ନୟାଗଡ଼ ଟାଉନ ପୋଲିସ ଦ୍ୱାରା ଦୁଇ ଗଞ୍ଜେଇ ବେପାରୀ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗଞ୍ଜେଇ ବେପାର କରୁଥିବା ଦୁଇ ଭାଇଙ୍କୁ ଗିରଫ କଲା ନୟାଗଡ଼ ଟାଉନ ଥାନା ପୁଲିସ। ନୟାଗଡ଼ ଟାଉନ ଥାନାଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଏକ ବିଶେଷ ସୁତ୍ରରୁ ଖବର ପାଇ ଚଢ଼ଉ କରିଥିଲେ। ନୟାଗଡ଼ ଟାଉନ ଥାନା ସବ୍‌ ଇନିସ୍ପେକ୍ଟର ସିମାଞ୍ଚଳ ନାୟକଙ୍କ ସମେତ ଟାଉନଥାନାର କର୍ମଚାରୀମାନେ ଦୁର୍ଗାପ୍ରସାଦ ଛକଠାରେ ଛକି କରି ରହିଥିଲେ। ଦୁର୍ଗାପ୍ରସାଦ ଗ୍ରାମର ଶିବରାମ ପ୍ରଧାନଙ୍କ ପୁଅ ବିଜୟ କୁମାର ପ୍ରଧାନ ଓ ଜିତୁ ପ୍ରଧାନ ଏକ ଆପାଚି ଗାଡିରେ ଗଞ୍ଜେଇ ଧରି ଆସୁଥ‌ିବା ଦେଖି ଟାଉନ ଥାନା ପୁଲିସ ଉଭୟଙ୍କୁ ମାଡ଼ି ବସିଥିଲେ । ତାଙ୍କ ଠାରୁ ୧୦କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୫ହଜାର ଟଙ୍କା ହେବ । ନୟାଗଡ଼ ଟାଉନ ଥାନାରେ ୧୬୯/୨୪ ରେ ମାମଲା ରୁଜ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି । ଦୁଇ ଭାଇଙ୍କ ଠାରୁ ଓଡି୨୫ଡି-୯୫୮୬ ଆପାଚି ଗାଡିକୁ ପୁଲିସ ଜବତ କରିବା ସହ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଥିବା ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Related posts