ଇଟାମାଟି ପଞ୍ଚାୟତରେ ଯୁବକଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମ ପଞ୍ଚାୟତର ଯୁବକଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୭୮ତମ ସ୍ବାଧିନତା ଦିବସ ଉପଲକ୍ଷେ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ଉଦ୍ଦେଶ୍ୟରେ ଆଜି ଇଟାମାଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଯୁବକଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଛି। ବୃକ୍ଷ ରୋପଣ କରାଯିବା ସହିତ ” ଗଛ ଲଗାଅ ଜୀବନ ବଞ୍ଚାଅ” , “ପରିବେଶ ସୁରକ୍ଷା ଜୀବନ ରକ୍ଷା”, “ବୃକ୍ଷ ଟିଏ ପିଲା ଟିଏ ” ଇତ୍ୟାଦି ସ୍ଲୋଗାନ ଦେଇଛନ୍ତି। ଗ୍ରାମରେ ଥିବା ଏକ ପୁଷ୍କରିଣୀର ଚତୁଃପାର୍ଶ୍ଵରେ ଲିମ୍ବ, ବଉଳ, ଅଶୋକ ଓ କଦମ୍ବ ପରି ବହୁ ମୂଲ୍ୟବାନ ବୃକ୍ଷ ମାନ ଲଗାଯାଇଛି । ଇଟାମାଟି ଅଞ୍ଚଳର ଅନନ୍ତ ସାହୁ, ପ୍ରଶାନ୍ତ କୁମାର ସାହୁ, ସୁମିତି କୁମାର ମହାରଣା, ହାପି, ସାହିଲ ରାୟ , ରାଜେଶ ବାରିକ, ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ ବିଗତ ଦୁଇ ବର୍ଷ ଧରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରୁଛନ୍ତି। ଆଜିର ଯୁବପିଢ଼ିମାନଙ୍କର ଏହିଭଳି କାର୍ଯ୍ୟକ୍ରମ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

Related posts