ପୁଣି ବିଜେଡିର ମିଶ୍ରଣ ପର୍ବ, ବାଉଁଶଗାଡିଆ ଓ ଭାଡିକିଳାର ବିରୋଧୀ ନେତା ବିଜେଡିରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୧୦୦ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଏବଂ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗଦେଉଛନ୍ତି । ବିଧାୟକ ଡ. ଅରୁଣ କୁମାର ସାହୁ ଓ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି।

ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଉଁଶଗାଡିଆ ଗ୍ରାମର ଦିଲ୍ଲୀପ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର କର, ନିରଞ୍ଜନ ତ୍ରିପାଠୀ, ପ୍ରଦୀପ କର, ବିଶ୍ୱବନ୍ଦିତ କର ଓ ଭାଡିକିଳା ଗ୍ରାମର ରବିନ୍ଦ୍ର ପ୍ରଧାନ ବିରୋଧୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ୍ ପ୍ରସାଦ ସାହୁ, ନୟାଗଡ଼ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗଗନ ବିହାରି ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ବିଜୁ ଜନତା ଦଳ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା। ଆଗାମୀ ଦିନରେ ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ ।

Related posts