ଜିଲ୍ଲାପାଳଙ୍କ ଅଚାନକ ଓଡ଼ଗାଁ ଗସ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଆଜି ଅପ୍ରତ୍ୟାସିତ ଭାବେ ଓଡ଼ଗାଁ ଗସ୍ତ କରି କୋମଣ୍ଡ, ଓଡ଼ଗାଁ, ବାଉଁଶଗାଡ଼ିଆ, ନନ୍ଦିଘୋର ଇତ୍ୟାଦି ବିଭିନ୍ନ ଅଂଚଳର ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହା ପରେ କୋମଣ୍ଡ ସ୍ଥିତ ମାଙ୍କଡ଼ା ପଥର ଖଣି ଅଂଚଳ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପରିଦର୍ଶନ କରିବା ସମୟରେ ବିଭିନ୍ନ ପ୍ରକାର ଅନିୟମିତତା କାର୍ଯ୍ୟ ହୋଇଥିବା ଦୃଷ୍ଟିଗୋଚର ହୋଇଥିଲା । ଏଥିରେ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରି କୋମଣ୍ଡ ସର୍କଲର ରେଭିନ୍ୟୁ ଇନିସପେକ୍ଟରଙ୍କୁ କାର୍ଯ୍ୟରୁ ତତକ୍ଷଣାତ ନିଲମ୍ବନ କରିବା ସଙ୍ଗେ ସଙ୍ଗେ ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତସିଂହାରଙ୍କୁ କାରଣ ଦର୍ଶାଅ ନୋଟିସ କାରି କରିଛନ୍ତି । ଏତଦ୍ ବ୍ୟତୀତ ତହସିଲଦାର ଓଡ଼ଗାଁଙ୍କ ନାମରେ ପ୍ରୋସିଡିଂ ପାଇଁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆସନ୍ତା ୧୫ଦିନ ମଧ୍ୟରେ ତଦନ୍ତ ବିବରଣୀ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Related posts