ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ମଗରବନ୍ଧ ଗ୍ରାମର ମା ବ୍ରାହ୍ମଣୀ ଦେବି ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ବେସ୍ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଯଜ୍ଞ ପ୍ରତିବର୍ଷ ଶ୍ରୀ ପଞ୍ଚମୀ ଠାରୁ ଆରମ୍ଭ ହୋଇ ପାଞ୍ଚଦିନ ପଯ୍ୟନ୍ତ ହୋଇଥାଏ। ମଗରବନ୍ଧ ଗ୍ରାମର ଗ୍ରାମବାସୀଙ୍କ ସମ୍ପୁର୍ଣ୍ଣ ସହଯୋଗରେ ଯଜ୍ଞଟି ହୋଇଥାଏ। ପାଞ୍ଚଦିନ ବ୍ୟାପି ହେଉଥିବା ଏହି ଯଜ୍ଞରେ ପ୍ରତ୍ୟେକ ଦିନ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ। ବିଭିନ୍ନ ସ୍ଥାନରୁ ସାଧୁସନ୍ଥ, ପଣ୍ଡିତ, ଆଚାର୍ଯ୍ୟମାନଙ୍କୁ ନିମନ୍ତ୍ରିତ କରି ଯଜ୍ଞରେ ପୂଜା କାର୍ଯ୍ୟ ହୋଇଥାଏ। ଅନ୍ତିମ ଦିବସରେ ମଗରବନ୍ଧ ଗ୍ରାମ ଗୋଡିସାହିର କଳାକାରଙ୍କୁ ନେଇ ଏକ ସାମାଜିକ ନାଟକ (ଲୁହରେ ଲେଖା ମୋ କପାଳ ରେଖା) ପରିବେଷଣ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଜେପି ନେତ୍ରୀ ସୁରମା ପାଢୀ ଓ ଇରାନୀ ରାୟ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପରେ…
Read MoreMonth: January 2023
ପୁରୀ ତୀର୍ଥ ଭ୍ରମଣରେ ଯିବେ ବରିଷ୍ଠ ନାଗରିକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଭା ୨୯ତାରିଖ ପୂର୍ବାହ୍ନରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଶତାଧୂକ ବରିଷ୍ଠ ନାଗରିକ ବନ୍ଧୁମିଳନରେ ଯୋଗଦେଇ ପ୍ରସାଦ ସେବନରେ ଭାଗ ନେଇଥିଲେ । ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅୟୋଜିତ ବୈଠକରେ ଭାପୁର, ଖଣ୍ଡପଡ଼ା, ଶରଣକୁଳ, ଓଡ଼ଗାଁ, ସୁନାଖଳା, ବାଉଁଶିଆପଡା, ଇଟାମାଟି, ଗୁଣ୍ଡୁଣୀ, ପଣ୍ଡୁସର, ନୂଆଗାଁ ଇତ୍ୟାଦି ବିଭିନ୍ନ ଅଞ୍ଚଳର ବରିଷ୍ଠ ନାଗରିକ ମଞ୍ଚର ସଭ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବ ସମ୍ମତି ନିଷ୍ପତ୍ତି କ୍ରମେ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭ୍ୟ ଭାବେ ଗ୍ରହଣ କରାଗଲାସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଭାପୁର ବରିଷ୍ଠ ନାଗରିକସଂଘର ପ୍ରଭାକର ସାହୁଙ୍କୁ ସମ୍ପାଦକ, ଖଣ୍ଡପଡ଼ା ପଠାଣିସାମନ୍ତ ବରିଷ୍ଠ ନାଗରିକ…
Read Moreଗ୍ରାମୀଣ ବଜାର ଉଦଘାଟନ କଲେ ବିଧାୟକ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସିନ୍ଦୁରିଆ ଠାରେ ନାର୍ଡ ସହାୟତାରେ ଏବଂ ଆଇ କଂସେପ୍ଟ ସହଯୋଗରେ ରଙ୍କଦେଉଳି ଉତ୍ପାଦକ କମ୍ପାନୀ ଦ୍ବାରା ନୟାଗଡ଼ର ପ୍ରଥମ ଗ୍ରାମୀଣ ବଜାର ମାନ୍ୟବର ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡକ୍ଟର ସାହୁ ଜୈବିକ ଉପାୟରେ ଉତ୍ପାଦିତ ଖାଦ୍ୟ ଉପରେ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ ଏହି ପରି ଗ୍ରାମୀଣ ବଜାର ସାରା ଓଡ଼ିଶାରେ ଖୋଲାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଗ୍ରାମୀଣ ବଜାରର ଉତ୍ତରତୋର ଉନ୍ନତି କାମନା କରିବା ସହ ଆଗାମୀ ଦିନରେ ସ୍ଵୟଂ ସହାୟକ ଗୋଷ୍ଠୀ ଓ ମହିଳା ଉତ୍ପାଦକ ଦଳ ଜିଲ୍ଲା ରେ ଧାନ ମଣ୍ଡି କରିବା ପାଇଁ ଗୁରୁତ୍ଵ ଦେଇଥିଲେ ପୋୖରାଧ୍ୟକ୍ଷା ନିରୁପମା ଖଟେଇ ଅପମିଶ୍ରିତ…
Read Moreବିଜେପି ବୈଠକରେ ସାମ୍ବାଦିକଙ୍କୁ ଅସମ୍ମାନ ନେଇ ପ୍ରେସକ୍ଲବର ନିନ୍ଦା
ଆଗକୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେନି ସାମ୍ବାଦିକ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଭାରତୀୟ ଜନତା ପାଟିର୍ (ବିଜେପି)ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକକୁ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରି ଅସମ୍ମାନ କରିବା ଘଟଣାକୁ ଆଜି ପ୍ରେସକ୍ଲବ ଦଶପଲ୍ଲା ପକ୍ଷରୁ ଦୃଢ ଭାବେ ନିନ୍ଦା କରାଯାଇଛି। ଗତକାଲି ଦଶପଲ୍ଲା ପଂଚାୟତ ସମତି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶଙ୍କର ଭବନରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପି ରାଜ୍ୟ ଉପସଭାପତିଙ୍କ ଭୃଗୁ ବକ୍ସି ପାତ୍ରଙ୍କ ଜିଲ୍ଲା ଏବଂ ରାଜ୍ୟର ବହୁ କର୍ମୀ ଯୋଗ ଦେଇଥିଲେ। ବୈଠକରେ ଯୋଗ ଦେବାକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରିଥିଲେ। ଯାହାକି ସାମ୍ବାଦିକ ମାନେ ଉକ୍ତ ବୈଠକରେ ଯୋଗ ଦେଇଥିଲେ। କିଛି ସମୟ ବୈଠକ ଚାଲିଥିବା ବେଳେ ହଠାତ୍ ବିଜେପିର ଜିଲ୍ଲା ସଭାପତି…
Read Moreନୟାଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତାପପ୍ରସାଦ ମା ଭୈରବି ଠାକୁରାଣୀ ମନ୍ଦିର ପରିସରରେ ନୟାଗଡ଼ ବ୍ଲକ କଂଗ୍ରେସ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ପୂର୍ବତନ ସରପଞ୍ଚ ଫକୀର ଚରଣ ମଲ୍ଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୨୯ ଗୋଟି ପଞ୍ଚାୟତରୁ ୧୫୯ ବୁଥରୁ ଦଳୀୟ କର୍ମୀ ଯୋଗ ଦେଇ ବୁଥ ସ୍ତରରୁ ଦଳର ନୂତନ ସଂଗଠନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେବା ସହ ତୁରନ୍ତ ନୟାଗଡ଼ରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ଏବଂ ଗାଁଗାଁ ରେ କଂଗ୍ରେସ ଦଳ ହାତ ଚିହ୍ନ କାନ୍ଥବାଡ଼ ୱାଲିଙ୍ଗ କରାଇବା ଏବଂ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କର୍ମୀ ସମ୍ମିଳନୀ କରାଯାଇ ବୁଥ କମିଟି ଗଠନ ଉପରେ ପ୍ରସ୍ତାବ ଆସିଥିଲା। ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଯୋଗଦେଇ ଦଳର ନୂତନ ସଂଗଠନ ଆରମ୍ଭ ପାଇଁ କର୍ମୀମାନଙ୍କ ସମସ୍ତ…
