ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଜ୍ଞାନବିଜ୍ଞାନ ମେଳା ଓ ସଂସ୍କୃତି ମହୋତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଓ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ଗୋପୀନାଥ ସାହୁ ମା ସାରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ନିର୍ଣ୍ଣାୟକ ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସେମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟଅତିଥି ଶ୍ରୀ ଗୋପୀନାଥ ସାହୁ ଦୈନନ୍ଦୀନ ଜୀବନରେ ବିଜ୍ଞାନ ର ଆବଶ୍ୟକତା, ଛାତ୍ରଛାତ୍ରୀ ଙ୍କ ମନରେ ବିଜ୍ଞାନ ମନସ୍ଥତା ସୃଷ୍ଟି ନିମନ୍ତେ ପତ୍ରପତ୍ରିକା ପଠନ ନିମନ୍ତେ ଅଧ୍ୟୟନ ମନୋବୃତି ର ବିକାଶ ହେବା ଇତ୍ୟାଦି ସମ୍ପର୍କ ରେ ଆହ୍ୱାନ ଦେଇଥିଲେ। ବୈଜ୍ଞାନିକ ମାନଙ୍କ ଉଦାହରଣ ଦେଇ ନିଜେ ପ୍ରତ୍ୟେକ ଛାତ୍ର ବିଜ୍ଞାନୀ ହେବାପାଇଁ ପ୍ରେରଣା ପ୍ରଦାନ କରିଥିଲେ।ଶିଶୁବର୍ଗ, ବାଲବର୍ଗ, ଓ କିଶୋର ବର୍ଗ ବିଜ୍ଞାନ ପ୍ରକଳ୍ପ ରେ ୨୫ଜଣ ବିଜ୍ଞାନ ପତ୍ରବାଚନ ରେ ୨୦ ଜଣ, ବିଜ୍ଞାନ ପ୍ରୟୋଗ ରେ ୨୫ଜଣ ଗଣିତ ପ୍ରୟୋଗରେ ୩୦ଜଣ, ଗଣିତ ପ୍ରକଳ୍ପ ରେ ୨୦ଜଣ, ଗଣିତ ପତ୍ରବlଚନ ରେ ୧୫ଜଣ ସଂସ୍କୃତି ଜ୍ଞାନ ପତ୍ରବlଚନ ରେ ୩୦ ଜଣ ଏହିପରି ପ୍ରାୟ ୨୦୦ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏତତବ୍ୟତୀତ ଦେଶାତ୍ମବୋଧକ ସଂଗୀତ, ମୂର୍ତ୍ତିକଳା, ଲୋକନୃତ୍ୟ ଇତ୍ୟାଦି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ, ପରିଚାଳନା ସମିତି ସଦସ୍ୟ ଓ ସମସ୍ତ ଗୁରୁଜୀଗୁରୁମା, ସେବକ ସେବିକା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

Related posts