ଦିଲୁ ମେମୋରିଆ କପ୍ ଉଦଘାଟିତ

ରାଜ୍ୟସ୍ତରୀୟ ବ୍ୟାଟମିଣ୍ଟନ୍ ପ୍ରତିଯୋଗିତା ଆରମ୍ଭ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟସ୍ଥ କଇଥଗାଡ଼ିଆ ଠାରେ ରାଜ୍ୟସ୍ତରୀୟ ବ୍ୟାଟମିଣ୍ଟନ୍ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।ବାଲୁଙ୍କେଶ୍ୱର ଯୁବ ପରିଷଦ କଇଥଗଡ଼ିଆ ଦ୍ୱାରା ଆୟୋଜିତ ଏହି ଖେଳକୁ ମୁଖ୍ୟଅତିଥି ଭାବେ ଡକ୍ଟର ଅରୁଣ କୁମାର ସାହୁ ଉଦଘାଟନ କରିଥିଲେ। ସମ୍ମାନନୀତ ଅତିଥି ୧୩ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ଗୋପୀନାଥ ସ୍ୱାଇଁ, ପ୍ରସନ୍ନ ପ୍ରଧାନ, ପଞ୍ଚାନନ ମହାନ୍ତି, ଏବଂ ଖୁଣ୍ଟୁବନ୍ଧ ପଞ୍ଚାୟତ ସମିତି ସଭ୍ୟ ଶୁଭେନ୍ଦୁ କୁମାର ମହାନ୍ତି, ସମାଜସେବୀ ଶଙ୍କର ଦଳାଇ, ବଜେନ୍ଦ୍ର ସ୍ୱାଇଁ ଯୋଗଦେଇଥିଲେ। ଖେଳରେ ପ୍ରଥମ ଦିବସରେ ଭଞ୍ଜନଗର ଓ କେଉଁଝର ମଧ୍ୟରେ ହୋଇଥିବା ବେଳେ କେଉଁଝର ଟିମ ଲଗାତାର ଦୁଇଟି ସେଟ୍ ଜିତି ସେମିରେ ପ୍ରବେଶ ହୋଇଥିବା ବେଳେ ଦ୍ଵିତୀୟ କ୍ୱାଟରଟି ଭୁବନେଶ୍ୱର ଓ ଖଣ୍ଡପଡ଼ା ମଧ୍ୟରେ ଖେଳା ହୋଇଥିଲା।ଏଥିରେ ଭୁବନେଶ୍ୱର ଟିମ୍ ଲଗାତାର ଦୁଇଟି…

Read More

୧୦ରୁ୧୧ କେଜି ଧାନ କଟଣି ଜିଦ୍ଦିରେ ମିଲର, ଅବସ୍ଥା ସ୍ୱାଭାବିକ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରିବ ଜିଲ୍ଲା କଂଗ୍ରେସ

ମିଲରଙ୍କ ଚାପରେ ସୋସାଇଟି ସମ୍ପାଦକ କିଣୁ ନାହାଁନ୍ତି ଧାନ, ଚାଷୀଙ୍କ ସ୍ୱାର୍ଥପାଇଁ ମିଲର୍ସଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରି ଯିଲ କଂଗ୍ରେସ ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଳାର ଜଣେ ପ୍ରଭାବଶାଳୀ ନେତାଙ୍କ ପରୋକ୍ଷ ସାହସ ପାଇ ମିଲର୍ସ ଆସୋସିଏସନର ମନମାନି ଦିନକୁଦିନ ବଢିବଢି ଚାଲିଥିବା ଜଣାପଡ଼ିଛି। ଯାହାଫଳରେ ସମସ୍ତ ପ୍ୟାକ୍ସରେ ୧୦ରୁ ୧୧କେଜି ଧାନ କଟଣି ଜିଦ୍ଦିରେ ମିଲର ଅଛନ୍ତି। ମିଲର୍ସଙ୍କ ଚାପରେ ସୋସାଇଟି ସମ୍ପାଦକ ମାନେ ଧାନ କିଣୁ ନାହାଁନ୍ତି। ଏପଟେ ଚାଷୀଙ୍କ ଟୋକନ ଅବଧି ସରିସରି ଯିବା କାରଣରୁ ଚାଷୀକୂଳ ମାନସିକ ଚାପରେ ରହିଥିବା ବେଳେ ଏହାକୁ ଗମ୍ଭୀରତାର ସହ ନେଇଛି ଜିଲ୍ଲା କଂଗ୍ରେସ। ଯଦି ତୁରନ୍ତ ଧାନ କଟଣି କରୁଥିବା ମିଲର ଏବଂ ପ୍ୟାକ୍ସ ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରିଦିଆଯିବ…

Read More

ଆଜିଠୁ ଆରମ୍ଭ ହେଲା ରଣପୁର ମହୋତ୍ସବ ‘ଅର୍ଜୁନ’

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ଅଞ୍ଚଳର କଳା, ସାହିତ୍ୟ, ଐତିହ୍ୟ ଓ ସଂସ୍କୃତିକୁ ଉଜୀବିତ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଆଜି ରଣପୁର ମହୋତ୍ସବ ‘ଅର୍ଜୁନ’ ଉଦଘାଟିତ ହୋଇଯାଇଛି।  ୧୯୩୯ ମସିହାରେ ଏହି ରକ୍ତ ରଂଜିତ ରଣପୁର ମାଟିରେ ବ୍ରିଟିଶ ସରକାର ପଲିଟିକାଲ ଏଜେଣ୍ଟ ବେଜେଲଗେଟକୁ ବାଉଁଶ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିଲା। ତ୍ୟାଗ ଓ ବଳିଦାନର ଏହି ଦିବସକୁ ମନେ ରଖିବା ପାଇଁ ରଣପୁର ମହୋତ୍ସବ ପାଳନ କରଯାଉଥିବା ବେଳେ ଏହା ଏକ ନିଆରା ମହୋତ୍ସବ ଭାବେ ସାରା ରାଜ୍ୟରେ ପରିଚିତ ଶହୀଦ ରଘୁଦିବାକର ଓ ଅର୍ଜୁନ ରାଉତଙ୍କ ବଳିଦାନ ଓ ବିଜୟ ଦିବସକୁ ମନେ ରଖିବା ପାଇଁ ଜାନୁଆରୀ ୫ ତାରିଖକୁ ରଣପୁର ମହୋତ୍ସବ-ଅର୍ଜୁନ ନାମରେ ନାମିତ କରାଯାଇଛି। ମହୋତ୍ସବ ଉଦଘାଟନୀ ଦିବସ ଗୁରୁବାର ସକାଳ ପାଞ୍ଚ ଘଟିକା ସମୟରେ ମହୋତ୍ସବ କମିଟିର ଆବାହକ ବରିଷ୍ଠ…

Read More

ନୟାଗଡ଼ ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀ ଯଥା ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଆଜି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଚୁଡାନ୍ତ ଭୋଟର ତାଲିକାକୁ ପ୍ରକାଶିତ କରିଛନ୍ତି। ଜିଲ୍ଲାରେ ସର୍ବ ମୋଟ ୭୭୬୯୫୬ ଭୋଟର ରହିଛନ୍ତି।ସେଥି ମଧ୍ୟରୁ ରଣପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୦୧୭୫୩ଜଣ ଭୋଟର ରହିଥିବା ବେଳେ ଖଣ୍ଡପଡ଼ାରେ ୧୭୮୬୯୨ଜଣ ଭୋଟର ରହିଛନ୍ତି। ସେହିଭଳି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ୧୮୪୧୪୮ଜଣ ଭୋଟର ଥିବା ବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ୨୧୨୩୬୩ଜଣ ଭୋଟର ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ମୋଟ ପୁରୁଷ ଭୋଟର ୪୦୮୪୪୨ଜଣ ଥିବାବେଳେ ୩୬୮୪୬୬ଜଣ ମହିଳା ଭୋଟର ଅଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଉପଜିଲ୍ଲାପାଳ…

Read More

ବିଜେପିର ଇଟାମାଟି ମଣ୍ଡଳ କର୍ମକର୍ତ୍ତା ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ବ୍ଳକ ନିକଟସ୍ଥ ଇଟାମାଟି ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ନୟାଗଡ ନିର୍ବାଚନ ମଣ୍ଡଳୀର ଇଟାମାଟି ବିଜେପି ମଣ୍ଡଳ ଅଧ୍ୟକ୍ଷ ରାଜକିଶୋର ପୃଷ୍ଟିଙ୍କ ଆହ୍ବାନରେ ଆଜି ଏକ ଦଳୀୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ଯୋଗଦେଇଥିଲେ। ଅନ୍ୟତମ ଅତିଥି ରୂପେ ରାଜ୍ୟ ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ଲାଲା ମୋନଜ ରାୟ ଓ ଦଳୀୟ ପ୍ରାର୍ଥୀନୀ ଇରାନୀ ରାୟ ଉପସ୍ଥିତ ଥିଲେ। ବୁଥ କମିଟି ଗଠନ, ମଣ୍ଡଳ କମିଟିର ନବୀକରଣ ଉପରେ ଗୁରୁତ୍ଵ ଦିଆଯାଇଥିଲା। ପଞ୍ଚାୟତ ପ୍ରମୁଖ, ସହ ପ୍ରମୁଖ ଓ ପ୍ରଭାମରୀମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନ୍ୟସ୍ତ ଦାୟିତ୍ଵ ସମ୍ପାଦନ କରିବା ନିମନ୍ତେ ପୁରନ୍ଦେଶ୍ଵରୀ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥନୀ ଇରାନୀ ରାୟ…

