଙ୍କା ହେବ । ନୟାଗଡ଼ ଟାଉନ ଥାନାରେ ୧୬୯/୨୪ ରେ ମାମଲା ରୁଜ କରାଯାଇ…
Read More୫୦ରୁ ଉର୍ଦ୍ଧ୍ୱ ବିରୋଧୀ ନେତା ବିଜେଡିରେ ସାମିଲ
ଦିଗହରା ହେଲାଣି ବିରୋଧୀ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୦୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ। ବିରୋଧୀ ଦଳର ବହୁ ପୁରୁଖା କର୍ମୀ ମାନେ ବିଜେଡିରେ ଯୋଗ ଦେଉଛନ୍ତି । ଯେଉଁଥିପାଇଁ ଚିନ୍ତାରେ ପଡିଛି ବିରୋଧୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । କାଳିକାପ୍ରସାଦ ଗ୍ରାମ ପଞ୍ଚାୟତର ବିରୋଧୀ ଦଳର ବହୁ ନେତା ବିଜେଡିରେ…
Read Moreଦେଉଳୀରୁ ନୂଆଗାଁ ଯାଏଁ ପହଞ୍ଚିଲା ନବୀନ ବାର୍ତ୍ତା
ନୟାଗଡ଼ : ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରଚାର ଜୋରଦାର ହୋଇଛି । ସୋସିଆଲ ମିଡିଆ, ପୋଷ୍ଟର, ହୋଡିଂ ସହ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାରକୁ ଜୋର ଦେଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଓ ଉନ୍ନତୀକୁ ମୁଦ୍ଦା କରି ଦଳ ଏହି ଆସନରୁ ବିପୁଳ ଭୋଟରେ ବିଜୟ ଲାଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଡ. ସାହୁ ଗମ୍ଭାରିଡିହି ପଞ୍ଚାୟତ ଦେଉଳୀ ଗାଁରୁ ନିଜର ନିର୍ବାଚନ ପ୍ରଚାର ଇକିରି ପଞ୍ଚାୟତ ନୂଆଗାଁରେ ଶେଷ କରିଛନ୍ତି । ଦେଉଳୀରୁ ନୂଆଗାଁ ପର୍ଯ୍ୟନ୍ତ ନବୀନଙ୍କ ଯୋଡ଼ି ଶଙ୍ଖରେ ମତଦାନ ବାର୍ତ୍ତାକୁ ପହଞ୍ଚା ଯାଇଛି । ବିଧାୟକ ଡ. ସାହୁ ଦେଉଳୀ, ଫାଶିପଡ଼ା, ନନ୍ଦପୁର, ସାମନ୍ତରାପୁର,…
Read Moreନୟାଗଡ଼ରେ ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁଙ୍କ ମାରାଥନ୍ ପ୍ରଚାର ଅନୁଷ୍ଠିତ ହୋଇଯାଇଛି । ବାଇକ ଶୋଭାଯାତ୍ରା, ଗାଁ ଗାଁ ନିର୍ବାଚନ ସଭା ଅନୁଷ୍ଠିତ ହେଉଛି । ବିଧାୟକ ଡ. ସାହୁଙ୍କୁ ପ୍ରତ୍ୟେକ ସ୍ଥାନରେ ବିପୁଳ ଜନସମର୍ଥନ ମିଳୁଥିବା ବେଳେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରି ସାରା ଦେଶରେ ଓଡ଼ିଶାର ଟେକ ରଖିବା ପାଇଁ ସର୍ବକାଳୀନ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ କରିବା ପାଇଁ ସେ କର୍ମୀଙ୍କୁ କହିଛନ୍ତି । ଯାହା ବିକାଶ ଓ ଉନ୍ନତୀ ମୂଳକ କାର୍ଯ୍ୟ ହେଉଛି, ତାହାକୁ ତ୍ୱରାନ୍ୱିତ କରିବା ପାଇଁ ଯୋଡ଼ି ଶଙ୍ଖରେ ମତଦାନ ପାଇଁ ସେ…
Read Moreଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ନୟାଗଡ ଜିଲ୍ଲାରେ ୩୮୯୭ଟି ମାମଲା ଫଇସଲା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୬ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୬୦ଟି ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ.ଆଇ. ଆକ୍ଟ କେସ ୨ଟି ଏବଂ ବିବାହଜନିତ ୨ଟି ମାମଲା ଫଇସଲା କରାଯାଇଥିଲା। ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୩୬ଜଣ ଋଣ ଗ୍ରହିତାଙ୍କଠାରୁ ୪୮,୦୧, ୩୯୭ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୮୩ଟି ମାମଲା ଫଇସଲା କରାଯାଇ…
Read More