୧୫ ହଜାର ମହିଳାଙ୍କ ସମେତ ୨୦ ହଜାର ଜନସମାବେଶ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଜେଡି ପ୍ରତିଷ୍ଠା ୨୫ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ମହାସମାବେଶ ଶାଳଭଞ୍ଜ ନିକଟସ୍ଥ କଲମି ତୋଟାଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବେହେରା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଧାରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମହିଳାମାନଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ ପୂରଣ ହୋଇଛି ବୋଲି କହିଥିଲେ । ନୟାଗଡ଼ ବିଧାୟକ…
Read MoreMonth: January 2023
ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କ ନାମରେ ଥାନାରେ ଏତଲା
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ଯୋଗଦେବା ଦିନଠାରୁ ଜିଲ୍ଲାରେ ବାରମ୍ବାର ଶ୍ରମିକ ଆନ୍ଦୋଳନ ଲାଗିରହିଛି। ଶ୍ରମିକଙ୍କ ବିଭିନ୍ନ ସହାୟତାରାଶି ଦେଉ ନଥିବା ବେଳେ ନୂଆ ଲେବର କାର୍ଡ ମଧ୍ୟ କରୁନଥିବା ଅଭିଯୋଗ ହୋଇଆସୁଛି। ଅଣସଂଗଠିତ ଶ୍ରମିକମାନଙ୍କୁ ଦୁର୍ବ୍ୟବହାର କରିବାସହ ମହିଳା ଶ୍ରମିକମାନଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଉଥିବା ମଧ୍ୟ ଅଭିଯୋଗ ହେଉଥିଲା। ଏଥିନିମନ୍ତେ ଗତ ଅକ୍ଟୋବର ୨୭ ତାରିଖରେ ଶ୍ରମ ଅଫିସ ସମ୍ମୁଖରେ ଗଣ ଆନ୍ଦୋଳନ ହୋଇଥିବାବେଳେ ଡିସେମ୍ବର ୧୩ତାରିଖରେ ଜିଲ୍ଲାପାଳଙ୍କ ଅଫିସ ସାମନାରେ ଆମରଣ ଅନଶନ ହୋଇଥିଲା! ଜିଲ୍ଲା ରିଭ୍ୟୁ ମିଟିଂରେ ମଧ୍ୟ ନୟାଗଡ଼ ବିଧାୟକ, ଜିଲ୍ଲାପାଳ ବହୁତ ଗାଳି କରିଥିଲେ। ଏସବୁ ଅଭିଯୋଗକୁ ସଠିକ ବୋଲି ପ୍ରମାଣିତ କରିଛି ଦଶପଲ୍ଲା ଥାନାରେ ହୋଇଥିବା ହରିଜନ ଶ୍ରମିକଙ୍କୁ ଜାତିଆଣ ଆକ୍ଷେପ କରିଥିବାର ଲିଖିତ ଏତଲା। ସୂଚନା ଅନୁଯାଇ ଦଶପଲ୍ଲା ବ୍ଲକ…
Read Moreଜିଲ୍ଲାପାଳଙ୍କ ଅଚାନକ ଓଡ଼ଗାଁ ଗସ୍ତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଆଜି ଅପ୍ରତ୍ୟାସିତ ଭାବେ ଓଡ଼ଗାଁ ଗସ୍ତ କରି କୋମଣ୍ଡ, ଓଡ଼ଗାଁ, ବାଉଁଶଗାଡ଼ିଆ, ନନ୍ଦିଘୋର ଇତ୍ୟାଦି ବିଭିନ୍ନ ଅଂଚଳର ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହା ପରେ କୋମଣ୍ଡ ସ୍ଥିତ ମାଙ୍କଡ଼ା ପଥର ଖଣି ଅଂଚଳ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପରିଦର୍ଶନ କରିବା ସମୟରେ ବିଭିନ୍ନ ପ୍ରକାର ଅନିୟମିତତା କାର୍ଯ୍ୟ ହୋଇଥିବା ଦୃଷ୍ଟିଗୋଚର ହୋଇଥିଲା । ଏଥିରେ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରି କୋମଣ୍ଡ ସର୍କଲର ରେଭିନ୍ୟୁ ଇନିସପେକ୍ଟରଙ୍କୁ କାର୍ଯ୍ୟରୁ ତତକ୍ଷଣାତ ନିଲମ୍ବନ କରିବା ସଙ୍ଗେ ସଙ୍ଗେ ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତସିଂହାରଙ୍କୁ କାରଣ ଦର୍ଶାଅ ନୋଟିସ କାରି କରିଛନ୍ତି । ଏତଦ୍ ବ୍ୟତୀତ ତହସିଲଦାର ଓଡ଼ଗାଁଙ୍କ ନାମରେ ପ୍ରୋସିଡିଂ ପାଇଁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି…
Read Moreଧାନକିଣାରେ ମାତ୍ରାଧିକ ବିଳମ୍ବ ହେଉଥିବା ଅଭିଯୋଗ ଆଣିଲେ ଜିଲ୍ଲା କଂଗ୍ରେସ ସଭାପତି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଚଳିତ ଖରିଫ ଧାନକିଣାରେ ମାତ୍ରାଧିକ ବିଳମ୍ବ ହେଉଥିବାରୁ ଚାଷୀକୂଳଙ୍କ ଆଲୋଚନା ପାଇଁ ଆଜି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଓଡଗାଁ, ପାଣ୍ଡେରୀପଡା ଏବଂ ଗୋତିସାହି ପ୍ୟାକ୍ସ ଧାନମଣ୍ଡିକୁ ଯାଇ ଗ୍ରାଉଣ୍ଡଜିରୋରୁ ପ୍ରକୃତରେ ସୋସାଇଟି ସେକ୍ରେଟାରୀମାନେ କାହିଁକି ଧାନ କିଣୁ ନାହାଁନ୍ତି ତାହାର ରହସ୍ୟ ବାହାର କରିଛନ୍ତି। ସୋସାଇଟି ସମ୍ପାଦକ ଏବଂ ମିଲରଙ୍କ ଅସାଧୁ ମେଣ୍ଟ ହୋଇ ଗତବର୍ଷ ଭଳି ଏଫଏକ୍ୟୁ ମାନ ପରୀକ୍ଷଣ କରାନଯାଇ କୁଇଣ୍ଟାଲ ପିଛା ୧୦% କଟଣି କରିବା ପାଇଁ ବାଧ୍ୟ କରୁଛନ୍ତି ନଚେତ ଧାନ ନେବେନାହିଁ, ଏପଟେ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ସରିଗଲେ ଆଉ ଧାନ ନିଆଯିବ ନାହିଁ ବୋଲି ସୋସାଇଟି ସମ୍ପାଦକମାନେ ଚାଷୀଙ୍କୁ ଭୟ ଦେଖାଉଛନ୍ତି, ତେଣୁ ମିଲରମାନେ ଅଦ୍ୟାବଧି ଚାଷୀଙ୍କୁ ବସ୍ତା ସୁତୁଲି ଦେଇ ନାହାଁନ୍ତି। ଯାହାଫଳରେ ଚାଷୀ ମଣ୍ଡିକୁ…
Read Moreମିଲର ଧାନ ନ ନେବାରୁ ଉତ୍ତେଜନା, ସଭାପତି ସମ୍ପାଦକଙ୍କୁ ଅଟକ ରଖିଲେ ଚାଷୀ
ଗଣିଆ,(ନୟାଗଡ଼ ଦର୍ପଣ)ବିଜୟ ଲକ୍ଷ୍ମୀ ରାଉତ: ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଓସ୍ତିଆ ସମବାୟ ସମିତିରେ ମିଲର ଧାନ ନ ନେବାରୁ ଉତ୍ତେଜନା ଦେଖାଦେଇଛି । ଚାଷୀ ମାନେ ଉତ୍ୟକ୍ତ ହୋଇ ସମିତିର ସଭାପତି ଭାବଗ୍ରାହୀ ସ୍ବାଇଁ ଏବଂ ଜଳଧର ରାଉଳଙ୍କୁ ସମିତି କାର୍ଯ୍ୟାଳୟ ପରିସରରେ ବନ୍ଦ କରି ରଖିବା ସହିତ ଧାନ ନ ଉଠିବା ପର୍ଯ୍ୟନ୍ତ ସେଠାରେ ବସି ରହିବେ ବୋଲି ଦାବି କରିଛନ୍ତି । ଘଟଣାରୁ ଜଣାପଡିଛି ଯେ ଯୋଗାଣ ବିଭାଗ ତରଫରୁ ୨ ତାରିଖ ଦିବା ୧୧ ଘଟିକା ମଧ୍ୟରେ ଧାନ ମଣ୍ଡିକୁ ଧାନ ଆଣିବାକୁ ଚାଷୀ ମାନଙ୍କ ପାଖକୁ ମୋବାଇଲରେ ମେସେଜ ଆସିବା ପରେ ଓସ୍ତିଆ ସମବାୟ ସମିତି ଅଧିନରେ ଥିବା ବିଭିନ୍ନ ଗ୍ରାମର ପ୍ରାୟ ୩୦ ଜଣ ଚାଷୀ ସୋମବାର ସକାଳୁ ପ୍ରାୟ ୬ଶହ କ୍ଵିଣ୍ଟାଲ ଧାନ ଆଣି ମଣ୍ଡିରେ ରଖିଥିଲେ…
