ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଶିକ୍ଷାବିକାଶ ସମିତି ଓଡିଶାଙ୍କ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି ମା ସାରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଜଗତ କଲ୍ୟାଣ କାମନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମୁଦୁଲି ଭାରତର ସ୍ୱାଧୀନତା ନିମନ୍ତେ ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ଆତ୍ମୋତ୍ସର୍ଗ ସମସ୍ତଙ୍କୁ ଦେଶଭକ୍ତିରେ ଉଦବୁଦ୍ଧ ହେବାପାଇଁ ପ୍ରେରଣା ଯୋଗାଇବ ବୋଲି ବକ୍ତବ୍ୟ ରଖିଥିଲେ । ଦେଶମାତୃକାର ଅଖଣ୍ଡତାକୁ ବଜାୟ ରଖିବା, ସେମାନଙ୍କ ପଦାଙ୍କ ଅନୁସରଣ କରି ଦେଶ ସୁରକ୍ଷା ଦିଗରେ ନିଜକୁ ନିୟୋଜିତ କରିବା ପାଇଁ କହିଥିଲେ।ବିଦ୍ୟାଳୟ ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପ୍ରାୟ ୭୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଉପସଭାପତି ଶ୍ରୀ ଶାନ୍ତନୁ କୁମାର…
Read MoreYear: 2024
ଇଟାମାଟି ପଞ୍ଚାୟତରେ ଯୁବକଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମ ପଞ୍ଚାୟତର ଯୁବକଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୭୮ତମ ସ୍ବାଧିନତା ଦିବସ ଉପଲକ୍ଷେ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ଉଦ୍ଦେଶ୍ୟରେ ଆଜି ଇଟାମାଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଯୁବକଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଛି। ବୃକ୍ଷ ରୋପଣ କରାଯିବା ସହିତ ” ଗଛ ଲଗାଅ ଜୀବନ ବଞ୍ଚାଅ” , “ପରିବେଶ ସୁରକ୍ଷା ଜୀବନ ରକ୍ଷା”, “ବୃକ୍ଷ ଟିଏ ପିଲା ଟିଏ ” ଇତ୍ୟାଦି ସ୍ଲୋଗାନ ଦେଇଛନ୍ତି। ଗ୍ରାମରେ ଥିବା ଏକ ପୁଷ୍କରିଣୀର ଚତୁଃପାର୍ଶ୍ଵରେ ଲିମ୍ବ, ବଉଳ, ଅଶୋକ ଓ କଦମ୍ବ ପରି ବହୁ ମୂଲ୍ୟବାନ ବୃକ୍ଷ ମାନ ଲଗାଯାଇଛି । ଇଟାମାଟି ଅଞ୍ଚଳର ଅନନ୍ତ ସାହୁ, ପ୍ରଶାନ୍ତ କୁମାର ସାହୁ, ସୁମିତି କୁମାର ମହାରଣା, ହାପି, ସାହିଲ ରାୟ , ରାଜେଶ ବାରିକ,…
Read Moreସମର୍ପଣ (ବୃଦ୍ଧାଶ୍ରମ)ରେ ୭୮ତମ ସ୍ବାଧୀନତା ଦିବସ ପାଳିତ, ମୁଁ ତୁମର ପୁଅ କହିଲେ ଜିଲ୍ଲାପାଳ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୮ ତମ ସ୍ବାଧୀନତା ଦିବସ। ପ୍ରାତଃ ସାଢେ ଆଠଟା ସମୟରେ ମୁଖ୍ଯ ଅତିଥି ଭାବେ ଇଂ ସରୋଜକାନ୍ତ ପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନେ ମାଡ ଖାଇ ଜେଲ ଯାଇ ଦେଶକୁ ସ୍ବାଧୀନ କରିବା ସହିତ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅହିଂସା ନିତି ବିଷୟ ରେ ବକ୍ତବ୍ଯ ରଖିଥିଲେ। ସକାଳ ୧୧ଟା ୩୦ ମିନିଟ୍ ସମୟରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନର ମୁଖ୍ଯ ଅତିଥି ତଥା ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ୱାଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଉପଜିଲ୍ଲାପାଳ କର୍ଣ୍ଣଦେବ ସାମଦାର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର ଓ…