Read More

ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

୧୫ ହଜାର ମହିଳାଙ୍କ ସମେତ ୨୦ ହଜାର ଜନସମାବେଶ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଜେଡି ପ୍ରତିଷ୍ଠା ୨୫ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ମହାସମାବେଶ ଶାଳଭଞ୍ଜ ନିକଟସ୍ଥ କଲମି ତୋଟାଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବେହେରା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଧାରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମହିଳାମାନଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ ପୂରଣ ହୋଇଛି ବୋଲି କହିଥିଲେ । ନୟାଗଡ଼ ବିଧାୟକ…

Read More

ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କ ନାମରେ ଥାନାରେ ଏତଲା

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ଯୋଗଦେବା ଦିନଠାରୁ ଜିଲ୍ଲାରେ ବାରମ୍ବାର ଶ୍ରମିକ ଆନ୍ଦୋଳନ ଲାଗିରହିଛି। ଶ୍ରମିକଙ୍କ ବିଭିନ୍ନ ସହାୟତାରାଶି ଦେଉ ନଥିବା ବେଳେ ନୂଆ ଲେବର କାର୍ଡ ମଧ୍ୟ କରୁନଥିବା ଅଭିଯୋଗ ହୋଇଆସୁଛି। ଅଣସଂଗଠିତ ଶ୍ରମିକମାନଙ୍କୁ ଦୁର୍ବ୍ୟବହାର କରିବାସହ ମହିଳା ଶ୍ରମିକମାନଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଉଥିବା ମଧ୍ୟ ଅଭିଯୋଗ ହେଉଥିଲା। ଏଥିନିମନ୍ତେ ଗତ ଅକ୍ଟୋବର ୨୭ ତାରିଖରେ ଶ୍ରମ ଅଫିସ ସମ୍ମୁଖରେ ଗଣ ଆନ୍ଦୋଳନ ହୋଇଥିବାବେଳେ ଡିସେମ୍ବର ୧୩ତାରିଖରେ ଜିଲ୍ଲାପାଳଙ୍କ ଅଫିସ ସାମନାରେ ଆମରଣ ଅନଶନ ହୋଇଥିଲା! ଜିଲ୍ଲା ରିଭ୍ୟୁ ମିଟିଂରେ ମଧ୍ୟ ନୟାଗଡ଼ ବିଧାୟକ, ଜିଲ୍ଲାପାଳ ବହୁତ ଗାଳି କରିଥିଲେ। ଏସବୁ ଅଭିଯୋଗକୁ ସଠିକ ବୋଲି ପ୍ରମାଣିତ କରିଛି ଦଶପଲ୍ଲା ଥାନାରେ ହୋଇଥିବା ହରିଜନ ଶ୍ରମିକଙ୍କୁ ଜାତିଆଣ ଆକ୍ଷେପ କରିଥିବାର ଲିଖିତ ଏତଲା। ସୂଚନା ଅନୁଯାଇ ଦଶପଲ୍ଲା ବ୍ଲକ…

Read More

ଜିଲ୍ଲାପାଳଙ୍କ ଅଚାନକ ଓଡ଼ଗାଁ ଗସ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଆଜି ଅପ୍ରତ୍ୟାସିତ ଭାବେ ଓଡ଼ଗାଁ ଗସ୍ତ କରି କୋମଣ୍ଡ, ଓଡ଼ଗାଁ, ବାଉଁଶଗାଡ଼ିଆ, ନନ୍ଦିଘୋର ଇତ୍ୟାଦି ବିଭିନ୍ନ ଅଂଚଳର ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହା ପରେ କୋମଣ୍ଡ ସ୍ଥିତ ମାଙ୍କଡ଼ା ପଥର ଖଣି ଅଂଚଳ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପରିଦର୍ଶନ କରିବା ସମୟରେ ବିଭିନ୍ନ ପ୍ରକାର ଅନିୟମିତତା କାର୍ଯ୍ୟ ହୋଇଥିବା ଦୃଷ୍ଟିଗୋଚର ହୋଇଥିଲା । ଏଥିରେ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରି କୋମଣ୍ଡ ସର୍କଲର ରେଭିନ୍ୟୁ ଇନିସପେକ୍ଟରଙ୍କୁ କାର୍ଯ୍ୟରୁ ତତକ୍ଷଣାତ ନିଲମ୍ବନ କରିବା ସଙ୍ଗେ ସଙ୍ଗେ ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତସିଂହାରଙ୍କୁ କାରଣ ଦର୍ଶାଅ ନୋଟିସ କାରି କରିଛନ୍ତି । ଏତଦ୍ ବ୍ୟତୀତ ତହସିଲଦାର ଓଡ଼ଗାଁଙ୍କ ନାମରେ ପ୍ରୋସିଡିଂ ପାଇଁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି…