Read More୮ତାରିଖରୁ ନୟାଗଡ଼ରେ ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆଠାରେ ଆସନ୍ତା ୮ତାରିଖରୁ ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ନୟାଗଡ଼ କ୍ଲବ ଏବଂ ୭୮୬ୟୁଥ କ୍ଲବ ସିନ୍ଦୁରିଆ ଆନୁକୁଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ୮ ତାରିଖରେ ଓଡିଶା ଇଲେଭେନ ବନାମ ଜଗା ୟୁନାଇଟେଡ କ୍ଲବ ଭୁବନେଶ୍ବର ମଧ୍ୟରେ ଅନୁଷ୍ଠିତ ହେବ । ୯ତାରିଖରେ ସୁଦେଭା ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ ଦିଲ୍ଲୀ ବନାମ ୟୁନାଇଟେଡ କ୍ଲବ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ । ୧୦ତାରିଖରେ ସାଇହାଲ ସୁନାବେଢ଼ା ବନାମ ଇଣ୍ଟରନ୍ୟାସନାଲ ଏଫସି ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ୧୧ ତାରିଖରେ ଖଜୁରା ଏଫସି ନେପାଳ ବନାମ କେଏଫଟିସି କ୍ଲବ କେରଳ ମଧ୍ୟରେ ଅନୁଷ୍ଠିତ ହେବ । ୧୨ ତାରିଖରେ ପ୍ରଥମ ସେମିଫାଇନାଲ ଓ ୧୩ ତାରିଖରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।…
Read Moreସିନେଷ୍ଟାର ପ୍ରଶାନ୍ତ ନନ୍ଦଙ୍କ ଦ୍ୱାରା ଲୋକାର୍ପିତ ହେଲା ଭଜନ ସଙ୍ଗୀତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୂଆବର୍ଷ ଉପଲକ୍ଷେ ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଦ୍ୱାରା ଭିଡିଓ ସଙ୍ଗୀତ ‘ପାପଭାର ମୋର ବଳିଗଲା ବୋଲି ତୋ ସିଂହ ଦୁଆର କରିଲୁ ମନା’ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଲୋକାର୍ପିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ଯୁବପ୍ରତିଭା ତଥା ଦୂରଦର୍ଶନ ଏବଂ ଆକାଶବାଣୀ କେନ୍ଦ୍ରର ସ୍ୱୀକୃତୀପ୍ରାପ୍ତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏହି ଭଜନରେ କଣ୍ଠଦାନ କରିଥିବା ବେଳେ ଗୀତିକାର ସୁବାସ ନାୟକ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ଦ୍ୱାରା ପ୍ରଯୋଜିତ ଏହି ଭିଡିଓ ସଙ୍ଗୀତର ପରିଚାଳନା ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଞ୍ଜନ କୁମାର କରିଛନ୍ତି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦାଶଙ୍କ ସମେତ ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ଦୀନବନ୍ଧୁ…