Read Moreରୋଟାରୀ କ୍ଳବରେ ପାଳିତ ହେଲା ୭୮ତମ ସ୍ବାଧୀନତା ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ କ୍ଳବ୍ ରେ ୭୮ ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି। କ୍ଳବ୍ ର ସଭାପତି ଶ୍ରୀକାନ୍ତ କୁମାର ଖଟେଇ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତି ଚାରଣ କରିବା ସହିତ ମହାପୁରୁଷ ମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ବକ୍ତବ୍ଯ ରଖିଥିଲେ। ଯେଉଁମାନଙ୍କର ତ୍ଯାଗ ଓ ବଳିଦାନ ରେ ଆଜି ଆମେ ସ୍ବାଧୀନ ସେହି ମାନଙ୍କୁ ମନେ ପକାଇବା ପାଇଁ ଆଜିର ଦିନଟି ବହୁ ଗୁରୁତ୍ବପୂର୍ଣ୍ଣ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନ, ଏହା ହେଉଛି ଆମର ପରିଚୟ ବୋଲି ବକ୍ତବ୍ଯ ରଖିଥିଲେ। ସକାଳ ୧୧ଟା ୧୫ ମିନିଟ୍ ସମୟରେ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ରୋଟାରୀ କ୍ଳବ୍ ଆନୁକୂଲ୍ୟରେ ରକ୍ତ ଦାନ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ।
ମହାପୁରୁଷଙ୍କ ପଦାଙ୍କ ଅନୁସରଣ- ଭଲମଣିଷ ହେବାର ଚାବିକାଠି ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ୭୮ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ନୟାଗଡ଼ ମାଟିର ପୁଅ ସାଉଦି ଆରବରେ କାର୍ଯ୍ୟରତ ଇଂ ସରୋଜ କାନ୍ତ ପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହୋଇଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଯଥା ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳ ମଣି ଗୋପବନ୍ଧୁ ଦାସ, ମହାନ ସଂଗ୍ରାମୀ ସୁବାସ ଚନ୍ଦ୍ର ବୋଷ,ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଓ ସ୍ବାଧୀନତା ସଂଗ୍ରାମୀ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ସ୍କାଉଟ୍ ଗାଇଡ୍ସ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ…
Read Moreପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୮ତମ ସ୍ବାଧିନତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ସ୍ଥିତ ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୮ତମ ସ୍ବାଧିନତା ଦିବସ ଅବସରରେ ମହାସମାରୋହରେ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ଭାରତୀୟ ଗୈାରବମୟ ମହାପୁରୁଷଙ୍କର ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କର ଅଭିଭାଷଣ ଏବଂ ଭାରତ ମାତାର ଜୟ ଗାନରେ ଉତ୍ସବ ମୁଖର ହୋଇଉଠିଥିଲା ସ୍ଥାନଟି । ଉକ୍ତ ସମାରୋହରେ ଯୁବ କଳାକାର କେଦାର ଚନ୍ଦ୍ର ନାୟକ, ମନୋଜ କୁମାର ମହାପାତ୍ର, ଦିଲ୍ଲୀପ କୁମାର ବରାଡ, ଦେବାଶିଷ ମିଶ୍ର, ବିପିନ କୁମାର ପ୍ରଧାନ ଓ ନିର୍ଦ୍ଦେଶକ ଦେବାଶିଷ ମିଶ୍ରଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
Read Moreନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ପାଇଁ ସାଂସଦଙ୍କ ସହ ଆଲୋଚନା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ଏବଂ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବୀ ଜଣେଇଛନ୍ତି କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ମର୍ମରେ ଏକ ଦାବିପତ୍ର କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଦାନ କରିଛନ୍ତି। ସାଂସଦ ଶ୍ରୀ ମହତାବ ଦାବୀ ସମ୍ପର୍କରେ ତାଙ୍କର ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ ଠିକ ସମୟରେ ଉଚିତ ପଦକ୍ଷେପ ନେବେବୋଲି ମତ ରଖିଥିଲେ। ତତ୍ ସଙ୍ଗେ ସଙ୍ଗେ କଣ୍ଟିଲୋ – ଖଣ୍ଡପଡ଼ାକୁ ତାଳଚେର- ଗୋପାଳପୁର ରେଳଲାଇନ ସଂଯୋଗ ସମ୍ପର୍କର ମଧ୍ୟ ଶ୍ରୀ ମହତାବ ପ୍ରମୋଦ ପଟ୍ଟନାୟକଙ୍କ ଠାରୁ ଅଗ୍ରଗତୀ କେତେଦୂର ହୋଇଛି ବୋଲି ପଚାରି ବୁଝିଥିଲେ ଏବଂ ଏ ସଂକ୍ରାନ୍ତରେ କଟକସ୍ଥିତ ବାସଭଵନରେ ବିସ୍ତୃତଭାବେ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି…
