ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ବତ ସାଧକ ସୁଶାନ୍ତ ପାତ୍ରଙ୍କ ସୁମଧୁର ଭଜନ ‘ଲଡ଼ୁବାବା ପାର କରେଗା’ ଲୋକାପିର୍ତ ହୋଇ ଯାଇଛି। ଶ୍ରୀ ପାତ୍ରଙ୍କ ଏହି ଭଜନ ଅତିଥିମାନଙ୍କ କରକମଳରେ ଶରଣକୁଳ ବିଜେ ପ୍ରଭୁ ଶ୍ରୀ ଶ୍ରୀ ଲଡୁବାବାଙ୍କ ପୀଠ ପରିସରରେ ଲୋକାର୍ପିତ ହୋଇଛି। ଆୟୋଜିତ ଏହି ଭଜନ ଲୋକାର୍ପଣ ଉତ୍ସବରେ ନୟାଗଡ଼ ନିଜେ ଲେଖକ ସୁଶାନ୍ତ ପାତ୍ର, ସମାଜସେବୀ ଦାମୋଦର ସାହୁ, ଅଧ୍ୟାପିକା ନୀଳିମା ନନ୍ଦ, ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଶିକ୍ଷକ ପରମାନନ୍ଦ ସ୍ବାଇଁ, ଯୋଗଗୁରୁ ବୈକୁଣ୍ଠ ନାଥ ପ୍ରଧାନ, ଦୀନବନ୍ଧୁ ମହାପାତ୍ର, ସାମ୍ବାଦିକ ଜୟକୃଷ୍ଣ ସାହୁ, ଯୁବ କବି ନୀଳମାଧବ ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ବରିଷ୍ଠ ସାହିତ୍ୟିକ କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, କବି କୁସୁମ ନିରାକାର ସ୍ଵାଇଁ, ବିଶିଷ୍ଟ ସାରସ୍ବତ ସାଧକ ତଥା ଗୁରୁକୁଳ ପବଲିସିଙ୍ଗ ହାଉସର ସତ୍ତ୍ଵାଧିକାରୀ ଡ.ସୁରେଶଚନ୍ଦ୍ର…
Read MoreYear: 2024
ନୟାଗଡ଼ କେସି କ୍ଲବର ୯୮ତମ ପ୍ରତିଷ୍ଠା ଦିବସ
ନୟାଗଡ଼: ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଅନୁଷ୍ଠାନ କେସି କ୍ଲବର ୯୮ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବାର କାଉନସିଲ ସଭାପତି ବୃନ୍ଦାବନ ପଣ୍ଡା ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲାର ବରିଷ୍ଠ ଅଧିବକ୍ତା ମନୋରଞ୍ଜନ ମହାପାତ୍ର ଯୋଗଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା କ୍ଲବର ପୁରୁଖା ସଦସ୍ୟ ପ୍ରମୋଦ ପଟ୍ଟନାୟକ ଯୋଗଦାନ କରି ଆସନ୍ତା ଦୁଇବର୍ଷ ପରେ କ୍ଳବ ଶହେ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ଏକ ୧୦୦ତମ ଜୁବୁଲି ପାଳନ କମିଟି ଗଠନ କରିବା ସହିତ ଏବେଠାରୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ଅନ୍ୟତମ…
Read Moreଦ୍ୱିତୀୟ ସାଧନକେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ନିର୍ଦ୍ଦେଶ ଅନୁଯାୟୀ ଆଜି ସମଗ୍ରଶିକ୍ଷା କାର୍ଯ୍ୟାଳୟ ନୟାଗଡ଼ ପକ୍ଷରୁ ସାରା ଜିଲ୍ଲାର ପ୍ରତ୍ୟେକ ବ୍ଲକର ସାଧନକେନ୍ଦ୍ର ତରଫରୁ ଏହାର ସଂଯୋଜକମାନଙ୍କ ଜରିଆରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ଓଡ଼ଗାଁ ବ୍ଲକ୍ ମଶାବାରୀ ସାଧନକେନ୍ଦ୍ର ତରଫରୁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ କୁରୁମବାଙ୍କତରାଠାରେ ସାଧନକର୍ମୀ ଯଶୋବନ୍ତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ମିଶ୍ର ବୈଠକକୁ ଉଦଘାଟନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ବଂଶୀଧର ପାଲ୍ ଓ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସାଧନକେନ୍ଦ୍ର ପରିସରଭୁକ୍ତ ବାରଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସମୁଦାୟ ଯୋଗଦାନ କରି ବୈଠକର ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସରକାରଙ୍କ ପକ୍ଷରୁ ଆହୂତ ବିଭିନ୍ନ…
Read Moreଓଡଗାଁରେଦୀକ୍ଷାନ୍ତ ଗ୍ରହଣ ଉତ୍ସବ
ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ଠାରେ ୫୪ଜଣ ସ୍କାଉଟ୍ ଓ ୫୪ଜଣ ଗାଇଡର ଛାତ୍ରଛାତ୍ରୀଙ୍କୁ ନେଇ ଦୀକ୍ଷାନ୍ତ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଣ୍ଡ୍ ଗାଇଡ୍ ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ନାୟକ ଯୋଗଦେଇଥିଲେ। ଦୀକ୍ଷାନ୍ତ ଗ୍ରହଣ ଉତ୍ସବ ରେ ସ୍କାଉଟ୍ ଗାଇଡ୍ ମାନଙ୍କଦ୍ୱାରା ଜାତୀୟ ସଙ୍ଗୀତ,ସ୍କାଉଟ୍ ପ୍ରାର୍ଥନା ଓ ଝଣ୍ଡା ଗୀତ ଗାନ କରାଯାଇଥିଲା।ସ୍କାଉଟ୍ ମାଷ୍ଟର ପଞ୍ଚାନନ ପଣ୍ଡା, ଗାଇଡ୍ କ୍ୟାପଟେନ୍ ସୌଦାମିନୀ ମହାପାତ୍ର, ଜ୍ଞାନଲିପ୍ସା ପ୍ରିୟଦର୍ଶିନୀ, କବ୍ ମାଷ୍ଟର ରଞ୍ଜନ କୁମାର ଦାଶ ଛାତ୍ର ଛାତ୍ରୀ ମାନଙ୍କୁ ଦୀକ୍ଷାନ୍ତ ଗ୍ରହଣ କରାଇ ବ୍ୟାଚ୍, ସ୍କାର୍ପ ଓ ଟୋପି ପ୍ରଦାନ କରାଇଥିଲେ।ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ ସମସ୍ତଙ୍କୁ ମିଷ୍ଟାନ୍ନ…
Read Moreନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଜ୍ଞାନବିଜ୍ଞାନ ମେଳା ଓ ସଂସ୍କୃତି ମହୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଓ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ଗୋପୀନାଥ ସାହୁ ମା ସାରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ନିର୍ଣ୍ଣାୟକ ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସେମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟଅତିଥି ଶ୍ରୀ ଗୋପୀନାଥ ସାହୁ ଦୈନନ୍ଦୀନ ଜୀବନରେ ବିଜ୍ଞାନ ର ଆବଶ୍ୟକତା, ଛାତ୍ରଛାତ୍ରୀ ଙ୍କ ମନରେ ବିଜ୍ଞାନ ମନସ୍ଥତା ସୃଷ୍ଟି ନିମନ୍ତେ ପତ୍ରପତ୍ରିକା ପଠନ ନିମନ୍ତେ ଅଧ୍ୟୟନ ମନୋବୃତି ର ବିକାଶ ହେବା ଇତ୍ୟାଦି ସମ୍ପର୍କ ରେ ଆହ୍ୱାନ ଦେଇଥିଲେ। ବୈଜ୍ଞାନିକ ମାନଙ୍କ ଉଦାହରଣ ଦେଇ ନିଜେ ପ୍ରତ୍ୟେକ ଛାତ୍ର ବିଜ୍ଞାନୀ ହେବାପାଇଁ ପ୍ରେରଣା…
Read Moreରିଜର୍ଭ ପୋଲିସ୍ କାର୍ଯ୍ଯାଳୟ ପରିସରରେ ନୟାଗଡ଼ ପୋଲିସ ଓ ରୋଟାରୀ କ୍ଳବ୍ ତରଫରୁ ମେଗା ରକ୍ତଦାନ ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ରକ୍ତ ଦାନ ମହତ୍ ଦାନ। ରକ୍ତ ଦାନ ଦ୍ବାରା ଆଉ ଗୋଟିଏ ଜୀବନ ବଞ୍ଚି ପାରୁଥିବା ବେଳେ ଅନ୍ୟ ମୁଁହରେ ହସ ଫୁଟାଇ ମହାପୁଣ୍ୟ ଅର୍ଜନ କରିବାର ବଳିଷ୍ଠ ମାଧ୍ଯମ ହେଉଛି ରକ୍ତଦାନ। ଏହି ଭଳି ଏକ ମହତ୍ ପ୍ରୟାସରେ ନୟାଗଡ଼ ପୋଲିସ୍ ଓ ରୋଟାରୀ କ୍ଳବ୍ ନୟାଗଡ଼ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ଏକ ମେଗା ରକ୍ତଦାନ ଶିବିର। ଏହି ଶିବିରରୁ ମୋଟ ୧୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଓ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ ନୟାଗଡ଼ ଜିଲ୍ଲାପାଳ ସ୍ବାଧାଦେବ ସିଂହ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼…
Read Moreଓଡ଼ଗାଁରେ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀଙ୍କୁ ରାଜ୍ୟପୁରସ୍କାର ସାର୍ଟିଫିକେଟ ପ୍ରଦାନ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ୨୦୨୩/୨୪ ଶିକ୍ଷାବର୍ଷରେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ଦ୍ୱାରା ଯୋଗ୍ୟତା ହାସଲ କରିଥିବା ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍କାଉଟ ଗାଇଡ଼, କବ୍, ବୁଲବୁଲ ଛାତ୍ରଛାତ୍ରୀମାନଙ୍କୁ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଡ.ଜଳନ୍ଧର ରଥଙ୍କ ସଭାପତିତ୍ୱରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍କାଉଟ ଓ ଗାଇଡ୍ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍କାଉଟ ପ୍ରାର୍ଥନା, ଝଣ୍ଡାଗୀତ୍ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଉକ୍ତ ସଭାରେ ରାଜ୍ୟ ପୁରସ୍କାର ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଯୋଜକ, ଓଡିଶା ରାଜ୍ୟ ଭାରତ ସ୍କାଉଟ ଆଣ୍ଡ୍ ଗାଇଡ୍ସର ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ବ୍ଲକଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ନାୟକ,ସମ୍ମାନିତ ଅତିଥିଭାବେ ସ୍କାଉଟମାଷ୍ଟର ପଞ୍ଚାନନ ପଣ୍ଡା,ରଞ୍ଜନ କୁମାର ଦାଶ, ସନ୍ତୋଷ କୁମାର ସାହୁ, ଗାଇଡ଼ କ୍ୟାପଟେନ୍ ସୌଦାମିନୀ ମହାପାତ୍ର ଜ୍ୟୋତିସ୍ମିତା ଦାଶ,…
Read More୭୮ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ନୟାଗଡ଼ରେ ୭୮ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ବୈଠକ ଡାକିବାର ପ୍ରାସଙ୍ଗିକତା ଉପରେ କହିଥିଲେ । ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦାସ ଚଳିତ ବର୍ଷ ସ୍ୱାଧୀନତା ଦିବସ କିପରି ସମସ୍ତଙ୍କ ସହଯୋଗରେ ଅତି ସୁନ୍ଦର ଭାବେ ପାଳନ କରାଯିବ ତାହା ଉପରେ ଆଲୋଚନା କରିଥିଲେ । ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ସହିତ ଆଉ ଯଦି କିଛି ଅଧିକ କାର୍ଯ୍ୟକ୍ରମ ଯୋଗ କରିବାର ଅଛି ବୈଠକରେ ସେ…
Read Moreନୟାଗଡ଼ରେ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଦ୍ୱିପାକ୍ଷିକ ସହାୟତା ପ୍ରଦାନର ଶୁଭାରମ୍ଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସରକାର ଶ୍ରମ ବିଭାଗ ନିର୍ଦ୍ଦେଶ ମୁତାବକ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଦ୍ୱିପାକ୍ଷିକ ସହାୟତା ପ୍ରଦାନର ଶୁଭାରମ୍ଭ ଶ୍ରୀମତୀ ସ୍ୱଧା ଦେବ ସିଂ, ଭା.ପ୍ର.ସେ. ଜିଲ୍ଲାପାଳ ନୟାଗଡ଼ଙ୍କ ଦ୍ୱାରା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୯୫ଜଣ ଆବେଦନକାରୀଙ୍କୁ ଟ.୫୮,୩୨,୪୦୦/-ର ଅର୍ଥ ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି । ଏଥିରେ ୬୭ଜଣଙ୍କୁ ବିବାହ କାଳୀନ ସହାୟତା ବାବଦରେ ଟ.୩୧,୫୦,୦୦୦/- , ୧୩ଜଣ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ଟ.୨୬,୦୦,୦୦୦/-, ୧୦ଜଣ ଉତ୍ତରାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ଟ.୫୦,୦୦୦/- ଏବଂ ୫ଜଣଙ୍କୁ ପିଲା ପାଠ ପଢ଼ିବା ପାଇଁ ଶିକ୍ଷା ସହାୟତା ବାବଦରେ ଟ.୩୨,୪୦୦/- ପ୍ରଦାନ କରାଯାଇଥିଲା । ଏହି ଭଳି ୧୫ଦିନିଆ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ ନୂତନ ଭାବେ କରାଯାଇଥିବାରୁ ଶ୍ରମିକ ଭାଇଭଉଣୀଙ୍କ ତରଫରୁ…
Read Moreଭାପୁରରେ ସେବା ଉତ୍ସବ, ଅଭାବୀଙ୍କୁ ବସ୍ତ୍ରଦାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେଉଥିବା ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ -2024 ଆଜି ଭାପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାପୁର ସଦର ମହକୁମା ସମେତ ମହୁଲିଆ, ଫତେଗଡ଼ ଆଦି ବିଭିର୍ଣ୍ଣ ପଞ୍ଚାୟତର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ସମିତ ସଦସ୍ୟ ଗୁଲସନ କୁମାର ଦାସ, ବର୍ଷା ପ୍ରିୟଦର୍ଶିନୀ, ଯୁଧିଷ୍ଠିର ବେହେରା, ସୋମ୍ୟା ସ୍ୱୟଂପ୍ରଭା, କାହ୍ନା ସାହୁ, ଅଂଶୁମାନ ସେଠି, ଗୋପାଳ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ସାହୁ, ବାପୁନି ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଏହି ଉତ୍ସବ ମାଧ୍ୟମରେ ସାରା…
Read More