Read More

ଧାନକିଣାରେ ମାତ୍ରାଧିକ ବିଳମ୍ବ ହେଉଥିବା ଅଭିଯୋଗ ଆଣିଲେ ଜିଲ୍ଲା କଂଗ୍ରେସ ସଭାପତି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଚଳିତ ଖରିଫ ଧାନକିଣାରେ ମାତ୍ରାଧିକ ବିଳମ୍ବ ହେଉଥିବାରୁ ଚାଷୀକୂଳଙ୍କ ଆଲୋଚନା ପାଇଁ ଆଜି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଓଡଗାଁ, ପାଣ୍ଡେରୀପଡା ଏବଂ ଗୋତିସାହି ପ୍ୟାକ୍ସ ଧାନମଣ୍ଡିକୁ ଯାଇ ଗ୍ରାଉଣ୍ଡଜିରୋରୁ ପ୍ରକୃତରେ ସୋସାଇଟି ସେକ୍ରେଟାରୀମାନେ କାହିଁକି ଧାନ କିଣୁ ନାହାଁନ୍ତି ତାହାର ରହସ୍ୟ ବାହାର କରିଛନ୍ତି। ସୋସାଇଟି ସମ୍ପାଦକ ଏବଂ ମିଲରଙ୍କ ଅସାଧୁ ମେଣ୍ଟ ହୋଇ ଗତବର୍ଷ ଭଳି ଏଫଏକ୍ୟୁ ମାନ ପରୀକ୍ଷଣ କରାନଯାଇ କୁଇଣ୍ଟାଲ ପିଛା ୧୦% କଟଣି କରିବା ପାଇଁ ବାଧ୍ୟ କରୁଛନ୍ତି ନଚେତ ଧାନ ନେବେନାହିଁ, ଏପଟେ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ସରିଗଲେ ଆଉ ଧାନ ନିଆଯିବ ନାହିଁ ବୋଲି ସୋସାଇଟି ସମ୍ପାଦକମାନେ ଚାଷୀଙ୍କୁ ଭୟ ଦେଖାଉଛନ୍ତି, ତେଣୁ ମିଲରମାନେ ଅଦ୍ୟାବଧି ଚାଷୀଙ୍କୁ ବସ୍ତା ସୁତୁଲି ଦେଇ ନାହାଁନ୍ତି। ଯାହାଫଳରେ ଚାଷୀ ମଣ୍ଡିକୁ…

Read More

ମିଲର ଧାନ ନ ନେବାରୁ ଉତ୍ତେଜନା, ସଭାପତି ସମ୍ପାଦକଙ୍କୁ ଅଟକ ରଖିଲେ ଚାଷୀ

ଗଣିଆ,(ନୟାଗଡ଼ ଦର୍ପଣ)ବିଜୟ ଲକ୍ଷ୍ମୀ ରାଉତ: ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଓସ୍ତିଆ ସମବାୟ ସମିତିରେ ମିଲର ଧାନ ନ ନେବାରୁ ଉତ୍ତେଜନା ଦେଖାଦେଇଛି । ଚାଷୀ ମାନେ ଉତ୍ୟକ୍ତ ହୋଇ ସମିତିର ସଭାପତି ଭାବଗ୍ରାହୀ ସ୍ବାଇଁ ଏବଂ ଜଳଧର ରାଉଳଙ୍କୁ ସମିତି କାର୍ଯ୍ୟାଳୟ ପରିସରରେ ବନ୍ଦ କରି ରଖିବା ସହିତ ଧାନ ନ ଉଠିବା ପର୍ଯ୍ୟନ୍ତ ସେଠାରେ ବସି ରହିବେ ବୋଲି ଦାବି କରିଛନ୍ତି । ଘଟଣାରୁ ଜଣାପଡିଛି ଯେ ଯୋଗାଣ ବିଭାଗ ତରଫରୁ ୨ ତାରିଖ ଦିବା ୧୧ ଘଟିକା ମଧ୍ୟରେ ଧାନ ମଣ୍ଡିକୁ ଧାନ ଆଣିବାକୁ ଚାଷୀ ମାନଙ୍କ ପାଖକୁ ମୋବାଇଲରେ ମେସେଜ ଆସିବା ପରେ ଓସ୍ତିଆ ସମବାୟ ସମିତି ଅଧିନରେ ଥିବା ବିଭିନ୍ନ ଗ୍ରାମର ପ୍ରାୟ ୩୦ ଜଣ ଚାଷୀ ସୋମବାର ସକାଳୁ ପ୍ରାୟ ୬ଶହ କ୍ଵିଣ୍ଟାଲ ଧାନ ଆଣି ମଣ୍ଡିରେ ରଖିଥିଲେ…

Read More