ଜଗନ୍ନାଥଙ୍କ ଉପରେ ଆଧାରିତ ‘କାଳିଆ କଳା’ ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀଜଗନ୍ନାଥ ଚିତ୍ର ଗୀତି ଶତକ ପୁସ୍ତକ କାଳିଆ କଳା ନବବର୍ଷ ୨୦୨୩ ପୂର୍ବାହ୍ନରେ ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଶ୍ରୀଜଗନ୍ନାଥ ଆଶ୍ରିତଙ୍କ ଗହଣରେ ଲୋକାର୍ପିତ ହୋଇଯାଇଛି। ‘କାଳିଆ କଳା’ ପୁସ୍ତକରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶରେ ୧୦୪ଗୋଟି ଫୋଟୋ ସମେତ ପ୍ରତ୍ୟେକ ବେଶକୁ ନେଇ ଶ୍ଳୋକ ମଧ୍ୟ ସ୍ଥାନିତ କରାଯାଇଛି। ମୁଖ୍ୟ ଉଦ୍ୟକ୍ତା ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟଭୂଷଣ ବିଜୟ ଚୌଧୁରୀ, କବି ଗୋଦାବରୀଶ ମିଶ୍ରଙ୍କ ସମେତ ନୟାଗଡ଼ର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମ୍ବାଦିକ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ ଜ୍ଞାନୀ ଗୁଣୀ, କବି ସାହିତ୍ୟିକଙ୍କ ଉପସ୍ଥିତି ନୂଆବର୍ଷ ଭେଟଘାଟ କାର୍ଯ୍ୟକୁ ଅଧିକ ସ୍ମରଣୀୟ କରିଦେଇଥିଲା। ପୁସ୍ତକର ପ୍ରକାଶିକା ଶ୍ରୀମତୀ ନିରୂପମା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲା।

Related posts