Read Moreନୟାଗଡ ଶ୍ରମିକ ସଂଘ ପଖ୍ୟରୁ ଶ୍ରମ ଅଧିକାରୀଙ୍କୁ ଦାବିପତ୍ର
ନୟାଗଡ,(ନୟାଗଡ଼ ଦର୍ପଣ): ନବଗଠିତ “ନୟାଗଡ ଜିଲ୍ଲା ଟ୍ରେଡ ୟୁନିୟନ୍ ସମନ୍ବୟ କମିଟି”ର ଦ୍ବିତୀୟ ସାଧାରଣସଭା ନୟାଗଡ ପୁରୁଣା ସହରସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ବସମ୍ମତିକ୍ରମେ ୧୧ ଜଣିଆ ସ୍ଥାୟୀ ପରିଚାଳନା କମିଟି ମନୋନୟନ କରାଯାଇଥିଲା। ଶ୍ରମିକନେତା ଶୂନ୍ୟଜୟୀ ମିଶ୍ର(ସଭାପତି), ବରିଷ୍ଠ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ(ଉପ-ସଭାପତି), ଯୁବ ସଂଗଠକ ବସୁଦେବ ମହାନ୍ତି (ସାଧାରଣ ସଂପାଦକ), ସମରେନ୍ଦ୍ର ଦାସ(ସହ-ସଂପାଦକ), ରମେଶ ଚନ୍ଦ୍ର ପଣ୍ଡା(କୋଷାଧ୍ୟଖ୍ୟ) ଏବଂ ପ୍ରମୋଦ ମହାରଣା, ରଘୁନାଥ ମହାରଣା, ସଂଜୟ ଦାସ, ସବିତାରାଣୀ ସାଥୁଆ, ପବିତ୍ର ମହାପାତ୍ର, ସନ୍ତୋଷ ନାୟକଙ୍କୁ ଏକଜିକ୍ୟୁଟିଭ୍ ମେମ୍ବରଭାବେ ସର୍ବସମ୍ମତିକ୍ରମେ ମନୋନିତ କରାଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସୁପରିଚାଳନା, ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସ୍ବାର୍ଥରଖ୍ୟା ଉଦ୍ଦେଶ୍ୟରେ ଏକ ମିଳିତ ଆଲୋଚନା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ…
Read Moreନୟାଗଡ଼ ଜିଲ୍ଲା ଦାୟିତ୍ୱ ନେଲେ ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାରେ ଯୋଗଦାନକରିଛନ୍ତି ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ। ସେ ପୂର୍ବରୁସମ୍ବଲପୁରର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ରାଜ୍ୟ ସରକାରତାଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି। ଏଠାରେ ପୂର୍ବରୁ କାର୍ଯ୍ୟରତ ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କର ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଜିଲ୍ଲାପାଳ ଯୋଗଦେବା ପରେ ବିଭିନ୍ନ ମହଲରୁ ସ୍ବଗାତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ରୋଜିନା ଦାସ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ କରିଛନ୍ତି।
Read Moreନୟାଗଡ଼ରେ “ପୁନଶ୍ଚ ପୃଥିବୀ ଓ କ୍ଲାଇମେଟ ପଞ୍ଚାୟତ” ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟର ଅଗ୍ରଣୀ ଖବର କାଗଜ ସମ୍ବାଦ ଗ୍ରୁପ ତରଫରୁ ଆରମ୍ଭ ହୋଇଛି “ପୁନଶ୍ଚ ପୃଥିବୀ ଓ କ୍ଲାଇମେଟ ପଞ୍ଚାୟତ” ସଚେତନତା କାର୍ଯ୍ୟକ୍ରମ। ନୟାଗଡ଼ ଜିଲ୍ଲା ସମ୍ବାଦ ତରଫରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ, ନୟାଗଡ଼ ଜିଲ୍ଲାପାଳଙ୍କ ବାସ ଭବନ ସମ୍ମୁଖରେ ଥିବା ସୁନ୍ଦର ପରିବେଶ ଭିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ସମସ୍ତେ ସଚେତନତା ହୋଇ ଅନ୍ୟମାନଙ୍କୁ ସଚେତନତା କରିବା ପାଇଁ ପରାମର୍ଶ ଦେଇ ଥିଲେ। ଅନେକ ଲୋକ ସଚେତନଥିଲେ ମଧ୍ୟ ପରିବେଶ ପ୍ରତି ସ୍ୱତନ୍ତ୍ର ଭାବେ ଦାୟିତ୍ୱ ନେଉ ନାହାନ୍ତି। ପ୍ରଥମେ ନିଜେ ଦାୟିତ୍ୱ ବାନ ହେବା ସହିତ ଅନ୍ୟକୁ ଦାୟିତ୍ୱ ବାନ କରିବା ପାଇଁ…
Read More