Read Moreହୁସେନ ରବି ଗାନ୍ଧୀଙ୍କ ସ୍ମୃତି ଚାରଣ ଓ ଶୋକସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ସାମ୍ବାଦିକ ଏସ.ଏ. ମନାନଙ୍କ ଅବାହାକତ୍ଵରେ ହୁସେନ ରବି ଗାନ୍ଧୀଙ୍କ ସ୍ମୃତିଚାରଣ ଓ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ କମ୍ରେଡ ବିଶ୍ୱନାଥ ମହାପାତ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଇଟାମାଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ, ମୌଲାନା ଏସ. ଏ. ରହିମ, କବି ଗୋପୀନାଥ ସେଠୀ,ରଞ୍ଜନ ରଶ୍ମି ଜେନା, ସମାଜସେବୀ ଲକ୍ଷ୍ମୀଧର ସାହୁ, ରୋଟରିଆନ ଲକ୍ଷ୍ମୀନାରାୟଣ ରଥ, ଶିକ୍ଷକ ନେତା ତଥା ସାହିତ୍ୟିକ ଏସ. ଏ. ଖାଲିକ, କଂଗ୍ରେସ ନେତା ହୁସେନ ଖାଁ, ସାମ୍ବାଦିକ ଅବଦୁଲ ଆଲମ୍ ଖାଁ, ସିପିଏମ ନେତା ଏସ୍. ଏ. କରିମ୍, ଶିକ୍ଷକ ଏସ. ଏ. ମାଜିଦ୍, କମ୍ରେଡ୍ ପ୍ରଦ୍ୟୁମ୍ନ ଇନ୍ଦ୍ରଜିତ, ଗାୟକ ଡୁଗୁ ସିଂ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ
Read Moreଶ୍ରୀ ସୃଜନର ବାର୍ଷିକୋତ୍ସବ ଅବସରରେ ସଙ୍ଗୀତ ପରିବେଷଣ
ନୟାଗଡ଼,(ନୟାଗଡ଼ ଦର୍ପଣ): କଳା,ସାହିତ୍ୟ ଏବଂ ସଂସ୍କୃତି ଅନୁଷ୍ଠାନ ଶ୍ରୀ ସୃଜନର ଦ୍ୱିତୀୟ ବାର୍ଷିକୋତ୍ସବ ଏବଂ ସଙ୍ଗୀତ ପରିବେଷର କାର୍ଯ୍ୟକ୍ରମ ସ୍ଥାନୀୟ ନିଉଜନତା ହଲଠାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଶିକ୍ଷାଧିକାରୀ ତଥା ସାରସ୍ୱତ ସାଧକ ଡ.ରାଜେନ୍ଦ୍ର ପ୍ରସାଦ ପାଢ଼ୀ ଯୋଗଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସମ୍ପାଦିକା ଜୟଶ୍ରୀ ଦେବୀ ବାର୍ଷିକ ବିବରଣୀ ପାଠ କରିଥିଲେ । ନୟାଗଡ଼ର ବରିଷ୍ଠ ସଙ୍ଗୀତଜ୍ଞ ପ୍ରଦୀପ୍ତ ପଟ୍ଟନାୟକ,ସଙ୍ଗୀତ ଗବେଷକ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଅବସରପ୍ରାପ୍ତ ଅଧ୍ୟାପକ ଗୁରୁ ପ୍ରଦୀପ କୁମାର ଦାସ ଏବଂ ବିଶିଷ୍ଟ ସମାଜସେବୀ ତଥା ସଂଗଠକ ସଞ୍ଜୟ କୁମାର ସୁବୁଦ୍ଧିଙ୍କୁ ଅନୁଷ୍ଠାନ ପକ୍ଷରୁ ଫୁଲତୋଡ଼ା ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ…
Read Moreସମର୍ପଣ ବୃଦ୍ଧାଶ୍ରମର ୨୮ଲକ୍ଷ ଟଙ୍କାର ଦାନ ଅର୍ଥରାଶି ଅନିୟମିତତା ମାମଲା, ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କୁ କୋର୍ଟ ନୋଟିସ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଡିଆର୍ଡିଏ ରୋଡସ୍ଥିତ ଲେଖନପୁର ଗ୍ରାମଠାରେ ସ୍ଥାପିତ ସମର୍ପଣ ବୃଦ୍ଧାଶ୍ରମରେ ଗତ ୨୦୨୦ ଠାରୁ ୨୦୨୨ ମସିହା ମଧ୍ୟରେ ବିଭିନ୍ନ ବଦାନ୍ୟ ବ୍ୟକ୍ତିବିଶେଷ ମାନଙ୍କ ଠାରୁ ସଂଗୃହିତ ୨୮ଲକ୍ଷ ଟଙ୍କା ଦାନ ଅର୍ଥରାଶି ଖର୍ଚ୍ଚ କରିବାରେ ପରିଚାଳନା ପରିଷଦ ଏବଂ ସାଧାରଣ ସଭ୍ୟଙ୍କ ଅଗୋଚରରେ ଖର୍ଚ୍ଚର ବ୍ୟାପକ ଅନିୟମିତତା ହୋଇଥିବା ନେଇ ହୋଇଥିଲା ଅଭିଯୋଗ। ଏନେଇ ନୟାଗଡ଼ ଏସ୍ଡିଜେଏମ୍ ଅଭିଯୋଗକାରୀ ଏବଂ ସାକ୍ଷ୍ୟମାନଙ୍କର ବୟାନକୁ ଭିତିକରି ସମର୍ପଣର ପୂର୍ବତନ ସମ୍ପାଦକ ଅରୁଣ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧ ଆଇନ୍ର ଦଫା ୪୦୬/୪୨୦/୩୪ ଦଫା ଭଳି ଧର୍ତ୍ତବ୍ୟ ଅପରାଧରେ ଆଗାମୀ ଫେବୃଆରୀ ୯ ତାରିଖରେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୂର୍ବତନ ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କୁଫେବୃଆରୀ ୯ରେ କୋର୍ଟରେ ହାଜର…
Read Moreବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ରାଜବାଟୀରେ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଦ୍ୱାରା ସାମ୍ବାଦିକ ବନ୍ଧୁମିଳନ ଆୟୋଜିତ ! ନୟାଗଡ଼ର କିଛି ଛାମୁଆ ବିଜେପି ନେତା ଓ ନୟାଗଡର ସାମ୍ବାଦିକ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଅଣ୍ଟା ଭିଡିଛନ୍ତି ନୟାଗଡ ବିଜେପି କର୍ମୀ । ୨୦୧୯ ନିର୍ବାଚନରେ ବିଜେପିରୁ ଇରାନୀ ରାୟ ଟିକେଟ ପାଇଥିବା ବେଳେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ତାଙ୍କୁ ସହାୟତା କରିଥିଲେ। କିନ୍ତୁ ୨୦୨୪ କୁ ଆଖି ଆଗରେ ରଖି ବିଜେପିରୁ ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ପାଇଁ ଦଳ ସଂଗଠନକୁ ମଜବୁତ୍ କରୁଛନ୍ତି ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ । ବିଜେପିରୁ ଜିଲ୍ଲା ପରିଷଦ ଲଢିଥିବା ପ୍ରାର୍ଥୀ ମାନଙ୍କୁ ଏକାଠି କରି ସଂଗଠନକୁ ମଜବୁତ୍ କରୁଛନ୍ତି । ଅନ୍ୟ ପକ୍ଷରେ…
Read Moreବାଲୁଗାଁ ମହୀପୁର ରାସ୍ତା ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାସ
ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ସଦରବ୍ଲକ ବାଲୁଗାଁଠାରୁ ନୂଆଗାଁ ବ୍ଲକ ମହୀପୁର ପର୍ଯ୍ୟନ୍ତ ରାସ୍ତାକୁ ପୂର୍ତ୍ତ ବିଭାଗ ଦ୍ୱାରା ପ୍ରଶସ୍ତି କରଣ କରାଯିବ । ଏହି ରାସ୍ତାର ଅଧା ପୂର୍ତ୍ତ ବିଭାଗ ଅଧିନରେ ଓ ଅଧା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିଲା । ଏହା ସମ୍ପୂର୍ଣ୍ଣ ପୂର୍ତ୍ତ ବିଭାଗ ଅଧିନକୁ ଆସିବା ପରେ ଦୁଇ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ୧୯ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଆଜି ଏହାର ଶିଳାନ୍ୟାସ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବହୁ ଜନପ୍ରତିନିଧି ସାମିଲ ହୋଇଥିଲେ । ଉଭୟ ନିର୍ବାଚନ ମଣ୍ଡଳୀର ଦୁଇ ହଜାର ଲୋକଙ୍କ ଉପସ୍ଥିତିରେ ରାସ୍ତା ଶିଳାନ୍ୟାସ କରାଯାଇଛି…
Read More