Read Moreସତ୍ୟମର ୨୧ତମ ଜନ୍ମବାର୍ଷିକୀ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ୨୦୦୨ ଜାନୁଆରୀ ମାସ ୧ ତାରିଖରେ ପ୍ରତିଷ୍ଠା ଲାଭ କରିଥିବା ନୟାଗଡ଼ ସ୍ଥିତ ସତ୍ୟମ ଅନୁଷ୍ଠାନ ତାର ୨୧ତମ ଜନ୍ମବାର୍ଷିକୀ ସ୍ଥାନୀୟ ରୋଟାରୀ ଭବନରେ ପାଳନ କରିଛି। ସତ୍ୟମ ନିର୍ଦ୍ଦେଶକ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେଇଥିବା ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୈ।ରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ମୂଖ୍ୟ ଅତିଥି ଏବଂ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ରସାୟନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ବସନ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସତ୍ୟମ ପରି ଉତ୍ତମ ଅନୁଷ୍ଠାନ ମାନେ ସମାଜରେ ଉତ୍ତମ ନାଗରିକ ସୃଷ୍ଟି କରିବାରେ ସହାୟକ ହୁଅନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ ମନୋଜ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର…
Read Moreନୂଆବର୍ଷରେ ନୟାଗଡ଼କୁ ସ୍ୱର୍ଣ୍ଣ
ନୟାଗଡ଼ ଜିଲ୍ଲା ପାଇଁ ପୁଣି ଥରେ ଗୌରବ ଆଣିଲେ ଦଶପଲ୍ଲାର ସୁନା ଝିଅ ଝିଲ୍ଲୀ ଦଳବେହେରା। ତାମିଲନାଡୁରେ ଅନୁଷ୍ଠିତ ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତାର ୪୯କେଜି ବର୍ଗରେ ଭାଗ ନେଇଥିଲେ ଝିଲ୍ଲୀ।
Read Moreଜଗନ୍ନାଥଙ୍କ ଉପରେ ଆଧାରିତ ‘କାଳିଆ କଳା’ ଲୋକାର୍ପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀଜଗନ୍ନାଥ ଚିତ୍ର ଗୀତି ଶତକ ପୁସ୍ତକ କାଳିଆ କଳା ନବବର୍ଷ ୨୦୨୩ ପୂର୍ବାହ୍ନରେ ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଶ୍ରୀଜଗନ୍ନାଥ ଆଶ୍ରିତଙ୍କ ଗହଣରେ ଲୋକାର୍ପିତ ହୋଇଯାଇଛି। ‘କାଳିଆ କଳା’ ପୁସ୍ତକରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶରେ ୧୦୪ଗୋଟି ଫୋଟୋ ସମେତ ପ୍ରତ୍ୟେକ ବେଶକୁ ନେଇ ଶ୍ଳୋକ ମଧ୍ୟ ସ୍ଥାନିତ କରାଯାଇଛି। ମୁଖ୍ୟ ଉଦ୍ୟକ୍ତା ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟଭୂଷଣ ବିଜୟ ଚୌଧୁରୀ, କବି ଗୋଦାବରୀଶ ମିଶ୍ରଙ୍କ ସମେତ ନୟାଗଡ଼ର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମ୍ବାଦିକ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ ଜ୍ଞାନୀ ଗୁଣୀ, କବି ସାହିତ୍ୟିକଙ୍କ ଉପସ୍ଥିତି ନୂଆବର୍ଷ ଭେଟଘାଟ କାର୍ଯ୍ୟକୁ ଅଧିକ ସ୍ମରଣୀୟ କରିଦେଇଥିଲା। ପୁସ୍ତକର ପ୍ରକାଶିକା ଶ୍ରୀମତୀ ନିରୂପମା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲା।
Read More