ଓଡ଼ଗାଁ, (ନୟାଗଡ଼ ଦର୍ପଣ): ୨୦୨୩/୨୪ ଶିକ୍ଷାବର୍ଷରେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ଦ୍ୱାରା ଯୋଗ୍ୟତା ହାସଲ କରିଥିବା ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍କାଉଟ ଗାଇଡ଼, କବ୍, ବୁଲବୁଲ ଛାତ୍ରଛାତ୍ରୀମାନଙ୍କୁ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଡ.ଜଳନ୍ଧର ରଥଙ୍କ ସଭାପତିତ୍ୱରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍କାଉଟ ଓ ଗାଇଡ୍ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍କାଉଟ ପ୍ରାର୍ଥନା, ଝଣ୍ଡାଗୀତ୍ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଉକ୍ତ ସଭାରେ ରାଜ୍ୟ ପୁରସ୍କାର ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଯୋଜକ, ଓଡିଶା ରାଜ୍ୟ ଭାରତ ସ୍କାଉଟ ଆଣ୍ଡ୍ ଗାଇଡ୍ସର ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ବ୍ଲକଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ନାୟକ,ସମ୍ମାନିତ ଅତିଥିଭାବେ ସ୍କାଉଟମାଷ୍ଟର ପଞ୍ଚାନନ ପଣ୍ଡା,ରଞ୍ଜନ କୁମାର ଦାଶ, ସନ୍ତୋଷ କୁମାର ସାହୁ, ଗାଇଡ଼ କ୍ୟାପଟେନ୍ ସୌଦାମିନୀ ମହାପାତ୍ର ଜ୍ୟୋତିସ୍ମିତା ଦାଶ, ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ଏକଲବ୍ୟ ଦାଶ, ପରମାନନ୍ଦ ଦଳେଇ, ବର୍ଷାରାଣୀ ସ୍ୱାଇଁ, ଜ୍ୟୋତିପ୍ରକାଶ ପ୍ରଧାନ ଏବଂ ସନ୍ତୋଷ କୁମାର ମହାପାତ୍ର ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଏହା ଏକ ସେବାମୂଳକ କାର୍ଯ୍ୟକ୍ରମ ହୋଇଥିବାରୁ ସଫେଇ, ବୃକ୍ଷ ରୋପଣ, ପାନୀୟଜଳ ଯୋଗାଣ, ରୋଗୀସେବା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଉଦ୍ଧାର ସହିତ ସାହାଯ୍ୟ ସହଯୋଗ ଆଦି କାର୍ଯ୍ୟକ୍ରମକୁ ଆଗେଇନେବା ସହିତ ପ୍ରତିଦିନ ଗୋଟିଏ ଲେଖାଏଁ ଭଲକାର୍ଯ୍ୟ କରି ତାହା ଲିପିବଦ୍ଧ କରିବା ପାଇଁ ସମସ୍ତଅତିଥି ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ ଉତ୍ସବ ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବିଲମାନପୁର, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ଓ ଶ୍ରୀମା ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ଓଡ଼ଗାଁର ମୋଟ ୩୪ଜଣ କବ, ବୁଲବୁଲ ଏବଂ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁର ୨୩ ଜଣ ଗାଇଡଙ୍କୁ ରାଜ୍ୟ ପୁରସ୍କାର ସାର୍ଟିଫିକେଟ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
Related posts
-
ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାର ଉନ୍ନୟନ କାର୍ଯ୍ୟ କମିଟି ଦ୍ୱାରା ଅନୁମୋଦନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାକକ୍ଷରେ ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ... -
ନୟାଗଡ଼ରେ ଧାନ କୁଇଣ୍ଟାଲ ପ୍ରତି ଏମ.ଏସ.ପି. ସହିତ ୮୦୦ଟଙ୍କାର ଇନପୁଟ୍ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ
December 7, 2024 Jajati Comments Off on ନୟାଗଡ଼ରେ ଧାନ କୁଇଣ୍ଟାଲ ପ୍ରତି ଏମ.ଏସ.ପି. ସହିତ ୮୦୦ଟଙ୍କାର ଇନପୁଟ୍ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା କାଲି ଅର୍ଥାତ ୮ତାରିଖ ଦିନ ନୟାଗଡ଼ ଷ୍ଟାଡିୟମ ଠାରେ ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପ୍ରତି ଏମ.ଏସ.ପି. ସହିତ... -
ରଣପୁର ଜଗନ୍ନାଥ ସେନାର ଭିନ୍ନ ପ୍ରୟାସ,
ବେଦପାଠ ସହ ଦେବ ଦୀପାବଳୀରେ ଦ୍ଵୀପ ଦାନDecember 5, 2024 Jajati Comments Off on ରଣପୁର ଜଗନ୍ନାଥ ସେନାର ଭିନ୍ନ ପ୍ରୟାସ,
ବେଦପାଠ ସହ ଦେବ ଦୀପାବଳୀରେ ଦ୍ଵୀପ ଦାନରଣପୁର,(ନୟାଗଡ଼ ଦର୍ପଣ):ପବିତ୍ର ମାର୍ଗଶିର ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଠାରୁ ଦୀର୍ଘ ୩ ଦିନ ଧରି ଶ୍ରୀଜଗନ୍ନାଥ ସେନା ତରଫରୁ ଆୟୋଜନ କରାଯାଇଥିବା...